ରଜ ମହୋତ୍ସବରେ ପ୍ରତିଯୋଗିତା

ବନ୍ତ, ୧୬।୬ (ଡି.ଏନ.ଏ.) – ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ବାବାମଣି ମିଶନ କ୍ଲବ ପକ୍ଷରୁ ରଜ ମହୋତ୍ସବ ଅବସରରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଚଳିତବର୍ଷ ଝୋଟି, ପୁଚି, କବାଡ଼ି, ତାସ, ଲୁଡୁ ଓ ମୁରୁଜ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ଏଠାରେ ଦୀର୍ଘ ୨୦ ବର୍ଷ ଧରି ଏହି ମହୋତ୍ସବ ପାଳନ କରାଯାଇଆସୁଛି। ରାଧାକୃଷ୍ଣ ମୂର୍ତ୍ତି ସାଙ୍ଗକୁ ଠାକୁରାଣୀ ପଡ଼ିଆକୁ ଆଲୋକମାଳାରେ ସଜ୍ଜିତ କରାଯାଇଛି। ବିଭିନ୍ନ ପ୍ରକାର ଦୋଳି, ମୀନାବଜାର ଏଠାରେ ଶୋଭା ପାଉଛି। ମିଶନ କ୍ଲବର ମୁଖ୍ୟ ଆୟୋଜକ ରାଜେଶ ବେହେରା, ସଭାପତି ଅଜୟ ବେହେରା, ସମ୍ପାଦକ ପଦ୍ମଲୋଚନ ବେହେରା, ଗଙ୍ଗାଧର ବେହେରା, ରଶ୍ମିରଞ୍ଜନ ବେହେରା, ମହିମା ବେହେରା, ସୁନିତା ବେହେରା, ସସ୍ମିତା ବେହେରା ପ୍ରମୁଖ ପରିଚାଳନା କରୁଛନ୍ତି।