ଯୁଦ୍ଧ ନୁହେଁ ଆଲୋଚନାକୁ ଦିଆଯିବ ଗୁରୁତ୍ୱ

ଲାହୋର, ୩ା୯(ପି.ଟି.): କୌଣସି ସମସ୍ୟାର ସମାଧାନ ଯୁଦ୍ଧ ଦ୍ୱାରା ହୋଇ ନ ଥିଏ। ଭାରତକୁ ମୁଁ ଏହା କହିବାକୁ ଚାହୁଁଛି। ଯୁଦ୍ଧରେ ବିଜୟ ଲାଭ କରିଥିବା ଦେଶ ମଧ୍ୟ କ୍ଷତି ସହିଥାଏ। ଭାରତ ଓ ପାକିସ୍ତାନ ଉଭୟ ପରମାଣୁ ଶକ୍ତିସମ୍ପନ୍ନ ଦେଶ। ଯୁଦ୍ଧ ମନୋଭାବ ଛାଡ଼ି ପ୍ରତ୍ୟେକ ସମସ୍ୟାର ସମାଧାନ ଲାଗି ଉଭୟେ ଆଲୋଚନାକୁ ଗୁରୁତ୍ୱ ଦେବା ଉଚିତ୍‌ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ସୋମବାର ପ୍ରକାଶ କରିଛନ୍ତି। ପାକିସ୍ତାନ କେବେ ବି ଭାରତ ବିରୋଧରେ ଯୁଦ୍ଧାରମ୍ଭ କରିବ ନାହିଁ। ଯୁଦ୍ଧହେଲେ କେବଳ ଆମେ କ୍ଷତି ସହିବୁନି ବରଂ ସାରା ବିଶ୍ୱ କ୍ଷତିଗ୍ରସ୍ତ ହେବ ବୋଲି ଲାହୋରରେ ଶିଖ୍‌ ସମ୍ପ୍ରଦାୟର ଲୋକମାନଙ୍କୁ ଉଦ୍‌ବୋଧନ ଦେଇ ସେ କହିଛନ୍ତି। ପ୍ରକାଶଥାଉ କି, ୩୭୦ ଧାରା ଉଚ୍ଛେଦ ପରେ ଇମ୍ରାନଙ୍କର ଥିବା କଡ଼ା ଆଭିମୁଖ୍ୟରେ ଏବେ ପରିବର୍ତ୍ତନ ଦେଖିବାକୁ ମିଳିଛି। ପୂର୍ବରୁ କଶ୍ମୀରକୁ ନେଇ ଭାରତ ଉପରେ ବର୍ଷିବା ସହ ଇମ୍ରାନ୍‌ ପରମାଣୁ ଯୁଦ୍ଧର ଧମକ ଦେଇଥିଲେ। ଭାରତ ଏହାକୁ ଗୁରୁତ୍ୱ ନ ଦେବାରୁ ପାକ୍‌ ମନୋଭାବରେ ପରିବର୍ତ୍ତନ ଆସିଛି। ଭାରତ ବିରୋଧରେ ପାକିସ୍ତାନ ପ୍ରଥମେ ପରମାଣୁ ଅସ୍ତ୍ର ବ୍ୟବହାର କରିବ ନାହିଁ ବୋଲି ଇମ୍ରାନ କହିଛନ୍ତି।
ପଠାନ୍‌କୋଟ ଓ ପୁଲ୍‌ଓ୍ବାମା ଆକ୍ରମଣ ପରେ ଭାରତର କଡ଼ା ଆଭିମୁଖ୍ୟ ପାକିସ୍ତାନକୁ ଭୟଭୀତ କରିପକାଇଛି। ବାଲାକୋଟରେ ଭାରତୀୟ ବାୟୁସେନାର ଆକ୍ରମଣରେ ଜୈଶ୍‌ ଆତଙ୍କବାଦୀ ଶିବିର ଧ୍ୱଂସ ପାଇଛି। ଏବେ କଶ୍ମୀରକୁ ନେଇ ବାଉଳି ହେଉଥିବା ପାକିସ୍ତାନ ବିଶ୍ୱ ସମୁଦାୟର ସହଯୋଗ ଲୋଡ଼ି ହତାଶ୍‌ ହେବା ପରେ ଭାରତ ଆଗରେ ମୁଣ୍ଡ ନୁଆଁଇଛି। ପାକ୍‌ ବହିର୍ବ୍ୟାପାର ମନ୍ତ୍ରୀ କୁରେଶୀଙ୍କ ପରେ ଏବେ ପ୍ରଧାନମନ୍ତ୍ରୀ ଇମ୍ରାନ ଯୁଦ୍ଧ ଧମକରୁ ହଟି ଆଲୋଚନା କରିବାକୁ ମନ ବଳାଇଛନ୍ତି।
ଭାରତ ବିରୋଧରେ ସୀମାପାର୍‌ ଆତଙ୍କବାଦ ଓ ଅସ୍ତ୍ରବିରତି ଉଲ୍ଲଂଘନ ଏବେ ବି ପାକିସ୍ତାନ ଜାରି ରଖିଛି। କଶ୍ମୀରକୁ ନେଇ ବିଭିନ୍ନ ମିଥ୍ୟା ଖବର ପରିବେଷଣ କରୁଛି। ସୀମାରେ ଅନୁପ୍ରବେଶ ସହ ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେବା ବନ୍ଦ କରୁ ନାହିଁ। ଭାରତ ବାରମ୍ବାର ଏ କଥା କହୁଥିବାବେଳେ ପାକିସ୍ତାନ ମତିଗତିରେ ପରିବର୍ତ୍ତନ ଆସୁନାହିଁ। ୩୭୦ ଧାରା ଉଚ୍ଛେଦ ଭାରତର ଆଭ୍ୟନ୍ତରୀଣ ମାମଲା ହୋଇଥିବାବେଳେ ଏହାକୁ ଅନ୍ତର୍ଜାତୀୟ ରୂପ ଦେବାକୁ ପାକିସ୍ତାନ ହୀନ ଚକ୍ରାନ୍ତ କରିଛି। ବିଶ୍ୱ ସମୁଦାୟ (ଚାଇନାକୁ ଛାଡ଼ି) ଭାରତ ସପକ୍ଷରେ ସ୍ବର ଉଠାଇବା ପରେ ଏବେ ପାକିସ୍ତାନ ନରମିଛି। ଯୁଦ୍ଧ ନୁହେଁ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ସମ୍ଭବ ହୋଇପାରିବ ବୋଲି ପାକିସ୍ତାନ ଅନୁଭବ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ଇରାନକୁ ଟ୍ରମ୍ପଙ୍କ ଚେତାବନୀ: କହିଲେ ପାଗଳ, ହର୍ମୁଜ ଖୋଲିଦିଅ, ନଚେତ୍‌…

ଓ୍ବାଶିଂଟନ,୫ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ପୁଣି ଧମକ ଦେଇଛନ୍ତି। ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ଇରାନକୁ ୧୦ ଦିନର ଅଲ୍ଟିମେଟମ ଦେଇଥିଲେ ଟ୍ରମ୍ପ ।…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ଭିଡ଼ିଓ ଶେୟାର କରି ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପାଇଲଟଙ୍କୁ ଉଦ୍ଧାର କରିବାକୁ ଆସିଥିବା ଏୟାରକ୍ରାପ୍ଟ ଧ୍ୱଂସ!

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ସେନା ୪୮ ଘଣ୍ଟା ଧରି ଲୁଚି ରହିବା ପରେ ଏକ ଉଦ୍ଧାର କାର୍ଯ୍ୟ ପରେ ଏହାର ଜଣେ ବାୟୁସେନା…

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri