Posted inଫୁରସତ

ରହସ୍ୟମୟ ପର୍ଯ୍ୟଟନ ସ୍ଥଳୀ

ଏମିତି କିଛି ପର୍ଯ୍ୟଟନସ୍ଥଳ ରହିଛି, ଯାହା କେବଳ ତା’ର ସୌନ୍ଦର୍ଯ୍ୟ ପାଇଁ ନୁହେଁ । ତା’ର ରହସ୍ୟ ପାଇଁ ବି ପର୍ଯ୍ୟଟକଙ୍କୁ ନିଜ ଆଡକୁ ସବୁବେଳେ ଆକର୍ଷିତ କରିଥାଏ…

ଡୁମାସ୍‌ ବେଳାଭୂମି: ଆରବ ସାଗର କୂଳରେ ଥିବା ଗୁଜରାଟର ଡୁମାସ ବେଳାଭୂମି ପର୍ଯ୍ୟଟକଙ୍କୁ ଆକର୍ଷଣ କରେ। ଏହି ବେଳାଭୂମି କଳାବାଲି ଓ ଭୌତିକ ଘଟଣା ପାଇଁ ଜଣାଶୁଣା। ଏକଦା ଏହି ବେଳାଭୂମି ଘାଟରେ ଶବଦାହ କରାଯାଉଥିଲା। ଏବେ ମଧ୍ୟ ରାତିରେ ଏଠାରେ କାହାର କାନ୍ଦଣା ଓ ଫୁସ୍‌ଫୁସ୍‌ କଥାବାର୍ତ୍ତା ଶୁଣିବାକୁ ମିଳେ। ସକାଳୁ ମର୍ନିଂୱାକ୍‌ କିମ୍ବା ପର୍ଯ୍ୟଟନରେ ଆସିଥିବା କେତେକ ଏଭଳି ଶବ୍ଦ ଶୁଣିଥିବା କୁହନ୍ତି। କୁହାଯାଏ ଯେ, ଏହି ରହସ୍ୟପୂର୍ଣ୍ଣ ବେଳାଭୂମିରେ ଗବେଷଣା କରୁଥିବା ବହୁ ଲୋକଙ୍କର ମୃତ୍ୟୁ ଘଟିଛି। ତେବେ ସେସବୁର କାରଣ ଜଣାପଡ଼ି ନାହିଁ ।

ଡାଓ ହିଲ୍‌ ଷ୍ଟେଶନ୍‌: ପଶ୍ଚିମବଙ୍ଗର କୁର୍‌ସିଓଙ୍ଗ୍‌ସ୍ଥିତ ଡାଓ ହିଲ୍‌ ଷ୍ଟେଶନ୍‌ର ଶାନ୍ତ ପରିବେଶ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। କିନ୍ତୁ ଡିସେମ୍ବରରୁ ମାର୍ଚ୍ଚ ପର୍ଯ୍ୟନ୍ତ ଏହି ହିଲ୍‌ ଷ୍ଟେଶନ୍‌ ଶୂନଶାନ୍‌ ରୁହେ। ଏହି ହିଲ୍‌ ଷ୍ଟେଶନ୍‌କୁ ହଣ୍ଟେଡ୍‌ ବୋଲି ଲୋକେ କୁହନ୍ତି। ପାର୍ବତ୍ୟାଞ୍ଚଳରେ ଥିବା ଏହି ଘଞ୍ଚ ଜଙ୍ଗଲ ପରିବେଷ୍ଟିତ ହିଲ୍‌ ଷ୍ଟେଶନ ଅନେକ ଲୋକଙ୍କ ମୃତ୍ୟୁର ମୂକସାକ୍ଷୀ। ସେଥିପାଇଁ ଏହି ରାସ୍ତାରେ ଯିବାବେଳେ ଦେହ ଶିହରି ଉଠେ ବୋଲି କୁହାଯାଏ। ବିକଟାଳ ସ୍ବର ଏବଂ ଭୂତପ୍ରେତଙ୍କ ଛାଇ ଲୋକମାନଙ୍କୁ ଦେଖାଯାଏ। ଜଙ୍ଗଲକୁ ଗଛ କାଟିବା ପାଇଁ ଯାଉଥିବା ଲୋକମାନେ ଭୂତଙ୍କ ଛାଇ ଦେଖିବା ସହ ମୁଣ୍ଡ ବିହୀନ ଶରୀର ହଠାତ୍‌ ଦୃଶ୍ୟମାନ ହୋଇ ପୁଣି ଅଦୃଶ୍ୟ ହୋଇଯାଉଥିବା କହିଥାନ୍ତି।

ଫିରୋଜ୍‌ ଶାହ କୋଟ୍‌ଲା ଦୁର୍ଗ: ଫିରୋଜ ଶାହ ତୋଗଲକ ତାଙ୍କ ପ୍ରେମିକାଙ୍କ ଉଦ୍ଦେଶ୍ୟରେ ତିଆରି କରିଥିଲେ ଏହି ଦୁର୍ଗ ସମେତ ଫିରୋଜାବାଦ ସହର। ଏବେ ଏହି ଦୁର୍ଗକୁ ହଣ୍ଟେଡ୍‌ କୁହାଯାଉଛି। ଏଥି ଯୋଗୁ ଏଠାରେ ଏବେ ପର୍ଯ୍ୟଟକଙ୍କ ଭିଡ଼ କମ୍‌ ରହିଥାଏ। ଦୁର୍ଗଟି ସୁନ୍ଦର କିନ୍ତୁ ରହସ୍ୟପୂର୍ଣ୍ଣ। କୁହାଯାଏ ଯେ, ଦୁର୍ଗର ଧ୍ୱଂସାବଶେଷରେ ଜିନ୍‌ ରୁହନ୍ତିି। ଏହି ସ୍ଥାନକୁ ପରୀମାନେ ଭ୍ରମଣରେ ଆସନ୍ତି। ଏହାଛଡ଼ା ଏଠାରେ ପୂର୍ବରୁ ବହୁ ଆତ୍ମହତ୍ୟା ଘଟଣା ଘଟିଛି। ଏଠାରେ ନିର୍ମିତ ଘରଗୁଡ଼ିକର ସମ୍ମୁଖ ଦ୍ୱାର ବିପରୀତ ଦିଗକୁ ତିଆରି ହୋଇଛି। ଏସବୁ କାରଣରୁ ଏହାର ଦାୟିତ୍ୱରେ ଥିବା କର୍ତ୍ତୃପକ୍ଷ ଏହି ଦୁର୍ଗ ଭିତରକୁ ଯିବାକୁ ମନା କରିଥାନ୍ତି।

ଶାନିୱାରୱାଡ଼ା ଦୁର୍ଗ: ମହାରାଷ୍ଟ୍ରର ପୁଣେ ସହରରେ ରହିଛି ଶାନିୱାର୍‌ୱାଡ଼ା ଦୁର୍ଗ। ୧୭୪୬ରେ ଏହା ନିର୍ମାଣ କରାଯାଇଥିଲା। ୧୮୧୮ମସିହା ପର୍ଯ୍ୟନ୍ତ ଏଠାରେ ମରହଟ୍ଟା ପେଶୱାମାନଙ୍କର ରାଜତ୍ୱ ଥିଲା। ଏହାପରେ ପେଶୱାମାନେ ବ୍ରିଟିଶ୍‌ମାନଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ। ଏହି ଦୁର୍ଗ ପେଶୱାମାନଙ୍କ ଉନ୍ନତଶୈଳୀର କଳାକୃତି ପାଇଁ ପ୍ରସିଦ୍ଧ ଥିଲା। ତେବେ ଏହି ଦୁର୍ଗରେ ଏବେ ଭୂତପ୍ରେତ ଚଳପ୍ରଚଳ ହେଉଥିବା କୁହାଯାଏ। ଜଣେ ୧୩ ବର୍ଷର ଯୁବରାଜଙ୍କୁ ଏହି ଦୁର୍ଗରେ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ମଧ୍ୟରାତ୍ରିରେ ଏହି ଦୁର୍ଗ ମଧ୍ୟରୁ ଯୁବରାଜଙ୍କ ଚିତ୍କାର ଶୁଣିବାକୁ ମିଳେ ବୋଲି କୁହାଯାଏ। ଏପରିକି ପୂର୍ଣ୍ଣିମା ରାତିରେ ଯୁବରାଜଙ୍କ ଆତ୍ମା ଅଧିକ ସକ୍ରିୟ ହୋଇଯାଏ ବୋଲି ଲୋକ କୁହନ୍ତି।

ରାମୋଜୀ ଫିଲ୍ମ ସିଟି: ରାମୋଜୀ ଫିଲ୍ମ ସିଟି ଫିଲ୍ମ ନିର୍ମାତାଙ୍କ ପାଇଁ ଏକ ବଡ଼ ପ୍ଲାଟ୍‌ଫର୍ମ କହିଲେ ଭୁଲ ହେବ ନାହିଁ। ତେବେ ଏହି ସ୍ଥାନରେ ହୋଇଥିବା ବଡ଼ ବଡ଼ ହୋଟେଲ ତିଆରି ପଛରେ ବହୁ ବିବାଦୀୟ କାହାଣୀ ରହିଛି। କୁହାଯାଏ ଯେ,ଏଠାରେ ଆଲୌକିକ ଘଟଣାମାନ ଘଟିଥାଏ। ଯେଉଁ ସ୍ଥାନରେ ରାମୋଜୀ ଫିଲ୍ମ ସିଟି ତିଆରି ହୋଇଛି ସେଠାରେ ଏକ ନିଷ୍ଠୁର ଓ ନିର୍ମମ ଯୁଦ୍ଧ ଘଟିଥିଲା। ସେହି ଯୁଦ୍ଧରେ ବହୁତ କିଛି ନଷ୍ଟଭ୍ରଷ୍ଟ ହୋଇଯାଇଥିଲା। ଲୋକଙ୍କ କହିବାନୁଯାୟୀ ଏବେ ସେଠାକୁୁ ଯେଉଁମାନେ ଯାଆନ୍ତି ସେମାନଙ୍କ ଉପରେ କେହି ଅତର୍କିତ ଭାବେ ଆକ୍ରମଣ କରେ। ଏଥିରେ ସେମାନେ ଗୁରୁତର ଭାବେ ଆହତ ମଧ୍ୟ ହୋଇଥିବା କହିଛନ୍ତିି। ଆଉ କେତେକଙ୍କ କହିବାନୁଯାୟୀ ଅଧିକାଂଶ ଝିଅ ହିଁ ଭୂତମାନଙ୍କ ଶିକାର ହେଉଛନ୍ତି। କେହି ଅଦୃଶ୍ୟ ଶକ୍ତି ସେମାନଙ୍କ ପୋଷାକ ନେଇଯିବା, ରୁମ୍‌ରେ କେହି ନ ଥିବା ବେଳେ ବାଥ୍‌ରୁମ୍‌ କବାଟ ଠକ୍‌ଠକ୍‌ ହେବା ଆଦି ଘଟଣାମାନ ଘଟିଥାଏ ବୋଲି ଲୋକେ କୁହନ୍ତି।

ଅଗ୍ରସେନ୍‌ ବାଓଲି: ଚିରସ୍ମରଣୀୟ ସ୍ମାରକୀ କେବେ କାହାର ପ୍ରାଣ ନେଇଯିବ ତାହା ସହଜରେ ବିଶ୍ୱାସ ହୁଏନାହିଁ। କିନ୍ତୁ ଦିଲ୍ଲୀର କେନ୍ଦ୍ରରେ ଥିବା ଏହି ସ୍ମାରକୀ ଅଦ୍ଭୁତ ତଥା ରହସ୍ୟମୟ ା କୁହାଯାଏ ଚତୁର୍ଦ୍ଦଶ ଶତାବ୍ଦୀରେ ଏହି ବାଓଲି(ଗଭୀର କୂପ)କୁ ମହାରାଜ ଅଗ୍ରସେନ ନିର୍ମାଣ କରିଥିଲେ। ବର୍ତ୍ତମାନ ଏହା ସମ୍ପୂର୍ଣ୍ଣ ଶୁଷ୍କ। ଦିନଥିଲା ଏହି ବାଓଲି କଳା ମଚମଚ ପାଣିରେ ପରିପୂର୍ଣ୍ଣ ଥିଲା। ଏହି କଳାପାଣି ଲୋକମାନଙ୍କୁ ମନ୍ତ୍ରମୁଗ୍ଧ କରି ନିଜ ଆଡ଼କୁ ଆକର୍ଷିତ କରୁଥିଲା। ପାଣିରେ ନିଜ ଜୀବନକୁ ଉତ୍ସର୍ଗ କରିବା ପାଇଁ ବଶୀଭୂତ କରୁଥିବା ଏହି ପାଣି ହତ୍ୟାକାରୀ ଥିଲା ବୋଲି କୁହାଯାଏ। ଲୋକମାନେ ବଶୀଭୂତ ହୋଇ ପାଣିକୁ ଡେଇଁ ନିଜ ଅଜାଣତରେ ଆତ୍ମହତ୍ୟା କରୁଥିଲେ ବୋଲି ସ୍ଥାନୀୟ ଲୋକେ କହିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଜପତି କୋଣାର୍କ ପଠାଇଥିଲେ ରାଜାଭିଷେକ, ବିବାହ ବେଳର ୧,୫୧,୬୫୧ ମାଢ଼ ସୁନା

ଗତ ସଂଖ୍ୟାରେ ଆମେ ସାମ୍ରାଜ୍ୟ କେଉଁଠୁ, କେଉଁମାନେ ମନ୍ଦିର ନିର୍ମାଣ ପାଇଁ କେତେ ସହଯୋଗ କରିଥିଲେ ତା’ର ଏକ ଚିତ୍ର ଦେବାକୁ ଆରମ୍ଭ କରିଥିଲୁ। ଓଡ଼ିଆମାନେ ମନ୍ଦିର…

ମା’ କାଳୀଙ୍କ ପାଦତଳେ କାହିଁକି ଶୋଇଥିଲେ ଭଗବାନ ଶିବ, ଜାଣନ୍ତୁ ଆକର୍ଷଣୀୟ କାହାଣୀ…

ଆଜି ହେଉଛି ପବିତ୍ର ମହାଶିବରାତ୍ରି। ଏହି ଦିନରେ ଭଗବାନ ଶିବଙ୍କୁ ପୂଜା ଏବଂ ଉପବାସ କରାଯାଏ। ଏହି ଦିନରେ ଉପବାସ ଏବଂ ପୂଜା କରିବା ଦ୍ୱାରା ଆନନ୍ଦ…

ପ୍ରେମ ପାଇଁ ଦିନ ନୁହେଁ, ମନଟିଏ ଲୋଡ଼ା

ଆଜି ଭାଲେଣ୍ଟାଇନ୍ସ ଡେ’। ପ୍ରେମ ଦିବସ। ମନର ମଣିଷ ସହ ହଜେଇବାର ଦିନଟିଏ। ପ୍ରେମୀଯୁଗଳଙ୍କ ପାଇଁ ସ୍ବପ୍ନ ଓ ସମ୍ଭାବନାର ମୁହୂର୍ତ୍ତ। ପାଶ୍ଚାତ୍ୟ ଦେଶରୁ ଆରମ୍ଭ ହୋଇଥିବା…

ନିଆରା ଟ୍ରେନ: ଲାଲ୍‌ ସିଗ୍‌ନାଲ୍‌ ନୁହେଁ, ହାତରେ ଯାଏ ଅଟକି

ପ୍ରତିଦିନ ହଜାର ହଜାର ଟ୍ରେନ ଦେଶସାରା ସିଗନାଲ ଅନୁସାରେ ଚାଲିଥାଏ। ସିଗନାଲ ଗ୍ରୀନ୍‌ ହେଲେ ଆରମ୍ଭ ହୁଏ ଏବଂ ସିଗନାଲ ଲାଲ ହେଲେ ବନ୍ଦ ହୋଇଯାଏ। ଭାରତରେ…

ଭାରତର ପ୍ରଥମ ଟ୍ରେନ୍‌, ଜାଣନ୍ତୁ ଏହା ବିଷୟରେ କିଛି ଆକର୍ଷଣୀୟ କଥା…

ଭାରତରେ ଅଧିକାଂଶ ଲୋକ ଟ୍ରେନ୍‌ରେ ଯାତ୍ରା କରିବାକୁ ପସନ୍ଦ କରନ୍ତି। ଭାରତରେ ରେଳ ଯାତ୍ରାକୁ ସୁଲଭ ଏବଂ ଆରାମଦାୟକ ବୋଲି ବିବେଚନା କରାଯାଏ। ଏହି କାରଣରୁ ଭାରତୀୟ…

ଗୁଗ୍‌ଲକୁ ପଚାରିଲେ ଚୋରି କରିବାର ଉପାୟ, ଲୁଟେରା ପରେ ଯାହା କଲେ ଜାଣିଲେ…

ଜୟପୁର,୧୧ା୨: ଅନେକ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କାହାଣୀଗୁଡ଼ିକ ସିଧାସଳଖ କୌଣସି ଫିଲ୍ମର ସିନ୍‌ ପରି ମନେହୁଏ। ଜୟପୁରରଏକି ଚୋରି ଘଟଣା ଠିକ୍‌ ଫିଲ୍ମର କାହାଣୀ…

କେଉଁଦିନ ହେବ ମହାବିନାଶକାରୀ ରାତି? ଜଣାପଡିଲା ପ୍ରଳୟର ତାରିଖ!

ବିଶ୍ୱାସ, ଇତିହାସ ଏବଂ ରାଜନୀତି ଉପରେ ହେଉଥିବା ବିତର୍କରେ ପ୍ରାୟତଃ ବିନାଶକାରୀ ରାତିର ଉଲ୍ଲେଖ କରାଯାଏ। ସମ୍ପ୍ରତି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ…

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri