Posted inଖେଳ

ରଶ୍ମି, ଲଖି, ପ୍ରଶାନ୍ତ, ରୋଶନାରା ସମ୍ବର୍ଦ୍ଧିତ ହେବେ

ଭୁବନେଶ୍ୱର, ୨୪।୯(କ୍ରୀଡ଼ା ପ୍ରତିନିଧି)-
ଜଗତଜ୍ଜନନୀ ମା’ ଦୁର୍ଗାଙ୍କର ଶାରଦୀୟ ଉତ୍ସବ ଅବସରରେ ଶହିନ ନଗର ଦୁର୍ଗାପୂଜା କମିଟି ପକ୍ଷରୁ ୪ କ୍ରୀଡ଼ାବିତ୍‌ଙ୍କୁ ସମ୍ବର୍ଦ୍ଧିତ କରାଯିବ। ୨୦୦୭ରୁ ଏହି ଧାରା ଆରମ୍ଭ ହୋଇଛି ଏବଂ ଏଥର ମହାସପ୍ତମୀରୁ ବିଜୟା ଦଶମୀ ମଧ୍ୟରେ ଓଡ଼ିଶାର କୃତୀ କ୍ରୀଡ଼ାବିତ୍‌ଙ୍କୁ ସମ୍ବର୍ଦ୍ଧିତ କରିବାକୁ ଯାଉଛୁ ବୋଲି ସୋମବାର ଆୟୋଜିତ ଖବରଦାତା ସମ୍ମିଳନୀରେ କମିଟି ସମ୍ପାଦକ ନାରାୟଣ ମହାପାତ୍ର। ପରମ୍ପରାକୁ ବଜାୟ ରଖି ଆମେ ମହାସପ୍ତମୀ ଦିନ ବଡିବିଲ୍ଡର ରଶ୍ମିରଞ୍ଜନ ସାହୁ, ମହାଷ୍ଟମୀରେ ମହିଳା ଗଲ୍ଫ ଖେଳାଳି ଲଖି ସ୍ବାଇଁ, ମହାନବମୀରେ କ୍ରୀଡ଼ା ସଙ୍ଗଠକ ପ୍ରଶାନ୍ତ କୁମାର ନାୟକ ଏବଂ ଦଶମୀ ଦିନ ଅନ୍ତର୍ଜାତୀୟ ମହିଳା କ୍ରିକେଟ ତାରକା ରୋଶନାରା ପରବୀନଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ସେ କହିଛନ୍ତି। ପ୍ରତ୍ୟହ ସନ୍ଧ୍ୟା ଆଳତୀପରେ ପୂଜା ମଣ୍ଡପରେ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହେବ। ଏଥର ପ୍ରଥମଥରପାଇଁ ତାରକଷି ରୂପା ମେଢ଼ ସହ ସୁନ୍ଦର ତୋରଣ ନିର୍ମାଣ ହେବ। ମା’ଙ୍କର ସୁନା ମୁକୁଟ ଏଥର ଆକର୍ଷଣର କେନ୍ଦ୍ରବିନ୍ଦୁ ହେବ ବୋଲି ସେ କହିଛନ୍ତି। କମିଟିର ମୁଖ୍ୟ ଉପଦେଷ୍ଟା ଜଗନ୍ନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଯୁଗ୍ମ ସମ୍ପାଦକ ପଙ୍କଜ ପଟ୍ଟନାୟକ, କୋଷାଧ୍ୟକ୍ଷ ହରିଶ ପ୍ରସାଦ ରଥ, ପୂର୍ବତନ କର୍ପୋରେଟର ଉମାନାଥ ମିଶ୍ର, ସମିତି ସଭ୍ୟ ଅଚ୍ୟୁତ ପ୍ରସାଦ ବେହେରା, ମଳୟ ରଞ୍ଜନ ମହାପାତ୍ର, ସରୋଜ ପାତ୍ର ଓ ଶ୍ରୀନିବାସ ରାଓ ପ୍ରମୁଖ ଉପସ୍ଥିତ ଥିଲେ।
ଅନୁଷ୍ଠାନ ପକ୍ଷରୁ ୨୦୦୭ରୁ ଏପର୍ଯ୍ୟନ୍ତ ଅଲିମ୍ପିଆନ ଆଥଲେଟ୍‌ ଅନୁରାଧା ବିଶ୍ୱାଳ, ଭାରତୀୟ ମହିଳା ଫୁଟବଲ ଦଳର ପୂର୍ବତନ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ଚେସ୍‌ ତାରକା ସ୍ବୟଂଶୁ ସତ୍ୟପ୍ରଜ୍ଞ, ଅଲିମ୍ପିଆନ ପଦ୍ମଶ୍ରୀ ଦିଲୀପ ତିର୍କୀ, ଅନ୍ତର୍ଜାତୀୟ କ୍ରିକେଟର ଦେବାଶିଷ ମହାନ୍ତି, ଚେସ୍‌ ତାରକା କିରଣ ମନୀଷା ମହାନ୍ତି, ମହିଳା ଫୁଟବଲର ସସ୍ମିତା ମଲିକ, ଭାରୋତ୍ତୋଳନକାରୀ ରାନୁ ମହାନ୍ତି, ଆଥଲେଟିକ୍‌ କୋଚ୍‌ ଅରୁଣ ଦାସ, କ୍ରିକେଟ କୋଚ୍‌ ଶଶାଙ୍କ ଦାସ, ଫୁଟବଲ ଖେଳାଳି ଗୀତାଞ୍ଜଳି ଖୁଣ୍ଟିଆ, ବଡିବିଲ୍ଡର କାର୍ତ୍ତିକେଶ୍ୱର ଜେନା, ଆଥଲେଟିକ୍‌ କୋଚ୍‌ ନୀଳମାଧବ ଦେଓ, ଫୁଟବଲ ତାରକା ରାଜେନ୍ଦ୍ର ପ୍ରସାଦ ସିଂ, ମହିଳା ଫୁଟବଲ ଜମାବଣୀ ସୋରେନ, ବାସ୍କେଟବଲ ଖେଳାଳି ତଥା କୋଚ୍‌ ଅରୁପାନନ୍ଦ ରାଉତରାୟ, ଅନ୍ତର୍ଜାତୀୟ କ୍ରିକେଟର ଶିବସୁନ୍ଦର ଦାସ, ବାଲିକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ, କରାଟେକା ଭାଲେନା ଭାଲେଣ୍ଟିନା, ପର୍ବତାରୋହି ଗଣେଷ ଜେନା, ଧାବିକା ସରସ୍ବତୀ ଚାନ୍ଦ, ଫୁଟବଲ କୋଚ୍‌ ନନ୍ଦକିଶୋର ପଟ୍ଟନାୟକ, ଫୁଟବଲ ଖେଳାଳି ଆଲୋଚନା ସେନାପତି, ଭାରୋତ୍ତୋଳନକାରୀ ପ୍ରମିଳା କିର୍ସାନୀ, ମହିଳା ଫୁଟବଲର ସୁଭଦ୍ରା ନାଏକ, କବାଡ଼ି ଖେଳାଳି ଅରବିନ୍ଦ ଖୁଣ୍ଟିଆ, ସନ୍ତରଣ ପ୍ରତିଭା ପ୍ରତ୍ୟାଶା ରାୟ, ଫୁଟବଲ କୋଚ୍‌ ଗଙ୍ଗାଧର ବେହେରା, ରଗ୍‌ବୀ ଖେଳାଳି ପ୍ରଜ୍ଞା ଗରାବଡ଼ୁ, ଆଥଲେଟ୍‌ ଅମୀୟ ମଲିକ, ଚେସ୍‌ ପ୍ରତିଭା ସାଇନା ସାଲୋନିକା, ରୋଇଂ କୋଚ୍‌ ଜୋସ ଜ୍ୟାକବ, ସ୍ନୁକର ତାରକା ସୁବ୍ରତ ଦାସ, କବାଡ଼ି କୋଚ୍‌ ସଂହିତା ଦାସ, ବିଶିଷ୍ଟ ଫିଜିଓ ଡ. ମୁକ୍ତିପ୍ରସାଦ ଦାଶ ଏବଂ କ୍ରିକେଟ ଭାଷ୍ୟକାର ନିଶାନ୍ତ ମାଜିଥିଆଙ୍କୁ ସମ୍ପର୍ଦ୍ଧିତ କରାଯାଇଥିବା ସୂଚନା ଦିଆ ଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏମିତି ଛକା ମାରିଲେ ମୁକୁଲ: ଖୁସିରେ ଡେଇଁଲେ ମାଲିକ, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ,୧୦।୪: ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ପାଇଁ ଖେଳୁଥିବା ମୁକୁଲ ଚୌଧୁରୀ KKR ବିପକ୍ଷରେ ଏମିତି ଏକ ଛକା ମାରିଥିଲେ, ଯାହା ଅତ୍ୟନ୍ତ କଷ୍ଟକର କୃତିତ୍ୱ ବୋଲି…

ପର୍ପଲ-ଅରେଞ୍ଜ୍‌ କ୍ୟାପ୍‌ ରେସ୍‌ରେ ଅଛନ୍ତି ଏହି ଖେଳାଳି: IPL ୨୦୨୬ର ୧୫ ମ୍ୟାଚ୍‌ ପରେ…

ନୂଆଦିଲ୍ଲୀ,୧୦।୪: କୋଲକାତାର ଇଡେନ ଗାର୍ଡେନରେ କୋଲକାତା ନାଇଟ ରାଇଡର୍ସ (KKR) ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ମଧ୍ୟରେ IPL ୨୦୨୬ର ୧୫ତମ ମ୍ୟାଚ ଖେଳାଯାଇଥିଲା। ଏହି…

IPL ମଧ୍ୟରେ ଦୁଃଖଦ ଖବର: ପରଲୋକରେ ପୂର୍ବତନ ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ,୧୦।୪: ପୂର୍ବତନ ଭାରତୀୟ କ୍ରିକେଟର ଚିଙ୍ଗଲପୁତ ଦୋରାଇକାନୁ ଗୋପୀନାଥ (ସିଡି ଗୋପୀନାଥ)ଙ୍କର ୯୬ ବର୍ଷ ବୟସରେ ପରଲୋକ ଘଟିଛି। ସେ ୧୯୫୨ରେ ଇଂଲଣ୍ଡ ବିପକ୍ଷରେ ଭାରତର ପ୍ରଥମ…

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

ଅମ୍ପାୟରଙ୍କ ଗୋଟିଏ ଆଙ୍ଗୁଠି, ଭାଙ୍ଗିଗଲା ଦିଲ୍ଲୀର ସ୍ବପ୍ନ! ଖଳନାୟକ ପାଲଟିଛି କ୍ରିକେଟର ‘ଡେଡ ବଲ’ ନିୟମ

ନୂଆଦିଲ୍ଲୀ,୯।୪: କ୍ରିକେଟ ଅନିଶ୍ଚିତତାର ଖେଳ ଭାବରେ ଜଣାଶୁଣା, କିନ୍ତୁ ଯେତେବେଳେ ଅମ୍ପାୟାର ନିଷ୍ପତ୍ତିରୁ ଅନିଶ୍ଚିତତା ସୃଷ୍ଟି ହୁଏ, ଖେଳର ରୋମାଞ୍ଚ ବିବାଦରେ ପରିଣତ ହୁଏ। ଗତକାଲି ରାତିରେ…

ଗୁଜରାଟର ରୋମାଞ୍ଚକର ବିଜୟ ପରେ ବି ଶୁବମନଙ୍କୁ ଏତେ ଟଙ୍କା ଜରିମାନା କଲା BCCI, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୯।୪: ବୁଧବାର ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧ ରନରେ ପରାସ୍ତ କରିଛି। ଶୁବମନ ଗିଲ୍‌ଙ୍କ ସମେତ ତିନି ଜଣ ଗୁଜରାଟ ବ୍ୟାଟ୍ସମ୍ୟାନ…

ସ୍ମୃତି-ପଲାଶଙ୍କ ମଧ୍ୟରେ ହୋଇଗଲା ପ୍ୟାଚ୍‌ଅପ୍‌! ଖୁବ୍‌ଶୀଘ୍ର ହେବ ବିବାହ, ଏହି VIDEO ବଢାଉଛି ଚର୍ଚ୍ଚା

ମୁମ୍ବାଇ,୯।୪: ସଂଗୀତକାର ପଳାଶ ମୁଛଲ ଏବଂ ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନାଙ୍କ ମଧ୍ୟ ପ୍ୟାଚ୍‌ଅପ୍‌ ହୋଇଯାଇଛି। ଉଭୟ ଖୁବ୍‌ଶୀଘ୍ର ବିବାହ କରିବେ ବୋଲି…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri