ରକ୍ତହୀନତାରୁ ଦୂରେଇ ରହିବାକୁ ଚାହୁଁଛନ୍ତି…

ଗୁଡରେ ଅନେକ ଉପକାରୀ ପୋଷକ ତତ୍ତ୍ୱ ରହିଛି। ଏହା ରକ୍ତ ପରିଷ୍କାର କରିବା ସହିତ ଶରୀରରେ ମେଟାବୋଲିଜିମ୍‌ ପ୍ରକିୟାକୁ ନିୟନ୍ତ୍ରଣ କରିଥାଏ। କ୍ଷୀରରେ ଗୁଡ ମିଶାଇ ଖାଇଲେ ଅନେକ ଫାଇଦା ମିଳେ। ଏସିଡିଟି ସମସ୍ୟା ଗୁଡ ଦୂର କରେ। ଖାଇସାରିବା ପରେ ପ୍ରତିଦିନ ଗୁଡ ଖାଇଲେ ଏସିଡିଟି ହୋଇ ନ ଥାଏ। ଗୁଡରେ ଅଧିକ ପରିମାଣର ଆଇରନ ଥାଏ। ତେଣୁ ଗୁଡ ଖାଇଲେ ଏହା ଶରୀରକୁ ବିଭିନ୍ନ ରୋଗରୁ ରକ୍ଷା କରେ। ରକ୍ତହୀନତାରେ ଗୁଡ ମହୌଷଧୀ ଭଳି କାର୍ଯ୍ୟ କରିଥାଏ। ଏହା ରକ୍ତରେ ଥିବା ବିଷାକ୍ତ ପଦାର୍ଥକୁ ନଷ୍ଟ କରିଥାଏ। ଏଥିରେ ମାଗ୍ନେସିୟମ ଥାଏ। ଏହା ଶରୀରର ମାଂସପେଶୀ ଓ ଶିରାପ୍ରଶିରାକୁ ସତେଜତା ପ୍ରଦାନ କରେ। ଏହା ସହିତ ଗୁଡ ଥକାପଣ ମଧ୍ୟ ଦୂର କରେ। ରକ୍ତରେ କୋଲେଷ୍ଟରଲ ମାତ୍ରା ନିୟନ୍ତ୍ରଣ କରି ଏହା ରକ୍ତଚାପକୁ ସ୍ବାଭାବିକ କରିଥାଏ।