‘ମୋ ସରକାର’ କାର୍ଯ୍ୟକ୍ରମର ସମୀକ୍ଷା କଲେ ଅନ୍ତରୀଣ ଡିଜିପି: ୯୦ ପ୍ରତିଶତରୁ ଉର୍ଦ୍ଧ୍ୱ ଅଭିଯୋଗକାରୀ ସନ୍ତୁଷ୍ଟ

ଭୁବନେଶ୍ୱର, ୨୮ା୧୧(ବ୍ୟୁରୋ)-‘ହ୍ୟାଲୋ ମୁଁ ଡିଜିପି ସତ୍ୟଜିତ ମହାନ୍ତି କହୁଛି। ଆପଣ ଥାନାକୁ ଯାଇ ଅଭିଯୋଗ କରିଥିଲେ, ପୋଲିସ ଠିକ୍‌ କାର୍ଯ୍ୟାନୁଷ୍ଠାନ ନେଇଛି କି? ଥାନା ଅଧିକାରୀ ଓ କର୍ମଚାରୀଙ୍କ ବ୍ୟବହାର ଆପଣଙ୍କ ପ୍ରତି କିଭଳି ଥିଲା? ପୋଲିସର କାର୍ଯ୍ୟ ଉପରେ ଆପଣ ସନ୍ତୁଷ୍ଟ କି?’ ଅନ୍ତରୀଣ ଡିଜିପି ଭାବେ ଦାୟିତ୍ୱ ନେବା ପରେ ପ୍ରଥମଥର କରି ଡା. ସତ୍ୟଜିତ ମହାନ୍ତି ଭୁବନେଶ୍ୱର ଡିଜିପି କ୍ୟାମ୍ପ ଅଫିସରେ ‘ମୋ ସରକାର’ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ସେ ବିଭିନ୍ନ ଜିଲାର ୧୦ଜଣ ଅଭିଯୋଗକାରୀଙ୍କ ସହ ସିଧାସଳଖ ଫୋନ୍‌ରେ କଥା ହୋଇ ଏଭଳି ମତାମତ ନେଇଛନ୍ତି। ଏହି ଆଧାରରେ ଡିଜିପି ଉକ୍ତ ଥାନାକୁ ଅନ୍‌ଲାଇନ୍‌ ମାଧ୍ୟମରେ ମାର୍କ ମଧ୍ୟ ଦେଇଛନ୍ତି। ଯେଉଁ ଥାନା ବିରୋଧରେ ଖରାପ ମାର୍କ ଆସୁଛି ସେହି ଥାନା ଅଧିକାରୀଙ୍କୁ ତାଗିଦ ସହ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିଜିପି ସତ୍ୟଜିତ ମହାନ୍ତି କହିଛନ୍ତି। ପ୍ରଥମେ ଡିଜିପି ମହାନ୍ତି ପୁରୀ ଜିଲା କୁମ୍ଭାରପଡା ଥାନାଞ୍ଚଳର ଜଣେ ଅଭିଯୋଗକାରୀଙ୍କ ସହ କଥା ହୋଇଥିଲେ। ପରେ କଟକ, ଜଗତପୁର, ଟିଟିଲାଗଡ, କନ୍ଧମାଳ, ଭଦ୍ରକ ଗ୍ରାମାଞ୍ଚଳ ଓ ଟାଉନ ଥାନାରେ ଅଭିଯୋଗ କରିଥିବା ଅଭିଯୋଗକାରୀଙ୍କ ସହ ଡିଜିପି କଥା ହୋଇ ଫିଡ୍‌ବ୍ୟାକ୍‌ ନେଇଥିଲେ। ଗାନ୍ଧୀ ଜୟନ୍ତୀରୁ ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ ଦିନଠାରୁ ଆଜିପର୍ଯ୍ୟନ୍ତ ଥାନାରେ ରୁଜୁ ହୋଇଥିବା ମାମଲାଓ ଟୋଲ ଫ୍ରି ନଂ.୧୪୫୪୫କୁ ଆସୁଥିବା କଲ୍‌ ଅନୁଯାୟୀ ପ୍ରାୟ ୨୪ ହଜାର ଲୋକଙ୍କର ମତାମତ ନିଆଯାଇଛି। ପ୍ରାୟ ୯୦ ପ୍ରତିଶତରୁ ଊର୍ଦ୍ଧ୍ୱ ଲୋକ ପୋଲିସ କାର୍ଯ୍ୟରେ ସନ୍ତୁଷ୍ଟ ଥିବା ଡିଜିପି ମହାନ୍ତି କହିଛନ୍ତି। ଅଭିଯୋକାରୀଙ୍କୁ ସୁହାଇଲା ଭଳି ନୁହେଁ, ନିରପେକ୍ଷ ଓ ଆଇନ ମୁତାବକ କରାଯିବ। ଯେପରି ପୋଲିସ ଅଭିଯୋଗକାରୀଙ୍କୁ ଭଲ ବ୍ୟବହାର କରିବ ଓ ତଦନ୍ତ କରି ତ୍ୱରିତ ପଦେକ୍ଷପ ନେବ, ତାହା ଉପରେ ଗୁରୁତ୍ୱ ଦିଆଉଛି ବୋଲି ସେ ସୂଚନା ଦେଇଛନ୍ତି। ସମୀକ୍ଷା ସମୟରେ ଷ୍ଟେଟ୍‌ କ୍ରାଇମ ରେକର୍ଡ ବ୍ୟୁରୋ (ଏସ୍‌ସିଆଆର୍‌ବି)ର ନିର୍ଦ୍ଦେଶକ ରାଜେଶ କୁମାର ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

GST କାଉନସିଲର ଐତିହାସିକ ନିଷ୍ପତ୍ତି: ଛୋଟ ଭୁଲରେ ଗିରଫ ହେବେନି….

ନୂଆଦିଲ୍ଲୀ,୮ା୧୦: ବ୍ୟବସାୟୀ, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (MSME) ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ବଡ଼ ଆଶ୍ୱସ୍ତି ଆଣିଛି ୫୭ତମ GST କାଉନସିଲ ବୈଠକ ।…

‘କଣ୍ଟ୍ରୋଲ୍ ଉଦୟ’ରୁ ‘ଲେ ମୈ ଭୀ ନାଚା’: ନାନା ପାଟେକରଙ୍କ ବିୟୋଗରେ ଝୁରୁଛି ଇଣ୍ଟରନେଟ୍, ଭାଇରାଲ୍ ହେଉଛି ଆଇକନିକ୍ ମିମ୍‌ସ

ପାଣାଜୀ:ଭାରତୀୟ ସିନେମା ଜଗତର ଜଣେ ବରିଷ୍ଠ ତଥା ପ୍ରସିଦ୍ଧ ଅଭିନେତା ନାନା ପାଟେକରଙ୍କର ୭୫ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଗୁରୁବାର ସକାଳେ ଗୋଆସ୍ଥିତ ତାଙ୍କ ବାସଭବନରେ…

ମେମୁ ଟ୍ରେନରୁ ପ୍ରିନ୍ସପାଲଙ୍କ ମୃତଦେହ ଉଦ୍ଧାର

ନୟାଗଡ଼,୮।୧୦(ଲୋକନାଥ ମିଶ୍ର): ଭୁବନେଶ୍ୱର-ଦଶପଲ୍ଲା ମେମୁ ଟ୍ରେନରୁ ଶରଣକୁଳ କଲେଜ ପ୍ରିନ୍ସପାଲ ମହେଶ୍ୱର ମହାପାତ୍ର(୫୬)ଙ୍କ ମୃତଦେହ ଗୁରୁବାର ଉଦ୍ଧାର ହୋଇଛି। ଦଶପଲ୍ଲା ଷ୍ଟେଶନରେ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଠାବ…

Nana Lover Story: ଏହି ଅଭିନେତ୍ରୀଙ୍କ ପ୍ରେମରେ ଦିୱାନା ଥିଲେ ନାନା!, ରାଇଟର କଲେ ଖୁଲାସା…

ମୁମ୍ୱାଇ: ବଲିଉଡର ଦିଗ୍‌ଜ ଅଭିନେତା ନାନା ପାଟେକରଙ୍କ ୭୫ ବର୍ଷ ବୟସରେ ହୃଦଘାତରେ ଦେହାନ୍ତ ହୋଇଛି। ନିଜ ଦୀର୍ଘ ଅଭିନୟ କ୍ୟାରିୟରରେ ନାନା ପାଟେକରଙ୍କ ନାଁ କିଛି…

୧୩ ବର୍ଷ ବୟସରେ କମାଉଥିଲେ ୩୫ ଟଙ୍କା! ପ୍ରତିଦିନ ୮ କିମି ପାଦରେ ଚାଲି କେଉଁଠିକୁ ଯାଉଥିଲେ ନାନା ପାଟେକର?

ମୁମ୍ୱାଇ: ଦିଗ୍‌ଜ ଅଭିନେତା ବିଶ୍ୱନାଥ ପାଟେକର (ନାନା ପାଟେକର) ଆଜି ୮ ଅକ୍ଟୋବର ୨୦୨୬ରେ ୭୫ ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଛନ୍ତି। ହୃଦଘାତ (କାର୍ଡିଆକ ଆରେଷ୍ଟ)…

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ୭୦% ଶସ୍ତା ହେବ ଏହି ଔଷଧ

ନୂଆଦିଲ୍ଲୀ,୮।୧୦: କ୍ୟାନ୍ସର ଚିକିତ୍ସାରେ ଭାରି ଖର୍ଚ୍ଚକୁ ନେଇ ଚିନ୍ତିତ ରୋଗୀ ଓ ସେମାନଙ୍କ ପରିବାର ପାଇଁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ସମସ୍ତ ନନ୍-ସେଡ୍ୟୁଲ୍…

ଭୋଟ୍‌ ବଞ୍ଚାଅ, ସମ୍ବିଧାନ ବଞ୍ଚାଅ ନାରାରେ କମ୍ପିଲା ଲାଞ୍ଜିଗଡ଼

ଲାଞ୍ଜିଗଡ଼,୮ା୧୦(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ଦିଆଯାଇଥିବା ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ପ୍ରଭାବ ଦେଖିବାକୁ ମିଳିଛି। ବନ୍ଦକୁ…

କ୍ରିକେଟ୍‌ରେ ଚାମ୍ପିୟନ୍‌ ହେଲା ଆମେରିକା: ଭାରତୀୟ ବଂଶୋଦ୍ଭବ କଲେ କମାଲ

ଡଲାସ,୮।୧୦:ଭାରତୀୟ ବଂଶୋଦ୍ଭବ ଅଧିନାୟକ ମୋନାଙ୍କ ପଟେଲଙ୍କ ଧମାକାଦାର ଶତକ ବଳରେ ନାମ୍ବିଆକୁ ୪ ଉଇକେଟରେ ପରାସ୍ତ କରି ICC Cricket World Cup League Two 2023-27ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?