Posted inଖେଳ

ମେଲାନି ଜୋନ୍ସ କ୍ରିକେଟ ଅଷ୍ଟ୍ରେଲିଆ ନିର୍ଦ୍ଦେଶକ

ମେଲବୋର୍ନ, ୭।୧୧- ପୂର୍ବତନ ମହିଳା କ୍ରିକେଟର ମେଲାନି ଜୋନ୍ସ କ୍ରିକେଟ ଅଷ୍ଟ୍ରେଲିଆର ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି। ବୁଧବାର ତାଙ୍କୁ ଏହି ହାଇପ୍ରୋଫାଇଲ ପଦ ପାଇଁ ଦାୟିତ୍ୱ ପ୍ରଦାନ କରାଯାଇଛି। ୧୯୯୭ରେ ଜୋନ୍ସ ଅଷ୍ଟ୍ରେଲିଆ ପାଇଁ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ। ୨୦୦୫ରେ ସେ ତାଙ୍କର ପ୍ରଥମ ବିଶ୍ୱକପ୍‌ ଜିତିଥିଲେ। ଏହାପରେ ବର୍ଷ ସେ ପଦାର୍ପଣରେ ୧୩୧ ରନର ଶତକୀୟ ପାଳି ଖେଳି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଓ ଏହା ତାଙ୍କର ପ୍ରଥମ ଆଶେସ ଶତକ ଥିଲା। ଏହି ଗୁରୁଦାୟିତ୍ୱ ମିଳିଥିବାରୁ ବହୁତ ଖୁସି ବୋଲି ସେ କହିଛନ୍ତି। କ୍ରିକେଟ ପ୍ରତି ତାଙ୍କର ଅବଦାନ ପାଇଁ ଚଳିତ ବର୍ଷ ପ୍ରାରମ୍ଭରେ ତାଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ଅର୍ଡର ଅଫ୍‌ ଅଷ୍ଟ୍ରେଲିଆ ପୁରସ୍କାର ପ୍ରଦାନ କରାଯାଇଥିଲା। କ୍ରିକେଟ ଛାଡିବା ପରେ ସେ ଭାଷ୍ୟକାର ହିସାବରେ ବେଶ୍‌ ସଫଳତା ହାସଲ କରିଥିଲେ। ଜୋନ୍ସଙ୍କ ଅଭିଜ୍ଞତା କାମରେ ଆସିବ ବୋଲି କ୍ରିକେଟ ଅଷ୍ଟ୍ରେଲିଆ ଚେୟାରମ୍ୟାନ ଇର୍ଲ ଏଡିଙ୍ଗ୍ସ କହିଛନ୍ତି। ଗତ ଦୁଇ ବର୍ଷ ହେବ ଅଷ୍ଟ୍ରେଲିଆ କ୍ରିକେଟରେ ବୈପ୍ଳବିକ ପରିବର୍ତ୍ତନ ହୋଇଛି। ଜୋନ୍ସଙ୍କ ଅଭିଜ୍ଞତାରୁ ଅଷ୍ଟ୍ରେଲିଆ କ୍ରିକେଟ ଆହୁରି ଆଗକୁ ଯିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କଲମ୍ବୋ ଯାତ୍ରା ପୂର୍ବରୁ ପାକିସ୍ତାନ ଅଧିନାୟକଙ୍କ ବଡ଼ ବୟାନ: ନିଷ୍ପତ୍ତି ଯାହା…

କରାଚୀ,୨ା୨- ସରକାର ଏବଂ କ୍ରିକେଟ ବୋର୍ଡ ଯାହା ନିଷ୍ପତ୍ତି ନେବ, ଆମେ ତାହା ପାଳନ କରିବୁ। ପାକିସ୍ତାନ ଦଳର ଅଧିନାୟକ ସଲମାନ ଅଲୀ ଆଘା ସୋମବାର ଦଳର…

ବିବିସି ସ୍ପୋଟର୍‌ସ ଆଓ୍ବାର୍ଡ ଦୌଡ଼ରେ ରହିଛନ୍ତି ଭାରତର ଏହି ଖେଳାଳି, ଜାଣନ୍ତୁ…

ନୂଆଦିଲ୍ଲୀ,୨ା୨: ବିବିସି ଇଣ୍ଡିଆନ ସ୍ପୋଟର୍‌ସ ଓମ୍ୟାନ ଅଫ୍‌ ଦି ଇୟର ପୁରସ୍କାର ୨୦୨୫ ପାଇଁ ଦୌଡ଼ରେ ଯେଉଁ ଖେଳାଳିମାନେ ଅଛନ୍ତି, ସେମାନଙ୍କ ମଧ୍ୟରେ ଭାରତର ଐତିହାସିକ ୨୦୨୫…

ଯଦି ପାକିସ୍ତାନ ଫାଇନାଲକୁ ଯାଏ, ତେବେ ଭାରତ ସହ ଖେଳିବ ନା ନାହିଁ: ହୋଇଗଲା ବଡ଼ ନିଷ୍ପତ୍ତି

ଇସଲାମାବାଦ୍‌,୨।୨: ପାକିସ୍ତାନ ୨୦୨୬ ଟି-୨୦ ବିଶ୍ୱକପରେ ଫେବୃଆରୀ ୧୫ରେ ଭାରତ ବିପକ୍ଷରେ ନ ଖେଳିବାକୁ ନିଷ୍ପତ୍ତି ନେଇଛି। ପାକିସ୍ତାନ ସରକାର ଘୋଷଣା କରିଛନ୍ତି ଯେ, ତାଙ୍କ ଦଳ…

ଇତିହାସ ରଚିଲେ ଜୋସ୍ ବଟଲର୍, ଇଂଲଣ୍ଡ ପାଇଁ ଏପରି ସଫଳତା ହାସଲ…

ନୂଆଦିଲ୍ଲୀ,୨।୨: ଟି-୨୦ ବିଶ୍ୱକପ୍ ପୂର୍ବରୁ ଇଂଲଣ୍ଡ ଏବଂ ଶ୍ରୀଲଙ୍କା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳାଯାଉଛି । ସିରିଜର ଦ୍ୱିତୀୟ ମ୍ୟାଚ୍ ଫେବୃଆରୀ ୧…

ଭାରତ ବିପକ୍ଷରେ ଖେଳିବନି ପାକିସ୍ତାନ, ପ୍ରତି ୧୦ ସେକେଣ୍ଡରେ ହେବ ଏତେ କ୍ଷତି , ଜାଣିଲେ…

ନୂଆଦିଲ୍ଲୀ,୨।୨: ପାକିସ୍ତାନ କ୍ରିକେଟ ବୋର୍ଡ ଏବଂ ଏହାର ସରକାର ଟି-୨୦ ବିଶ୍ୱକପରେ ସେମାନଙ୍କର କ୍ରିକେଟ ଦଳ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି, କିନ୍ତୁ ଫେବୃଆରୀ ୧୫ ତାରିଖରେ ଭାରତ…

ଗୁମର ଖୋଲିଲେ ଶାହିଦ ଆଫ୍ରିଦି: କହୁ କହୁ କହିଦେଲେ ପାକିସ୍ତାନ ନ ଖେଳିବା…

ଇସଲାମାବାଦ୍‌,୨।୨: ୨୦୨୬ ଟି୨୦ ବିଶ୍ୱକପରେ ଭାରତ ବିପକ୍ଷରେ ନ ଖେଳିବା ପାଇଁ ପାକିସ୍ତାନର ନିଷ୍ପତ୍ତି ଉପରେ ଅନେକ ପ୍ରମୁଖ ବ୍ୟକ୍ତି ପ୍ରତିକ୍ରିୟା ଦେଉଛନ୍ତି। ପୂର୍ବତନ ପାକିସ୍ତାନୀ ଅଲରାଉଣ୍ଡର…

ଟି-୨୦ ବିଶ୍ୱକପ୍‌ ପୂର୍ବରୁ ବଡ଼ ଭବିଷ୍ୟବାଣୀ କଲେ ରିକି ପଣ୍ଟିଂ: ଅଷ୍ଟ୍ରେଲିଆ ନୁହେଁ, ଏହି ଦଳ ହେବ ଚାମ୍ପିୟନ୍‌

ସିଡନୀ,୨।୨:ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ଏବଂ କିମ୍ବଦନ୍ତୀ କ୍ରିକେଟ ବିଶେଷଜ୍ଞ ରିକି ପଣ୍ଟିଂ ICC ପୁରୁଷ T20 ବିଶ୍ୱକପ 2026 ସମ୍ପର୍କରେ ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି। ପଣ୍ଟିଂ…

ଡବ୍ଲ୍ୟୁପିଏଲ୍‌ ଏଲିମିନେଟର ମ୍ୟାଚ୍‌ : ପରସ୍ପରକୁ ଭେଟିବେ ଦିଲ୍ଲୀ-ଗୁଜରାଟ

ଭଦୋଦରା,୨ା୨- ଚଳିତ ଓମେନ୍ସ ପ୍ରିମିୟର ଲିଗ୍‌(ଡବ୍ଲ୍ୟୁପିଏଲ୍‌) ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ୫ ଉଇକେଟରେ ୟୁପି ଓ୍ବାରିଅର୍ସକୁ ପରାସ୍ତ କରିଛି। ଏହି ବିଜୟ ସହ ଜେମିମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri