Posted inଖେଳ

ରଶ୍ମି, ଲଖି, ପ୍ରଶାନ୍ତ, ରୋଶନାରା ସମ୍ବର୍ଦ୍ଧିତ ହେବେ

ଭୁବନେଶ୍ୱର, ୨୪।୯(କ୍ରୀଡ଼ା ପ୍ରତିନିଧି)-
ଜଗତଜ୍ଜନନୀ ମା’ ଦୁର୍ଗାଙ୍କର ଶାରଦୀୟ ଉତ୍ସବ ଅବସରରେ ଶହିନ ନଗର ଦୁର୍ଗାପୂଜା କମିଟି ପକ୍ଷରୁ ୪ କ୍ରୀଡ଼ାବିତ୍‌ଙ୍କୁ ସମ୍ବର୍ଦ୍ଧିତ କରାଯିବ। ୨୦୦୭ରୁ ଏହି ଧାରା ଆରମ୍ଭ ହୋଇଛି ଏବଂ ଏଥର ମହାସପ୍ତମୀରୁ ବିଜୟା ଦଶମୀ ମଧ୍ୟରେ ଓଡ଼ିଶାର କୃତୀ କ୍ରୀଡ଼ାବିତ୍‌ଙ୍କୁ ସମ୍ବର୍ଦ୍ଧିତ କରିବାକୁ ଯାଉଛୁ ବୋଲି ସୋମବାର ଆୟୋଜିତ ଖବରଦାତା ସମ୍ମିଳନୀରେ କମିଟି ସମ୍ପାଦକ ନାରାୟଣ ମହାପାତ୍ର। ପରମ୍ପରାକୁ ବଜାୟ ରଖି ଆମେ ମହାସପ୍ତମୀ ଦିନ ବଡିବିଲ୍ଡର ରଶ୍ମିରଞ୍ଜନ ସାହୁ, ମହାଷ୍ଟମୀରେ ମହିଳା ଗଲ୍ଫ ଖେଳାଳି ଲଖି ସ୍ବାଇଁ, ମହାନବମୀରେ କ୍ରୀଡ଼ା ସଙ୍ଗଠକ ପ୍ରଶାନ୍ତ କୁମାର ନାୟକ ଏବଂ ଦଶମୀ ଦିନ ଅନ୍ତର୍ଜାତୀୟ ମହିଳା କ୍ରିକେଟ ତାରକା ରୋଶନାରା ପରବୀନଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ସେ କହିଛନ୍ତି। ପ୍ରତ୍ୟହ ସନ୍ଧ୍ୟା ଆଳତୀପରେ ପୂଜା ମଣ୍ଡପରେ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହେବ। ଏଥର ପ୍ରଥମଥରପାଇଁ ତାରକଷି ରୂପା ମେଢ଼ ସହ ସୁନ୍ଦର ତୋରଣ ନିର୍ମାଣ ହେବ। ମା’ଙ୍କର ସୁନା ମୁକୁଟ ଏଥର ଆକର୍ଷଣର କେନ୍ଦ୍ରବିନ୍ଦୁ ହେବ ବୋଲି ସେ କହିଛନ୍ତି। କମିଟିର ମୁଖ୍ୟ ଉପଦେଷ୍ଟା ଜଗନ୍ନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଯୁଗ୍ମ ସମ୍ପାଦକ ପଙ୍କଜ ପଟ୍ଟନାୟକ, କୋଷାଧ୍ୟକ୍ଷ ହରିଶ ପ୍ରସାଦ ରଥ, ପୂର୍ବତନ କର୍ପୋରେଟର ଉମାନାଥ ମିଶ୍ର, ସମିତି ସଭ୍ୟ ଅଚ୍ୟୁତ ପ୍ରସାଦ ବେହେରା, ମଳୟ ରଞ୍ଜନ ମହାପାତ୍ର, ସରୋଜ ପାତ୍ର ଓ ଶ୍ରୀନିବାସ ରାଓ ପ୍ରମୁଖ ଉପସ୍ଥିତ ଥିଲେ।
ଅନୁଷ୍ଠାନ ପକ୍ଷରୁ ୨୦୦୭ରୁ ଏପର୍ଯ୍ୟନ୍ତ ଅଲିମ୍ପିଆନ ଆଥଲେଟ୍‌ ଅନୁରାଧା ବିଶ୍ୱାଳ, ଭାରତୀୟ ମହିଳା ଫୁଟବଲ ଦଳର ପୂର୍ବତନ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ଚେସ୍‌ ତାରକା ସ୍ବୟଂଶୁ ସତ୍ୟପ୍ରଜ୍ଞ, ଅଲିମ୍ପିଆନ ପଦ୍ମଶ୍ରୀ ଦିଲୀପ ତିର୍କୀ, ଅନ୍ତର୍ଜାତୀୟ କ୍ରିକେଟର ଦେବାଶିଷ ମହାନ୍ତି, ଚେସ୍‌ ତାରକା କିରଣ ମନୀଷା ମହାନ୍ତି, ମହିଳା ଫୁଟବଲର ସସ୍ମିତା ମଲିକ, ଭାରୋତ୍ତୋଳନକାରୀ ରାନୁ ମହାନ୍ତି, ଆଥଲେଟିକ୍‌ କୋଚ୍‌ ଅରୁଣ ଦାସ, କ୍ରିକେଟ କୋଚ୍‌ ଶଶାଙ୍କ ଦାସ, ଫୁଟବଲ ଖେଳାଳି ଗୀତାଞ୍ଜଳି ଖୁଣ୍ଟିଆ, ବଡିବିଲ୍ଡର କାର୍ତ୍ତିକେଶ୍ୱର ଜେନା, ଆଥଲେଟିକ୍‌ କୋଚ୍‌ ନୀଳମାଧବ ଦେଓ, ଫୁଟବଲ ତାରକା ରାଜେନ୍ଦ୍ର ପ୍ରସାଦ ସିଂ, ମହିଳା ଫୁଟବଲ ଜମାବଣୀ ସୋରେନ, ବାସ୍କେଟବଲ ଖେଳାଳି ତଥା କୋଚ୍‌ ଅରୁପାନନ୍ଦ ରାଉତରାୟ, ଅନ୍ତର୍ଜାତୀୟ କ୍ରିକେଟର ଶିବସୁନ୍ଦର ଦାସ, ବାଲିକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ, କରାଟେକା ଭାଲେନା ଭାଲେଣ୍ଟିନା, ପର୍ବତାରୋହି ଗଣେଷ ଜେନା, ଧାବିକା ସରସ୍ବତୀ ଚାନ୍ଦ, ଫୁଟବଲ କୋଚ୍‌ ନନ୍ଦକିଶୋର ପଟ୍ଟନାୟକ, ଫୁଟବଲ ଖେଳାଳି ଆଲୋଚନା ସେନାପତି, ଭାରୋତ୍ତୋଳନକାରୀ ପ୍ରମିଳା କିର୍ସାନୀ, ମହିଳା ଫୁଟବଲର ସୁଭଦ୍ରା ନାଏକ, କବାଡ଼ି ଖେଳାଳି ଅରବିନ୍ଦ ଖୁଣ୍ଟିଆ, ସନ୍ତରଣ ପ୍ରତିଭା ପ୍ରତ୍ୟାଶା ରାୟ, ଫୁଟବଲ କୋଚ୍‌ ଗଙ୍ଗାଧର ବେହେରା, ରଗ୍‌ବୀ ଖେଳାଳି ପ୍ରଜ୍ଞା ଗରାବଡ଼ୁ, ଆଥଲେଟ୍‌ ଅମୀୟ ମଲିକ, ଚେସ୍‌ ପ୍ରତିଭା ସାଇନା ସାଲୋନିକା, ରୋଇଂ କୋଚ୍‌ ଜୋସ ଜ୍ୟାକବ, ସ୍ନୁକର ତାରକା ସୁବ୍ରତ ଦାସ, କବାଡ଼ି କୋଚ୍‌ ସଂହିତା ଦାସ, ବିଶିଷ୍ଟ ଫିଜିଓ ଡ. ମୁକ୍ତିପ୍ରସାଦ ଦାଶ ଏବଂ କ୍ରିକେଟ ଭାଷ୍ୟକାର ନିଶାନ୍ତ ମାଜିଥିଆଙ୍କୁ ସମ୍ପର୍ଦ୍ଧିତ କରାଯାଇଥିବା ସୂଚନା ଦିଆ ଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

ଟି-୨୦ ବିଶ୍ୱକପରୁ ବାଦ୍‌ ପଡିଲେ ଏହି ୩ ଷ୍ଟାର ଖେଳାଳି, ଆଇପିଏଲ ନିଲାମରେ କୋଟି କୋଟି ଟଙ୍କା ମିଳି ମଧ୍ୟ…

ନୂଆଦିଲ୍ଲୀ,୩୦।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଇଂଲଣ୍ଡର ଦଳ ଘୋଷଣା କରାଯାଇଛି। ଇସିବି ଅସ୍ଥାୟୀ ଦଳ ପ୍ରକାଶ କରିଛି। ଦଳରେ ହ୍ୟାରି ବ୍ରୁକ (ଅଧିନାୟକ), ଜୋଫ୍ରା...

ବଲିଉଡ ଅଭିନେତ୍ରୀଙ୍କ ବିସ୍ଫୋରକ ବୟାନ, ବିବାହିତ ସୂରିୟାଙ୍କୁ ନେଇ ଚର୍ଚ୍ଚା

ମୁମ୍ବାଇ,୩୦।୧୨: ଭାରତୀୟ ଟି-୨୦ କ୍ରିକେଟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଚାଞ୍ଚଲ୍ୟକର ଦାବି କରିଛନ୍ତି ବଲିଉଡ ଅଭିନେତ୍ରୀ। ପୂର୍ବରୁ ଅନେକ ଅଭିନେତ୍ରୀଙ୍କ ସହିତ କ୍ରିକେଟରଙ୍କ...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୩୦।୧୨: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଭାରତରେ ହେବାକୁ ଥିବା ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଏହାର ଦଳ ଘୋଷଣା କରିଛି। ଆଶ୍ଚର୍ଯ୍ୟଜନକ...

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ ଯୋଗୁ ହଠାତ୍‌ ସ୍ଥଗିତ ରହିଲା ୨ଟି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌

ଢାକା,୩୦।୧୨: ଆଜି ସକାଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ପରଲୋକ ଯୋଗୁ ବାଂଲାଦେଶ କ୍ରିକେଟ ବୋର୍ଡ ମଙ୍ଗଳବାର, ଡିସେମ୍ବର ୩୦, ୨୦୨୫ରେ ହେବାକୁ ଥିବା ଉଭୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri