Categories: ଜାତୀୟ

ମେ ୩୦, ସନ୍ଧ୍ୟା ୭ଟାରେ ଶପଥ ନେବେ ମୋଦି

ନୂଆଦିଲ୍ଲୀ, ୨୬।୫: ଦ୍ୱିତୀୟ ଥର ଲାଗି ଜନମତକୁ ନିଜ ସପକ୍ଷରେ ନେବାକୁ ସଫଳ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୩୦ରେ ଶପଥ ନେବେ। ଏନେଇ ଟୁଇଟରରେ ସୂଚନା ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଗୁରୁବାର ସନ୍ଧ୍ୟା ୭ଟାରେ ରାଷ୍ଟ୍ରପତିଭବନରେ ପ୍ରଧାନମନ୍ତ୍ରୀ ଏବଂ ମନ୍ତ୍ରୀ ମଣ୍ଡଳର ସଦସ୍ୟମାନେ ପଦ ଏବଂ ଗୋପନୀୟତାର ଶପଥ ନେବାର କାର୍ଯ୍ୟକ୍ରମ ରହିଛି। ଲଗାତର ଦ୍ୱିତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯାଉଥିବା ନରେନ୍ଦ୍ର ମୋଦି ଶନିବାର ଏନଡିଏ ସଂସଦୀୟ ଦଳ ନେତା ନିର୍ବାଚିତ ହେବା ପରେ ରାଷ୍ଟ୍ରପତିଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଜଣାଇଛନ୍ତି। ସୂଚନାଯୋଗ୍ୟ, ୨୦୧୪ଠାରୁ ଏଥର ଅଧିକ ସିଟ ହାସଲ କରି ଭାଜପା ପୁଣିଥରେ ଦେଶରେ ସରକାର ଗଠନ କରିବାକୁ ଯାଉଛି।

Share