Posted inUncategorized

ଯାଜପୁରର ପୂର୍ବତନ ଜିଲାପାଳଙ୍କୁ ଲୋକାୟୁକ୍ତଙ୍କ ଜବାବ ଦାଖଲ ନୋଟିସ

ଯାଜପୁର ଅଫିସ,୬।୫: ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନ ବିଛାଖଣ୍ଡି କଳାପଥର ଖାଦାନରୁ ହରିଲୁଟ ମାମଲାରେ କଟକ ଭିଜିଲାନ୍ସ ନିର୍ଦ୍ଦେଶକଙ୍କ ପକ୍ଷରୁ ଲୋକାୟୁକ୍ତରେ ତଦନ୍ତ ରିପୋର୍ଟ ଦାଖଲ ହୋଇଛି। ଏହି ରିପୋର୍ଟରେ ୨୦୦ କୋଟି ଟଙ୍କାର ରାଜସ୍ବ ହାନି ହୋଇଥିବା ଦର୍ଶାଇ ତତ୍କାଳୀନ ଯାଜପୁର ଜିଲାପାଳ ରଞ୍ଜନ କୁମାର ଦାସଙ୍କ ସମେତ ୩ ଜଣ ପୂର୍ବତନ ତହସିଲଦାର, ୨ ଜଣ ରାଜସ୍ବ ନିରୀକ୍ଷକ ଏବଂ ୮ ଜଣ ଲିଜ୍‌ଧାରୀଙ୍କୁ ଦାୟୀ କରାଯାଇଛି। ଉକ୍ତ ଭିଜିଲାନ୍ସ ରିପୋର୍ଟ ଆଧାରରେ ଲୋକାୟୁକ୍ତଙ୍କ ପକ୍ଷରୁ ଉପରୋକ୍ତ ଅଧିକାରୀ ଓ ଲିଜ୍‌ଧାରୀମାନଙ୍କୁ ୨୩ା୬ା୨୦୨୩ ସୁଦ୍ଧା ଜବାବ ଦାଖଲ କରିବାକୁ ନୋଟିସ ଜାରି ହୋଇଛି।
ବିଛାଖଣ୍ଡି ପାହାଡ଼ରେ ଚାଲିଥିବା ବ୍ୟାପକ କଳାପଥର ଲୁଟ୍‌ ସମ୍ପର୍କରେ ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେହୁରାଙ୍କ ଅଭିଯୋଗକ୍ରମେ ଲୋକାୟୁକ୍ତରେ ଏକ ମାମଲା (୧୨୦/୨୦୨୧) ରୁଜୁ ହୋଇଛି। ସୂଚନା ଅଧିକାର ଆଇନ ବଳରେ ବେହୁରାଙ୍କୁ ମିଳିଥିବା ତଥ୍ୟ ଅନୁସାରେ ୮୯୦ ଏକର ପରିମିତ ବିଛାଖଣ୍ଡି ସଂରକ୍ଷିତ ଜଙ୍ଗଲରେ କଳାପଥର ଖଣି ଲିଜ୍‌ ଦେବାପାଇଁ କେନ୍ଦ୍ର ସରକାର କୌଣସି ଅନୁମତି ଦେଇନାହାନ୍ତି। କିନ୍ତୁ ଖଣି ମାଫିଆମାନେ ବେଆଇନ ଭାବେ ବିପୁଳ ପରିମାଣର କଳାପଥର ଉତ୍ତୋଳନ କରୁଥିବା ସମ୍ପର୍କରେ ତତ୍କାଳୀନ ଡିଏଫ୍‌ଓ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ୮ା୨ା୨୦୧୯ରେ ଜିଲାପାଳଙ୍କୁ ପତ୍ର ଲେଖିଥିଲେ। କିନ୍ତୁ ଜିଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିଲା। ଏହାପରେ ବେହୁରା ୧୨ା୦୭ା୨୦୧୯ରେ ଜିଲାପାଳଙ୍କଠାରୁ ଆରମ୍ଭ କରି ମୁଖ୍ୟ ଶାସନ ସଚିବ, ରାଜସ୍ବ ସଚିବ, କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନରଙ୍କ ନିକଟରେ ଅଭିଯୋଗ କରିଥିଲେ। କିନ୍ତୁ କୌଣସି ପଦକ୍ଷେପ ନିଆଯାଇ ନ ଥିଲା। ବରଂ ବିଛାଖଣ୍ଡି ପାହାଡ଼ ନିକଟରେ ୧୨ଟି କ୍ରଶର୍‌ ୟୁନିଟ୍‌ ଚାଲିବା ପାଇଁ ପ୍ରଶାସନିକ ଅନୁମତି ମିଳିଥିଲା। ଫଳରେ ବେହୁରା ୮ା୨ା୨୦୨୧ରେ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରି ତଦନ୍ତ ଦାବି କରିଥିଲେ। ତଦନୁଯାୟୀ ଲୋକାୟୁକ୍ତଙ୍କ ପକ୍ଷରୁ ଜିଲାପାଳ ଏବଂ ତହସିଲଦାରଙ୍କୁ ନୋଟିସ ଦିଆଯିବା ସହ ତଦନ୍ତ ପାଇଁ ରାଜ୍ୟ ଭିଜିଲାନ୍ସକୁ ନିର୍ଦ୍ଦେଶ ହୋଇଥିଲା। ଭିଜିଲାନ୍ସ ଏହି ମାମଲାରେ ୨୮ା୪ା୨୦୨୩ରେ ରିପୋର୍ଟ ପ୍ରଦାନ କରିଥିଲା। ଚୋରା କଳାପଥର ଆକଳନ ପାଇଁ ଭିଜିଲାନ୍ସ ପକ୍ଷରୁ ଭାରତ ସରକାରଙ୍କ ହାଇଦ୍ରାବାଦସ୍ଥିତ ନ୍ୟାଶନାଲ ରିମୋଟ୍‌ ସେନ୍‌ସିଂ ସେଣ୍ଟର ଏବଂ ଇସ୍ରୋର ସହାୟତା ନିଆଯାଇଥିଲା। ଭିଜିଲାନ୍ସ ରିପୋର୍ଟରେ ଜିଲାପାଳ ଦାସଙ୍କ ସମେତ ପୂର୍ବତନ ତହସିଲଦାର ପ୍ରଭାସ କୁମାର ବେହୁରା, ଶୀତଳ ଅଗ୍ରୱାଲ ଓ ସରୋଜ କୁମାର ପଣ୍ଡା, ପୂର୍ବତନ ରାଜସ୍ବ ନିରୀକ୍ଷକ ବୀରକିଶୋର ମହାରଣା ଓ ସୁଶାନ୍ତ କୁମାର ସ୍ବାଇଁ ଏବଂ ଲିଜ୍‌ଧାରୀ ସନ୍ଦୀପ ଚନ୍ଦକ, ମଞ୍ଜିତ ଚାୱାଲା, ଅମନ ସେଠୀ, ଜ୍ଞାନରଞ୍ଜନ ମହାପାତ୍ର, ଧ୍ରୁବାନନ୍ଦ ପ୍ରଧାନ, ଜୟନ୍ତ କୁମାର ଜେନା, ସତ୍ୟସାଇ କନଷ୍ଟ୍ରକ୍ସନ(ପାର୍ଟନର: ସୁଶାନ୍ତ ପରିଡ଼ା) ଏବଂ ନିହାରରଞ୍ଜନ ମାନ୍ଧାତାଙ୍କୁ ଏହି ଅନିୟମିତତା ପାଇଁ ଦାୟୀ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଯୁଦ୍ଧବିରତିରେ ଭାରତର ପ୍ରଥମ ପ୍ରତିକ୍ରିୟା: ଆମେ ଏହାକୁ ସ୍ୱାଗତ କରୁଛୁ, ଆମେ ଆରମ୍ଭରୁ…

ନୂଆଦିଲ୍ଲୀ,୮।୪:ଆମେରିକା-ଇରାନ ବିବାଦରେ ଘୋଷଣା ହୋଇଥିବା ଯୁଦ୍ଧବିରତି ଉପରେ ଭାରତ ସରକାର ପ୍ରଥମ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବୁଧବାରବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହି ଯୁଦ୍ଧବିରତିକୁ ସ୍ୱାଗତ କରି ଏକ…

ଆମେରିକା-ଇରାନ ଯୁଦ୍ଧବିରତି ପରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଏମାନେ ପ୍ରଥମେ ପାଇବେ…

ନୂଆଦିଲ୍ଲୀ,୮।୪: ଆମେରିକା-ଇରାନ ଯୁଦ୍ଧବିରତି ପରେ ତୁରନ୍ତ କେନ୍ଦ୍ର ସରକାର LPG ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଦେଶବ୍ୟାପୀ LPG ଅଭାବକୁ ଦୃଷ୍ଟିରେ ରଖି, ସରକାର ଗ୍ୟାସ…

ଏପଟେ ଇରାନ-ଆମେରିକା ମଧ୍ୟରେ ଯୁଦ୍ଧବିରତି ଘୋଷଣା, ସେପଟେ ଭାରତକୁ ଖୁସିଖବର ଦେଲେ…

ନୂଆଦିଲ୍ଲୀ,୮।୪: ଆମେରିକାରେ ଏକ ସ୍ବତନ୍ତ୍ର ବୈଠକ ସମୟରେ ରାଷ୍ଟ୍ରଦୂତ ସର୍ଗିଓ ଗର୍‌ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ରାତ୍ରୀଭୋଜନ କରିଥିଲେ। ସେ ଏହି ବୈଠକକୁ ବହୁତ…

ଇରାନ-ଆମେରିକା ଯୁଦ୍ଧବିରତିରେ ପାକିସ୍ତାନ ନୁହେଁ, ଏହି ଦେଶ ଅସଲ ଖେଳାଳି! ଟ୍ରମ୍ପ କଲେ ବଡ଼ ଖୁଲାସା

ଓ୍ବାଶିଂଟନ୍‌,୮।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଯୁଦ୍ଧବିରତି ଘୋଷଣା କରିଛନ୍ତି। ଏଥିପାଇଁ ସେ ପାକିସ୍ତାନକୁ ଶ୍ରେୟ ଦେଇଛନ୍ତି । ହେଲେ ଏହି ସମୟରେ ଏକ…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ପାକିସ୍ତାନର ପ୍ରଶଂସାରେ ଶତମୁଖ ମେହବୁବା ମୁଫତି: କହୁ କହୁ କହିଦେଲେ…

ଶ୍ରୀନଗର,୮।୪: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପିଡିପି ମୁଖ୍ୟ ମେହବୁବା ମୁଫତି ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଉପରେ ଖୁସି ପ୍ରକାଶ କରିଛନ୍ତି। ସେ…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

କାଳବୈଶାଖୀ କ୍ଷତିପୂରଣ ସହ ଘର, ପଲିଥିନ ଦାବି: ମଝି ରାସ୍ତାରେ ଟାୟାର ଜାଳିଲେ ଲୋକେ

ପାଟଣା,୮।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ବର୍ଷା କୁଆପଥର ମାଡରେ ବ୍ୟାପକ କ୍ଷୟକ୍ଷତି ହେବା ସହ ଶହ ଶହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri