Posted inଜାତୀୟ

ମୋ ଭୋଟ ବି ମ୍ୟାଡାମଙ୍କ ବୁଥକୁ ଟ୍ରାନ୍ସଫର କରି ଦିଅନ୍ତୁ, ଭାଇରାଲ ହେଉଛି ଏହି ନିର୍ବାଚନ ଅଧିକାରୀଙ୍କ ଫଟୋ

ନୂଆଦିଲ୍ଲୀ,୧୮।୪: ଦେଶରେ ଗଣତନ୍ତ୍ରର ମହାନ ପର୍ବ ପାଇଁ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି । ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ଭୋଟ ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାର ୧୯ ଏପ୍ରିଲରୁ ଆରମ୍ଭ ହେବାକୁ ଯାଉଛି। ଏହି ପର୍ଯ୍ୟାୟରେ ୨୧ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଲୋକ ସଭା ଆସନରେ ଭୋଟ ଗ୍ରହଣ କରାଯିବ। ଭୋଟିଂକୁ ନେଇ ନିର୍ବାଚନ ଅଧିକାରୀଙ୍କୁ ଡ୍ୟୁଟିରେ ଲଗାଯାଇଛି। ଏହାରି ଭିତରେ ମଧ୍ୟପ୍ରଦେଶର ଜଣେ ନିର୍ବାଚନ ଅଧିକାରୀଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି।

ସୂଚନାଯୋଗ୍ୟ, ମଧ୍ୟପ୍ରଦେଶର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଏକ୍ସ ଆକାଉଣ୍ଟରୁ ଏକ ପୋଷ୍ଟ କରାଯାଇଛି। ଏହି ପୋଷ୍ଟରେ ଜଣେ ନିର୍ବାଚନ ଅଧିକାରୀଙ୍କ ଫଟୋ ମଧ୍ୟ ଶେୟାର କରାଯାଇଛି। କ୍ୟାପସନରେ ଲେଖା ଅଛି – କର୍ତ୍ତବ୍ୟ ପଥରେ ଆଗକୁ ବଢି ଆମେ ଭୋଟ ଦେବାକୁ ଯାଉଛୁ … ମତଦାନ କର୍ମଚାରୀମାନେ ଛିଣ୍ଡୱାରା ଜିଲାରେ ନିର୍ବାଚନ ଡ୍ୟୁଟି ପାଇଁ ଚାଲିଯାଇଛନ୍ତି।
ମହିଳା ମତଦାନ ଅଧିକାରୀଙ୍କ ନାମ ସୁଶୀଲା କନେଶ। ସେ ରାଜ୍ୟ ସରକାରଙ୍କ ସହକାରୀ ଗ୍ରେଡ- ୩ ଅଧିକାରୀ ଏବଂ ତାଙ୍କୁ ଛିଣ୍ଡୱାରା ଜିଲାର ଯୋଗାଣ ଶାଖାରେ ପୋଷ୍ଟ କରାଯାଇଛି। ଲୋକସମ୍ପର୍କ ବିଭାଗ ଅନୁଯାୟୀ, ତାଙ୍କର ଡ୍ୟୁଟି ଲୋକ ସଭା ସିରିଏଲ ନମ୍ବର ୧୬ ଅର୍ଥାତ୍‌ ଚିଣ୍ଡୱାଡାରେ ପୋଷ୍ଟ କରାଯାଇଛି ।
ନିର୍ବାଚନ ଅଧିକାରୀଙ୍କ ପୋଷ୍ଟରେ ଦେଖାଯାଇଥିବା ମହିଳାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ପୋଷ୍ଟରେ କୌତୁହଳପୂର୍ଣ୍ଣ ମନ୍ତବ୍ୟ ଦେଖାଯାଉଛି। ଜଣେ ଉପଭୋକ୍ତା ଲେଖିଛନ୍ତି ଯେ ମୋର ଭୋଟ ମଧ୍ୟ ମ୍ୟାଡାମଙ୍କ ବୁଥକୁ ସ୍ଥାନାନ୍ତରିତ ହେବା ଉଚିତ। ଜଣେ ଲେଖିଥିବା ବେଳେ ଗତ ନିର୍ବାଚନରେ ମଧ୍ୟ ତାଙ୍କର ଫଟୋ ଭାଇରାଲ ହୋଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

‘କାଲି ସୁଦ୍ଧା ରାହୁଲ ଗାନ୍ଧୀ ଆମେଠିରୁ ନିଜ ନାମ ଘୋଷଣା ନ କଲେ ଆତ୍ମହତ୍ୟା କରିବି’

ନୂଆଦିଲ୍ଲୀ,୧।୫: କଂଗ୍ରେସ ଆମେଠୀ ଆସନରୁ ଏଯାବତ ପ୍ରାର୍ଥୀ ଘୋଷଣା କରିନାହିଁ। ଏହାକୁ ନେଇ ଦଳର ନେତାଙ୍କ ସହ କର୍ମୀମାନେ ଅସନ୍ତୁଷ୍ଟ ବ୍ୟକ୍ତ କରୁଛନ୍ତି। ରାହୁଲ ଗାନ୍ଧୀ...

ଭାଜପାରେ ସାମିଲ ହେଲେ ‘ଅନୁପମା’

ନୂଆଦିଲ୍ଲୀ,୧।୫: ଲୋକପ୍ରିୟ ଅଭିନେତ୍ରୀ ରୁପାଲୀ ଗାଙ୍ଗୁଲି ଭାଜପାରେ ସାମିଲ ହୋଇଛନ୍ତି। ଦିଲ୍ଲୀ ସ୍ଥିତ ପାର୍ଟି ମୁଖ୍ୟାଳୟରେ ସେ ଭାଜପାରେ ଯୋଗ ଦେଇଛନ୍ତି। ଏହି ଅବସରରେ ଦଳର...

ଏପ୍ରିଲରେ ରେକର୍ଡ ସଂଗ୍ରହ ଜିଏସ୍‌ଟି: ୨.୧୦ ଲକ୍ଷ କୋଟିରେ ପହଞ୍ଚିଲା

ନୂଆଦିଲ୍ଲୀ,୧।୫: ଏପ୍ରିଲ ମାସରେ ଦେଶରେ ଦ୍ରବ୍ୟ ଓ ସେବା କର(ଜିଏସ୍‌ଟି) ସଂଗ୍ରହ ରେକର୍ଡ ସୃଷ୍ଟି କରିଛି। ସମସ୍ତ ରେକର୍ଡ ଭାଙ୍ଗି ଏପ୍ରିଲ ୨୦୨୪ରେ ଜିଏସ୍‌ଟି ସଂଗ୍ରହ...

ରାଏବରେଲିରୁ ପ୍ରିୟଙ୍କା, ଏଇଠୁ ଲଢିବେ ରାହୁଲ, ଆସିଲା କଂଗ୍ରେସର ପ୍ରାର୍ଥୀ ତାଲିକା!

ନୂଆଦିଲ୍ଲୀ,୧।୫: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ଆମେଠି ଏବଂ ରାଏବରେଲିରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। କଂଗ୍ରେସର ଏହି ତାଲିକା ସୋସିଆଲ ମିଡିଆରେ...

ସ୍କୁଲ ଉଡ଼ାଇ ଦେବାକୁ ଆସିଲା ଧମକ: ଚିନ୍ତାରେ ପୋଲିସ

ନୂଆଦିଲ୍ଲୀ୫।୧: ରାଜଧାନୀର ଅନେକ ସ୍କୁଲକୁ ଧମକପୂର୍ଣ୍ଣ ଇମେଲ ଆସିଛି। ଏଥିରେ ସ୍କୁଲକୁ ବୋମା ପକାଇ ଉଡାଇ ଦେବାକୁ ଧମକ ଦିଆଯାଇଛି। ଦିଲ୍ଲୀର ଦ୍ୱାରକାଠାରେ ଅବସ୍ଥିତ ଦିଲ୍ଲୀ...

ଚାଞ୍ଚଲ୍ୟକର ଖୁଲାସା: ୨ ମହିଳାଙ୍କୁ ଦଙ୍ଗାକାରୀଙ୍କ ପାଖରେ ଛାଡ଼ିଥିଲା ମଣିପୁର ପୋଲିସ

ନୂଆଦିଲ୍ଲୀ,୧ା୫(ପି.ଟି.):ଗତବର୍ଷ ଭାଜପା ଶାସିତ ରାଜ୍ୟ ମଣିପୁରରେ ଜାତିଆଣ ହିଂସା ଉଗ୍ର ରୂପ ନେଇଥିବାବେଳେ ମେ’ ୪ରେ ପୋଲିସର ଶରଣ ଚାହିଁଥିଲେ କୁକି-ଜୋମି ସମ୍ପ୍ରଦାୟର ୨ ମହିଳା।...

ଖୁସି ଖବର: କମିଲା ଏଲ୍‌ପିଜି ସିଲିଣ୍ଡରର ଦାମ୍‌

ନୂଆଦିଲ୍ଲୀ,୧।୫: ସାରା ଦେଶରେ ଚାଲିଥିବା ଲୋକ ସଭା ନିର୍ବାଚନ ମଧ୍ୟରେ ସାଧାରଣ ଲୋକଙ୍କୁ ପୁନର୍ବାର ଆରାମ ମିଳିଛି। ସରକାରୀ ତୈଳ ଏବଂ ଗ୍ୟାସ ମାର୍କେଟିଂ କମ୍ପାନୀଗୁଡିକ...

କୋଭିଶିଲ୍ଡ ଟିକାର ବିରଳ ପାର୍ଶ୍ୱ ପ୍ରତିକ୍ରିୟା ଟିଟିଏସ୍‌

ନୂଆଦିଲ୍ଲୀ,୧ା୫: କୋଭିଡ୍‌ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଭାରତ ସମେତ ବିଭିନ୍ନ ଦେଶରେ କୋଟି କୋଟି ଲୋକ ଅଷ୍ଟ୍ରାଜେନିକା କମ୍ପାନୀର କୋଭିଶିଲ୍ଡ ଟିକା ନେଇଥିଲେ। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri