Posted inଫୁରସତ

ମୃତ୍ତିକା ଉପରେ ପରିବର୍ତ୍ତିତ ଜଳବାୟୁର ପ୍ରଭାବ

ମୃତ୍ତିକା ପୃଥିବୀ ପୃଷ୍ଠର ଏକ ବୃହତ ଅଂଶ, ଯାହା ଉଭୟ ପ୍ରାଣୀ ଏବଂ ଉଦ୍ଭିଦଙ୍କର ବାସସ୍ଥଳୀ। ମୃତ୍ତିକାରେ ଉଦ୍ଭିଦ ବଢ଼ି ଆମକୁ ଖାଦ୍ୟ, ବସ୍ତ୍ର, ଔଷଧ, ଗୃହ ଉପକରଣ ଏବଂ ଉପଭୋଗ ପାଇଁ ସୌନ୍ଦର୍ଯ୍ୟ ଆଦି ଯୋଗାଇଥାଏ। ଜଳବାୟୁର ବିଭିନ୍ନ ପ୍ରଭାବରେ ଭୂଗର୍ଭ ଏବଂ ଭୂପୃଷ୍ଠସ୍ଥ ଶିଳା ତଥା ପ୍ରସ୍ତର ଖଣ୍ଡମାନ ଭାଙ୍ଗି କ୍ଷୁଦ୍ର ବାଲୁକା, ପଟୁ ଏବଂ କର୍ଦମରେ ପରିଣତ ହୋଇ ମୃତ୍ତିକା ସୃଷ୍ଟି ହୁଏ। ଏକ ହିସାବରୁ ଜଣାଯାଇଛି ଯେ ଭୂପୃଷ୍ଠର ଏକଘନ ଇଞ୍ଚ ଆୟତନର ମୃତ୍ତିକା ସୃଷ୍ଟି ପାଇଁ ପ୍ରାୟ ଏକ ହଜାରରୁ ପନ୍ଦରଶହ ବର୍ଷ ପର୍ଯ୍ୟନ୍ତ ସମୟ ଲାଗିଥାଏ। ଅନ୍ୟ ପକ୍ଷରେ ଜଳବାୟୁର ଭିନ୍ନ ଭିନ୍ନ ପ୍ରଭାବରେ ବର୍ଷକୁ ପ୍ରାୟ ୫ରୁ ୭ଟନ୍‌ ପର୍ଯ୍ୟନ୍ତ ମୃତ୍ତିକା ଧୋଇ ହୋଇ ଭୂପୃଷ୍ଠରୁ ସ୍ଥାନାନ୍ତରିତ ହୁଏ।
ଜଳବାୟୁ କହିଲେ ମୁଖ୍ୟତଃ ବୃଷ୍ଟିପାତ, ବାୟୁପ୍ରଭାବ, ଭୂପୃଷ୍ଠ ଉତ୍ତାପ, ଆର୍ଦ୍ରତା, ବାୟୁମଣ୍ଡଳର ବିଭିନ୍ନ ବାଷ୍ପ ଆଦିକୁ ବୁଝାଏ। ବିଭିନ୍ନ କାରଣରୁ ଭୂପୃଷ୍ଠର ଜଳବାୟୁ ପରିବର୍ତ୍ତନର ଲକ୍ଷଣମାନ ଅନୁଭବ କରାଯାଉଛି। ଏହା କେତେବେଳେ ଶାନ୍ତ ତ କେତେବେଳେ ଭୟଙ୍କର।
ଜଳବାୟୁର ମୁଖ୍ୟ ଏକ ଅଂଶ ହେଉଛି ବୃଷ୍ଟିପାତ। ଏହାର ପରିମାଣ ଏବଂ ତୀବ୍ରତା ମୃତ୍ତିକା ଉପରେ ଭିନ୍ନ ଭିନ୍ନ ପ୍ରଭାବ ପକାଇଥାଏ। ବୃଷ୍ଟିପାତର ପରିମାଣ ସ୍ବଳ୍ପ, ମଧ୍ୟମ, ପ୍ରବଳ ଅଥବା ଅତିପ୍ରବଳ ହୋଇପାରେ। ସ୍ବଳ୍ପ ବୃଷ୍ଟିପାତ ପ୍ରସ୍ତର ଖଣ୍ଡ ଉପରେ ଅତିକ୍ଷୁଦ୍ରରୁ କ୍ଷୁଦ୍ର ଶିଉଳି ଜାତୀୟ ଭିନ୍ନ ଉଦ୍ଭିଦ ବଢ଼ାଇବାରେ ସାହାଯ୍ୟ କରେ। ଉକ୍ତ କ୍ଷୁଦ୍ର ଉଦ୍ଭିଦରୁ କେତେକ ଜୈବ ଅମ୍ଳ ସୃଷ୍ଟି ହୋଇ ପଥର ଦେହରେ ସରୁ ସରୁ ଫାଟ ହୁଏ। ସମୟ କ୍ରମେ ଉକ୍ତ ଫାଟ ବଢ଼ି ବଡ଼ ବଡ଼ ଫାଟରେ ପରିଣତ ହୋଇ ପରବର୍ତ୍ତୀ ସମୟରେ ଭାଙ୍ଗି ମାଟି ସୃଷ୍ଟି କରେ। ମଧ୍ୟମ ବୃଷ୍ଟିପାତ ଦ୍ୱାରା ଦୁଇ ପଥର ମଧ୍ୟରେ ଥିବା ଫାଙ୍କରେ ଫର୍ଣ୍ଣ ଜାତୀୟ ଉଦ୍ଭିଦ ବଢ଼ନ୍ତି। ଫର୍ଣ୍ଣର ଚେର ପଥରର ଦୁଇ ଫାଙ୍କରେ ଚାପ ପ୍ରୟୋଗ କରି ପଥରକୁ ଫଟାଇବା ଦ୍ୱାରା ସମୟ କ୍ରମେ ମାଟି ସୃଷ୍ଟି ହୁଏ।
ପ୍ରବଳ ଏବଂ ଅତି ପ୍ରବଳ ବର୍ଷା ଉଭୟ ମୃତ୍ତିକା ଗଠନ ଏବଂ କ୍ଷୟ ଘଟାଇ ଥାଏ। ପ୍ରବଳ ବର୍ଷା ଜଳସ୍ରୋତରେ ଭଗ୍ନ ଶିଳା ଖଣ୍ଡମାନ ବୋହିନେବା ସମୟରେ ପରସ୍ପର ମଧ୍ୟରେ ଘର୍ଷଣ ହୋଇ ପଥର ଖଣ୍ଡମାନ ଭାଙ୍ଗି ସେଥିରୁ ବୃହତ୍‌ ଏବଂ କ୍ଷୁଦ୍ର ବାଲୁକା ରାଶି ସୃଷ୍ଟି ହୁଏ। ଅତି ପ୍ରବଳ ବର୍ଷା ଦ୍ୱାରା ପାର୍ବତ୍ୟ ଅଞ୍ଚଳର ପାହାଡ଼ ଧସି ମୃତ୍ତିକା କ୍ଷୟ ହୁଏ। ଅନ୍ୟପକ୍ଷରେ ସମତଳ ଅଞ୍ଚଳର ନଦୀ ବଢ଼ି ଉପକୂଳରେ ଉର୍ବର ପଟୁ ମାଟି ସୃଷ୍ଟି ହୁଏ। ଉପକୂଳ ଅଞ୍ଚଳରେ ଝଡ଼ ଏବଂ ବନ୍ୟା ପ୍ରବଳ ବର୍ଷାର ଭିନ୍ନ କିଛି ରୂପ। ଝଡ଼ ହେଲେ ଲଗାଣ ବର୍ଷା ହୋଇ ନଦୀଜଳ ଫୁଲି କୂଳ ଲଙ୍ଘି ମୃତ୍ତିକା କ୍ଷୟ ହୁଏ। ଲଗାଣ ବର୍ଷା ସହ ପ୍ରବଳ ବେଗରେ ପବନ ବହିଲେ ବାତ୍ୟା ସୃଷ୍ଟି ହୋଇ ମୃତ୍ତିକା ମଧ୍ୟ କ୍ଷୟହୁଏ। ଗ୍ରୀଷ୍ମଋତୁରେ କୁଆପଥର ବୃଷ୍ଟି ସହ ଅସାଧାରଣ ବର୍ଷା ଟୋପାମାନ ଶିଳା ଖଣ୍ଡକୁ ଭାଙ୍ଗି କ୍ଷୁଦ୍ର ଶିଳାରେ ପରିଣତ କରି ପରବର୍ତ୍ତୀ ସମୟରେ ମୃତ୍ତିକା ସୃଷ୍ଟି କରାଏ। ଅନେକ ସମୟରେ ବୃହତ୍‌ ବର୍ଷା ଟୋପାମାନ ଉର୍ବର ମୃତ୍ତିକାକୁ ସ୍ଥାନାନ୍ତରିତ କରେ।
ବାୟୁ ପ୍ରବାହ ମୃତ୍ତିକା ଉପରେ ବୃଷ୍ଟିପାତଠାରୁ ଭିନ୍ନ ପ୍ରଭାବ ପକାଇ ଥାଏ। ଘୂର୍ଣ୍ଣିବାୟୁ, କାଳବୈଶାଖୀ ଏବଂ ଧୂଳିଝଡ଼ ବାୟୁ ପ୍ରବାହର ଭିନ୍ନ ତିନୋଟି ରୂପ। କୌଣସି ଏକ ନିର୍ଦ୍ଦିଷ୍ଟ ଭୂଭାଗ ହଠାତ୍‌ ଉତ୍ତପ୍ତ ହେଲେ ସେହି ସ୍ଥାନର ବାୟୁ ଉତ୍ତପ୍ତ ହୋଇ ଘୂର୍ଣ୍ଣୟମାନ ଅବସ୍ଥାରେ ବାଲି, ଧୂଳି ଏବଂ ସୂଷ୍ମ କର୍ଦମ ଆଦି ବାୟୁମଣ୍ଡଳର ବହୁ ଉପରକୁ ଉଠି ସ୍ଥାନାନ୍ତର ହୁଏ। ବାୟୁ ପ୍ରବାହରେ ବଡ଼ ବଡ଼ ବାଲୁକାରାଶି ପଥରଖଣ୍ଡ ଉପରେ ପ୍ରବଳ ଆଘାତ ଦେଇ ପଥରକୁ ଭାଙ୍ଗେ। ମରୁଭୂମିରେ ପ୍ରବଳ ବାୟୁ ପ୍ରବାହରେ ବାଲୁକା ପାହାଡ଼ମାନ ସୃଷ୍ଟି ହୁଏ।
ଗ୍ରୀଷ୍ମମଣ୍ଡଳୀୟ ଜଳବାୟୁର ଉତ୍ତାପ ଶୀତଋତୁରେ ପ୍ରାୟ ୭ଂ ରୁ ୧୦ଂ ସେଲସିୟସ ମଧ୍ୟରେ ରହୁଥିବା ବେଳେ ଗ୍ରୀଷ୍ମଋତୁରେ ଏହା ୪୫ଂ ରୁ ୫୦ଂ ସେଲସିୟସ ମଧ୍ୟରେ ହେବାର ରେକର୍ଡ ଅଛି। ଉତ୍ତାପର ତାରତମ୍ୟ ଯୋଗୁ ଭୃପୃଷ୍ଠସ୍ଥ ପଥର ପ୍ରସାରଣ ଓ ସଙ୍କୁଚିତ ହୋଇ ଫାଟେ ଏବଂ ପରବର୍ତ୍ତୀ ସମୟରେ ଭାଙ୍ଗି ବୃହତ ଓ କ୍ଷୁଦ୍ର ବାଲୁକା, ପଟୁ ଓ କର୍ଦମରେ ପରିଣତ ହୋଇ ମୃତ୍ତିକା ସୃଷ୍ଟି ହୁଏ।
ଆଗ୍ନେୟଗିରି ଉଦ୍‌ଗିରଣ ପ୍ରକୃତିର ଏକ ଭୟଙ୍କର ରୂପ। ଭୂଗର୍ଭସ୍ଥ ଶିଳା, ପ୍ରସ୍ତର ଏବଂ ଧାତୁ ଆଦି ଭୂଗର୍ଭର ଅତ୍ୟଧିକ ଉତ୍ତାପ ଯୋଗୁ ତରଳି ଭୂପୃଷ୍ଠ ଉପରକୁ ପ୍ରବଳ ବେଗରେ ଉଦ୍‌ଗିରଣ ହୋଇ ଶୀତଳ ହେଲେ ମୃତ୍ତିକା ସୃଷ୍ଟି ହୁଏ।
ଭୂମିକମ୍ପ ହେଲେ ଜଳବାୟୁର ପରିବର୍ତ୍ତନ ଘଟି ଭୂପୃଷ୍ଠ ଏବଂ ଭୂଗର୍ଭ ମଧ୍ୟରେ ବଡ଼ ବଡ଼ ଫାଟମାନ ସୃଷ୍ଟି ହୋଇ ବୃହତ ଶିଳାଖଣ୍ଡ ଭାଙ୍ଗି ମୃତ୍ତିକା ସୃଷ୍ଟି ହୁଏ। ସମୟେ ସମୟେ ସମୁଦ୍ର ଗର୍ଭରେ ଭୂକମ୍ପ ହେଲେ ସୁନାମି ସୃଷ୍ଟି ହୋଇ ବଡ଼ ବଡ଼ ଢେଉମାନ କୂଳଲଙ୍ଘି ଉଚ୍ଚ ବାଲୁକାରାଶି ସ୍ତର ସୃଷ୍ଟି ହୁଏ।
ବାୟୁମଣ୍ଡଳରେ ନାଇଟ୍ରସ ଅକ୍‌ସାଇଡ, ସଲଫର ଡାଇଅକ୍‌ସାଇଡ, ହାଇଡ୍ରୋଜେନ ସଲଫାଇଡ, କାର୍ବନ ଡାଇଅକ୍‌ସାଇଡ ଆଦି ଅମ୍ଳଧର୍ମୀ ଗ୍ୟାସ ଜଳୀୟବାଷ୍ପ ଏବଂ ସ୍ବଳ୍ପ ବର୍ଷା ସଂସ୍ପର୍ଶରେ ଆସି, ନାଇଟ୍ରିକ ଅମ୍ଳ, ସଲଫ୍ୟୁରିକ ଅମ୍ଳ, କାର୍ବୋନିକ ଅମ୍ଳ ଆଦି ସୃଷ୍ଟି ହୁଏ। ଏହିସବୁ ଅମ୍ଳ ପ୍ରସ୍ତର ସଂସ୍ପର୍ଶରେ ଆସିଲେ ରାସାୟନିକ ପ୍ରତିକ୍ରିୟା ଘଟି ପଥରଖଣ୍ଡମାନ ଭାଙ୍ଗି ମୃତ୍ତିକା ସୃଷ୍ଟି ହୁଏ।
ଭୂପୃଷ୍ଠସ୍ଥ ଆମେ ମନୁଷ୍ୟ ଏବଂ ଅନ୍ୟାନ୍ୟ ପ୍ରାଣୀ ତଥା ଉଭିଦ ଆଦି ଜୀବଜଗତ ମୃତ୍ତିକା ଏବଂ ପୃଥିବୀର ଜଳବାୟୁ ସହିତ ଓତପ୍ରୋତ ଭାବେ ଜଡିତ। ଯେହେତୁ ମୃତ୍ତିକା ଏକ ଅମୂଲ୍ୟ ସମ୍ପଦ, ତେଣୁ ଆମେ ଜଳବାୟୁ ପରିବର୍ତ୍ତନ ସହିତ ଖାପଖୁଆଇ ଉକ୍ତ ମୂଲ୍ୟବାନ ସମ୍ପତ୍ତିକୁ ସୁଚାରୁ ରୂପେ ପରିାଳନା କରି ଏହାର ସୃଷ୍ଟି ଏବଂ ସଂରକ୍ଷଣ ପ୍ରତି ଦୃଷ୍ଟି ଦେବା ଜରୁରୀ।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?