Posted inଖେଳ

ମେ ୩’ ପର୍ଯ୍ୟନ୍ତ କ୍ୟାମ୍ପ ବାତିଲ କଲା ସାଇ

ନୂଆଦିଲ୍ଳୀ, ୧୪।୪(ପି.ଟି.)- କରୋନା ଭାଇରସ ବିରୋଧରେ ଲଢେଇ ପାଇଁ ସାରା ଦେଶରେ ଚାଲିଥିବା ଲକ୍‌ଡାଉନ୍‌ର ସମୟସୀମାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହାର ପ୍ରଭାବ କ୍ରୀଡ଼ା ଉପରେ ପଡିଛି। ସ୍ପୋଟର୍‌ସ ଅଥରିଟୀ ଅଫ୍‌ ଇଣ୍ଡିଆ (ସାଇ) ମଧ୍ୟ ତା’ର ସବୁ ପ୍ରକାର ଟ୍ରେନିଂ କ୍ୟାମ୍ପକୁ ମେ ୩ ତାରିଖର ପର୍ଯ୍ୟନ୍ତ ବାତିଲ କରିଛି। ଅର୍ଥାତ୍‌ ଦେଶବ୍ୟାପୀ ସାଇ ସେଣ୍ଟରଗୁଡିକରେ ଆୟୋଜନ ହେବାକୁଥିବା ସବୁ ପ୍ରକାର ଟ୍ରେନିଂ କ୍ୟାମ୍ପ ସସ୍‌ପେଣ୍ଡ ହୋଇଛି। କୋଭିଡ୍‌-୧୯ ସାରା ଦେଶ ତଥା ବିଶ୍ୱରେ ମହାମାରୀର ରୂପ ନେଇଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି।

ପୂର୍ବରୁ ୧୪ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଚାଲୁ ରହିବାର ଥିଲା ଓ ଏହି ତାରିଖ ପର୍ଯ୍ୟନ୍ତ ସବୁ କ୍ୟାମ୍ପକୁ ବାତିଲ କରାଯାଇଥିଲା। ତେବେ ଲକ୍‌ଡାଉନ୍‌ର ସମୟସୀମାକୁ ବୃଦ୍ଧି କରାଯାଇଥିବାରୁ ଏହାକୁ ମେ ୩ ତାରିଖ ପର୍ଯ୍ୟନ୍ତ ବଢାଇବାକୁ ହେଲା ବୋଲି ସାଇ ପକ୍ଷରୁ କୁହାଯାଇଛି। ଜାଭେଲିନ୍‌ ତାରକା ନୀରଜ ଚୋପ୍ରାଙ୍କ ଭଳି ଆଥ୍‌ଲେଟ ପଟିଆଲାସ୍ଥିତ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସ୍ପୋଟର୍‌ସ (ଏନ୍‌ଆଇଏସ୍‌)ରେ ରହୁଛନ୍ତି। ତାଙ୍କୁ ଏବେ ସାଇ ହଷ୍ଟେଲରେ ରହିବାକୁ ଦିଆଯିବ। ଗତମାସ ଚୋପ୍ରା ତୁର୍କୀରୁ ଟ୍ରେନିଂ ସାରି ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଥିଲେ ଓ ସେବେଠାରୁ ସେ ପଟିଆଲାରେ ରହି ଆସୁଛନ୍ତି। ପୁଣି ଯେଉଁ ଆଥ୍‌ଲେଟମାନେ ସାଇ ବେଙ୍ଗାଲୁରୁରେ ଓ ପଟିଆଲାରେ ରହୁଛନ୍ତି ସେମାନେ ସେହିଠାରେ ରହିବେ। ଏହି ମହାମାରୀରେ ଭାରତରେ ୧୦,୦୦୦ ଲୋକ ସଂକ୍ରମିତ ହୋଇଥିବା ବେଳେ ୩୦୦ ଲୋକ ମୃତ୍ୟୁବରଣ କଲେଣି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନୂଆବର୍ଷରେ ଭାଇରାଲ ହେଲା ସ୍ମୃତି ମନ୍ଧାନାଙ୍କ ପୋଷ୍ଟ, ଗୋଟିଏ ଧାଡିରେ ଲେଖିଦେଲେ ମନର କଥା

ନୂଆଦିଲ୍ଲୀ,୧।୧: ଭାରତୀୟ ମହିଳା କ୍ରିକେଟ ଦଳର ତାରକା ସ୍ମୃତି ମନ୍ଧାନାଙ୍କ ପାଇଁ ୨୦୨୫ ବର୍ଷ ଏକ ରୋଲରକୋଷ୍ଟର ଯାତ୍ରାଠାରୁ କମ ନଥିଲା। କ୍ରିକେଟ କ୍ଷେତ୍ରରେ ମନ୍ଧାନା...

ଟି-୨୦ ବିଶ୍ୱକପ ପାଇଁ ଶକ୍ତିଶାଳୀ ଦଳ ଘୋଷଣା କଲା ଅଷ୍ଟ୍ରେଲିଆ: ଟିମରେ ଧୁରନ୍ଧର ଖେଳାଳିଙ୍କ ଏଣ୍ଟ୍ରି

ନୂଆଦିଲ୍ଲୀ,୧।୧: ଅଷ୍ଟ୍ରେଲିଆ ୨୦୨୬ର ଆଇସିସି ପୁରୁଷ ଟି୨୦ ବିଶ୍ୱକପ ପାଇଁ ମିଚେଲ ମାର୍ଶଙ୍କ ନେତୃତ୍ୱରେ ୧୫ ଜଣିଆ ଦଳ ଘୋଷଣା କରିଛି। ସ୍ପିନର ମାଥ୍ୟୁ କୁହନେମାନ,...

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ହାତରେ ମଦ ବୋତଲ ଧରି ବୁଲୁଛନ୍ତି ତେନ୍ଦୁଲକରଙ୍କ ଝିଅ ସାରା, ଭିଡିଓ ଭାଇରାଲ୍

ଗୋଆ,୩୧ା୧୨: କ୍ରିକେଟ୍ ଦୁନିଆର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ଚର୍ଚ୍ଚାରେ। ନିକଟରେ ସାରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍...

ଶକ୍ତିଶାଳୀ ଦିଲ୍ଲୀକୁ ହରାଇଲା ଓଡ଼ିଶା, ବିରାଟ ଅନୁପସ୍ଥିତିରେ ମାଟି କାମୁଡ଼ିଲା ରିଷଭଙ୍କ ଟିମ୍

ବେଙ୍ଗାଲୁରୁ,୩୧ା୧୨: ବିଜୟ ହଜାରେ ଟ୍ରଫିର ଏଲିଟ୍ ଗ୍ରୁପ୍-ଡି ମୁକାବିଲାରେ ଓଡ଼ିଶା କ୍ରିକେଟ୍ ଦଳ ଶକ୍ତିଶାଳୀ ଦିଲ୍ଲୀକୁ ୭୯ ରନ୍‌ରେ ପରାସ୍ତ କରିଛି। ଷ୍ଟାର୍ ବ୍ୟାଟର ବିରାଟ...

ବିରାଟ-ରୋହିତଙ୍କୁ ଟେଷ୍ଟରୁ ଅବସର ନେବାକୁ କରାଯାଇଥିଲା ବାଧ୍ୟ! ଏହି ଖେଳାଳିଙ୍କ ବୟାନ ପରେ କ୍ରିକେଟ ଜଗତରେ ଝଡ

ନୂଆଦିଲ୍ଲୀ,୩୧।୧୨: କ୍ରିକେଟର ଦୁଇ ବଡ ନାମ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ହଠାତ୍‌ ଟେଷ୍ଟ କ୍ରିକେଟରୁ ଅବସରକୁ ନେଇ ଚର୍ଚ୍ଚା ପୁଣି ଥରେ ତୀବ୍ର...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri