ରଜ ବୁଲା ସାରି ଚନ୍ଦ୍ରଭାଗାରେ ଗାଧୋଇବା କାଳ ହେଲା: ଭାସି ଯାଇ ଯୁବକ ମୃତ

ଗୋପ,୧୬।୬(ଡି.ଏନ୍‌.ଏ.): ଚନ୍ଦ୍ରଭାଗା ସମୁଦ୍ରରେ ଗାଧୋଉଥିବା ବେଳେ ରବିବାର ମଧ୍ୟାହ୍ନରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଯୁବକଜଣଙ୍କ ହେଲେ କଟକ ଜିଲା ନିଆଳି ଥାନା ଅନ୍ତର୍ଗତ ପୋଲସରା ଗ୍ରାମର ଚନ୍ଦନ ଖଟୋଇ(୨୦)।

ରଜ ପର୍ବର ଶେଷ ଦିନ ହୋଇଥିବା ହେତୁ ସକାଳେ ଚନ୍ଦନ ପାଞ୍ଚ ଜଣ ସାଙ୍ଗଙ୍କ ସହ କୋଣାର୍କକୁ ବୁଲି ଆସିଥିଲେ। ବିଭିନ୍ନ ସ୍ଥାନ ବୁଲି ସାରିବା ପରେ ସାଙ୍ଗଙ୍କ ସହ ଚନ୍ଦନ ସମୁଦ୍ରରେ ଗାଧୋଇବାକୁ ବାହାରିଥିଲେ। ଗାଧୋଉଥିବା ସମୟରେ ସେ ସମୁଦ୍ରରେ ଭାସି ଯାଇଥିଲେ। ପରେ ତାଙ୍କୁ ଉଦ୍ଧାର କରାଯାଇ ଗୋପ ଡାକ୍ତରଖାନା ଅଣାଯାଇଥିଲା। ସେଠାରେ ଡାକ୍ତର ଚନ୍ଦନଙ୍କୁ ମୃତ ଘୋଷଣା କରିଥିଲେ। ତେବେ ମୃତଦେହକୁ ସେଠାରେ ଥିବା ଡାକ୍ତର ଜବତ କରିବା ପରେ ପୋଲିସକୁ ଖବର ଦେଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଫେବୃୟାରୀ ୯ ରେ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି 

ଭୁବନେଶ୍ୱର,୫।୨: ଆସନ୍ତା ସୋମବାର ଫେବୃଆରୀ ୯ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ । ମାନ୍ୟବର ମୁଖ୍ୟମନ୍ତ୍ରୀ ପୂର୍ବାହ୍ନ ୧୦ ଘଟିକାରୁ ୟୁନିଟ-୨, ଅଶୋକ…

IAS ସ୍ତରରେ ବଡ଼ ଧରଣର ଅଦଳବଦଳ: ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ୱ ବିଭାଗ

ଭୁବନେଶ୍ୱର,୫।୨: ଓଡିଶା ସରକାର ସଚିବ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି। ଅନେକ ଅଭିଜ୍ଞ IAS ଅଧିକାରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ସହ ଅତିରିକ୍ତ କାର୍ଯ୍ୟଭାର ମଧ୍ୟ ଅର୍ପଣ…

ଅଶ୍ବିନୀ ବୈଷ୍ଣବଙ୍କୁ ଓଡିଶାରେ ପୁରାଇ ଦେବୁନି..’: ରାଜ୍ୟସଭାରେ ଗର୍ଜିଲେ ମୁନ୍ନା ଖାଁ

ନୂଆଦିଲ୍ଲୀ,୫।୨: ରାଜ୍ୟସଭାରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଟାର୍ଗେଟ କରି ଗର୍ଜିଛନ୍ତି ଏମପି ମୁନ୍ନା ଖାଁ। ନବରଙ୍ଗପୁର ଏବଂ ମାଲକାନଗିରି ଜିଲାକୁ ରେଳପଥ ସଂଯୋଗ ପାଇଁ କେନ୍ଦ୍ର ସରକାରଙ୍କ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିରୁ ଓଡ଼ିଶାକୁ ମିଳିବ ଫାଇଦା, ଏମାନେ ହେବେ ଉପକୃତ….

ଭୁବନେଶ୍ୱର,୫।୧: ଭାରତ-ଆମେରିକା ନୂତନ ବାଣିଜ୍ୟ ଚୁକ୍ତିରୁ ଓଡ଼ିଶାକୁ ଫାଇଦା। ଏନେଇ ଗୁରୁବାର ଏକ୍ସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାର ସାମୁଦ୍ରିକ…

ରାଜସ୍ବ ବିଭାଗର ବଡ଼ ନିଷ୍ପତ୍ତି, ଏଣିକି ଓଡ଼ିଆ ନାମ ଅନୁସାରେ ଲେଖାଯିବ ଜିଲାର ଇଂରାଜୀ ନାମ

ଭୁବନେଶ୍ବର,୫।୨: ରାଜ୍ୟର ୭ଟି ଜିଲାର ଇଂରାଜୀ ନାଁ ସଂଶୋଧନ କରିବେ ରାଜ୍ୟ ସରକାର । ଏନେଇ ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି ।…

ରାଷ୍ଟ୍ରପତିଙ୍କ ଘର ଆଗରେ ପିଲାଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ନାଁ କ’ଣ ପଚାରିଲେ ମୋହନ ମାଝୀ, ଏହି ଘର କାହାର କହି…

ଭୁବନେଶ୍ୱର,୪ା୨: ରାଷ୍ଟ୍ରପତିଙ୍କ ଘର ଆଗରେ ବୁଧବାର ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି। ରାଷ୍ଟ୍ରପତିଙ୍କ ଘର ସାମ୍ନାରେ ଛିଡ଼ା ହୋଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଷ୍ଟ୍ରପତିଙ୍କୁ…

ବଦଳିବ ସାତକୋଶିଆର କାୟାକଳ୍ପ: ୧୦୦ କୋଟି ବ୍ୟୟରେ ସଜେଇ ହେବ ଅଭୟାରଣ୍ୟ

ଭୁବନେଶ୍ୱର,୪ା୨: ସାତକୋଶିଆ ଅଭୟାରଣ୍ୟ ହେବ ବିଶ୍ୱସ୍ତରୀୟ ଇକୋ-ଟୁରିଜିମ୍ ହବ୍‌। ଏଥିପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ପ୍ରକଳ୍ପ ପାଇଁ ପ୍ରାୟ ୧୦୦…

ମନ୍ତ୍ରୀଙ୍କ ବଡ଼ ସୂଚନା: ଏଣିକି ହ୍ବାଟ୍ସଆପ୍‌ରେ ମିଳିବ ରାଜସ୍ବ ସେବା

ଭୁବନେଶ୍ୱର,୪ା୨: ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଏକ ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଏଣିକି ହ୍ବାଟ୍ସଆପ୍‌ରେ ରାଜସ୍ବ ସେବା ମିଳିବ। ରାଜସ୍ବ ବିଭାଗ ପକ୍ଷରୁ ୨୪…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri