ମେଡିକାଲ କର୍ମଚାରୀ ପଦବୀ ପୂରଣ ହେଉନି

ବାରିପଦା ଅଫିସ,୧୦।୮- ଓଡ଼ିିଶା ମେଡିକାଲ କର୍ମଚାରୀ ସଂଘ ମୟୂରଭଞ୍ଜ ଜିଲା ଶାଖାର ଏକ ସାଧାରଣ ବୈଠକ ସଂଘର ଉପସଭାପତି ଶ୍ୟାମସୁନ୍ଦର ଦେଓଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସ୍ଥାନୀୟ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲରେ ଡାକ୍ତର, ଫାର୍ମସିଷ୍ଟ, ନର୍ସ, ରେଡିଓଗ୍ରାଫର, ମହିଳା ସ୍ବାସ୍ଥ୍ୟକର୍ମୀ, ପୁରୁଷ ସ୍ବାସ୍ଥ୍ୟକର୍ମୀ ପଦବୀ ପାଇଁ ନୂତନ ନିଯୁକ୍ତି କରାଯାଉଥିବା ବେଳେ ୪ର୍ଥ ଶ୍ରେଣୀ କର୍ମଚାରୀ ନିଯୁକ୍ତି କରାଯାଉ ନ ଥିବାରୁ ଉଦବେଗ ପ୍ରକାଶ ପାଇଥିଲା। ସରକାର ତୁରନ୍ତ ଏହି ମେଡିକାଲ କଲେଜ ପାଇଁ ୫୦୦ଟି ୪ର୍ଥ ଶ୍ରେଣୀ କର୍ମଚାରୀ ନିଯୁକ୍ତି କରାଯିବା ନେଇ ଦାବି କରାଯାଇଥିଲା। ସେହିପରି ମେଡିକାଲ କଲେଜର ୪୬ଟି ଆଟେଣ୍ଡାଣ୍ଟ ପଦବୀ ପୂରଣ କରିବା ପାଇଁ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଥିଲେ ମଧ୍ୟ ଏଥିପ୍ରତି ଗୁରୁତ୍ୱ ଦିଆଯାଉ ନ ଥିବା ସଂଘ ଅଭିଯୋଗ କରିଛି। କେତେକ ୪ର୍ଥ ଶ୍ରେଣୀ କର୍ମଚାରୀ ୬ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିଥିଲେ ମଧ୍ୟ ସେମାନଙ୍କୁ ନିୟମିତ କରାଯାଉ ନ ଥିବାରୁ ବୈଠକରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏହା ସହିତ ୪ର୍ଥ ଶ୍ରେଣୀ କର୍ମଚାରୀମାନଙ୍କର ପିସି ବସାଇ ପଦୋନ୍ନତି ସହିତ ସେମାନଙ୍କ ଲାଗି ବାସଗୃହ ଏବଂ ଡ୍ୟୁଟି ରୁମର ବ୍ୟବସ୍ଥା କରାଯିବା ସକାଶେ ମଧ୍ୟ ସଂଘ ପକ୍ଷରୁ ଦାବି କରାଯାଇଛି। ଉପରୋକ୍ତ ସମସ୍ତ ଦାବି ସମ୍ପର୍କରେ ଗତ ୨୩ ଜୁଲାଇରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ପୂରଣ କରାଯାଇନାହିଁ। ଆସନ୍ତା ୩ ଦିନ ମଧ୍ୟରେ ଦାବି ପୂରଣ ନ ହେଲେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ସଂଘ ନିଷ୍ପତ୍ତି ନେଇଛି। ବୈଠକରେ ରାଜ୍ୟ ସଂଘର ସଭାପତି ଦିଲୀପ କୁମାର ମିଶ୍ର, କୋଷାଧ୍ୟକ୍ଷ ସୁବୋଧ କୁମାର ଜେନା, ସୁନ୍ଦର ମୋହନ ପାଢ଼ୀ, କୃଷ୍ଣଚନ୍ଦ୍ର ଦାସ, ଚିନ୍ତାମଣି ଦାସ, ରାମକୃଷ୍ଣ ତୁଙ୍ଗ, ଗଣେଶ୍ୱର ସିଂ, ଗତିକୃଷ୍ଣ ପଲେଇ, ମହେନ୍ଦ୍ର ପଲେଇ, ସନ୍ତୋଷ କୁମାର ନାୟକ, ବିଶ୍ୱଶଙ୍କର କଲିଆ, ପ୍ରମୋଦ କୁମାର ଦାସବାବୁ, ଅଜନ୍ତା ସାଠିଆ, କାହ୍ନୁଚରଣ ସେଠୀ, ଲୁଧିମଣି ଦେଇ, ସୁଜାତା ମହାନ୍ତ, ବିଜୟ ଲକ୍ଷ୍ମୀ ମହାନ୍ତ, ସୁଚିତ୍ରା ମହାକୁଡ ଓ ମମତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ଘରେ ଦେଉଛନ୍ତି ଶିକ୍ଷା: ଉପାନ୍ତ ଅଞ୍ଚଳରେ ଶାଶୁ, ବୋହୂଙ୍କ ଅଙ୍ଗନଓ୍ବାଡି

ଉଦଳା,୩ା୧୨(ସନ୍ତୋଷ କୁମାର ବାଛିନୀ):ଅଙ୍ଗନଓ୍ବାଡିରେ ନା କରିଛନ୍ତି ଚାକିରି ନା ମିଳିଛି କର୍ମୀ ଦାୟିତ୍ୱ। ତଥାପି ନିଜ ଘରେ ଖୋଲିଛନ୍ତି ଏକ ସ୍ବତନ୍ତ୍ର ପାଠଶାଳା। ଘରଠାରୁ ୩...

ଯୁବକଙ୍କୁ ଇଟାରେ ଛେଚିଛେଚି ନିର୍ମମ ହତ୍ୟା, ରାସ୍ତାପାର୍ଶ୍ୱରେ ପଡ଼ିଛି…

ଉଦଳା,୨୮ା୧୧(ସନ୍ତୋଷ କୁମାର ବାଛିନି): ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ବଡ଼ଖୁଣ୍ଟା ଗ୍ରାମରେ ଘଟିଛି ଏକ ଜଘନ୍ୟ ହତ୍ୟାକାଣ୍ଡ। ରାସ୍ତାପାର୍ଶ୍ୱରେ ପଡ଼ିଛି ମୃତଦେହ। ଖୁଣ୍ଟା ଥାନା ଖପରାପାଳ...

ବାଲି ମାଫିଆଙ୍କ ଆକ୍ରମଣରେ ବେତନଟୀ ତହସିଲଦାରଙ୍କ କର୍ମଚାରୀ ଆହତ , ଦୁଇ ଗିରଫ

ବୈଶିଙ୍ଗା,୨୫|୧୧(ରତନ ଦାଶ): ମୟୂରଭଞ୍ଜ ଜିଲାର ବେତନଟୀ ତହସିଲଦାରଙ୍କ ଉପରେ ୧୮ ନଂ ଜାତୀୟ ରାଜପଥର ତୁଳସୀଚଉରା ନିକଟରେ ଚୋରା ବାଲି ଟ୍ରାକ୍ଟରକୁ ଅଟକାଇବା ଘଟଣାରେ ଉତକ୍ଷିପ୍ତ...

ରାଜ୍ୟରେ ବଢ଼ିଲା ବାଘ ସଂଖ୍ୟା, ଶିମିଳିପାଳରେ ଏତିକିରେ ପହଞ୍ଚିଲା…

ବାରିପଦା,୨୫ା୧୧: ଚଳିତବର୍ଷ ରାଜ୍ୟରେ ବାଘ ସଂଖ୍ୟା ବୃଦ୍ଧି ପାଇଛି। ଏନେଇ ପିସିସିଏଫ୍‌ ପ୍ରେମ କୁମାର ଝା ସୂଚନା ଦେଇଛନ୍ତି। ଚଳିତ ବର୍ଷ ଶିମିଳିପାଳରେ ବାଘ ସଂଖ୍ୟା...

ବାରିପଦାରେ ଚାଞ୍ଚଲ୍ୟ: ପୋଖରୀରୁ ମିଳିଲା ନିଖୋଜ ଓକିଲଙ୍କ କାର, ପଚା ଗନ୍ଧରେ …

ବାରିପଦା,୨୪।୧୧(ନୀଳାଦ୍ରି ଦଣ୍ଡପାଟ): ସନ୍ଦେହଜନକ ଅବସ୍ଥାରେ ପୋଖରୀରୁ ନିଖୋଜ ଓକିଲଙ୍କ କାର ଉଦ୍ଧାର କରାଯଇଛି। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲା ବାରିପଦା ସାରସକଣା ଝାରପୋଖରିଆ ଥାନା...

ଜିନତ୍‌ ଶାବକଙ୍କ ଅପେକ୍ଷାରେ ଶିମିଳିପାଳ

ମହାରାଷ୍ଟ୍ରରୁ ମୟୂରଭଞ୍ଜର ଶିମିଳିପାଳ ଅଭୟାରଣ୍ୟକୁ ୨୦୨୪ରେ ଅଣାଯାଇଥିବା ମହାବଳ ବାଘୁଣୀ ଜିନତ୍‌ ଉପରେ ରହିଛି ସମସ୍ତଙ୍କ ନଜର। କାରଣ କିଛିଦିନ ତଳେ ପିସିସିଏଫ୍‌ ପ୍ରେମ କୁମାର...

ପୁଣି ଜନନୀ ଯନ୍ତ୍ରଣା: ଖଟିଆରେ ପ୍ରସବ କଲେ ଗର୍ଭବତୀ

ଉଦଳା,୨୨ା୧୧(ସନ୍ତୋଷ କୁମାର ବାଛିନୀ): ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ୍‌ ପଦ୍ମପୋଖରୀ ଗ୍ରାମରୁ ପୁଣି ଜନନୀ ଯନ୍ତ୍ରଣା ଖବର ସାମ୍ନାକୁ ଆସିଛି। ଜଣେ ଗର୍ଭବତୀ ପ୍ରସବ ଯନ୍ତ୍ରଣା...

କଳାବାଘ ‘କାଳିଆ’କୁ ନେଇ ଚର୍ଚ୍ଚା: ଶିମିଳିପାଳ ପାଇଁ ଆଣିଲେ ଗୌରବ

ବାରିପଦା,୨୦ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ):ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ମହାବଳ ବାଘ କାଳିଆକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର୍‌ ଧରିଛି। ପୂର୍ବତନ ପିସିସିଏଫ୍‌ ସୁଶାନ୍ତ ନନ୍ଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri