ଯୁବତୀଙ୍କୁ ବଳାତ୍କାର ଅଭିଯୋଗ: ଯୁବକ ଫେରାର୍‌

ନୂଆଗାଁ,୨୮।୪(ଡି.ଏନ.ଏ.)-ସୁନ୍ଦରଗଡ଼ ଜିଲା ନୂଆଗାଁ ବ୍ଲକ ବିଶ୍ରା ଥାନା ଅନ୍ତର୍ଗତ ଚିତାପେଡ଼ି ପଞ୍ଚାୟତର ଲୋଧାରାମ ଅଞ୍ଚଳର ଜନୈକ ଯୁବତୀଙ୍କୁ ସେହି ପଞ୍ଚାୟତର ରାଜେଶ ନାଏକ(୩୦) ନାମକ ଜଣେ ଯୁବକ ବଳାତ୍କାର କରିଥିବା ବିଶ୍ରା ଥାନାରେ ଶନିବାର ଅଭିଯୋଗ ହୋଇଛି। ତେବେ ସମ୍ପୃକ୍ତ ଯୁବକ ଏହି ଘଟଣା ପରେ ଫେରାର ହୋଇଥିବା ପୋଲିସ କହିଛି। ଏନେଇ ବିଶ୍ରା ଥାନାରେ ଏକ ମାମଲା (ନଂ. ୪୩/୨୦୧୯) ରୁଜୁ ହୋଇଛି। ପୋଲିସ ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିବା ସହ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିବା ନେଇ ଉଦ୍ୟମ ଜାରି ରଖିଛି।