ମୋ ପୋଖରୀ ଯୋଜନାକୁ ଚାହିଁ ବସିଛନ୍ତି ହିତାଧିକାରୀ

ଭଞ୍ଜନଗର,୬।୧୦(ଡି.ଏନ.ଏ.)-ରାଜ୍ୟରେ ମାଛର ବେଶ୍‌ ଚାହିଦା ରହିଛି। ମାତ୍ର ଯେତିକି ମାଛ ଦୌନନ୍ଦିନ ରାଜ୍ୟରେ ଆବଶ୍ୟକ, ତାଠାରୁ କମ୍‌ ଉତ୍ପାଦନ ହେଉଛି। ତେଣୁ ପଡ଼ୋଶୀ ଆନ୍ଧ୍ର ଉପରେ ମାଛର ଚାହିଦା ମେଣ୍ଟାଇବାକୁ ନିର୍ଭରଶୀଳ ହେବାକୁ ପଡୁଛି ଓଡ଼ିଶାକୁ। ମାଛର ଆବଶ୍ୟକତା ପୂରଣ ପାଇଁ ରାଜ୍ୟରେ ଅଧିକ କିଭଳି ମସତ୍‌ୟଚାଷୀ ସୃଷ୍ଟି ହୋଇପାରିବେ ସେଥିପାଇଁ ସରକାର ଅନେକ ଯୋଜନା କରୁଛନ୍ତି। କିନ୍ତୁ ତଳସ୍ତରରେ କାର୍ଯ୍ୟରତ କିଛି ନ୍ୟସ୍ତସ୍ବାର୍ଥ କର୍ମଚାରୀ ଏବଂ କୁଜି ନେତାଙ୍କ ପାଇଁ ଯୋଜନାର ସୁଫଳ ଲୋକଙ୍କ ପାଖରେ ପହଞ୍ଚତ୍ବାରେ ବାଧା ଉପୁଜିଛି।
ବୁଗୁଡ଼ା ବ୍ଲକ ପାଙ୍ଗିଡ଼ିର ଜଣେ ମସତ୍‌ୟଚାଷୀ ଦଣ୍ଡପାଣି ଦୋରା ନିଜସ୍ବ ଅର୍ଥରେ ଛୋଟିଆ ୨ଟି ପୋଖରୀ ଖୋଳିଛନ୍ତି। ୨୦ ବର୍ଷ ପୂର୍ବେ ନିଜ ବାରିପଟେ ଛୋଟିଆ ପୋଖରୀଟିଏ କରି ମାଛ ଚାଷ ଆରମ୍ଭ କରିଥିଲେ। ଏହାପରେ ଲାଭ ହେବାରୁ ୪ ବର୍ଷ ପୂର୍ବେ ଏକର ଜମିର ଅଳ୍ପ କିଛି ଅଞ୍ଚଳରେ ନିଜସ୍ବ ଅର୍ଥରେ ପୋଖରୀ ଖୋଳି ମାଛ ଚାଷ କରୁଛନ୍ତି। ସରକାର ମୋ ପୋଖରୀ ଯୋଜନାରେ ଦଣ୍ଡପାଣିଙ୍କୁ ସହାୟତା ଯୋଗାଇ ଦେଇଥିଲେ ତାଙ୍କର ସ୍ବପ୍ନ ସାକାର ହୋଇପାରିଥାନ୍ତା ଓ ଅଧିକ ଲାଭବାନ ହୋଇପାରିଥାନ୍ତେ। ଏନେଇ ବିଗତ ଦିନରେ କିଛି ନେତାଙ୍କ ସହଯୋଗ ଲୋଡ଼ିଥିଲେ ଦଣ୍ଡପାଣି। କିନ୍ତୁ ଆଜି ପର୍ଯ୍ୟନ୍ତ ଦଣ୍ଡପାଣିଙ୍କୁ ମୋ ପୋଖରୀ ଯୋଜନାରେ ସାମିଲ କରାଯାଇ ପାରିନାହିଁ। ଶୁକ୍ରବାର ଦଣ୍ଡପାଣି ଭଞ୍ଜନଗର ମସତ୍‌ୟ ଯାଅଁାଳ ଉପତ୍ାଦନ କେନ୍ଦ୍ରକୁ ଯାଅଁାଳ ନେବାକୁ ଆସିଥିବାବେଳେ ତାହା କହିଛନ୍ତି। ପ୍ରତ୍ୟେକ ବର୍ଷ ଯାଅଁାଳ ଉପତ୍ାଦନ ସମୟରେ ଦଣ୍ଡପାଣି ସାଇକେଲରେ ପାଙ୍ଗିଡ଼ିରୁ ଆସି ଭଞ୍ଜନଗର ଯାଅଁାଳ କେନ୍ଦ୍ରରୁ ଯାଅଁାଳ ନେଇଥାନ୍ତି। ବୟସ ୮୦ ଟପିଥିଲେ ମଧ୍ୟ ସେ ସାଇକେଲରେ ଏପରି ଯାଅଁାଳ ଧରି ଭଞ୍ଜନଗରରୁ ୩୫ କିମି ଦୁର ପାଙ୍ଗିଡ଼ି ଯାଇଥାନ୍ତି। ଦଣ୍ଡପାଣିଙ୍କ ମତ୍ସ୍ୟ ଚାଷ ପ୍ରତି ଆଗ୍ରହ ଆଗରେ ବୟସ ବାଧକ ସାଜିପାରିନାହିଁ। ତେଣୁ ଦଣ୍ଡପାଣିଙ୍କ ପାଖରେ ସରକାରୀ ସହାୟତା ପହଞ୍ଚାଇବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ବାହୁନି ବାହୁନି କାନ୍ଦୁଛନ୍ତି ପତ୍ନୀ, ଅନ୍ଧକାରରେ ୩ ପିଲାଙ୍କ ଭବିଷ୍ୟତ; ଗୋଆରେ ଚାଲିଗଲା ଓଡ଼ିଆ ଶ୍ରମିକଙ୍କ ଜୀବନ, ଏବେ… 

ଦିଗପହଣ୍ଡି,୩୧।୧୨(ଅଶେଷ ନାଥ ମିଶ୍ର): ପେଟ ପାଟଣା ପାଇଁ ରାଜ୍ୟ ବାହାରକୁ ଯାଇଥିଲେ। ହେଲେ କାରଖାନାରେ ଅଘଟଣ ଘଟିବା ଯୋଗୁ ଚାଲିଗଲା ଜୀବନ। ଏବେ ରୋଜଗାରିଆ ପୁଅଙ୍କୁ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri