ରତନ ଟାଟା ୨୭ ବର୍ଷୀୟ ଯୁବକଙ୍କୁ ଫୋନ୍‌ କରି ପଚାରିଲେ, ମୋ ଆସିଷ୍ଟାଣ୍ଟ୍‌ ହେବେ କି

ବମ୍ବେ,୨୧।୧୧: ଦେଶର ଜଣାଶୁଣା ଉଦ୍ୟୋଗପତି ରତନ ଟାଟାଙ୍କ ସହ କାମ କରିବା ଅନେକଙ୍କ ପାଇଁ ଏକ ସ୍ବପ୍ନ ଥାଏ। କିନ୍ତୁ ଟାଟା ନିଜେ ଯଦି ଫୋନ୍‌ କରି ଚାକିରି ଅଫର୍‌ ଦେବ ତେବେ ତାହା ନିହାତି ସୌଭାଗ୍ୟର କଥା। ୨୭ ବର୍ଷୀୟ ଶାନ୍ତନୁ ନାଇଡୁଙ୍କୁ ଏଭଳି ଅଫର୍‌ ମିଳିଛି। ଫେସବୁକ୍‌ରେ ‘ହ୍ୟୁମାନ୍‌ ଅଫ୍‌ ବମ୍ବେ’ରେ ନିଜ ସଫଳତାର କାହାଣୀ ବଖାଣିଛନ୍ତି ଶାନ୍ତନୁ। ପାଞ୍ଚବର୍ଷ ପୂର୍ବେ ରାସ୍ତାରେ ବୁଲାକୁକୁରଙ୍କ ଦୁର୍ଘଟଣାରେ ମୃତ୍ୟୁ ହେଉଥିବା ଦେଖି ଶାନ୍ତନୁ ଅତ୍ୟନ୍ତ ଦୁଃଖିତ ଥିଲେ। ସେମାନଙ୍କ ପାଇଁ କିଛି କରିବାକୁ ସେ ଚିନ୍ତା କରିଥିଲେ। ଏଥିପାଇଁ ସେ ବୁଲା କୁକୁରଙ୍କ ବେକରେ ଏକ ରିଫ୍ଲେକ୍ଟର ଲଗାଇ ଥିଲେ। ଏହାଦ୍ୱାରା ଦ୍ରୁତ ଗତିରେ ଆସୁଥିବା ଗାଡି ଡ୍ରାଇଭର୍‌ଙ୍କୁ ରାସ୍ତାରେ କୁକର ଥିବା ଦୂରରୁ ଜଣାପଡିବ। ଶାନ୍ତୁନୁଙ୍କ ଏଭଳି କାମକୁ ଟାଟା ଗ୍ରୁପ୍‌ ଅଫ୍‌ କମ୍ପାନୀଜ୍‌ର ‘ନୁଜଲେଟର’ରେ ବେଶ୍‌ ପ୍ରଶଂସା କରାଯାଇଥିଲା। ଏହାପରେ ରତନ ଟାଟାଙ୍କୁ ଏକ ଚିଠି ଲେଖିଥିଲେ ଶାନ୍ତନୁ। ଦୁଇ ମାସ ପରେ ଏହାର ଉତ୍ତର ମିଳିଥିଲା। ରତନ ଟାଟା ନିଜେ ଶାନ୍ତନୁଙ୍କୁ ଭେଟିବାକୁ ଚାହୁଁଥିଲେ। ୨୦୧୪ରେ ପ୍ରଥମଥର ପାଇଁ ରତନ ଟାଟାଙ୍କୁ ମୁମ୍ବାଇରେ ସେ ଭେଟିଥିଲେ। ତାଙ୍କ କାର୍ଯ୍ୟର ପ୍ରଶଂସା କରିବା ସହ ଭବିଷ୍ୟତକୁ ବେଶ୍‌ କିଛି ପ୍ରଶ୍ନ ତାଙ୍କୁ ପଚାରିଥିଲେ ଟାଟା। ଏହାପରେ ଶାନ୍ତନୁ ମାଷ୍ଟର ଡିଗ୍ରୀ ପୂରା କରିବା ପାଇଁ ବିଦେଶ ପ୍ରଳାଇଥିଲେ। ଭାରତ ଫେରିବା ପରେଦିନେ ରତନ ଟାଟା ହଠାତ୍‌ ତାଙ୍କ ଫୋନ୍‌ କରି କହିଥିଲେ, ମୋତେ ଅଫିସରେ ବହୁତ କିଛି କାମ କରିବାର ଅଛି, ତୁମେ ମୋ ଆସିଷ୍ଟାଣ୍ଟ ହେବ କି? ବାସ୍‌ ଏତିକି ଶୁଣି ଶାନ୍ତନୁ ତୁରନ୍ତ ହଁ ମାରିଦେଇଥିଲେ। ଗତ ୧୮ ମାସ ହେବ ସେ ଟାଟା କମ୍ପାନୀରେ କାମ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆନନ୍ଦପୁର ବସଷ୍ଟାଣ୍ଡରେ ଚାଲିଥିଲା ଅବୈଧ ମଦ ବେପାର, ଖବରପାଇ ଅଚାନକ ଚଢାଉ କଲା ପୋଲିସ, ତା’ପରେ…

ହାଟଡିହୀ/ଆନନ୍ଦପୁର,୧l୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଆନନ୍ଦପୁର ବସଷ୍ଟାଣ୍ଡରେ ଅବୈଧ ଭାବେ ମଦ ବେପାର କରୁଥିବା ଜଣେ ଦୋକାନୀକୁ ପୋଲିସ ଗିରଫ କରିଛି…

ଜମିଜମା ବିବାଦ ନେଲା ବିବାଦ ଉଗ୍ରରୂପ: ବଡ଼ ଭାଇର ଟାଙ୍ଗିଆ ଚୋଟରେ ଚାଲିଗଲା ସାନ ଭାଇର ଜୀବନ

ତୁମୁଡିବନ୍ଧ, ୧।୬(ଦିପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କଦମ ପଦର ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଜମି ବିବାଦକୁ ନେଇ…

ବାଟରେ ରୋଗୀଙ୍କ ମୃତ୍ୟୁ ହୋଇଯିବାରୁ ଜଙ୍ଗଲ ରାସ୍ତାରେ ଓହ୍ଲାଇ ପଳାଇଲେ ବୋଲେରୋ ଚାଳକ, ମୃତ ସ୍ବାମୀଙ୍କୁ ଜଗିରହିଲେ ବୃଦ୍ଧା

ଥୁଆମୂଳ ରାମପୁର, ୧।୬ (ଦୁର୍ଗା କୀର୍ତ୍ତି): ସମାଜରୁ ହଜିଯାଉଛି ମାନବିକତା, ମଣିଷ ମନରୁ ଦୟାଭାବ କ୍ଷୁର୍ଣ୍ଣ ହେବାରେ ଲାଗିଛି। କଳାହାଣ୍ଡି ଜିଲା ଥୁଆମୂଳ ରାମପୁର- ଭବାନୀପାଟଣା ରାସ୍ତା…

୩ ମାସ ତଳେ ବିବାହ କରିଥିଲେ ମୋନାଲି,ମାରିଦେଲେ ଶାଶୁଘର ଲୋକେ: ଗୁମର ଖୋଲିଦେଲେ ଭଉଣୀ

ଛତ୍ରପୁର,୧/୬ (ଦିଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଦିନକୁ ଦିନ ଯୌତୁକ ନିର୍ଯାତନାଜନିତ ବଧୁ ହତ୍ୟା ବୃଦ୍ଧି ପାଉଥିବାବେଳେ ସୋମବାର ଆଉ ଏକ ଘଟଣା ସାମ୍ନାକୁ ଆସିଛି। ଖୋର୍ଦ୍ଧା ଜିଲା…

ଜିଲାପାଳଙ୍କୁ ଦାବିପତ୍ର ଦେଲେ ସୁନାବେଡ଼ା ଅଭୟାରଣ୍ୟବାସୀ

ନୂଆପଡ଼ା,୧ା୬ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ସୁନାବେଡ଼ା ଅଭୟାରଣ୍ୟରେ ବସବାସ କରୁଥିବା ଅଧିବାସୀ ସୋମବାର ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଜିଲାପାଳଙ୍କୁ ଭେଟି ୩…

ପୋଖରୀକୁ ଗାଧୋଇବା ପାଇଁ ଯାଇ ନିଖୋଜ ହୋଇଯାଇଥିଲେ ବ୍ୟକ୍ତି, ଖୋଜାଖୋଜି ପରେ ମିଳିଲା ତାଙ୍କ…

ଦିଗପହଣ୍ଡି,୧।୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ପଲ୍ଲୀ ଗ୍ରାମର ପୋଖରୀରୁ ରବିବାର ବିଳମ୍ବିତ ରାତିରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

ଚେକ୍‌ ରିପବ୍ଲିକ୍‌ ଦଳରେ ସ୍ଥାନ ପାଇଲେ ୧୭ ବର୍ଷୀୟ ଏହି ଖେଳାଳି, ଜାଣନ୍ତୁ…

ପ୍ରେଗ୍‌,୧ା୬: ବିଶ୍ୱକପ୍‌ ପାଇଁ ଚେକ୍‌ ରିପବ୍ଲିକ ଫୁଟ୍‌ବଲ ଦଳରେ ସ୍ପାର୍ଟା ପ୍ରେଗ୍‌ ୧୭ ବର୍ଷୀୟ ମିଡ୍‌ଫିଲ୍ଡର ହୁଗୋ ସୋଚୁରେକ୍‌ ସ୍ଥାନ ପାଇଛନ୍ତି। କୋସୋଭୋ ବିପକ୍ଷ ଏକ ଓ୍ବାର୍ମଅପ୍‌…

ବିଶ୍ୱକପ୍‌ ଫୁଟ୍‌ବଲ ସିଧା ପ୍ରସାରଣକୁ ନେଇ ଆସିଲା ବଡ଼ ଅପଡେଟ୍‌, ଭାରତୀୟ ପ୍ରଶଂସକ ଦେଖିବେ ଏହି ଚେନାଲରେ ଜାଣନ୍ତୁ…

ନୂଆଦିଲ୍ଲୀ,୧ା୬: ଜୀ ଏଣ୍ଟରଟେନ୍‌ମେଣ୍ଟ ଏଣ୍ଟରପ୍ରାଇଜେସ୍‌ ଲିମିଟେଡ (ଜୀଲ୍‌) ବିଶ୍ୱ ଫୁଟ୍‌ବଲ ପରିଚାଳନା ସଂସ୍ଥା ଫିଫା ସହ ଏକ ୮ବର୍ଷୀୟା ପାର୍ଟନରଶିପ୍‌ ଚୁକ୍ତି କରଥିବା ସୋମବାର ପ୍ରକାଶ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri