Posted inଖେଳ

ରଣଜୀତଙ୍କୁ ୧ ସ୍ବର୍ଣ୍ଣ, ୧ ରୌପ୍ୟ: କିଟ୍‌କୁ ୩ ପଦକ

ଭୁବନେଶ୍ୱର, ୨୬।୨(କ୍ରୀଡ଼ା ପ୍ରତିନିଧି): ଖେଲୋ ଇଣ୍ଡିଆ ବିଶ୍ୱ ବିଦ୍ୟାଳୟ କ୍ରୀଡ଼ାର ୬ଷ୍ଠ ଦିବସରେ ପଦକ ହାସଲ କରି ଓଡ଼ିଶାକୁ ଗର୍ବିତ କରିଛନ୍ତି କିଟ୍‌ ପ୍ରତିଯୋଗୀ। ଏଥିସହିତ କିଟ୍‌ ବିଶ୍ୱବିଦ୍ୟାଳୟ ପ୍ରତିଯୋଗିତାରେ ପଦକ ଖାତା ଖୋଲିଛି। ଏହି ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ରଣଜୀତ ନାୟକ ଆର୍ଚେରୀ ଇଭେଣ୍ଟରୁ ୧ ସ୍ବର୍ଣ୍ଣ ଓ ୧ ରୌପ୍ୟ ପଦକ ଜିତି ନିଜ ଉଜ୍ଜ୍ୱଳ ଭବିଷ୍ୟତର ସୂଚନା ଦେଇଛନ୍ତି। ରିକର୍ଭ ପୁରୁଷ ବ୍ୟକ୍ତିଗତ ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରି ଅଭିଯାନ ଆରମ୍ଭ କରିଥିଲେ ରଣଜୀତ। ଫାଇନାଲ ମୁକାବିଲାରେ ପଞ୍ଜାବୀ ବିଶ୍ୱବିଦ୍ୟାଳୟର ଉତ୍କର୍ଷଙ୍କ ସହିତ ରଣଜୀତଙ୍କ ମୁକାବିଲା ହୋଇଥିଲା। ଏଥିରେ ରଣଜୀତ ୧୩୨ ପଏଣ୍ଟ ହାସଲ କରି ରୌପ୍ୟ ଏବଂ ଉତ୍କର୍ଷ ୧୩୬ ପଏଣ୍ଟ ସହିତ ସ୍ବର୍ଣ୍ଣ ପଦକ ପାଇଥିଲେ।
ରିକର୍ଭ ପୁରୁଷ ଟିମ୍‌ ଇଭେଣ୍ଟରେ କିଟ୍‌ ସ୍ବର୍ଣ୍ଣ ପଦକ ହାସଲ କରିଛି। ଏହାର ସଦସ୍ୟଭାବେ ରଣଜୀତ ସ୍ବର୍ଣ୍ଣିମ ସଫଳତା ପାଇଛନ୍ତି। ଏହି ଦଳର ଅନ୍ୟ ଦୁଇ ସଦସ୍ୟ ହେଲେ ସୂର୍ଯ୍ୟମଣି ମାଝି ଓ ଶ୍ରବଣ କୁମାର ମାନ୍ଦାଗି। ଫାଇନାଲରେ କିଟ୍‌ ସହିତ ପଞ୍ଜାବୀ ବିଶ୍ୱବିଦ୍ୟାଳୟର ମୁକାବିଲା ହୋଇଥିଲା। ପଓ୍ବନ, ଉତ୍କର୍ଷ ଓ ଲଳିତ ଜୈନ ପଞ୍ଜାବୀ ବିଶ୍ୱବିଦ୍ୟାଳୟର ସଦସ୍ୟ ଥିଲେ। ସ୍ବର୍ଣ୍ଣ ପଦକ ମୁକାବିଲାରେ କିଟ୍‌ ଦଳ ୧୬୨ ପଏଣ୍ଟ ସ୍କୋର କରିଥିଲା। ପଞ୍ଜାବୀ ବିଶ୍ୱବିଦ୍ୟାଳୟ ୧୫୪ ପଏଣ୍ଟ ସହିତ ରୌପ୍ୟ ପଦକରେ ସୀମିତ ରହିଥିଲା।
କୁମ୍ଭେଶ୍ୱରଙ୍କୁ ବ୍ରୋଞ୍ଜ
ଭାରୋତ୍ତୋଳନ ଇଭେଣ୍ଟକୁ କିଟ୍‌ ତୃତୀୟ ପଦକ ପାଇଛି। କୁମ୍ଭେଶ୍ୱର ମଲିକ ଭାରୋତ୍ତୋଳନର ପୁରୁଷ ୫୫ କେଜି ବିଭାଗରେ ମୋଟ ୨୧୦ କେଜି ଭାର ଉଠାଇ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ସେ ସ୍ନାଚ୍‌ରେ ୯୨ ଏବଂ କ୍ଲିନ୍‌ ଆଣ୍ଡ ଜର୍କରେ ୧୧୮ କେଜି ଭାରୋତ୍ତୋଳନ କରିଥିଲେ। ଶିବାଜୀ ବିଶ୍ୱବିଦ୍ୟାଳୟ, ମହାରାଷ୍ଟ୍ରର ସଙ୍କେତ ମହାଦେବ ସାଗର ୨୪୪(୧୦୬+୧୩୮) କେଜି ସହ ସ୍ବର୍ଣ୍ଣ ଏବଂ କବୟିତ୍ରୀ ବାହିନବାଇ ଚୌଧାରୀ ନର୍ଥ ମହାରାଷ୍ଟ୍ର ବିଶ୍ୱବିଦ୍ୟାଳୟର ପ୍ରଶାନ୍ତ ସୁରେଶ କୋଲି ୨୪୩(୧୧୦+୧୩୩) କେଜି ଉଠାଇ ରୌପ୍ୟ ପଦକ ହାସଲ କରିଛନ୍ତି।
ସଙ୍କେତ, ପ୍ରଶାନ୍ତଙ୍କ ଜାତୀୟ ରେକର୍ଡ
ପୁରୁଷ ୫୫ କେଜି ଭାରୋତ୍ତୋଳନରେ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ଜିତିବା ଅବସରରେ ସଙ୍କେତ ମହାଦେବ ସାଗର ଓ ପ୍ରଶାନ୍ତ ସୁରେଶ କୋଲି ଜାତୀୟ ରେକର୍ଡ ଭାଙ୍ଗିଛନ୍ତି। ସଙ୍କେତ କ୍ଲିନ୍‌ ଆଣ୍ଡ ଜର୍କରେ ୧୩୮ ଓ ମୋଟ ୨୪୪ କେଜି ଭାର ଉଠାଇବା ସହ ୨ଟି ଜାତୀୟ ରେକର୍ଡର ଅଧିକାରୀ ହୋଇଛନ୍ତି। କ୍ଲିନ୍‌ ଆଣ୍ଡ ଜର୍କରେ ପୂର୍ବରୁ ମହାରାଷ୍ଟ୍ରର ଶୁଭମ୍‌ ତୋଦକର ରେକର୍ଡର ଅଧିକାରୀ ଥିଲେ। ସେହିପରି ମଣିପୁରର ରିଷିକାନ୍ତ ସିଂ ଏହି ଓଜନ ବର୍ଗରେ ମୋଟ ଭାରୋତ୍ତୋଳନରେ ରେକର୍ଡଧାରୀ ଥିଲେ। ସେହିପରି ସ୍ନାଚ୍‌ରେ ୧୧୦ କେଜି ଭାର ଉଠାଇ କୋଲି ପୂର୍ବ ରେକର୍ଡଧାରୀ ପଣ୍ଡିଚେରୀର ଆର. ମାଧବନଙ୍କୁ ପଛରେ ପକାଇ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri