Posted inଫୁରସତ

ଯେଉଁ ସମୁଦ୍ରରେ ମଣିଷ ବୁଡେ ନାହିଁ

ଦୁନିଆରେ ଏମିତି ଅନେକ କିଛି ଘଟଣା ରହିଛି, ଯାହା ବିଷୟରେ ଅଧିକାଂଶ ଲୋକ ଅଜ୍ଞ। ଏମିତି ଘଟଣା ରହିଛି ଏକ ସମୁଦ୍ରକୁ ନେଇ, ଯେଉଁଠାରେ ବିନା ଲାଇଫ୍‌ ଜ୍ୟାକେଟ୍‌ରେ ପହଁରିପାରିବେ। ଜାଣି ଆଶ୍ଚର୍ଯ୍ୟ ହେବେ, ସମୁଦ୍ରରେ କୌଣସି ବ୍ୟକ୍ତି ବୁଡ଼ି ନ ଥାନ୍ତି। ପିଲାଠୁ ବୁଢ଼ା ଯେକେହି ବି ଏହା ଭିତରେ ଆରାମରେ ପହଁରିପାରିବେ। ଅବିଶ୍ୱସନୀୟ ଲାଗୁଥିଲେ ମଧ୍ୟ ଏହା ସତ। ବିଶ୍ୱସ୍ତରରେ ଏହି ସମୁଦ୍ର ‘ଡେଡ୍‌ ସି’ ନାମରେ ପରିଚିତ। ଏହା ଜୋର୍ଡାନ୍‌ ଏବଂ ଇସ୍ରାଏଲ୍‌ ମଧ୍ୟବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ। ସମୁଦ୍ରକୁ ‘ସଲ୍ଟ ସି’ ବୋଲି ମଧ୍ୟ କୁହାଯାଏ। କାରଣ ପାଣିରେ ଲୁଣର ମାତ୍ରାରେ ପ୍ରଚୁର। ଏଣୁ କୌଣସି ବ୍ୟକ୍ତି ଚାହିଁଲେ ବୁଡ଼ିପାରିବ ନାହିଁ ‘ଡେଡ୍‌ ସି’ ନାମରେ ପରିଚିତ ଏହି ସମୁଦ୍ରର ପାଣି ଅତ୍ୟନ୍ତ ଖାର। ଏହି କାରଣରୁ ଆଖପାଖରେ କିମ୍ବା ସମୁଦ୍ର ଭିତରେ କୌଣସି ବୃକ୍ଷ କି ଗୁଳ୍ମ ବଞ୍ଚିପାରନ୍ତି ନାହିଁ। ଏହା ଦୁନିଆର ସବୁଠୁ ଅଧିକ ଖାର ପାଣିର ହ୍ରଦ ବୋଲି ମଧ୍ୟ କୁହାଯାଏ। ଏହି ପାଣିରେ ମିନରାଲ୍ସ ପ୍ରଚୁର ଥାଏ। ଏଣୁ ପାଣିରେ ସ୍ନାନ କଲେ ଚର୍ମଜନିତ ସମସ୍ୟାରୁ ଆରୋଗ୍ୟ ମିଳିଥାଏ। ଅସ୍ଥି ଯନ୍ତ୍ରଣା ହେଉଥିଲେ ଉପଶମ ମିଳିଥାଏ। ସମୁଦ୍ରରେ ପ୍ରଚୁର ପରିମାଣରେ ଲବଣ ଥିବାରୁ ମଣିଷ କେବଳ ପହଁରିଥାଏ, ବୁଡ଼ି ନ ଥାଏ। ଏଠାରେ ଅଧିକାଂଶ ସମୟରେ ପର୍ଯ୍ୟଟକଙ୍କ ଭିଡ଼ ଲାଗିରହିଥାଏ। ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭକାରୀ ହୋଇଥିବାରୁ ପାଣିରେ ସେମାନେ ଘଣ୍ଟା ଘଣ୍ଟା ବିତାଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri