Posted inଜାତୀୟ

ମୋଟରଯାନ ବିଲ୍‌ ରାଜ୍ୟ ସଭାରେ ଗୃହୀତ: ତ୍ରୁଟି ସଂଶୋଧନ ପାଇଁ ଲୋକ ସଭାକୁ ପୁଣି ଯିବ: ଡ୍ରାଇଭିଂ ଲାଇସେନ୍ସ ପାଇଁ ଆଧାର ଜରୁରୀ

ନୂଆଦିଲ୍ଲୀ,୧ା୮(ପି.ଟି.): ସଡ଼କ ନିରାପତ୍ତା ବୃଦ୍ଧି ଲାଗି ଅଣାଯାଇଥିବା ମୋଟରଯାନ (ସଂଶୋଧନ) ବିଲ୍‌ ବୁଧବାର ରାଜ୍ୟ ସଭାରେ ଗୃହୀତ ହୋଇଛି। ଡ୍ରାଇଭିଂ ଲାଇସେନ୍ସ ପାଇଁ ଏଥିରେ ଆଧାରକୁ ବାଧ୍ୟତାମୂଳକ କରାଯାଇଛି। ଏଥିସହିତ ଟ୍ରାଫିକ୍‌ ନିୟମର ଉଲ୍ଲଂଘନ ପାଇଁ ଦଣ୍ଡବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଦୁର୍ଘଟଣାରେ ମୃତ୍ୟୁ ହେଲେ ୫ ଲକ୍ଷ ଏବଂ ଗୁରୁତର ଆହତ ହେଲେ ୨.୫ ଲକ୍ଷ ଟଙ୍କା କ୍ଷତିପୂରଣ ମିଳିବ। ଗତ ୨୩ ତାରିଖରେ ଏହି ବିଲ୍‌ ଲୋକ ସଭାରେ ଗୃହୀତ ହୋଇଥିଲା। ତେବେ ଏଥିରେ ଟାଇପ୍‌ଗତ ଭୁଲ୍‌ ଥିବାରୁ ଏହାକୁ ପୁଣି ଥରେ ଲୋକ ସଭାକୁ ପଠାଯିବ।
ସଭାରେ ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ୩ଟି ସଂଶୋଧନ ସହ ଆଣିଥିବା ଏହି ବିଲ୍‌ ସପକ୍ଷରେ ୧୦୮ ଭୋଟ ପଡିଥିବାବେଳେ ବିପକ୍ଷରେ ୧୩ଟି ଭୋଟ ଯାଇଥିଲା। ଷୋଡ଼ଶ ଲୋକ ସଭାରେ ବିଲ୍‌ ଗୃହୀତ ହୋଇଥିଲେ ହେଁ ରାଜ୍ୟ ସଭାରେ ପାରିତ ହୋଇ ନ ପାରିବାରୁ ତାହା ରଦ୍ଦ ହୋଇଯାଇଥିଲା। ବୁଧବାର ଏହା ଉପରେ ଆଲୋଚନା କରି ଗଡ଼କରୀ କହିଥିଲେ, କେନ୍ଦ୍ର ସରକାର ରାଜ୍ୟଗୁଡିକର କୌଣସି ଅଧିକାର ଉପରେ ହସ୍ତକ୍ଷେପ କରିବେ ନାହିଁ। ଅଫିସର ନିଯୁକ୍ତିଠାରୁ ଆରମ୍ଭ କରି ଯାନ ପଞ୍ଜୀକରଣ ଦେୟ ଏବଂ ପର୍‌ମିଟ ଦେୟ ଧାର୍ଯ୍ୟ କରିବା ଅଧିକାର ରାଜ୍ୟର ରହିବ। ରାଜ୍ୟ ରାଜସ୍ବରୁ ଗୋଟିଏ ହେଲେ ଟଙ୍କା କେନ୍ଦ୍ର ସରକାର ନେବେନାହିଁ ବୋଲି ଗଡ଼କରୀ ସ୍ପଷ୍ଟ କରିଦେଇଥିଲେ।
ଦେଶରେ ୨୨ରୁ ୨୫ ଲକ୍ଷ ଡ୍ରାଇଭର ଅଭାବ ରହିଛି। ଏହାର ପୂରଣ ଲାଗି ସରକାର ତାଲିମ କେନ୍ଦ୍ର ଖୋଲିବାକୁ ଯୋଜନା କରୁଛନ୍ତି। ପ୍ରତି ତାଲିମ କେନ୍ଦ୍ର ପାଇଁ ସରକାର ୧ କୋଟି ଟଙ୍କା ଲେଖାଏ ସବ୍‌ସିଡି ଯୋଗାଇଦେବାକୁ ପ୍ରସ୍ତୁତ ଅଛନ୍ତି ବୋଲି ଗଡ଼କରୀ କହିଥିଲେ। ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ ବ୍ୟବସ୍ଥା କମ୍ପ୍ୟୁଟରୀକରଣ ହେବ। ଯେକେହି, ସେ ମନ୍ତ୍ରୀ ହୁଅନ୍ତୁ କି ଏମ୍‌ପି, ଅନ୍‌ଲାଇନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ଲାଇସେନ୍ସ ପାଇବେ। ରାଜ୍ୟ ପରିବହନ ନିଗମଗୁଡିକର ବସ୍‌ ଚଳାଚଳରେ କେନ୍ଦ୍ର ହସ୍ତକ୍ଷେପ କରିବେ ନାହିଁ। ଅଧିକାଂଶ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ପରିବହନ ବ୍ୟବସ୍ଥା କ୍ଷତିରେ ଚାଲୁଥିବାବେଳେ ଏଥିରେ ବିଦେଶୀ ପୁଞ୍ଜିନିବେଶ ପାଇଁ କେନ୍ଦ୍ର ଉଦ୍ୟମ କରୁଛି। ଏହା କେବଳ ମୋଟରଯାନ ଆଇନ ନୁହେଁ ସଡକ ସୁରକ୍ଷା ବିଲ୍‌। ଏହା କାର୍ଯ୍ୟକାରୀ ହେଲେ ଦୁର୍ଘଟଣା ହ୍ରାସ ପାଇବ ବୋଲି ପରିବହନ ମନ୍ତ୍ରୀ କହିଥିଲେ। ରାଜ୍ୟଗୁଡିକ ସହ ପରାମର୍ଶ କରି ଏକ ଜାତୀୟ ପରିବହନ ନୀତି ପ୍ରଣୟନ ଲାଗି ବିଲ୍‌ରେ ପ୍ରସ୍ତାବ ରହିଛି। ନୂଆ ଗାଡି ଡିଲରଙ୍କ ପାଖରେ ପଞ୍ଜୀକୃତ ହେବ ଏବଂ ପଞ୍ଜୀକରଣ କର୍ତ୍ତୃପକ୍ଷଙ୍କ ପାଖକୁ ଗ୍ରାହକଙ୍କୁ ଦୌଡ଼ିବାକୁ ପଡିବ ନାହିଁ।
ବ୍ୟବସ୍ଥା ଅନୁଯାୟୀ ଜରୁରିକାଳୀନ ଯାନକୁ ବାଟ ନ ଛାଡିଲେ ୧୦ ହଜାର ଏବଂ ଅଯୋଗ୍ୟ ଘୋଷିତ ହେବା ସତ୍ତ୍ୱେ ଗାଡି ଚଳାଇଲେ ୧୦ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ। ଡ୍ରାଇଭିଂ ଲାଇସେନ୍ସ ଉଲ୍ଲଂଘନ ପାଇଁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ବ୍ୟବସ୍ଥା ବିଲ୍‌ରେ ରହିଥିବାବେଳେ ଅଧିକ ବେଗରେ ଚଳାଚଳ ପାଇଁ ୧୦୦୦ରୁ ୨୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ବ୍ୟବସ୍ଥା ରହିଛି। ସେହିପରି ବିନା ବୀମାରେ ଗାଡ଼ି ଚଳାଇଲେ ୨୦୦୦ ଟଙ୍କା ଓ ବିନା ହେଲ୍‌ମେଟରେ ଗାଡ଼ି ଚଳାଇଲେ ୧୦୦୦ ଟଙ୍କା ଜରିମାନା ସହ ଲାଇସେନ୍ସକୁ ୩ ମାସ ପାଇଁ ନିଲମ୍ବିତ ରଖାଯିବ। ନାବାଳକ ସଡ଼କ ନିୟମ ଉଲ୍ଲଂଘନ କଲେ ଏଥିପାଇଁ ଅଭିଭାବକ କିମ୍ବା ଗାଡ଼ି ମାଲିକଙ୍କୁ ଦାୟୀ କରାଯିବ ଏବଂ ଯାନର ପଞ୍ଜୀକରଣ ରଦ୍ଦ ହେବ। ଟ୍ରାଫିକ୍‌ ନିୟମ ଉଲ୍ଲଂଘନ ପାଇଁ ପୂର୍ବରୁ ୧୦୦ ଟଙ୍କା ଜରିମାନା ଥିବାବେଳେ ତାହାକୁ ୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶର ଅବମାନନା କଲେ ୨୦୦୦ ଟଙ୍କା ଜରିମାନା ଦେବାକୁ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri