Posted inଖେଳ

ରଣଜୀ ଟ୍ରଫି: ସୂର୍ଯ୍ୟକାନ୍ତଙ୍କୁ ୬ ଉଇକେଟ, ଓଡ଼ିଶା ଅଗ୍ରଣୀ

କଟକ ଅଫିସ,୧୧ା୧: ରୋହତକର ଚୌଧୁରୀ ବଂଶୀଲାଲ କ୍ରିକେଟ ଷ୍ଟାଡିୟମରେ ଶନିବାରଠାରୁ ଓଡ଼ିଶା-ହରିୟାଣା ରଣଜୀ ମ୍ୟାଚ୍‌ ଆରମ୍ଭ ହୋଇଛି। ଓଡ଼ିଶାର ପେସ୍‌ ବୋଲିଂ ଆଟାକ ପୁଣି ଥରେ ଫଳପ୍ରଦ ହୋଇଛି। ସୂର୍ଯ୍ୟକାନ୍ତ ପ୍ରଧାନଙ୍କ ୬ ଉଇକେଟ ସଫଳତା ଯୋଗୁ ହରିୟାଣା ପ୍ରଥମ ଇନିଂସରେ ୯୦ ରନରେ ଅଲଆଉଟ ହୋଇଯାଇଛି। ଜବାବରେ ଓଡ଼ିଶା ପ୍ରଥମ ଦିବସ ଖେଳ ଷ୍ଟମ୍ପ ଅପସାରଣ ସୁଦ୍ଧା ୫ ଉଇକେଟ ହରାଇ ୧୪୧ରନ କରିଛି। ପେସ୍‌ ବୋଲରଙ୍କୁ ସୁହାଉଥିବା ଏହି ପିଚ୍‌ରେ ଗୋଟିଏ ଦିନରେ ୧୫ଟି ଉଇକେଟ ପତନ ଘଟିଥିବା ବେଳେ ପ୍ରଥମ ଇନିଂସ ଅଗ୍ରଣୀ ହାସଲ କରିଥିବା ଓଡ଼ିଶା ବିଜୟ ଆଶାରେ ରହିଛି ।
ହରିୟାଣା ଅଧିନାୟକ ହର୍ଷଲ ପଟେଲ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମ ଉଇକେଟରେ ୧୩ରନ ଯୋଡ଼ିବା ପରେ ଦଳ କ୍ରମାନ୍ବୟରେ ଉଇକେଟ ହରାଇଥିଲା। ୪୩ରନରେ ଦଳର ୬ଜଣ ଖେଳାଳି ପ୍ୟାଭିଲିୟନ ଫେରିଥିଲେ। ଓଡ଼ିଶାର ଯୁବ ପେସ୍‌ ତାରକା ରାଜେଶ ମହାନ୍ତି ହରିୟାଣାର ପ୍ରଥମ ଦୁଇଟି ଉଇକେଟ ଦଖଲ କରିବା ପରେ ସୂର୍ଯ୍ୟକାନ୍ତ ମଧ୍ୟକ୍ରମ ବ୍ୟାଟିଂ ଲାଇନଅପ୍‌କୁ ଭୁଶୁୁଡ଼ାଇ ଦେଇଥିଲେ। ଶୁଭମ ରୋହିଲା ହରିୟାଣା ପକ୍ଷରୁ ସର୍ବାଧିକ ୨୦ରନ କରିଥିଲେ। ପ୍ରମୋଦ ଚାଣ୍ଡିଲା ୧୬ରନ, ଟିନୁ କୁଣ୍ଡୁ ୧୫ରନ, ଆଶିଷ ହୁଡ଼ା ୧୨ରନ, ଅଙ୍କିତ କୁମାର ୧୦ରନ କରିଥିଲେ। ୧୨ ଓଭର ବୋଲିଂ କରିଥିବା ସୂର୍ଯ୍ୟକାନ୍ତ ୩୬ ରନ ବ୍ୟୟରେ ୬ଟି ଉଇକେଟ ଦଖଲ କରିଥିଲେ। ରାଜେଶ ୨ଟି, ବସନ୍ତ ମହାନ୍ତି ଓ ପପୁ ରାୟଙ୍କୁ ଗୋଟିଏ ଲେଖାଏ ଉଇକେଟ ମିଳିଥିଲା। ପ୍ରଥମ ଇନିଂସ ବ୍ୟାଟିଂ ଆରମ୍ଭ କରିଥିବା ଓଡ଼ିଶା ୧୭ରନରେ ଓପନର ଦେବାଶିଷ ସାମନ୍ତରାୟଙ୍କୁ ହରାଇଥିଲା। ଦେବାଶିଷ ଅଜିତ ଚହଲଙ୍କ ଦ୍ୱାରା କ୍ଲିନ ବୋଲ୍ଡ ହୋଇଥିଲେ। ପରେ ୪୭ ରନରେ ୪ଟି ଉଇକେଟ ହରାଇ ଓଡ଼ିଶା ସଙ୍କଟରେ ପଡ଼ିଥିଲା। ଶାନ୍ତନୁ ମିଶ୍ର ୧୭ ରନ, ଅଧିନାୟକ ଶୁଭ୍ରାଂଶୁ ସେନାପତି ୧୨ରନ, ଗୋବିନ୍ଦ ପୋଦ୍ଦାର ୨ରନରେ ପ୍ୟାଭିଲିୟନ ଫେରିଥିଲେ। ପୂର୍ବତନ ଅଧିନାୟକ ବିପ୍ଳବ ସାମନ୍ତରାୟଙ୍କ ରକ୍ଷଣାତ୍ମକ ବ୍ୟାଟିଂ ଦେଖିବାକୁ ମିଳିଥିଲା। ଏହି ମ୍ୟାଚ୍‌ରେ ଅଭିଶେକ ରାଉତଙ୍କ ବଦଳରେ ରାଜେଶ ଧୁପରଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇଥିଲା। ୫ମ ଉଇକେଟ ଭାଗିଦାରୀରେ ରାଜେଶ ଧୂପରଙ୍କ ୪୬ ରନ ଓ ୬ଷ୍ଠ ଉଇକେଟରେ ଉଇକେଟ କିପର ସୁଜିତ ଲେଙ୍କାଙ୍କ ସହ ୪୮ରନର ଭାଗିଦାରୀ ସୃଷ୍ଟି କୁଣ୍ଡୁଙ୍କ ବଲରେ ଆଉଟ ହୋଇଛନ୍ତି। ବିପ୍ଳବ ୪୫ ଓ ସୁଜିତ ୨୧ରନ କରି ଅପରାଜିତ ଅଛନ୍ତି। ହର୍ଷଲ ପଟେଲ ସର୍ବାଧିକ ୨ଟି ଉଇକେଟ ଅକ୍ତିଆର କରିଥିବା ବେଳେ ଆଶିଷ ହୁଦା, ଅଜିତ ଚହଲ ଓ ଟିନୁ କୁଣ୍ଡୁ ୧ଗୋଟିଏ ଲେଖାଏ ଉଇକେଟ ପାଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଧୋନୀଙ୍କୁ ବିଶ୍ୱକପ୍‌ ଲାଗି ରାଜି କରାଇବା ପ୍ରସଙ୍ଗରେ କ’ଣ କହିଲେ ରୋହିତ? ଦଳ ଘୋଷଣା ପୂର୍ବରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୧୮।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କରାଯିବା ବାକି ଅଛି। ହେଲେ କେଉଁ ଖେଳାଳିଙ୍କୁ ଚୟନ କରାଯିବ, କାହାକୁ ନୁହେଁ, ତାହାକୁ ନେଇ...

ଚେନ୍ନାଇରେ ସାମିଲ ହେଲେ ଏହି ଘାତକ ବୋଲର୍‌, ୪ ବଲ୍‌ରେ ରୋହିତ-ବିରାଟ-ପନ୍ତଙ୍କ ଉଇକେଟ ନେଇ ଥିଲେ ଚର୍ଚ୍ଚାରେ

ନୂଆଦିଲ୍ଲୀ,୧୮।୪: ଆଇପିଏଲ୍‌ ମଝିରୁ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ)ରୁ ବାଦ୍‌ ପଡ଼ିଛନ୍ତି ଷ୍ଟାର କ୍ରିକେଟର ଡିଭନ୍‌ କନଓ୍ବେ। ସର୍ବାଧିକ ରନ୍‌ ସ୍କୋର କରିଥିବା ଏହି କ୍ରିକେଟର ପୁରା...

ପଡ଼ିଆକୁ ଓହ୍ଲାଇବା ମାତ୍ରେ ଇତିହାସ ରଚିବେ ରୋହିତ ଶର୍ମା

ରୋହିତ ଶର୍ମା ପ୍ରଥମ ସିଜିନ ଅର୍ଥାତ୍‌ ୨୦୦୮ ଠାରୁ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ର ଏକ ଅଂଶ ରହିଆସିଛନ୍ତି। ରୋହିତ ହେଉଛନ୍ତି ଆଇପିଏଲର ଅନ୍ୟତମ...

ଆଇପିଏଲ୍‌ ମଝିରେ ଚେନ୍ନାଇ ସୁପର କିଙ୍ଗସକୁ ଲାଗିଲା ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୮।୪: ଚେନ୍ନାଇ ସୁପର କିଙ୍ଗସ ଆଇପିଏଲ ୨୦୨୪ରେ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରୁଛି, କିନ୍ତୁ ଦଳକୁ ଏକ ବଡ଼ ଝଟ୍‌କା ଲାଗିଛି। ଗତ ସିଜନରେ ସିଏସ୍‌କେ...

ଟି -୨୦ ବିଶ୍ୱକପ ଚୟନ ଖବରକୁ ଖଣ୍ଡନ ରୋହିତ ଶର୍ମା, ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୧୮।୪: ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ମିଡିଆ ରିପୋର୍ଟକୁ ଅସ୍ବୀକାର କରିଛନ୍ତି। ଯେଉଁଥିରେ ଦାବି କରାଯାଉଥିଲା ଯେ, ଟି -୨୦ ବିଶ୍ୱକପ ଚୟନକୁ...

ମୁମ୍ବାଇ ଇଣ୍ଡିଆନ୍ସ ସହ ଗୁଜରାଟ ଟାଇଟାନ୍ସକୁ ବି ଡୁବେଇଦେଲେ ହାର୍ଦ୍ଦିକ ପାଣ୍ଡ୍ୟା: ପୂର୍ବତନ କ୍ରିକେଟର୍‌ ଆଣିଲେ ଅଭିଯୋଗ

ନୂଆଦିଲ୍ଲୀ,୧୮।୪: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଗୁଜରାଟ ଟାଇଟାନ୍ସ ଆଇପିଏଲ ୨୦୨୨ ଜିତିଥିଲା। ଏହା ପରେ, ଗୁଜରାଟ ଆଇପିଏଲ ୨୦୨୩ରେ ରନର୍‌ ଅପ୍‌ ହୋଇଥିଲା। କିନ୍ତୁ ଏହି...

କୋହଲିଙ୍କଠାରୁ ପ୍ରେରଣା ପାଇ ୟୁପିଏସ୍‌ସିରେ ତୃତୀୟ ସ୍ଥାନ ହାସଲ କଲେ ଅନନ୍ୟା: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୮।୪: ଭାରତର ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲି ଦୁନିଆର ଅନ୍ୟତମ ଲୋକପ୍ରିୟ ଆଥଲେଟ ଅଟନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମରେ ତାଙ୍କର ୮୦୦ ମିଲିୟନରୁ ଅଧିକ ଫଲୋଅର୍ସ...

ଗୁଜରାଟ ଟାଇଟନ୍ସକୁ ୬ ଉଇକେଟରେ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ

ଅହମଦାବାଦ,୧୭ା୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ)ରେ ଗୁଜରାଟ ଟାଇଟନ୍ସକୁ ୬ ଉଇକେଟରେ ହରାଇ ତୃତୀୟ ବିଜୟ ହାସଲ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ପ୍ରଥମେ ବ୍ୟାଟିଂ କରି ଟାଇଟନ୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri