Posted inଫୁରସତ

ରଙ୍ଗ ବଦଳାଉଥିବା ମାଛ

ସାଧାରଣତଃ ବହୁରୂପୀ ରଙ୍ଗ ବଦଳାଇଥାଏ ବୋଲି ସମସ୍ତେ ଜାଣନ୍ତି। ମାତ୍ର ଏମିତି ଏକ ମାଛ ଅଛି, ଯାହା ରଙ୍ଗ ବଦଳାଇଥାଏ। ଏହି ମାଛ ବିରଳ। ନିକଟରେ ଏହା ଭାରତରେ ଦେଖିବାକୁ ମିଳିଛି। ଜାଣି ଆଶ୍ଚର୍ଯ୍ୟ ହେବେ ଏହି ମାଛ ପ୍ରଥମ ଥର ପାଇଁ ଭାରତରେ ଦେଖିବାକୁ ମିଳିଛି। ସେଣ୍ଟ୍ରାଲ ମେରାଇନ ମତ୍ସ୍ୟ ପ୍ରତିଷ୍ଠାନର ବୈଜ୍ଞାନିକମାନେ ଏହାର ସନ୍ଧାନ ପାଇଛନ୍ତି।
ଏହି ବିରଳ ମାଛର ନାମ ହେଉଛି ସ୍କର୍ପିୟନ୍‌ଫିସ୍‌, ଯାହାର ବୈଜ୍ଞାନିକ ନାମ ହେଉଛି ସ୍କର୍ପିଓନୋପିସିସ୍‌ ନେଗ୍‌ଲେକ୍ଟା। ସେଣ୍ଟ୍ରାଲ ମେରାଇନ ମତ୍ସ୍ୟ ପ୍ରତିଷ୍ଠାନର ବୈଜ୍ଞାନିକ ଡକ୍ଟର ଜୟାଭାସ୍କରନ୍‌ କହିଛନ୍ତି, ଯେତେବେଳେ ଆମେ ଏହାକୁ ପ୍ରଥମଥର ପାଇଁ ଦେଖିଲୁ ସେତେବେଳେ ଏହା ଘାସରେ ଲୁଚି ରହିଥିଲା। ଏହା ଏକ ମାଛ ନା ଏକ ଛୋଟ ପଥର ଖଣ୍ଡ ତାହା ଜଣା ପଡ଼ି ନ ଥିଲା, କିନ୍ତୁ ମାତ୍ର ୪ ସେକେଣ୍ଡ ପରେ ଜଣାପଡ଼ିଥିଲା। ଏହି ମାଛ ବିଛା କିମ୍ବା ଅନ୍ୟ ଛୋଟ ଜୀଜଜନ୍ତୁ ଶିକାର କରିବା ସମୟରେ ରଙ୍ଗ ପରିବର୍ତ୍ତନ କରିଥାଏ। ଏହି ମାଛ ମଧ୍ୟ ଅତ୍ୟଧିକ ବିଷାକ୍ତ ବୋଲି ବୈଜ୍ଞାନିକମାନେ କହିଛନ୍ତି। ଏହାର ମେରୁଦଣ୍ଡ ହାଡ଼ ସମ୍ପୂର୍ଣ୍ଣ ବିଷରେ ପରିପୂର୍ଣ୍ଣ। ଏହାକୁ ଧରିବା ପାଇଁ ଅଧିକ ଯତ୍ନବାନ ହେବାକୁ ପଡ଼ିବ। ନଚେତ୍‌ ଏହା କ୍ଷଣକରେ ଜୀବନ ନେଇଯିବ।
ବୈଜ୍ଞାନିକଙ୍କ ଅନୁଯାୟୀ, ଏହି ବିରଳ ମାଛ ରାତିରେ ହିଁ ଶିକାର କରିଥାଏ। ଏହା ଗୋଟିଏ ସ୍ଥାନରେ ଶିକାର ପାଇଁ ଅପେକ୍ଷା କରେ। ଶିକାର ନିକଟରକୁ ଧୀରେ ଧୀରେ ଆସି ଆକ୍ରମଣ କରିଥାଏ। ଡକ୍ଟର ଜୟାଭାସ୍କରନ୍‌ଙ୍କ ଅନୁଯାୟୀ, ଏହି ବିରଳ ମାଛକୁ ଜାତୀୟ ସାମୁଦ୍ରିକ ଜୈବ ବିବିଧତା ସଂଗ୍ରାହାଳୟକୁ ପଠାଯାଇଛି। ଫଳରେ ଏହି ମାଛ ଉପରେ ଅଧିକ ଅଧ୍ୟୟନ କରାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଅମିର ଖାନ୍‌

ମୁମ୍ବାଇ,୧୭ା୪:କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଜରିଆରେ ବଲିଉଡ୍‌ ଅଭିନେତା ଆମୀର ଖାନ୍‌ଙ୍କ ପୁରୁଣା ଭିଡିଓକୁ ବ୍ୟବହାର କରାଯାଇ ଭାଜପା ବିରୋଧରେ ଏକ ବିଜ୍ଞାପନ ପ୍ରସ୍ତୁତ କରାଯାଇଛି। ସୋସିଆଲ...

୨.୨୬ ଲକ୍ଷ ଟଙ୍କାରେ ନିଲାମ ହେଲା ଗୋଟିଏ ଅଣ୍ଡା, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୬।୪: ସମସ୍ତେ ଶୁଣିଛନ୍ତି ଯେ ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ, କିନ୍ତୁ ଯେତେବେଳେ ଆପଣ ଜାଣିବେ ଯେ ଗୋଟିଏ ଅଣ୍ଡାର ମୂଲ୍ୟ ଲକ୍ଷ ଲକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri