Posted inଖେଳ

ରଣଜୀ ଟ୍ରଫି: ରୋମାଞ୍ଚକ ମୋଡରେ ଫାଇନାଲ ମ୍ୟାଚ୍‌

ରାଜକୋଟ୍‌,୧୨।୩ (ପି.ଟି.)- ଦେଶର ସର୍ବବୃହତ୍‌ ଘରୋଇ କ୍ରିକେଟ ଟୁର୍ନାମେଣ୍ଟ ରଣଜୀ ଟ୍ରଫିର ଫାଇନାଲ ମ୍ୟାଚ୍‌ ରୋମାଞ୍ଚକ ମୋଡରେ ପହଞ୍ଚିଛି। ସ୍ଥାନୀୟ ସୌରାଷ୍ଟ୍ର କ୍ରିକେଟ ଆସୋସିଏଶନ ଗ୍ରାଉଣ୍ଡରେ ଚାଲିଥିବା ଏହି ଫାଇନାଲ ମ୍ୟାଚ୍‌ ଅମୀମାଂସିତ ହେବା ଏକ ପ୍ରକାର ନଶ୍ଚିତ। ତେବେ ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ଫାଇନାଲ ମ୍ୟାଚର ଫଳାଫଳ ନିର୍ଣ୍ଣୟ କରାଯିବ। ତେଣୁ ମ୍ୟାଚ୍‌ର ପଞ୍ଚମ ତଥା ଅନ୍ତିମ ଦିବସର ଖେଳ ଉପରେ ସମସ୍ତଙ୍କ ନଜର ରହିଛି।
ଟସ୍‌ ଜିତି ସୌରାଷ୍ଟ୍ର ପ୍ରଥମ ଇନିଂସରେ ୧୭୧.୫ ଓଭରରେ ୪୨୫ ରନ କରି ଅଲଆଉଟ ହୋଇଥିଲା। ଜବାବରେ ପ୍ରଥମ ଇନିଂସ ଆରମ୍ଭ କରି ବେଙ୍ଗଲ୍‌ ଗୁରୁବାର ଚତୁର୍ଥ ଦିବସ ଖେଳି ଶେଷ ସୁଦ୍ଧା ୧୪୭ ଓଭରରେ ୬ ଉଇକେଟ ହରାଇ ୩୫୪ ରନ ସଂଗ୍ରହ କରିଛି। ଫଳରେ ବେଙ୍ଗଲ ୪ ଉଇକେଟ ହାତରେ ରଖି ୭୧ ରନ ପଛରେ ପଡିଛି। ଇନିଂସ ଅଗ୍ରଣୀ ହେବା ପାଇଁ ବେଙ୍ଗଲ୍‌ ଆଉ ୭୨ ରନ ଆବଶ୍ୟକ କରୁଥିବା ବେଳେ ସୌରାଷ୍ଟ୍ର ୪ ଉଇକେଟ ଦରକାର କରୁଛି। ଷ୍ଟମ୍ପ ଅପସାରଣ ବେଳକୁ ଅନୁଷ୍ଟୁପ୍‌ ମଜୁମ୍‌ଦାର ୫୮ ରନର ଅର୍ଦ୍ଧଶତକୀୟ ପାଳି ଖେଳି ଓ ଅର୍ଣ୍ଣବ ନନ୍ଦୀ ୨୮ ରନ କରି ଅପରାଜିତ ରହିଛନ୍ତି। ସପ୍ତମ ଉଇକେଟରେ ନନ୍ଦୀ ଓ ମଜୁମ୍‌ଦାର ଅପରାଜିତ ୯୧ ରନ କରି ସୌରାଷ୍ଟ୍ରକୁ ନିରାଶ କରିଛନ୍ତି। ଜୟଦେବ ଉନାଡ଼କଟଙ୍କ ବୋଲିଂବେଳେ ଅଙ୍ଗୁଳିରେ ଆଘାତ ପାଇଥିଲେ। ଅନ୍ୟପକ୍ଷରେ ମଜୁମ୍‌ଦାର ସାହସ ଦେଖାଇ ଲଢୁଆ ବ୍ୟାଟିଂ କରି ବେଙ୍ଗଲକୁ ବିଜୟ ନିକଟତର କରିଛନ୍ତି। ନନ୍ଦୀ ମଧ୍ୟ ମଜୁମ୍‌ଦାରଙ୍କୁ ଆବଶ୍ୟକୀୟ ସହାୟତା ପ୍ରଦାନ କରିଛନ୍ତି। ଘରୋଇ ସୌରଷ୍ଟ୍ର ଦଳର ଦୁର୍ବଳ ଫିଲ୍ଡିଂର ଫାଇଦା ଉଠାଇ ବେଙ୍ଗଲ ଚତୁର୍ଥ ଦିନ ଅନ୍ତିମ ସେସନରେ ୯୦ ରନ ସଂଗ୍ରହ କରିଥିଲା। ମଜୁମ୍‌ଦାର ୧୦ ରନ କରିଥିବା ବେଳେ ପ୍ରଥମ ସ୍ଲିପ୍‌ରେ ହାର୍ଭିକ ଦେଶାଇ ତାଙ୍କ କ୍ୟାଚ୍‌ ହାତଛଡ଼ା କରିଥିଲେ। ଏହା ସୌରାଷ୍ଟ୍ର ପାଇଁ ବେଶ୍‌ ମହଙ୍ଗା ସାବ୍ୟସ୍ତ ହୋଇଛି।
ତୃତୀୟ ଦିନର ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୧୩୪/୩ରୁ ଖେଳ ଆରମ୍ଭ କରିଥିଲା ବେଙ୍ଗଲ। ଓଭରନାଇଟ ବ୍ୟାଟ୍ସମ୍ୟାନ ସୁଦୀପ ଚାଟାର୍ଜୀ ଓ ରିଦ୍ଧିମାନ ଶାହା ଯଥାକ୍ରମେ ୪୭ ଓ ୪ ରନରୁ ଖେଳ ଆରମ୍ଭ କରିଥିଲେ। ତେବେ ଚାଟାର୍ଜୀ ୮୧ ରନ କରିଥିବା ବେଳେ ଧର୍ମେନ୍ଦ୍ରସିନ ଜାଡେଜାଙ୍କ ବଲ୍‌ରେ ଶର୍ଟ ଲେଗ୍‌ରେ ଭିସବରାଜ ଜାଡେଜାଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। ସେହିପରି ରିଦ୍ଧିମାନ ୬୪ ରନ କରିଥିତ୍ବା ବେଳେ ପ୍ରେରକ ମଙ୍କଡଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ଚତୁର୍ଥ ଉଇକେଟରେ ଚାଟାର୍ଜୀ ଓ ରିଦ୍ଧିମାନ ଲଢୁଆ ୧୦୧ ରନର ଭାଗୀଦାରି ସ୍ଥାପନ କରି ବେଙ୍ଗଲ ଆଶା ଉଜ୍ଜୀବିତ ରଖିଥିଲେ ସୌରାଷ୍ଟ୍ର ବୋଲରଙ୍କୁ ହତାଶ କରିଥିଲେ। ମର୍ଣ୍ଣିଂ ସେସନରେ ସୌରାଷ୍ଟ୍ର ଗୋଟିଏ ହେଲେ ବି ଉଇକେଟ ହାସଲ କରିପାରି ନ ଥିଲା। ଏହାପରେ ୧୬ ରନ କରି ଶାହାବାଜ ଅହମ୍ମଦ ଚେତନ ସାକାରିୟାଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ବୋଲିଂରେ ସୌରାଷ୍ଟ୍ର ତରଫରୁ ଜାଡେଜା ଓ ମଙ୍କଡ ୨ଟି ଲେଖାଏ, ସାକାରିୟା ଓ ଚିରାଗ ଜାନୀ ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ।
ସଂକ୍ଷିପ୍ତ ସ୍କୋର:
ସୌରାଷ୍ଟ୍ର ପ୍ରଥମ ଇନିଂସ: ୪୨୫ ଅଲଆଉଟ।
ବେଙ୍ଗଲ ପ୍ରଥମ ଇନିଂସ: ୩୫୪/୬
(ଚାଟାର୍ଜୀ- ୮୧, ରିଦ୍ଧିମାନ- ୬୪, ମଜୁମ୍‌ଦାର- ୫୮*, ନନ୍ଦୀ- ୨୮*, ଧର୍ମେନ୍ଦ୍ରସିନ ଜାଡେଜା- ୨/୧୦୬, ପ୍ରେରକ ମଙ୍କଡ- ୨/୪୫, ସାକରିୟା- ୧/୫୨, ଜାନୀ- ୧/୩୨)।


Enter your email to get our daily news in your inbox.

All Right Reserved By Dharitri.Com

ମଥୁରାନଗରୀରେ ଉପ ମୁଖ୍ୟମନ୍ତ୍ରୀ, କହିଲେ ‘ଧମକ୍‌କୁ ଡରେନି ଏହି ସରକାର…’

ମଥୁରାନଗରୀ,୨।୧(ପ୍ରେମାନନ୍ଦ ଖମାରୀ)- କିଛି ଲୋକ ଚାଷୀଙ୍କୁ ନେଇ ରାଜରାସ୍ତାକୁ ଓହ୍ଲାଇବାକୁ ଚେଷ୍ଟା କରୁଛନ୍ତି। ଚାଷୀମାନଙ୍କୁ ଭାରାକ୍ରାନ୍ତ କରିବାକୁ ପ୍ରୟାସ ଚଲାଇଛନ୍ତି। ମାତ୍ର ଏହି ସରକାର କୌଣସି...

ଡରିଗଲେ କି ଗୁଲୁଆ? ବଦଳିଲା ସ୍ବର, ବର୍ଷାଙ୍କ ସହ ରୋମାଣ୍ଟିକ୍‌ ଫଟୋ ଶେୟାର କରି କହିଲେ…

ଭୁବନେଶ୍ୱର,୨।୧: ଦିନ ଥିଲା ମୋତେ କେହି ଖରାପ କହିଲେ ତୁମେ ବାହାରୁଥିଲ। ତୁମକୁ କିଏ ଖରାପ କହିଲେ ମୁଁ ବାହାରୁଥିଲି। ହେଲେ ଆଜି ତୁମେ ମୋର...

ମାର୍ଚ୍ଚ ମାସରୁ ଏଟିଏମରେ ମିଳିବନି ୫୦୦ ଟଙ୍କିଆ ନୋଟ୍‌? ସ୍ପଷ୍ଟ କଲେ ସରକାର

ନୂଆଦିଲ୍ଲୀ,୨।୧: ଆଜିକାଲି ସୋସିଆଲ ମିଡିଆରେ ୫୦୦ ଟଙ୍କିଆ ନୋଟ ଚର୍ଚ୍ଚାର ଏକ ମୁଖ୍ୟ ବିଷୟ ପାଲଟିଛି। ପୋଷ୍ଟଗୁଡ଼ିକରେ ଦାବି କରାଯାଉଛି ଯେ ମାର୍ଚ୍ଚ ୨୦୨୬ ରୁ...

ଗିଲେସ୍ପିଙ୍କ ବଡ଼ ବୟାନ: ପାକିସ୍ତାନ କ୍ରିକେଟ କୋଚ୍‌ ପଦବୀ ଛାଡ଼ିବାର କହିଲେ କାରଣ…

କରାଚୀ,୨ା୧: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଜାସନ ଗିଲେପ୍ସିଙ୍କୁ କାହିଁକି ପାକିସ୍ତାନ କ୍ରିକେଟ ଦଳର କୋଚ୍‌ ପଦବୀ ଛାଡ଼ିବାକୁ ପଡ଼ିଥିଲା, ସେ ତାହାର କାରଣ ଦର୍ଶାଇଛନ୍ତି। ସୋସିଆଲ...

ବିଚ୍ଛିନ୍ନତାବାଦୀଙ୍କ ଶିବିର ଉପରେ ଏୟାରଷ୍ଟ୍ରାଇକ୍‌: ୭ ମୃତ ୨୦ରୁ ଊର୍ଦ୍ଧ୍ୱ ଆହତ

ଦୁବାଇ,୨ା୧: ପୂର୍ବ ୟେମେନ୍‌ରେ ଥିବା ବିଚ୍ଛିନ୍ନତାବାଦୀଙ୍କ କ୍ୟାମ୍ପ ଉପରେ ସାଉଦି ଆରବ ନେତୃତ୍ୱରେ ଶୁକ୍ରବାର ମିଳିତ ଏୟାରଷ୍ଟ୍ରାଇକ୍‌ କରାଯାଇଛି। ଏଥିରେ ୭ ଜଣଙ୍କ ମୃତ୍ୟୁ ଘଟିବା...

ନାବାଳିକା ନାତୁଣୀଙ୍କୁ ବଳାତ୍କାର କରି ମାରିଥିଲେ ଅଜାଙ୍କୁ: ଏବେ ଦୁଇଜଣ ଗଲେ ଜେଲ୍

ଦିଗପହଣ୍ଡି,୨|୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ  ସିନ୍ଧବା ଗ୍ରାମର ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ  ଗୁରୁବାର ସକାଳେ ଗାଁ ଦାଣ୍ଡରେ ବିଭତ୍ସ...

ବଡ଼ପଣ ଦେଖାଇଲେ ତହସିଲଦାର: ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଦୁର୍ଘଟଣା ଜାଣି..

ଚନ୍ଦାହାଣ୍ଡି,୨।୧( ହିମାଂଶୁ ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ଚତୁର୍ଥ ଶ୍ରେଣୀ କର୍ମଚାରୀ ଶତ୍ରୁଘ୍ନ ଦାସ ନିଜ ଗାଁ ମୋତିଗାଁରୁ ଚନ୍ଦାହାଣ୍ଡି ତହସିଲକୁ...

ପ୍ଲାଷ୍ଟିକ ପଲିଥିନ ମୁକ୍ତ ହେବ ହୁମା ବଜାର: ଆହ୍ବାନ ଦେଲେ ବିଧାୟକ

ଗଞ୍ଜାମ,୨।୧(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ପଞ୍ଚାୟତ କାର୍ଯ୍ୟାଳୟଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ମୁଖ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri