Posted inଫୁରସତ

ମୋତେ ପରିଚୟ ଦେଇଛି ଓଡ଼ିଶା କଳାସଂସ୍କୃତି: ବିଶ୍ୱରଞ୍ଜନ

ନିର୍ଜୀବ ପଥର ତାଙ୍କ ନିହଣ ସ୍ପର୍ଶରେ ହୋଇଉଠେ ଜୀବନ୍ତ। ଚିଲିକା କୂଳରେ ପ୍ରାକୃତିକ ଶୋଭାର ଭଣ୍ଡାରକୁ ଦେଖି ସେ ବିଭୋର ହୋଇପଡ଼ନ୍ତି। ଏଇଠି ବସି ସେ ଆଙ୍କିଛନ୍ତି ଅନେକ ଚିତ୍ର । ଏମିତି ଜଣେ ଯୁବଶିଳ୍ପୀ ହେଲେ ବିଶ୍ୱରଞ୍ଜନ। ବାପା ପଠାଣି ବଳବନ୍ତରାୟ ଜଣେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଓ ମା’ ରାଣୀପ୍ରିୟା। ଘର ଖୋର୍ଦ୍ଧା ଜିଲା ଚିଲିକା ବ୍ଲକର ହରିପୁର ଶାସନରେ। ତାଙ୍କ ଜୀବନର ସଂଘର୍ଷମୟ ପଥରେ ନିଜର ସାଧନାକୁ ସେ ପୁଞ୍ଜିୀଭୂତ କରି ଅଗ୍ରସର ହୋଇଛନ୍ତି । ଏବେ ସେ ରୁହନ୍ତି ଅହମ୍ମଦାବାଦର ଭୋକାଲ ଅଞ୍ଚଳରେ, ସେଠାରେ ସେ ଗଢିଛନ୍ତି ନିଜସ୍ବ ଉଦ୍ୟମରେ ଆର୍ଟପଥ। ପ୍ରାୟ ୧୦ଜଣ ଶିଳ୍ପୀ ଏଥିରେ କାଯର୍‌ୟ କରିଥାନ୍ତି। ସେ କୁହନ୍ତି, ପିଲାଟିବେଳୁ ମୋର ଚିତ୍ର ଆଙ୍କିବା ପ୍ରତି ଥିଲା ଅହେତୁକ ଦୁର୍ବଳତା । ବିଭିନ୍ନ ପ୍ରକାରର ଚିତ୍ର ଅଙ୍କନ କରୁଥିଲି। ପ୍ରାୟତଃ ପ୍ରାଚୀନ ସଂସ୍କୃତି ଓ ଜଙ୍ଗଲର ଚିତ୍ର କରିଥାଏ। ବାପାଙ୍କଠାରୁ ପ୍ରେରଣା ମିଳିଥିଲା କାରଣ ବାପା ଥିଲେ ଜଣେ ଭଲ ପେଣ୍ଟର। ଗାଁରେ କଳାକାରଙ୍କୁ ସେ ସହଯୋଗ କରିଥାନ୍ତି। ଲକ୍ଷ୍ମୀଧରପୁର ବିଦ୍ୟାପୀଠରେ ମୋର ପଢ଼ାବେଳେ ବିଶେଷକରି ଚିତ୍ରାଙ୍କନ ଓ ଫୁଟ୍‌ବଲ ଖେଳରେ ଅଧିକ ସମୟ ବିତୁଥିଲା। ସମୟକ୍ରମେ ପୁରାତନ ତଥା ଓଡ଼ିଶାର ସର୍ବପ୍ରଥମ ସରକାରୀ ଚାରୁକଳା ମହାବିଦ୍ୟାଳୟ ଖଲ୍ଲିକୋଟରେ ୫ ବର୍ଷ ପାଠ ପଢିଲି । ପରେ ଉତ୍କଳ କଳାସଂସ୍କୃତି ମହାବିଦ୍ୟାଳୟରେ ଏମ୍‌.ଭି.ଏ ମଧ୍ୟ ପଢ଼ିଥିଲି। ୨୦୦୨ ମସିହାରେ ରାଜ୍ୟ ବାହାରେ ଏକ ସରକାରୀ ଶିକ୍ଷା ଅନୁଷ୍ଠାନରେ ଶିକ୍ଷକ ଭାବେ ଚାକିରି ତ କରିଥିଲି ମାତ୍ର ସେଥିରେ ମନ ଲାଗିଲା ନାହିଁ। ଆର୍ଟରେ କାମ କଲି। କଲିକତାରେ ବିମାନ ବିହାରୀ ଦାସଙ୍କ ଘରେ ରହି କିଛି କାମ ମଧ୍ୟ ଶିଖିଲି। ରାଧାକ୍ରିଷ୍ଣ ସାର ଓ ଟୁଟୁ ପଟ୍ଟନାୟକଙ୍କ ସହିତ କଳା କାରିଗରିର କାମ କରିବାର ସୁଯୋଗ ମିଳିଲା। ଦିଲ୍ଲୀରେ ଭିଜୁଆଲ ଆର୍ଟରେ ଏକ ଷ୍ଟୁଡ଼ିଓ କରିଥିଲି। ବିଭିନ୍ନ ସମୟରେ କଳାକୃତିର ପ୍ରଦର୍ଶନ ମଧ୍ୟ ଜାରି ରହିଲା। ଏଥିରେ ଆମ ରାଜ୍ୟ ଓଡ଼ିଶା, ବିହାର, ଗୁଜୁରାଟ ଆଦି ସ୍ଥାନର ରୁରାଲ କଳାର ପ୍ରଦର୍ଶନ କରିପାରିଥିଲି। ବିଭିନ୍ନ ରାଜ୍ୟର ପିଲାମାନେ ବି ସୁଯୋଗ ପାଇପାରିଲେ। ମୁମ୍ବାଇ, ମୋନାଲି, ଗୁଜୁରାଟ ଆଦି ସ୍ଥାନରେ କାମ କରିବାର ସୁଯୋଗ ମିଳିଛି। ଓଡ଼ିଶା ଲଳିତ କଳା ଏକାଡ଼େମୀ ତରଫରୁ ୧୯୯୯ ଏବଂ ଜାତୀୟସ୍ତରରେ ପୁରସ୍କାର ମିଳିଛି। ଏଥିସହିତ ମହାତ୍ମା ଗାନ୍ଧୀ ଗ୍ରାମୋଦୟ ବିଶ୍ୱବିଦ୍ୟାଳୟରୁ ଗୋଲ୍ଡ ମେଡାଲ, ସିଲ୍‌ଭର ମେଡାଲ ପଦକ ମିଳିଛି। ମୋ କଳାକୃତି ପାଇଁ ଅନେକ ପୁରସ୍କାର ମିଳିଛି। ଏଯାଏ ପ୍ରାୟ ଏକ ହଜାରରୁ ଊର୍ଦ୍ଧ୍ୱ ଆର୍ଟକାମ ସାରିପାରିଛି। ଆପେଆପେ କିଛି ନୂଆ ଚିନ୍ତା ଜୁଟେ, ତାହାକୁ କଳାର ରୂପ ଦିଏ। ପ୍ରତ୍ୟେକ ମୂର୍ତ୍ତି ଗଢିବା ପଛରେ କିଛି ଅକୁହା କାହାଣୀ ରହିଛି। ଏବେ ଗୁଜୁରାଟର ଜଙ୍ଗଲ ସଫାରି ଗେଟ୍‌କୁ ତିଆରି କରିବାର ସୁଯୋଗ ମିଳିଛି। ଓଡ଼ିଶା କଳା ସଂସ୍କୃତି ହିଁ ମୋ ଶିଳ୍ପୀ ଜୀବନର ପ୍ରାଣ, ଯାହା ମୋତେ ଏପରି ପରିଚୟ ଦେଇଛି।
-ବନ ବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶଗୁଡିକରେ ସାମାନ୍ୟ ଟଙ୍କା ଭଳି କାରାବାର ହେଉଛି ସୁନାରୂପା ମୁଦ୍ରା! ଜାଣନ୍ତୁ କେଉଁଠି…

ଆଜିର ଡିଜିଟାଲ ଯୁଗରେ, ଯେତେବେଳେ ଆମେ ଆମ ପକେଟରେ ଏକ ୱାଲେଟ ବିନା ମୋବାଇଲ ଫୋନରେ QR କୋଡ ସ୍କାନ କରି ସବୁକିଛି କରିଥାଉ। ଆପଣ କ’ଣ…

ରୁଟି କେଉଁଠୁ ଆସିଥିଲା? ଭାରତ ସହ କ’ଣ ରହିଛି ଲିଙ୍କ୍‌…

ରୁଟି ହେଉଛି ମଣିଷଜାତିର ସବୁଠାରୁ ପୁରୁଣା ଖାଦ୍ୟ ମଧ୍ୟରୁ ଗୋଟିଏ। ଏହା ସଭ୍ୟତାର ଉତ୍ଥାନ ସହିତ ଗଭୀର ଭାବରେ ଜଡିତ। ଆଜି ରୁଟିକୁ ଭାରତୀୟ ଖାଦ୍ୟର ଏକ…

ସବୁଠି ନ୍ୟାୟକୁ ସମର୍ଥନ

ସାରା ବିଶ୍ୱରେ ଆର୍ଥିକ ଅଭିବୃଦ୍ଧି ସର୍ବଦା ସମାନ ସୁଯୋଗ କିମ୍ବା ସହଭାଗୀ ସମୃଦ୍ଧିରେ ପରିଣତ ହୋଇନାହିଁ। ଗଠନମୂଳକ ଅସମାନତା ଜାରି ରହିଛି, ଯାହା ଉତ୍ତମ କାର୍ଯ୍ୟ, ସାମାଜିକ…

ଗଜପତି କୋଣାର୍କ ପଠାଇଥିଲେ ରାଜାଭିଷେକ, ବିବାହ ବେଳର ୧,୫୧,୬୫୧ ମାଢ଼ ସୁନା

ଗତ ସଂଖ୍ୟାରେ ଆମେ ସାମ୍ରାଜ୍ୟ କେଉଁଠୁ, କେଉଁମାନେ ମନ୍ଦିର ନିର୍ମାଣ ପାଇଁ କେତେ ସହଯୋଗ କରିଥିଲେ ତା’ର ଏକ ଚିତ୍ର ଦେବାକୁ ଆରମ୍ଭ କରିଥିଲୁ। ଓଡ଼ିଆମାନେ ମନ୍ଦିର…

ମା’ କାଳୀଙ୍କ ପାଦତଳେ କାହିଁକି ଶୋଇଥିଲେ ଭଗବାନ ଶିବ, ଜାଣନ୍ତୁ ଆକର୍ଷଣୀୟ କାହାଣୀ…

ଆଜି ହେଉଛି ପବିତ୍ର ମହାଶିବରାତ୍ରି। ଏହି ଦିନରେ ଭଗବାନ ଶିବଙ୍କୁ ପୂଜା ଏବଂ ଉପବାସ କରାଯାଏ। ଏହି ଦିନରେ ଉପବାସ ଏବଂ ପୂଜା କରିବା ଦ୍ୱାରା ଆନନ୍ଦ…

ପ୍ରେମ ପାଇଁ ଦିନ ନୁହେଁ, ମନଟିଏ ଲୋଡ଼ା

ଆଜି ଭାଲେଣ୍ଟାଇନ୍ସ ଡେ’। ପ୍ରେମ ଦିବସ। ମନର ମଣିଷ ସହ ହଜେଇବାର ଦିନଟିଏ। ପ୍ରେମୀଯୁଗଳଙ୍କ ପାଇଁ ସ୍ବପ୍ନ ଓ ସମ୍ଭାବନାର ମୁହୂର୍ତ୍ତ। ପାଶ୍ଚାତ୍ୟ ଦେଶରୁ ଆରମ୍ଭ ହୋଇଥିବା…

ନିଆରା ଟ୍ରେନ: ଲାଲ୍‌ ସିଗ୍‌ନାଲ୍‌ ନୁହେଁ, ହାତରେ ଯାଏ ଅଟକି

ପ୍ରତିଦିନ ହଜାର ହଜାର ଟ୍ରେନ ଦେଶସାରା ସିଗନାଲ ଅନୁସାରେ ଚାଲିଥାଏ। ସିଗନାଲ ଗ୍ରୀନ୍‌ ହେଲେ ଆରମ୍ଭ ହୁଏ ଏବଂ ସିଗନାଲ ଲାଲ ହେଲେ ବନ୍ଦ ହୋଇଯାଏ। ଭାରତରେ…

ଭାରତର ପ୍ରଥମ ଟ୍ରେନ୍‌, ଜାଣନ୍ତୁ ଏହା ବିଷୟରେ କିଛି ଆକର୍ଷଣୀୟ କଥା…

ଭାରତରେ ଅଧିକାଂଶ ଲୋକ ଟ୍ରେନ୍‌ରେ ଯାତ୍ରା କରିବାକୁ ପସନ୍ଦ କରନ୍ତି। ଭାରତରେ ରେଳ ଯାତ୍ରାକୁ ସୁଲଭ ଏବଂ ଆରାମଦାୟକ ବୋଲି ବିବେଚନା କରାଯାଏ। ଏହି କାରଣରୁ ଭାରତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri