Posted inଖେଳ

‘ ମୋ ସମୟରେ ଟେଷ୍ଟ ଚାମ୍ପିୟନଶିପ୍‌ ହୋଇଥାନ୍ତା କି’

ଦୁବାଇ, ୨|୮-ମୋ ସମୟରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ହୋଇଥାନ୍ତା କି, ମୋ ମନରେ ବର୍ତ୍ତମାନ ଏ ବିଷୟ ଉଙ୍କି ମାରୁଛି। ଏକଥା କହିଛନ୍ତି, ଅଷ୍ଟ୍ରେଲିଆ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଷ୍ଟିଭ ଓ୍ବ’। ମୁଁ ଅଧିନାୟକ ଥିବାବେଳେ ଆମ ଦଳ ୧୯୯୯ ଓ ୨୦୦୧ ମଧ୍ୟରେ କ୍ରମାଗତ ୧୬ ଟେଷ୍ଟ ମ୍ୟାଚ ଜିତିଥିଲା। ଏହା ଏକ ଚମତ୍କାର ସଫଳତା। ଏଥିପାଇଁ ମୋ ଦଳର ଖେଳାଳିଙ୍କୁ ନେଇ ଗର୍ବ ଅନୁଭବ କରୁଛି। ୨୦୦୧ରେ ପ୍ରତ୍ୟେକ ଆମକୁ ବିଶ୍ୱର ନମ୍ବର ଓ୍ବାନ ଦଳ ବୋଲି ଆଖ୍ୟା ଦେଇଥିଲେ। ମାତ୍ର ଏହାର ପ୍ରକୃତ ପ୍ରମାଣ ନ ଥିଲା। ଆମେ ସେତେବେଳେ ଏକ ଫାଇନାଲ ଚାହୁଁଥିଲୁ। ଏଥିରେ ବିଜୟ ଲାଭ କରି ଟ୍ରଫି ହାସଲ କରିବା ଆମ ପାଇଁ ଏକ ସୁଯୋଗ ରହିଥିଲା। ଟି୨୦, ୫୦ ଓଭର କ୍ରିକେଟରେ ବିଶ୍ୱ କପ୍‌ ହେଉଛି। ଟେଷ୍ଟରେ ଅବା କାହିଁକି ନ ହେବ। ମୁଁ ଏବେବି ଟେଷ୍ଟକୁ କ୍ରିକେଟର ଶ୍ରେଷ୍ଠ ଫର୍ମାଟ ବୋଲି କହିବି। ଓ୍ବ’ କହିଛନ୍ତି, ଟେଷ୍ଟ ଚାମ୍ପିୟନଶିପ୍‌ ଆରମ୍ଭକୁ ମୁଁ ଉତ୍କଣ୍ଠାର ସହିତ ଅପେକ୍ଷା କରିରହିଛି। ଏଥିସହିତ ମୋ ମନରେ ସାମାନ୍ୟ ଈର୍ଷା ଭାବ ସୃଷ୍ଟି ହେଉଛି। ସୁଯୋଗ ଥାଇ ମଧ୍ୟ ମୁଁ ଟେଷ୍ଟ ବିଶ୍ୱ ଚାମ୍ପିୟନଶିପ୍‌ ଟ୍ରଫି ହାତରେ ଧରି ପାରିଲି ନାହିଁ। ମୋ ହିସାବରେ ଅଷ୍ଟ୍ରେଲିଆ, ଭାରତ ଓ ଇଂଲଣ୍ଡ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଉଦ୍‌ଘାଟନୀ ସଂସ୍କରଣ ପ୍ରମୁଖ ଟାଇଟଲ ଦାବିଦାର। ଅଷ୍ଟ୍ରେଲିଆରେ ଏବେ ମଧ୍ୟ ଟେଷ୍ଟ କ୍ରିକେଟ ପ୍ରତି ବେଶି ଆଗ୍ରହ ରହିଛି। ତେଣୁ ଅଷ୍ଟ୍ରେଲିଆ ଟାଇଟଲ ଜିତିବା ଲାଗି ନିଶ୍ଚୟ ଚେଷ୍ଟା କରିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ସୁଖ ପରିଭାଷା

ଡାକ୍ତରୀ ପଢ଼ିବାକୁ ମନା କରିବା ଦ୍ବାରା ମା’ବାପାଙ୍କର ସ୍ବପ୍ନକୁ ଧୂଳିସାତ କରିଦେଇଥିଲେ ମଧ୍ୟ ନିଜ ପସନ୍ଦରେ ଫିଜିକ୍ସ ଅନର୍ସ ରଖି ପଢ଼ିବାର ସୁଯୋଗ ହାସଲ କରିପାରିଥିବାରୁ ବାପୁନ…

କଲରାରେ ଭରି ରହିଛି ଏସବୁ ଉପକାରୀ ଗୁଣ…

ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଠିକ୍‌ ରହିବା ନିହାତି ଦରକାର। ନ ହେଲେ ଆମେ ରୋଗ ଦ୍ୱାରା ଆକ୍ରାନ୍ତ ହେବାର ଆଶଙ୍କା ଅଧିକ ରହିଛି। ତେବେ…

ଘରେ ଶୋଇଥିବାବେଳେ ଭୁଶୁଡ଼ିଲା କାନ୍ଥ, ଚାଲିଗଲା ଆଈ-ନାତିଙ୍କ ଜୀବନ, ଶବ୍ଦ ଶୁଣି…

ଜଳେଶ୍ୱର,୧୭ା୮(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅନ୍ତର୍ଗତ ନେତୁଆ ପଞ୍ଚାୟତର କପାସଦା ଗ୍ରାମରେ ଏକ ଅତ୍ୟନ୍ତ ଦୁଃଖଦ ଘଟଣା ଘଟିଚି। ଘରେ ଶୋଇଥିବା ଅବସ୍ଥାରେ ହଠାତ୍‌…

ତଳକୁ ଚାହିଁବା ହେଉ

ଭାରତରେ ଗଣତନ୍ତ୍ରର ଅର୍ଥ ଓ ବାସ୍ତବତା ମଧ୍ୟରେ ଥିବା ବ୍ୟବଧାନ ସାଧାରଣ ଜନତାଙ୍କୁ ବିସ୍ମିତ କରିଛି । ମୁଷ୍ଟିମେୟ ଶାସକ ଗୋଷ୍ଠୀ ପାଇଁ ଗଣତନ୍ତ୍ର ଆଜି ପାଲଟିଛି…

ସମ୍ବର ପରିବର୍ତ୍ତେ ଡାଲମା

ଅଗଷ୍ଟ ୧୫ରେ ଭାରତ ତା’ର ୮୦ତମ ସ୍ବାଧୀନତା ଦିବସ ପାଳନ କରିଛି। ପାରମ୍ପରିକ ଭାବେ ନୂଆଦିଲ୍ଲୀର ଐତିହାସିକ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ସମ୍ବୋଧିତ କରିଛନ୍ତି।…

୧୩ ଲକ୍ଷ ଫଲୋଅର୍ସ ଥିବା TikTok ଷ୍ଟାରଙ୍କୁ ସର୍ବସାଧାରଣରେ ଗୁଳି କରି ହତ୍ୟା

ଇସଲାମାବାଦ,୧୭।୮: ପାକିସ୍ତାନର ଜଣେ ଲୋକପ୍ରିୟ ଟିକଟକ ଷ୍ଟାର ଶାମସୁ ବିବି (ଉରଫ ଆୟେଶା ଗିଲାମାନା)ଙ୍କୁ ତକ୍ଷଶିଳାରେ ଅଜ୍ଞାତ ବନ୍ଧୁକଧାରୀ ମୋଟରସାଇକେଲରେ ଆସି ଗୁଳି କରି ହତ୍ୟା କରିଛନ୍ତି।…

ଶ୍ରାବଣ ସୋମବାରରେ ବଡ଼ ଅଘଟଣ, ଦଳାଚକାଟାରେ ଗଲା ୭ ଶ୍ରଦ୍ଧାଳୁଙ୍କ ଜୀବନ, ଅନେକେ ଆହତ

ଲଖିସରାଇ,୧୭।୮: ବିହାରର ଲଖିସରାଇରୁ ଏକ ବଡ଼ ଖବର ଆସୁଛି। ପ୍ରସିଦ୍ଧ ଅଶୋକ ଧାମ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ମଧ୍ୟରେ ଏକ ବଡ଼ ଘଟଣା ଘଟିଛି। ଭକ୍ତମାନେ…

ପୁରସ୍କାର ବିତରଣ ଉତ୍ସବରୁ ବାଦ୍‌ ପଡ଼ିଲେ ଆଦର୍ଶ ବିଦ୍ୟାଳୟର ଦଶମ ଶ୍ରେଣୀ ଟପ୍ପର ଛାତ୍ର

ଦାରିଙ୍ଗବାଡ଼ି,୧୭ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ହେଲିପ୍ୟାଡ୍‌ ପଡ଼ିଆଠାରେ ବ୍ଲକସ୍ତରୀୟ ୮୦ତମ ସ୍ବାଧୀନତା ଦିବସ ପାଳନ ପରିପ୍ରେକ୍ଷୀରେ ବ୍ଲକ ଅଞ୍ଚଳରେ ରହିଥିବା ବିଭିନ୍ନ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri