ଯକ୍ଷ୍ମାରୁଗୀ ଘଇସାନ ପାଏଲେ ସରକାରୀ ସାହାଯ୍‌

ବିନିକା,୨୬ା୪ (ଡି.ଏନ୍‌.ଏ):  ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ସାରଙ୍ଗପାଲି ଗାଁର ଘଇସାନ ସୁନା(୬୯)। ସେ ଗଲା ୬ ମାସ ହେଲା ଯକ୍ଷ୍ମା ରୋଗ୍‌ରେ ପୀଡ଼ିତ ଥିଲେ। ହେଲେ ତାହାକୁ କେହେନ୍‌ସି ପରକାର ସରକାରୀ ଚିକିସତ୍ା ସାହାଯ୍‌ ନାଇଁ ମିଲୁଥିବାର ପରିବାର ଲୋକ୍‌ ଅଭିଯୋଗ କରିଥିଲେ। ଇ ବାବ୍‌ଦେ ଗଲା ୨୪.୩.୨୦୧୯ରେ ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ‘ଦାଉ ସାଧୁଛେ ଯକ୍ଷ୍ମାରୋଗ୍‌’ ଶୀରଷକ୍‌ରେ ଖବର ବାହାରିଥିଲା। ଖବର ବାହାରଲାରୁ ବିନିକା ସ୍ବାସ୍ଥ୍ୟ ବିଭାଗ୍‌ ଇ ଦିଗେ ଦୁରୁଷ୍‌ଟି ଦେଇଥିଲା। ବିନିକା ସ୍ବାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିସତ୍ା ଅଧ୍‌କାରୀ ପ୍ରଭାସ ଚନ୍ଦ୍ର ପଧାନ, ଆୟୁଷ ଡାକ୍‌ତର ଦିଲ୍ଲୀପ ପାଣ୍ଡିଆ, ବାଙ୍କିଘିର୍ଡ଼ି ଏଏନ୍‌ଏମ୍‌ ମମତା ମିଶ୍ର ଆର ଥାନୀୟ ଗଁାର ଆଶାକରମୀ ମମତା ରିଙ୍ଗରା ଯକ୍ଷ୍ମା ରୋଗ୍‌ରେ ପୀଡ଼ିତ ଘଇସାନକୁଁ ତାକର ଘରେ ଯାଇ ଭେଟିଥିଲେ। ଯକ୍ଷ୍ମାରୁଗୀକୁ ସରକାରକଁର ତରଫୁ ଉଷୋକଷା ବାବ୍‌ଦେ ଦିଆଯାଉଥିବାର ୫ଶହ ଟଁକା ଅନୁଦାନ ଫିମାସ ନିଜର ବ୍ୟାଙ୍କ ଜମାଖାତାରୁ ଉଠାବାକେ ପରାମଶ ଦେଇଥିଲେ। ସେନ୍‌ତା ବାଙ୍କିଘିର୍ଡ଼ି କାର୍ଯ୍ୟନିର୍ବାହୀ ଅଧ୍‌କାରୀ ବିଶ୍ୱମ୍ବର ଶତପଥି ଘଇସାନ କେନ୍‌ଥେଇ ଜଲଦି ବୁଢ଼ାବୁଢ଼ି ଭତା ପାଏବେ ସେ ଦିଗେ ପଦକ୍ଷେପ ନିଆଯିବା ବଲି କହିଛନ୍‌।