‘ରାଉଡି’ ହେବାକୁ ଇଚ୍ଛା

ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀର ସେ ବବ୍‌ଲି ଓ ଚୁଲ୍‌ବୁଲି ନାୟିକା। ଦିନେ ଶିଶୁ କଳାକାରଭାବେ ଦର୍ଶକଙ୍କର ଭରପୂର ମନୋରଞ୍ଜନ କରୁଥିଲେ। ଆଜି ଫିଲ୍ମର ମୁଖ୍ୟ ନାୟିକା ଭାବେ ଜବରଦସ୍ତ ଅଭିନୟରେ କେତେବେଳେ ଦର୍ଶକଙ୍କୁ ସେ ହସାଉଛନ୍ତି ତ ପୁଣି କେତେବେଳେ କନ୍ଦାଉଛନ୍ତି। ପ୍ରଥମ ଫିଲ୍ମରୁ ହିଁ ଇଣ୍ଡଷ୍ଟ୍ରୀରେ ନିଜର ଏକ ସ୍ବତନ୍ତ୍ର ଛାପ ଛାଡ଼ିଥିବା ଏହି ଅଭିନେତ୍ରୀ ହେଲେ ଶିବାନୀ ସଙ୍ଗୀତା। ‘ସିଷ୍ଟର ଶ୍ରୀଦେବୀ’, ‘ପ୍ରେମ୍‌ କୁମାର’ ଭଳି ହିଟ୍‌ ଫିଲ୍ମରେ ଅଭିନୟକରି ଦର୍ଶକଙ୍କ ନିକଟତର ହୋଇଥିବା ଶିବାନୀଙ୍କ ସହ ଆଳାପ।

ଶିଶୁ କଳାକାରରୁ ଲିଡ୍‌ ଚରିତ୍ରରେ ଅଭିନୟ କରିବାର ଅନୁଭୂତି କିଭଳି ଥିଲା?
*ଶିଶୁ କଳାକାର ଭାବେ ମୁଁ ପ୍ରଥମେ ‘ମିତରେ ମିତ’ ଫିଲ୍ମରେ ଅଭିନୟ କରିଥିଲି। ଏହା ପୂର୍ବରୁ ‘ଉତ୍ତରଦାୟୀ’, ‘ଦେବୀ’ ଓ ‘ବଧୂ’ ଭଳି କେତେକ ଧାରାବାହିକରେ ଅଭିନୟ କରିବାର ସୁଯୋଗ ମିଳିଥିଲା। ‘ଉତ୍ତରଦାୟୀ’ରେ ମୋ ଅଭିନୟ ଦେଖି ପ୍ରଶାନ୍ତ ପାଢୀ ସାର୍‌ ‘ମିତରେ ମିତ’ ଫିଲ୍ମ ପାଇଁ ଡାକିଥିଲେ। ଏହାପରେ ‘ପହିଲି ରଜ’, ‘ଗୁଡ୍‌ ବୟ’, ‘ମିତ ବସିଛି ମୁଁ ଭୂତ ସାଥିରେ’, ‘ଲେଖୁ ଲେଖୁ ଲେଖିଦେଲି’ ଭଳି ଫିଲ୍ମ କରିଥିଲି। ତେବେ ‘ସିଷ୍ଟର ଶ୍ରୀଦେବୀ’ରେ ଲିଡ୍‌ ରୋଲ୍‌ରେ ଅଭିନୟ କରିବାର ସୁଯୋଗ ମିଳିଲା। ସେ ଅନୁଭୂତି ଭିନ୍ନ ଥିଲା।
ପ୍ରଥମ ଫିଲ୍ମରୁ ବାବୁଶାନଙ୍କ ଭଳି ଜଣେ ସୁପରଷ୍ଟାର୍‌ଙ୍କ ସହ ଅଭିନୟ କରିବାର ସୁଯୋଗ ପାଇଥିଲେ। ସେ ନେଇ କ’ଣ କହିବେ?
*‘ସିଷ୍ଟର ଶ୍ରୀଦେବୀ’ ପାଇଁ ଯେତେବେଳେ ଅଶୋକ ପତି ସାର୍‌ ଡାକିଥିଲେ ସେବେ ମୁଁ ଷ୍ଟୋରି ବିଷୟରେ କିଛି ଜାଣି ନଥିଲି କି ହିରୋ କିଏ ବି ଜାଣିନଥିଲି। ବାବୁଶାନ୍‌ଙ୍କ ସହ କାମ କରିବାର ଅଛି ଜାଣିବା ପରେ ପ୍ରଥମେ ବହୁତ ଖୁସି ଲାଗିଥିଲା। ହେଲେ ମନରେ ଡର ଥିଲା ଯେ ଏତେ ଅଭିଜ୍ଞ କଳାକାରଙ୍କ ସହ କାମ କରିବି। ଭୁଲ୍‌ ହୋଇଗଲେ କ’ଣ ହେବ ଭାବିକି ଡର ଲାଗୁଥିଲା। ଫିଲ୍ମ କଲାପରେ ଜାଣିଲି ତାଙ୍କ ସହ କାମ କରିବା କେତେ ସହଜ। ବହୁତ କିଛି ଶିଖିବାକୁ ମିଳେ। ଯଦି ଆଜି ଦର୍ଶକ ଭାବୁଥାନ୍ତି ଯେ ମୁଁ ଟିକେ ଭଲ ଆର୍ଟିଷ୍ଟ ତା’ହେଲେ ସେଥିରେ ବାବୁଶାନଙ୍କର ପ୍ରମୁଖ ଅବଦାନ ରହିଛି।

କେଉଁ ନାୟକଙ୍କ ସହ କାମ କରିବା ଏକ ଡ୍ରିମ୍‌?
*ମୁଁ ବହୁତ ଭାଗ୍ୟବାନ୍‌ ଯେ, ଏବେସୁଦ୍ଧା ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀର ୩ ଜଣ ସୁପରଷ୍ଟାର୍‌ଙ୍କ ସହ କାମ କରିସାରିଛି। ବାବୁଶାନଙ୍କ ସହ ଡେବ୍ୟୁ କରିଥିଲି। ତା’ପରେ ସ୍ବରାଜ ଓ ଅନୁଭବଙ୍କ ସହ କାମ କରିବାର ସୁଯୋଗ ମିଳିଲା। ଭଗବାନ ଓ ଦର୍ଶକଙ୍କ ଆଶୀର୍ବାଦ ଯୋଗୁ ଆଜି ମୁଁ ଏଠାରେ ପହଞ୍ଚତ୍ଛି।
ରୋମାଣ୍ଟିକ୍‌, ସସ୍‌ପେନ୍ସ, କମେଡି, ଡ୍ରାମା ନା ଥ୍ରୀଲର, କେଉଁଭଳି ଫିଲ୍ମ କରିବାକୁ ଭଲଲାଗେ?
*ରାଉଡି କ୍ୟାରେକ୍ଟର କରିବାକୁ ମୋର ବହୁତ ଇଚ୍ଛା। ଏମିତି କାନ୍ଦକଟା ଚରିତ୍ର କରିବାକୁ ବହୁତ ମିଳେ ଓ ଦର୍ଶକଙ୍କୁ ବି ତାହା ପସନ୍ଦ ହୁଏ। ହେଲେ ତାହା ସବୁବେଳେ ଚାଲିଥିବ। କିନ୍ତୁ ବୁଲେଟ୍‌ ଚଲାଉଥିବା, ଘୋଡ଼ା ଚଢୁଥିବା ଭଳି ଏକ ଚରିତ୍ରରେ ଅଭିନୟ କରିବାକୁ ଆଗ୍ରହ ଅଛି। ବିଲ୍‌କୁଲ ଗର୍ଲି ନ ହୋଇ ‘ଟମ୍‌ ବୟ’ ହେବାକୁ ଇଚ୍ଛା ଅଛି।
ପାଟଣାଗଡ଼ ଓ ନିକଟରେ ହୋଇଥିବା କଳ୍ପନା ଦାଶ ହତ୍ୟାକାଣ୍ଡ ଭଳି କିଛି ବାସ୍ତବ ଘଟଣା ଉପରେ ଏବେ ଓଡ଼ିଆ ଫିଲ୍ମ ହେଉଛି। ସେମିତି ଯଦି ଏକ କ୍ରାଇମ୍‌ ଥ୍ରୀଲର୍‌ କିମ୍ବା ବାୟୋପିକ୍‌ ହୁଏ ତା’ହେଲେ କାହା ଚରିତ୍ରରେ ଅଭିନୟ କରିବାକୁ ଚାହିଁବେ?
*ଯାହାର ଜୀବନ ସବୁଠାରୁ ଅଧିକ ଚ୍ୟାଲେଞ୍ଜିଂ ଥିବ ତାଙ୍କ ଉପରେ ଏକ ବାୟୋପିକ୍‌ କରିବାକୁ ଇଚ୍ଛା ଅଛି। ଦୀପିକା ପାଦୁକୋନ ଯେମିତି ‘ଛପାକ୍‌’ରେ ଲକ୍ଷ୍ମୀ ଅଗ୍ରଓ୍ବାଲଙ୍କ ଚରିତ୍ରରେ ଅଭିନୟ କରିଥିଲେ ସେମିତି ଏକ ଚରିତ୍ରରେ ଅଭିନୟ କରିବା ମୋର ସ୍ବପ୍ନ। ଯେଉଁ ଚରିତ୍ରରେ ଶିବାନୀ ଅଭିନୟ କରିପାରିବ ବୋଲି ଦର୍ଶକ କେବେ ଭାବି ନ ଥିବେ ସେମିତି ଏକ ଚରିତ୍ରରେ ଅଭିନୟ କରିବି।
ଶୁୁଟିଂ ସେଟ୍‌ର ଏକ ସ୍ମରଣୀୟ ମୁହୂର୍ତ୍ତ?
*ମୋର ପ୍ରତ୍ୟେକଟି ଫିଲ୍ମର ପ୍ରତ୍ୟେକଟି ଦିନ ସ୍ମରଣୀୟ। ସବୁ ଦିନ କିଛି ନା କିଛି ନୂଆ ହୁଏ ଓ ନୂଆ ଅନୁଭବ ମିଳେ। ବିଶେଷକରି ପ୍ରଥମ ଫିଲ୍ମର ପ୍ରଥମ ଦିନ ନିଶ୍ଚିନ୍ତଭାବେ ସ୍ପେଶାଲ।
ଓଡ଼ିଆ ଫିଲ୍ମକୁ ଯେଉଁ ନବାଗତମାନେ ଆସୁଛନ୍ତି ସେମାନଙ୍କୁ କ’ଣ କହିବେ?
*ମୁଁ ନିଜେ ଜଣେ ନ୍ୟୁକମର୍‌। ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀର ଅବସ୍ଥା କ’ଣ ତାହା ସମସ୍ତେ ଜାଣିଛନ୍ତି। ତେଣୁ ଏଭଳିସ୍ଥଳେ ଇଣ୍ଡଷ୍ଟ୍ରୀକୁ ଆଗକୁ ନେବାର ଦାୟିତ୍ୱ ଆମ ମୁଣ୍ଡ ଉପରେ ହିଁ ଅଛି। ମୋତେ ଯେଉଁମାନେ ପଚାରନ୍ତି ଆପଣ ବଲିଉଡ୍‌ କି ଟଲିଉଡ୍‌କୁ କେବେ ଯିବେ, ସେମାନଙ୍କୁ ମୁଁ କୁହେ, ଆମେ ଆମ ଇଣ୍ଡଷ୍ଟ୍ରୀକୁ ଏମିତି ସ୍ତରକୁ ନେବା ଯେମିତି ଅନ୍ୟ ଇଣ୍ଡଷ୍ଟ୍ରୀର କଳାକାରମାନେ ଓଲିଉଡ୍‌କୁ ଆସିବାକୁ ଚାହିଁବେ। ସେ ଦିନ ଦୂର ହୋଇପାରେ ଓ କଷ୍ଟ ହୋଇପାରେ, ହେଲେ ଆମକୁ ହିଁ କରିବାକୁ ପଡ଼ିବ।
ମଡେଲିଂ ପ୍ରତି ଆପଣଙ୍କର ଓ୍ବିକ୍‌ନେସ୍‌ ଅଛି। ଆଗକୁ ସେଥିରେ କିଛି କରିବାକୁ ଯୋଜନା ଅଛି କି?
*ମଡେଲିଂ ପ୍ରତି ଆଗରୁ ଆଗ୍ରହ ନଥିଲା। ଏବେ ନୂଆ ନୂଆ ଜାଗ୍ରତ ହୋଇଛି। ଫ୍ୟାଶନ ଶୋ’ କରିବାର ବହୁତ ଇଚ୍ଛା ଅଛି। ଅଭିନୟ ମୋର ପ୍ରାଥମିକତା। ତେଣୁ ମଡେଲିଂରେ ଏତେ ଧ୍ୟାନ ଦେଉନି।
ଶିବାନୀଙ୍କୁ ରୋଷେଇ କରିବା ଜଣା ଅଛି ?
*ହଁ , କାମ ଚଳାଇ ଦେଇପାରେ। କେବଳ ମ୍ୟାଗି, ଚା’ ନୁହେଁ, ବହୁତ ଭଲ କରି ନପାରିଲେ ବି ଅତିକମ୍‌ରେ ରୁଟି, ଡାଲ୍‌ମା କରିପାରେ।
କ’ଣ ଖାଇବାକୁ ଭଲଲାଗେ?
*ମୁଁ ବହୁତ ଫୁଡି। ସ୍ମୋକ୍‌ ଫିସ୍‌ ବହୁତ ପସନ୍ଦ। କଦଳୀ ପତ୍ରପୋଡ଼ା ମାଛ, ଚିକେନ୍‌ ଲଲିପପ୍‌, ପନିର୍‌ ମଞ୍ଚୁରିଆନ୍‌ ଖାଇବାକୁ ଭଲଲାଗେ। ପନିର୍‌ର ସବୁକିଛି ଭଲଲାଗେ।
କ’ଣ ପିନ୍ଧିବା ପସନ୍ଦ?
*ଇଣ୍ଡିଆନ୍‌ ଓ୍ବେର୍‌ ମୋତେ ଭଲଲାଗେ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri