ଯେଉଁଠି କଏଦୀଙ୍କୁ ଶୋଇବା ମନା

ଦକ୍ଷିଣ ରୁଷ୍‌ରେ ଅବସ୍ଥିତ ଏହି ଜେଲ୍‌ର ନିୟମ ଅନ୍ୟ ଦେଶର ଜେଲ୍‌ଠୁ ସମ୍ପୂର୍ଣ୍ଣ ଭିନ୍ନ। ଜେଲ୍‌ରୁ ଆଜି ପର୍ଯ୍ୟନ୍ତ କଏଦୀ ଫେରାର୍‌ ହେବା ଘଟଣା ସାମ୍ନାକୁ ଆସିନାହିଁ। ଅପରାଧୀଙ୍କୁ ଜେଲ୍‌ରୁ ସେତେବେଳେ ମୁକ୍ତି ମିଳିଥାଏ, ଯେତେବେଳେ ସେମାନଙ୍କ ମୃତ୍ୟୁ ହୁଏ। ଜେଲ୍‌ଟି ପ୍ରାୟ ୧୭୦୦ ବର୍ଷ ପୁରୁଣା। ଜେଲ୍‌ର କଠୋର ନିୟମାନୁସାରେ, ଏଠାରେ କଏଦୀଙ୍କୁ ରାତି ପାହିବାଠୁ ନେଇ ରାତି ଶୋଇବା ଯାଏ ବସିବାକୁ ଦିଆଯାଇ ନ ଥାଏ। ଏଠାରେ କଏଦୀଙ୍କ ବିଶ୍ରାମ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଜେଲ୍‌ର ଗୋଟିଏ କୋଠରିରେ ଏକସଙ୍ଗେ ୭୦୦ କଏଦୀଙ୍କୁ ରଖାଯାଇଥାଏ। ୨୪ ଘଣ୍ଟା ଜେଲ୍‌ରେ କଏଦୀଙ୍କ ଉପରେ କ୍ୟାମେରା ଦ୍ୱାରା ନଜର୍‌ ରଖାଯାଏ। କେବଳ ସେତିକି ନୁହେଁ, କଏଦୀଙ୍କୁ ଜେଲ୍‌ ଭିତରେ ବୁଲାବୁଲି କରିବାକୁ ଦିଆଯାଇଥିବା ବେଳେ ସେମାନଙ୍କ ଆଖିରେ କପଡ଼ା ବନ୍ଧା ହେବା ସହ ହାତରେ ହାତକଡ଼ି ପଡ଼ିଥାଏ। କଏଦୀଙ୍କୁ ସବୁବେଳେ ସେଲ୍‌ ଭିତରେ ଖାଇବାକୁ ଦିଆଯାଏ। ତେବେ ଜେଲ୍‌ର ଏହି କଡ଼ା ନିୟମ କେବଳ ନୃଶଂସ କଏଦୀଙ୍କ ପାଇଁ ରଖାଯାଇଛି। କାରଣ ଏଠାରେ ସେଭଳି କଏଦୀଙ୍କୁ ରଖାଯାଏ, ଯେଉଁମାନେ ନୃଶଂସ କାଣ୍ଡ ଘଟାଇ ଆସିଥାନ୍ତି। ସେମାନଙ୍କ କର୍ମଫଳ ଅନୁଯାୟୀ ତାଙ୍କୁ ଏଭଳି ଅକଥନୀୟ ଅତ୍ୟାଚାରର ସାମ୍ନା କରିବାକୁ ପଡ଼ିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଶପଥ ନେବେ ରହମାନ

ଢାକା,୧୭ା୨: ବାଂଲାଦେଶରେ ମଙ୍ଗଳବାର ବିଏନ୍‌ପି (ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି) ସରକାର ଶପଥ ନେବ। ଦଳୀୟ ଅଧ୍ୟକ୍ଷ ତାରିକ୍‌ ରହମାନ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ସହିତ…

ଅରୁଣାଚଳ ସୀମାରେ ଚାଇନାର ପରମାଣୁ ଷଡ଼ଯନ୍ତ୍ର; ଗୋପନରେ କରୁଛି ଏପରି

ନୂଆଦିଲ୍ଲୀ,୧୬।୨: ଭାରତର ଅରୁଣାଚଳ ପ୍ରଦେଶ ସୀମା ନିକଟରେ ଚାଇନାର ବଡ଼ ଷଡ଼ଯନ୍ତ୍ର। ଗୋପନରେ ପରମାଣୁ ଅସ୍ତ୍ରଶସ୍ତ୍ର ଭଣ୍ଡାର ବଢ଼ାଉଛି ବେଜିଂ। ସାଟେଲାଇଟ୍ ଚିତ୍ରରୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ।…

ତାରିକ ରହମାନଙ୍କ ଶପଥ ଗ୍ରହଣକୁ ମୋଦିଙ୍କୁ ନିମନ୍ତ୍ରଣ ମିଳିବାରୁ, ପାକିସ୍ତାନ ଏକ୍ସପର୍ଟ କହୁଛନ୍ତି, ବହୁତ ବଡ଼ ଭୁଲ କଲା…

ନୂଆଦିଲ୍ଲୀ/ଢାକା/ଇସଲାମାବାଦ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରାଯିବା ପରେ ପାକିସ୍ତାନବାସୀ ଖୁବ ରାଗିଛନ୍ତି। ପାକ ବିଶେଷଜ୍ଞ କମର ଚିମା…

ହିମସ୍ଖଳନ ପରେ ଟ୍ରେନ ଦୁର୍ଘଟଣା, ଅନେକେ ଆହତ

ଗପ୍ପେନଷ୍ଟାଇନ,୧୬।୨: ସୋମବାର ଦକ୍ଷିଣ ସ୍ବିଜରଲ୍ୟାଣ୍ଡରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଗପ୍ପେନଷ୍ଟାଇନ ଗାଁ ନିକଟରେ ହିମସ୍ଖଳନ ପରେ ୮୦ ଜଣ ଲୋକଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହୀ…

ଗଜପତି କୋଣାର୍କ ପଠାଇଥିଲେ ରାଜାଭିଷେକ, ବିବାହ ବେଳର ୧,୫୧,୬୫୧ ମାଢ଼ ସୁନା

ଗତ ସଂଖ୍ୟାରେ ଆମେ ସାମ୍ରାଜ୍ୟ କେଉଁଠୁ, କେଉଁମାନେ ମନ୍ଦିର ନିର୍ମାଣ ପାଇଁ କେତେ ସହଯୋଗ କରିଥିଲେ ତା’ର ଏକ ଚିତ୍ର ଦେବାକୁ ଆରମ୍ଭ କରିଥିଲୁ। ଓଡ଼ିଆମାନେ ମନ୍ଦିର…

କଟକଣା ହଟିଲେ ସାଲିସ ପାଇଁ ଇରାନ୍‌ ରାଜି

ତେହରାନ୍‌,୧୬ା୨:ଇରାନ ନିଜର ଆଣବିକ କାର୍ଯ୍ୟକ୍ରମକୁ ନେଇ ଆମେରିକା ସହ ସାଲିସ କରିବାକୁ ପ୍ରସ୍ତୁତ ରହିଛି। କିନ୍ତୁ ଏଥିପାଇଁ ନିର୍ଦ୍ଦିଷ୍ଟ ସର୍ତ୍ତ ରଖିଛି। ଯଦି ଆମେରିକା କଟକଣା ହଟାଇବ…

ଆଣବିକ ରିଆକ୍ଟର ପ୍ରସ୍ତୁତ କଲେ ୧୨ ବର୍ଷୀୟ ଛାତ୍ର: ରୁମ୍‌ରେ ୪ ବର୍ଷର ଗବେଷଣା ପରେ ସଫଳତା

ଟେକ୍ସାସ୍‌,୧୬ା୨:ଆମେରିକାର ଟେକ୍ସାସ୍‌ ରାଜ୍ୟସ୍ଥିତ ଡଲାସ୍‌ ସହରର ଜଣେ ୧୨ ବର୍ଷର ଛାତ୍ର ଯାହା କରିଛନ୍ତି ତାହା ବୈଜ୍ଞାନିକ ଏବଂ ଗବେଷକ ମହଲକୁ ଆଶ୍ଚର୍ଯ୍ୟ କରିଦେଇଛି। ଏହି ଛାତ୍ର…

ତରଳୁଛି ହିମବାହ, ବିଶ୍ୱକୁ ବିପଦ

ଲଣ୍ଡନ୍‌/ ନୂଆଦିଲ୍ଲୀ,୧୬ା୨(ଏଜେନ୍ସି): ସାରା ବିଶ୍ୱରେ ପ୍ରାୟ ୩,୧୦୦ ହିମବାହ ଦ୍ରୁତଗତିରେ ତରଳୁଛି, ଯାହାକି ଅତ୍ୟନ୍ତ ବିରଳ ଘଟଣା। ବିଶ୍ୱରେ ଥିବା ମୋଟ ହିମବାହର ଏହା ମାତ୍ର ୧%…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri