ମୟୂରଭଞ୍ଜ ଲୋକ ସଭାରେ ବିଜେଡି ଆଗୁଆ

ବାରିପଦା ଅଫିସ,୨୩।୫: ମୟୂରଭଞ୍ଜ ଲୋକ ସଭା ଆସନରେ ବିଜେଡି ପ୍ରାର୍ଥୀ ଦେବାଶିଷ ମାରାଣ୍ଡି ପ୍ରଥମ ରାଉଣ୍ଡ ଗଣତି ପରେ ୧୩୮୭ ଭୋଟରେ ଆଗୁଆ ରହିଛନ୍ତି। ସେହିପରି ବାଙ୍ଗିରିପୋଷି ବିଧାନସଭା ନିର୍ବାଚନମଣ୍ଡଳୀରେ ଭାଜପା ପ୍ରାର୍ଥୀ ସୁଗଦା ମୁର୍ମୁ ୬୬୭ ଭୋଟରେ ଆଗୁଆ ଥିବା ବେଳେ ମୋରଡା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ରାଜ କିଶୋର ଦାସ ୧୭୫୯ ଭୋଟରେ ଆଗୁଆ ଅଛନ୍ତି। ଉଦଳା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଶ୍ରୀନାଥ ସୋରେନ ୫୯୦ ଭୋଟରେ ଆଗୁଆ ରହିଛନ୍ତି।