ଢେଙ୍କାନାଳ ଅଫିସ/ଭାପୁର(ଡି.ଏନ୍.ଏ.), ୪।୬ପ୍ରକାଶ ପାଇଛି ଯୁକ୍ତ୨ ବିଜ୍ଞାନ ପରୀକ୍ଷା ଫଳ। ଢେଙ୍କାନାଳ ଜୁନିୟର କଲେଜର ପାସ୍ ହାର ରହିଛି ୯୦.୨୩%। ପରୀକ୍ଷା ଦେଇଥିବା ୨୫୨ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୨୩୯ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ତନ୍ମଧ୍ୟରେ ୧୩୧ ପ୍ରଥମ, ୮୩ ଦ୍ୱିତୀୟ ଏବଂ ୨୫ ଜଣ ତୃତୀୟ ଶ୍ରେଣୀରେ ପାସ୍ ହୋଇଛନ୍ତି। ୧୨ଜଣ ଅକୃତକାର୍ଯ୍ୟ ହୋଇଥିବାବେଳେ ଜଣେ ପରୀକ୍ଷାରେ ଅନୁପସ୍ଥିତ ଥିଲେ। ସର୍ବାଧିକ ମାର୍କ ରଖିଥିବା ପ୍ରିୟନା ପୃଷ୍ଟି କଲେଜ ଟପ୍ପର ହୋଇଥିବା ଭାରପ୍ରାପ୍ତ ଅଧ୍ୟକ୍ଷ ତପନ ସେଠୀ ସୂଚନା ଦେଇଛନ୍ତି।
ସେହିପରି ମହିଳା କଲେଜରେ ପାସ୍ ହାର ରହିଛି ୮୩.୪୮%। ମୋଟ ୧୦୯ଜଣ ପରୀକ୍ଷା ଦେଇଥିବାବେଳେ ୯୧ଜଣ କୃତକାର୍ଯ୍ୟ ହୋଇଛନ୍ତି। ପ୍ରଥମ ଶ୍ରେଣୀରେ ୨୬, ଦ୍ୱିତୀୟ ଶ୍ରେଣୀରେ ୪୧, ତୃତୀୟ ଶ୍ରେଣୀରେ ୨୪ ଜଣ ପାସ୍ କରିଛନ୍ତି। ୪୪୮ ମାର୍କ ରଖିଥିବା ଗୀତାଶ୍ରୀ ଶୁଭଜିତ୍ରା କଲେଜ ଟପ୍ପର ହୋଇଥିବା କଲେଜ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ଭାପୁରସ୍ଥିତ ଦେବେନ୍ଦ୍ର ଶତପଥୀ ସ୍ମାରକୀ କଲେଜର ଯୁକ୍ତ ୨ ପରୀକ୍ଷା ଦେଇଥିବା ୬୦ ଜଣ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୫୬ଜଣ କୃତକାର୍ଯ୍ୟ ହୋଇଛନ୍ତି। ପ୍ରଥମ ଶ୍ରେଣୀରେ ୨୧, ଦ୍ୱିତୀୟ ଶ୍ରେଣୀରେ ୨୨ ଏବଂ ତୃତୀୟ ଶ୍ରେଣୀରେ ୧୩ଜଣ ଅଛନ୍ତି। ବିଶ୍ୱେଶ୍ୱର ସାମଲ ୪୯୪, ଯଶକେତନ ନାଏକ ୪୮୨, ଆଲୋକ ପ୍ରଧାନ ୪୫୯ ମାର୍କ ରଖି ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ହାସଲ କରିଥିବା କଲେଜ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ, ଯୋଗ ଦେଲେ…
ପରଜଙ୍ଗ, ୫।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ବିଶ୍ୱେଶ୍ୱର ବିଦ୍ୟାପୀଠ ମୁଣ୍ଡେଇଲୋଠାରେ ଶୁକ୍ରବାର ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛ। ଏହି ପ୍ରଦର୍ଶନୀ...
ରାସ୍ତା ତଳକୁ ଓଲଟିପଡିଲା ବାଲି ବୋଝେଇ ହାଇୱା, ଭିତରେ ଥିଲେ ଡ୍ରାଇଭର, ତା’ପରେ…
ପରଜଙ୍ଗ, ୪।୧୨(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଭାଲୁମୁଣ୍ଡା – ପରଜଙ୍ଗ ପୂର୍ତ୍ତ ବିଭାଗ ରାସ୍ତାର ପରଜଙ୍ଗ ରେଳ ଷ୍ଟେଶନ ନିକଟରେ ଗୁରୁବାର...
ସରକାରୀ ଜାଗାରୁ ଜବରଦଖଲ ଉଚ୍ଛେଦ: ଆଗକୁ ଆହୁରି…
ପରଜଙ୍ଗ,୨।୧୨(ନିଗମାନନ୍ଦ ଦଳବେହେରା):ଢେଙ୍କାନାଳ ଜିଲା ପରଜଙ୍ଗ ତହସିଲ ପ୍ରଶାସନ ତରଫରୁ ସୋମବାର ବାରିହାପୁର ହାଇସ୍କୁଲ ସମ୍ମୁଖରେ ସରକାରୀ ଜାଗାରେ ଥିବା ଏକ ଢାବା ସହ କେତୋଟି ଦୋକାନ...
୫୫ ଜାତୀୟ ରାଜପଥରେ ସ୍କୁଟିକୁ ଧକ୍କା ଦେଲା ଅଜଣା ଗାଡି, ୩ ଯୁବକ ମୃତ
ଢେଙ୍କାନାଳ,୨୮ା୧୧: ଢେଙ୍କାନାଳ ଜିଲା ସଦର ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୫୫ ର ଗୋବିନ୍ଦପୁର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ...
ଧାନ କାଟୁଥିବାବେଳେ ଚାଷୀଙ୍କୁ କାମୁଡ଼ିଲା ସାପ, ଆଉ ତା’ ପରେ…
ପରଜଙ୍ଗ,୨୭ା୧୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ପଥରଖମ୍ବ ଗ୍ରାମର ଜଣେ ଚାଷୀ ଗୁରୁବାର ବିଲରେ ଧାନ କାଟୁଥିବା ବେଳେ ସାପ କାମୁଡ଼ାରେ...
ପରଜଙ୍ଗ ଅଞ୍ଚଳରେ ମାତିଛନ୍ତି ଡିଜେଲ ଚୋର, ବୋଲେରୋରେ ଆସି ଗାଡ଼ିରୁ କରୁଛନ୍ତି ଚୋରି
ପରଜଙ୍ଗ୨୬।୧୧(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ବଜାରରୁ ବାଇପାସ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଚେନ ମେଶିନରୁ ବୁଧବାର...
୨ ବର୍ଷ ହେଲା ଫେରାର କିରାଣିଙ୍କୁ ଗିରଫ କଲା ଭିଜିଲାନ୍ସ
ହିନ୍ଦୋଳ, ୨୨।୧୧: ଠକେଇ ମାମଲାରେ ୨ ବର୍ଷ ହେଲା ଫେରାର କିରାଣିଙ୍କୁ ଗିରଫ କଲା ଭିଜିଲାନ୍ସ। ୬୮.୮୫ ଲକ୍ଷ ଟଙ୍କାର ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ...
ତେଜରାତି ଦୋକାନରୁ ବିଦେଶୀ ମଦ ଜବତ: ଜଣେ ଗିରଫ
ପରଜଙ୍ଗ,୧୭।୧୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ଅଧୀନ ରୋଡ ଗ୍ରାମରେ ଥିବା ପ୍ରାଥମିକ ସ୍କୁଲ ନିକଟରେ ଥିବା ଏକ ତେଜରାତି ଦୋକାନରେ...
Archives


