Posted inଖେଳ

ରଣଜୀ ଟ୍ରଫି: ସୂର୍ଯ୍ୟକାନ୍ତଙ୍କୁ ୬ ଉଇକେଟ, ଓଡ଼ିଶା ଅଗ୍ରଣୀ

କଟକ ଅଫିସ,୧୧ା୧: ରୋହତକର ଚୌଧୁରୀ ବଂଶୀଲାଲ କ୍ରିକେଟ ଷ୍ଟାଡିୟମରେ ଶନିବାରଠାରୁ ଓଡ଼ିଶା-ହରିୟାଣା ରଣଜୀ ମ୍ୟାଚ୍‌ ଆରମ୍ଭ ହୋଇଛି। ଓଡ଼ିଶାର ପେସ୍‌ ବୋଲିଂ ଆଟାକ ପୁଣି ଥରେ ଫଳପ୍ରଦ ହୋଇଛି। ସୂର୍ଯ୍ୟକାନ୍ତ ପ୍ରଧାନଙ୍କ ୬ ଉଇକେଟ ସଫଳତା ଯୋଗୁ ହରିୟାଣା ପ୍ରଥମ ଇନିଂସରେ ୯୦ ରନରେ ଅଲଆଉଟ ହୋଇଯାଇଛି। ଜବାବରେ ଓଡ଼ିଶା ପ୍ରଥମ ଦିବସ ଖେଳ ଷ୍ଟମ୍ପ ଅପସାରଣ ସୁଦ୍ଧା ୫ ଉଇକେଟ ହରାଇ ୧୪୧ରନ କରିଛି। ପେସ୍‌ ବୋଲରଙ୍କୁ ସୁହାଉଥିବା ଏହି ପିଚ୍‌ରେ ଗୋଟିଏ ଦିନରେ ୧୫ଟି ଉଇକେଟ ପତନ ଘଟିଥିବା ବେଳେ ପ୍ରଥମ ଇନିଂସ ଅଗ୍ରଣୀ ହାସଲ କରିଥିବା ଓଡ଼ିଶା ବିଜୟ ଆଶାରେ ରହିଛି ।
ହରିୟାଣା ଅଧିନାୟକ ହର୍ଷଲ ପଟେଲ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମ ଉଇକେଟରେ ୧୩ରନ ଯୋଡ଼ିବା ପରେ ଦଳ କ୍ରମାନ୍ବୟରେ ଉଇକେଟ ହରାଇଥିଲା। ୪୩ରନରେ ଦଳର ୬ଜଣ ଖେଳାଳି ପ୍ୟାଭିଲିୟନ ଫେରିଥିଲେ। ଓଡ଼ିଶାର ଯୁବ ପେସ୍‌ ତାରକା ରାଜେଶ ମହାନ୍ତି ହରିୟାଣାର ପ୍ରଥମ ଦୁଇଟି ଉଇକେଟ ଦଖଲ କରିବା ପରେ ସୂର୍ଯ୍ୟକାନ୍ତ ମଧ୍ୟକ୍ରମ ବ୍ୟାଟିଂ ଲାଇନଅପ୍‌କୁ ଭୁଶୁୁଡ଼ାଇ ଦେଇଥିଲେ। ଶୁଭମ ରୋହିଲା ହରିୟାଣା ପକ୍ଷରୁ ସର୍ବାଧିକ ୨୦ରନ କରିଥିଲେ। ପ୍ରମୋଦ ଚାଣ୍ଡିଲା ୧୬ରନ, ଟିନୁ କୁଣ୍ଡୁ ୧୫ରନ, ଆଶିଷ ହୁଡ଼ା ୧୨ରନ, ଅଙ୍କିତ କୁମାର ୧୦ରନ କରିଥିଲେ। ୧୨ ଓଭର ବୋଲିଂ କରିଥିବା ସୂର୍ଯ୍ୟକାନ୍ତ ୩୬ ରନ ବ୍ୟୟରେ ୬ଟି ଉଇକେଟ ଦଖଲ କରିଥିଲେ। ରାଜେଶ ୨ଟି, ବସନ୍ତ ମହାନ୍ତି ଓ ପପୁ ରାୟଙ୍କୁ ଗୋଟିଏ ଲେଖାଏ ଉଇକେଟ ମିଳିଥିଲା। ପ୍ରଥମ ଇନିଂସ ବ୍ୟାଟିଂ ଆରମ୍ଭ କରିଥିବା ଓଡ଼ିଶା ୧୭ରନରେ ଓପନର ଦେବାଶିଷ ସାମନ୍ତରାୟଙ୍କୁ ହରାଇଥିଲା। ଦେବାଶିଷ ଅଜିତ ଚହଲଙ୍କ ଦ୍ୱାରା କ୍ଲିନ ବୋଲ୍ଡ ହୋଇଥିଲେ। ପରେ ୪୭ ରନରେ ୪ଟି ଉଇକେଟ ହରାଇ ଓଡ଼ିଶା ସଙ୍କଟରେ ପଡ଼ିଥିଲା। ଶାନ୍ତନୁ ମିଶ୍ର ୧୭ ରନ, ଅଧିନାୟକ ଶୁଭ୍ରାଂଶୁ ସେନାପତି ୧୨ରନ, ଗୋବିନ୍ଦ ପୋଦ୍ଦାର ୨ରନରେ ପ୍ୟାଭିଲିୟନ ଫେରିଥିଲେ। ପୂର୍ବତନ ଅଧିନାୟକ ବିପ୍ଳବ ସାମନ୍ତରାୟଙ୍କ ରକ୍ଷଣାତ୍ମକ ବ୍ୟାଟିଂ ଦେଖିବାକୁ ମିଳିଥିଲା। ଏହି ମ୍ୟାଚ୍‌ରେ ଅଭିଶେକ ରାଉତଙ୍କ ବଦଳରେ ରାଜେଶ ଧୁପରଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇଥିଲା। ୫ମ ଉଇକେଟ ଭାଗିଦାରୀରେ ରାଜେଶ ଧୂପରଙ୍କ ୪୬ ରନ ଓ ୬ଷ୍ଠ ଉଇକେଟରେ ଉଇକେଟ କିପର ସୁଜିତ ଲେଙ୍କାଙ୍କ ସହ ୪୮ରନର ଭାଗିଦାରୀ ସୃଷ୍ଟି କୁଣ୍ଡୁଙ୍କ ବଲରେ ଆଉଟ ହୋଇଛନ୍ତି। ବିପ୍ଳବ ୪୫ ଓ ସୁଜିତ ୨୧ରନ କରି ଅପରାଜିତ ଅଛନ୍ତି। ହର୍ଷଲ ପଟେଲ ସର୍ବାଧିକ ୨ଟି ଉଇକେଟ ଅକ୍ତିଆର କରିଥିବା ବେଳେ ଆଶିଷ ହୁଦା, ଅଜିତ ଚହଲ ଓ ଟିନୁ କୁଣ୍ଡୁ ୧ଗୋଟିଏ ଲେଖାଏ ଉଇକେଟ ପାଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ଏକାକୀ ଥିଲେ ମହିଳା, ଛୁରି ଦେଖାଇ ବଳାତ୍କାର କଲେ ଯୁବକ, ଆଉ ତା’ ପରେ…

ହିଞ୍ଜିଳିକାଟୁ,୩୦ା୫(ଦ୍ୱିତୀକୃଷ୍ଣ ପଣ୍ଡା): ଘରେ ଏକାକୀ ଥିବା ଜଣେ ବିବାହିତା ମହିଳାଙ୍କୁ ଛୁରି ଦେଖାଇ ହତ୍ୟା ଧମକ ଦେଇ ବଳାତ୍କାର କରିଥିବା ଅଭିଯୋଗରେ ହିଞ୍ଜିଳି ପୋଲିସ ଜଣେ ଯୁବକଙ୍କୁ…

IPL ଇତିହାସରେ ଏମିତି କାରନାମା କରିବାରେ ପ୍ରଥମ ଖେଳାଳି ହେଲେ ଶୁବମନ ଗିଲ

ନୂଆଦିଲ୍ଲୀ,୩୦।୫: ଗୁଜରାଟ ଟାଇଟାନ୍ସ କ୍ୱାଲିଫାୟର ୨ରେ ରାଜସ୍ଥାନ ରୟାଲ୍ସକୁ ୭ ଉଇକେଟରେ ପରାସ୍ତ କରି ଆଇପିଏଲ ୨୦୨୬ ଫାଇନାଲରେ ସ୍ଥାନ ପକ୍କା କରିଛି। କ୍ୱାଲିଫାୟର ୨ ମ୍ୟାଚ୍‌ରେ…

ବିଦ୍ୟୁତ୍‌ ଖୁଣ୍ଟକୁ ଧକ୍କା ଦେଇ କାର ଚାଳକ ଗୁରୁତର

ନନ୍ଦପୁର/ପାଡୁଆ,୩୦ା୫ (ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର-ହାଣ୍ଡିପୁଟ ସଂଯୋଗୀ ଏମ୍‌ଡିଆର ୫୫ ରାସ୍ତାର ଭେଜା ରେଳ ଷ୍ଟେଶନ ନିକଟ ରାସ୍ତାରେ ଏକ ବିଦ୍ୟୁତ୍‌ ଖୁଣ୍ଟକୁ…

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ରାଜ୍ୟରୁ ହଟାଇବା ପାଇଁ ଦୃଢ଼ ପଦକ୍ଷେପ: ସମୁଦ୍ର ପଥ ଦେଇ ମହାକାଳପଡ଼ା ବ୍ଲକ୍‌କୁ…

ମହାକାଳପଡ଼ା,୩୦ା୫ (ପ୍ରତାପ ଚନ୍ଦ୍ର ସ୍ବାଇଁ): ପଶ୍ଚିମବଙ୍ଗର ନୂତନ ସରକାର ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ରାଜ୍ୟରୁ ହଟାଇବା ପାଇଁ ଦୃଢ଼ ପଦକ୍ଷେପ ଗ୍ରହଣ କରିବା ଆରମ୍ଭ କରିଛନ୍ତି। ଫଳରେ ଦୀର୍ଘ…

ବିରଳ ଅସ୍ତ୍ରୋପଚାର: ୭ ମାସ ଶିଶୁ ଗିଳିଥିଲା କ୍ଲଚର, ତଣ୍ଟିରୁ ବାହାରକଲେ…

କୋରାପୁଟ,୩୦ା୫(ଅମିତାଭ ବେହେରା):କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ଜଣେ ୭ ମାସର ଶିଶୁଙ୍କ ଅସ୍ତ୍ରୋପଚାର କରାଯାଇ ତାଙ୍କ ତଣ୍ଟିରୁ ଏକ ମୁଣ୍ଡ କ୍ଲିପ୍‌…

ବରଗଡ଼ରେ ଆରମ୍ଭ ହେଲା SIR କାର୍ଯ୍ୟକ୍ରମ, ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ଲକ୍ଷ୍ୟରେ…

ବରଗଡ଼,୩୦ା୫(ପ୍ରେମାନନ୍ଦ ଖମାରୀ): ଭାରତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାନୁସାରେ ଓଡ଼ିଶାର ସମସ୍ତ ଯୋଗ୍ୟ ଭୋଟରଙ୍କ ନାମକୁ ଭୋଟର ତାଲିକାରେ ସାମିଲ କରିବା ଏବଂ ଅଯୋଗ୍ୟ ବ୍ୟକ୍ତିଙ୍କୁ ଭୋଟର ତାଲିକାରୁ…

କାଳବୈଶାଖୀରେ ଚଉମୁହାଣି ଫେରିଘାଟ ଦିଗହରା: ଚାଳକଙ୍କ ସାହସିକତା ଯୋଗୁ ଯାତ୍ରୀ…

ମହାକାଳପଡ଼ା,୩୦ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ବରକନ୍ଧା ପଞ୍ଚାୟତ ସଂଲଗ୍ନ ମହାନଦୀ ଅପର ପାର୍ଶ୍ୱରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ଝଡ଼ ପଶ୍ଚିମ ଉତ୍ତର…

ପ୍ରଧାନମନ୍ତ୍ରୀଙ୍କ ପରାମର୍ଶକୁ ଜିଲା ପ୍ରଶାସନର ଗୁରୁତ୍ୱ, ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ତ୍ୱରାନ୍ବିତ କରିବା ନେଇ ବିଡିଓଙ୍କୁ…

ଦାରିଙ୍ଗବାଡ଼ି,୩୦ା୫(ଅରୁଣ ସାହୁ): ମଧ୍ୟପ୍ରାଚୀ ଯୁଦ୍ଧ ପାଇଁ ଦେଶରେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀର ଘୋର ଅଭାବ ଦେଖାଯାଇଛି। ଏହି ସଙ୍କଟ ଆଗକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri