ରଥଯାତ୍‌ରା ଉଧେ ସଜବାଜ ବଇଠକ୍‌

ବିନିକା,୫ା୬(ଡି.ଏନ୍‌.ଏ): ଫିବଛର ଲେଖେଁ ଚଲତି ବଛର ବି ବିନିକା ଏନ୍‌ଏସି ଅଂଚଲରେ ଆଏବାର ଜୁଲାଇ ୪ ତାରିଖ ଗୁରୁବାର ରଥଯାତ୍‌ରା ପାଲନ ହେବା। ଇଥର ପରଭୁ ଜଗନ୍ନାଥ, ବଳଭଦ୍ର ଆର ମାତା ସୁଭଦ୍ରା ନୂତନ ରଥରେ ବସି ଯାତ୍‌ରା ସମିଆରେ ଅଂଚଲବାସୀକୁ ଦରଶନ ଦେବେ। ଇ ବାବ୍‌ଦେ ମଙ୍ଗଲବାର ବିନିକା ଏନ୍‌ଏସି ସଭାକୁଠିଥି ଚଲତି ବଛର ରଥଯାତ୍‌ରାର ସଜବାଜ ବଇଠକ୍‌ ଅନୁଷ୍‌ଠିତ ହେଇଯାଇଛେ। ବୀରମହାରାଜପୁର ଉପ-ଜିଲାପାଲ ତଥା ବିନିକା ଏନ୍‌ଏସି ପରଶାସକ ସୁବ୍ରତ କୁମାର ବେହେରା ବଇଠକ୍‌ରେ ଅଧ୍ୟକ୍ଷତା କରିଥିଲେ। ବଇଠକ୍‌ରେ ବିନିକା ତହସିଲଦାର ଅଲେଖ ଘୁଟା, ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧ୍‌କାରୀ ଦୁଃଖିରାମ ନାଏକ, ବିନିକା ଏନ୍‌ଏସିର କାଉନ୍‌ସିଲ ସଭ୍ୟା/ସଭ୍ୟ ଆର ପୁରନା ରଥଯାତ୍‌ରା କମିଟିର ସଭ୍ୟମାନେ ଯୋଗଦେଇଥିଲେ। ପୁରାତନ ଲୁକ୍‌କର କହେବାର ହିସାବେ ବିନିକା ଅଂଚଲରେ ୧୨୩୦ ମସିହାନୁ ରଥଯାତ୍‌ରା ପାଲିତ ହେଇ ଅସୁଛେ। ହେଲେ ଇଥର ରଥଯାତ୍‌ରାଟା କେନ୍‌ଥେଇ ଜାକ୍‌ଜମକରେ ହେବା ସେ ଦିଗେ ବଇଠକ୍‌ରେ କଥାପଡ଼ିଥିଲା।