Posted inଖେଳ

ମ୍ୟାକ୍‌ଗ୍ରାଥଙ୍କୁ କ୍ଷମା କରିନାହାନ୍ତି ଭାରତୀୟ ପ୍ରଶଂସକ

ଡାଭୋସ,୨୭।୧(ପି.ଟି.)- ୨୦୦୭ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଥିବା କିମ୍ବଦନ୍ତୀ ଅଷ୍ଟ୍ରେଲିଆନ ପେସର ଗ୍ଲେନ ମ୍ୟାକ୍‌ଗ୍ରାଥଙ୍କୁ ଭାରତୀୟ କ୍ରିକେଟ ପ୍ରଶଂସକ କ୍ଷମା କରିନାହାନ୍ତି। ୨୦୦୩ ବିଶ୍ୱକପ୍‌ ଫାଇନାଲରେ ଅଷ୍ଟ୍ରେଲିଆ ୩୫୯ ରନ୍‌ର ଟାର୍ଗେଟ ଛିଡ଼ା କରିଥିଲା। ପ୍ରଥମ ଓଭରରେ ହିଁ ଭାରତର ଆଶା ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ୟାଚ୍‌ ଆଉଟ କରି ପ୍ୟାଭିଲିୟନ ଫେରାଇ ଦେଇଥିଲେ। ଏହି ଘଟଣା ଲାଗି ଭାରତୀୟ ପ୍ରଶଂସକାମାନେ ଏବେ ମଧ୍ୟ ଖୁବ୍ଧ ଅଛନ୍ତି। ମ୍ୟାକ୍‌ଗ୍ରାଥ ଓ୍ବାଲର୍‌ଡ ଇକୋନୋମିକ ଫୋରମ (ଡବ୍ଲ୍ୟୁଇଏଫ୍‌)ର ବାର୍ଷିକ ବୈଠକରେ ଯୋଗଦେଇ ଏହା କହିଛନ୍ତି। କିନ୍ତୁ ଉକ୍ତ ଘଟଣାକୁ ଭୁଲି ସଚିନ ଓ ମ୍ୟାକ୍‌ଗ୍ରାଥ ଏବେ ଭଲ ବନ୍ଧୁ ପାଲଟି ଯାଇଛନ୍ତି। ଏପରି କି କୌଣସି କାର୍ଯ୍ୟ ପାଇଁ ମୁମ୍ବାଇ ଆସିଲେ ସଚିନଙ୍କୁ ଦେଖା କରିବା ଭୁଲନ୍ତି ନାହିଁ ମ୍ୟାକ୍‌ଗ୍ରାଥ। ମୁଁ ପ୍ରଶିକ୍ଷଣ ପାଇଁ ବହୁବାର ଭାରତ ଯାଉଛି। ସେଠାରେ ମୋର ବହୁତ ବନ୍ଧୁ ମଧ୍ୟ ଅଛନ୍ତି। ମାତ୍ର କିଛି ବନ୍ଧୁ କୁହନ୍ତି, ସେମାନେ ୨୦୦୩ ବିଶ୍ୱକପ୍‌ ଫାଇନାଲ ପାଇଁ ମୋତେ କଦାପି କ୍ଷମା ଦେବେ ନାହିଁ। ୨୦୦୩ ଫାଇନାଲ ଜୋହାନ୍ସବର୍ଗଠାରେ ଖେଳାଯାଇଥିଲା। ଷ୍ଟାଡିୟମ ୯୦ ପ୍ରତିଶତ ଫୁଲ୍‌ ଥାଏ। ଉପସ୍ଥିତ ଦର୍ଶକଙ୍କ ମଧ୍ୟରୁ ୯୫ ପ୍ରତିଶତ ଭାରତକୁ ସମର୍ଥନ କରୁଥାନ୍ତି। କାରଣ ସେମାନେ ଦକ୍ଷିଣ ଆଫ୍ରିକାର ସମର୍ଥକ। ହେଲେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳୁଥିବା ଦଳର ସମର୍ଥନ କରୁଥିଲେ। ମୁଁ ପ୍ରଥମ ଓଭର ବୋଲିଂ କରୁଥାଏ। ଆରମ୍ଭରୁ ୩ ବଲରେ ସଚିନ କିଛି ରନ୍‌ କରିପାରି ନ ଥିଲେ। ଚତୁର୍ଥ ବଲକୁ ସଚିନ ପୁଲ୍‌ ଶଟ ଲଗାଇ ୪ ରନ୍‌ ହାସଲ କରିଥିଲେ। ମୁଁ ପରବର୍ତ୍ତୀ ବଲ ବାଉନ୍ସର ମାରିଥିଲି, ଯାହାକୁ ସଚିନ ପୁଲ୍‌ ଶଟ ଖେଳିଥିଲେ। ମାତ୍ର ବଲଟି ସିଧା ଉପରକୁ ଯାଇଥିଲା। ଆଉ ମୁଁ ସହଜରେ କ୍ୟାଚ୍‌ ଧରିଥିଲି। ମୁଁ ବହୁତ ଖୁସି ଥିଲି। ଉପସ୍ଥିତ ଦଶର୍କ ଓ ଭାରତୀୟ ଫ୍ୟାନଙ୍କ ମଧ୍ୟରେ ନିରାଶା ଖେଳିଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶେଷ ଓଭରରେ ଭାରତର ରୋମାଞ୍ଚକର ବିଜୟ, ଶେଷ ଯାଏ ଲଢ଼ିଲା ନେଦରଲ୍ୟାଣ୍ଡ

ଅହମ୍ମଦାବାଦ,୧୮।୨: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ୍‌ର ଏକ ରୋମାଞ୍ଚକର ମୁକାବିଲାରେ ଭାରତ ୧୭ ରନରେ ନେଦରଲ୍ୟାଣ୍ଡକୁ ପରାସ୍ତ କରିଛି। ଏହି ବିଜୟ ସହ ଭାରତ…

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

T20 ବିଶ୍ୱକପ୍‌ ୨୦୨୬: ଶିବମ ଦୁବେଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ନେଦରଲାଣ୍ଡ ଆଗରେ ୧୯୪ ରନ୍‌ର ଲକ୍ଷ୍ୟ

ଅହମ୍ମଦାବାଦ,୧୮।୨: T20 ବିଶ୍ୱକପ୍‌ ୨୦୨୬ର ଶେଷ ଗ୍ରୁପ୍‌ ମ୍ୟାଚ୍‌ରେ ଭାରତୀୟ ଦଳ ନେଦରଲାଣ୍ଡ ବିପକ୍ଷରେ ୬ ୱିକେଟ୍ ହରାଇ ୧୯୩ ରନ୍‌ର ଏକ ବଡ ସ୍କୋର ଛିଡ଼ା…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri