Posted inଖେଳ

ରଣ୍‌ଜୀ ଟ୍ରଫିରେ ଖେଳିଲେ ନାହିଁ ବୁମ୍‌ରା

ମୁମ୍ବାଇ,୨୫।୧୨: କେରଳ-ଗୁଜରାଟ ରଣଜୀ ମ୍ୟାଚ୍‌ରେ ଭାରତୀୟ ଦଳର ଯୁବ ପେସର ଯଶପ୍ରୀତ ବୁମରା ଅଂଶଗ୍ରହଣ କରି ନାହାନ୍ତି। ସୁରଟର ଲାଲଭାଇ କଣ୍ଟ୍ରାକ୍ଟର ଷ୍ଟାଡିୟମରେ ରଣ୍‌ଜୀ ସିଜନର ତୃତୀୟ ପର୍ଯ୍ୟାୟ ମ୍ୟାଚ୍‌ରେ ନିଜ ଫିଟ୍‌ନେସର ପ୍ରମାଣ ଦେବେ ବୋଲି ସୂଚନା ଦିଆଯାଇଥିଲା। ଗତ ୩ ମାସ ହେଲା ପଡ଼ିଆଠୁ ଦୂରେଇ ରହିଥିବାରୁ ତାଙ୍କ ଏଲିଟ୍‌ ଗ୍ରୁପ ଏ’ ମ୍ୟାଚ୍‌ ଖେଳିବାକୁ କୁହାଯାଇଥିଲା। ଏଥିରେ ବୁମରା ରାଜି ଥିଲେ। ମାତ୍ର ସେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଓ ସମ୍ପାଦକ ଜୟ ଶାହାଙ୍କ ସହ ଆଲୋଚନା କରିଥିଲେ। ୨୦୨୦ରେ ଟି୨୦ ବିଶ୍ୱକପ୍‌ ହେବାକୁ ଥିବାରୁ ଗାଙ୍ଗୁଲି ତାଙ୍କୁ ଧଳା ବଲ କ୍ରିକେଟରେ ଧ୍ୟାନ ନିବେଶ କରିବାକୁ କହିଛନ୍ତି। ଏହା ସ୍ପଷ୍ଟ କରିଛନ୍ତି ଗୁଜରାଟ ଅଧିନାୟକ ପାର୍ଥିବ ପଟେଲ। ବୁମରା ଏବେ ସିଧାସଳଖ ଶ୍ରୀଲଙ୍କା ବିପକ୍ଷ ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଖେଳିବେ। ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ ପାଇଁ ବହୁ ସମୟ ରହିଛି। ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଫେବୃୟାରୀ ୨୧ ତାରିଖରେ ଅନୁଷ୍ଠିିତ ହେବ। ସେପର୍ଯ୍ୟନ୍ତ କିଛି ରେଡ୍‌ ବଲ କ୍ରିକେଟ ଖେଳିବେ ନାହିଁ।

 


Enter your email to get our daily news in your inbox.

All Right Reserved By Dharitri.Com

‘ହର୍ମୁଜକୁ କଣ୍ଟ୍ରୋଲ କରୁଛି ଇରାନୀ ସେନା, କୌଣସି ହସ୍ତକ୍ଷେପକୁ ବରଦାସ୍ତ କରାଯିବ ନାହିଁ,’ ଟ୍ରମ୍ପଙ୍କୁ କଡ଼ା ଭାଷାରେ କହିଲେ ଆରାଘଚି

ତେହରାନ,୨୯।୬: ଆମେରିକା ଏବଂ ଇରାନ ମଧ୍ୟରେ ଚୁକ୍ତି ସତ୍ତ୍ୱେ, ଦୁଇ ରାଷ୍ଟ୍ର ମଧ୍ୟରେ ଉତ୍ତେଜନା ଏପର୍ଯ୍ୟନ୍ତ କମି ନାହିଁ। ଏହି ସମୟରେ, ତେହରାନ ସ୍ପଷ୍ଟ କରିଛି ଯେ…

୧୩ ଜୁଆଙ୍ଗଙ୍କ ମୃତ୍ୟୁ, କେନ୍ଦୁଝରରେ କଂଗ୍ରେସର ପ୍ରତିବାଦ

କେନ୍ଦୁଝର,୨୯ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ଦାଦନ ଖଟିବାକୁ ତାମିଲନାଡୁ ଯାଇ କେନ୍ଦୁଝର ଜିଲାର ୧୩ ଜଣ ଆଦିମ ଜନଜାତି ଜୁଆଙ୍ଗ ସମ୍ପ୍ରଦାୟର ଯୁବତୀଙ୍କ ମୃତ୍ୟୁ ଘଟଣାକୁ କଂଗ୍ରେସ ପକ୍ଷରୁ…

ପ୍ରଥମ ଥର ଗଜାନନ ବେଶ ଧାରଣ କଲେ ଶ୍ରୀଜଗନ୍ନାଥ: ନୂତନ ସ୍ନାନମଣ୍ଡପ ପ୍ରତିଷ୍ଠା

ଦାରିଙ୍ଗବାଡି, ୨୯।୬ (ଅରୁଣ ସାହୁ): ପବିତ୍ର ସ୍ନାନଯାତ୍ରା ଅବସରରେ ଶ୍ରୀକ୍ଷେତ୍ର ପୁରୀ ସମେତ ସମଗ୍ର ରାଜ୍ୟରେ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା ଭକ୍ତିଭାବର ସହ ପାଳିତ ହେଉଥିବା ବେଳେ କନ୍ଧମାଳ…

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାର ସହଜ ଉପାୟ…

ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଠିକ୍‌ ରହିବା ନିହାତି ଦରକାର। ନ ହେଲେ ଆମେ ରୋଗଗ୍ରସ୍ତ ହେବାର ଯଥେଷ୍ଟ ଆଶଙ୍କା ରହିଛି। ତେବେ ଏହାକୁ ସନ୍ତୁଳିତ…

୩ବର୍ଷର ନାବାଳିକାଙ୍କୁ ବଳାତ୍କାର କଲେ ୬୫ ବର୍ଷୀୟ ବୃଦ୍ଧ, ପରେ ପଥରରେ ଛେଚି ମାରିଦେଲେ

ମୁମ୍ବାଇ,୨୯।୬: ପୁଣେରେ ଜଣେ ତିନି ବର୍ଷର ଶିଶୁ କନ୍ୟାକୁ ବଳାତ୍କାର ଏବଂ ହତ୍ୟା ମାମଲାରେ ଦୋଷୀକୁ ମୃତ୍ୟୁଦଣ୍ଡ ଦିଆଯାଇଛି । ପୁଣେର ଏକ ସ୍ୱତନ୍ତ୍ର ଅଦାଲତ ୬୫…

ଏଲ୍‌ ନିନୋ ଏବଂ ଉତ୍ତପ୍ତ ପାଣିପାଗ

ଇତିହାସରେ ଏଲ୍‌ ନିନୋ : ବିଗତ ୧୯୮୨-୮୩ ଏବଂ ୧୯୯୭-୯୮ ମସିହାର ଏଲ୍‌ ନିନୋଗୁଡ଼ିକ ବିଂଶ ଶତାବ୍ଦୀର ସବୁଠାରୁ ତୀବ୍ର ଘଟଣା ଥିଲା। ୧୯୮୨-୮୩ର ଘଟଣାଗୁଡ଼ିକ ସମୟରେ,…

୧ ଜୁଲାଇରୁ ଝଟ୍‌କା! ସିଧାସଳଖ ଆପଣଙ୍କ ପକେଟ୍ ଉପରେ ପଡ଼ିବ ପ୍ରଭାବ; ଆଧାର, ଆଇଟିଆର୍ ଏବଂ ବ୍ୟାଙ୍କରେ…

ନୂଆଦିଲ୍ଲୀ,୨୯।୬: ୧ ଜୁଲାଇ ୨୦୨୬ରୁ ଅନେକ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ପରିବର୍ତ୍ତନ ଲାଗୁ ହେବାକୁ ଯାଉଛି। ଏହାର ପ୍ରଭାବ ଟ୍ୟାକ୍ସପେୟର (କରଦାତା), ବ୍ୟାଙ୍କ ଗ୍ରାହକ, କ୍ରେଡିଟ୍ କାର୍ଡ ବ୍ୟବହାରକାରୀ,…

ଟିମ ଇଣ୍ଡିଆ ଆୟରଲ୍ୟାଣ୍ଡ ବିପକ୍ଷରେ ସିରିଜ ହାରିବାର ଅସଲ କାରଣ କହିଲେ ଶ୍ରେୟସ ଆୟର

ନୂଆଦିଲ୍ଲୀ,୨୯।୬: ଭାରତୀୟ ଦଳ ଆୟରଲ୍ୟାଣ୍ଡ ଗସ୍ତରେ ନିରାଶାର ସମ୍ମୁଖୀନ ହୋଇଥିଲା, ଦୁଇ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ଏକ ବଡ଼ ପରାଜୟ ବରଣ କରିଥିଲା। ବେଲଫାଷ୍ଟରେ ପ୍ରଥମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri