Posted inଜାତୀୟ

ମୁସଲିମ ବୃଦ୍ଧଙ୍କୁ ମାଡ଼: ଅଭିନେତ୍ରୀ ସ୍ବରା, ଟୁଇଟର ଇଣ୍ଡିଆ ମୁଖ୍ୟଙ୍କ ନାମରେ ମାମଲା

ନୂଆଦିଲ୍ଲୀ,୧୭।୬: ଉତ୍ତର ପ୍ରଦେଶର ଗାଜିଆବାଦରେ ମୁସଲିମ ବୃଦ୍ଧଙ୍କୁ ମାଡ଼ ଘଟଣାରେ ବିବାଦୀୟ ଟୁଇଟ୍‌କୁ ନେଇ ବଲିଉଡ୍‌ ଅଭିନେତ୍ରୀ ସ୍ବରା ଭାସ୍କର ଓ ଟୁଇଟର ଇଣ୍ଡିଆର ମ୍ୟାନେଜିଂ ଡିରେକ୍ଟରଙ୍କ ସମେତ ଅନ୍ୟ ୨ ଜଣଙ୍କ ନାମରେ ଦିଲ୍ଲୀରେ ମାମଲା ରୁଜୁ ହୋଇଛି।

ଗାଜିଆବାଦ୍‌ ଘଟଣା ଉପରେ କିଛି ଜର୍ନାଲିଷ୍ଟ ଓ କଂଗ୍ରେସ ନେତା ଟୁଇଟ୍‌ କରିବା ପରେ ସେମାନଙ୍କ ବିରୋଧରେ ସାମ୍ପ୍ରଦାୟିକତା ଭାବନାକୁ ଉତ୍ତେଜିତ କଲା ଭଳି ମନ୍ତବ୍ୟ ଦେବା ନେଇ ୟୁପିରେ ମାମଲ ରୁଜୁ ହୋଇଥିଲା। ଏହାର ଗୋଟିଏ ଦିନ ପରେ ଜଣେ ଓକିଲ ବୁଧବାର ଦିଲ୍ଲୀ ପୋଲିସ ନିକଟରେ ସମାନ ଅଭିଯୋଗ ଆଣିଛନ୍ତି। ଅଭିଯୋଗରେ ସ୍ବରା ଭାସ୍କର, ଜର୍ନାଲିଷ୍ଟ ଆର୍ଫା ଖାନୁମ ଓ ଅସିଫ ଖାନ ନାମକ ଜଣେ ବ୍ୟକ୍ତି ଟୁଇଟର ଯୋଗେ ଦେଶର ନାଗରିକଙ୍କ ମଧ୍ୟରେ ମିଥ୍ୟା ଖବର ପ୍ରଚାର କରୁଛନ୍ତି। କିନ୍ତୁ ଏମାନଙ୍କ ଉପରେ ଭାରତରେ ଟୁଇଟର ମୁଖ୍ୟ ମନୀଷ ମାହେଶ୍ୱରୀ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି। ଘଟଣା ପଛରେ ସତ୍ୟାସତ୍ୟ ଜାଣିବା ପରେ ମଧ୍ୟ ମିଥ୍ୟା ଟୁଇଟ୍‌କୁ ହଟା ଯାଉ ନ ଥିବା ଅଭିଯୋଗରେ ଦର୍ଶାଯାଇଛି।

ଉଲ୍ଲେଖଯୋଗ୍ୟ, ‘ବନ୍ଦେ ମାତରମ’ ଓ ‘ଜୟଶ୍ରୀ ରାମ’ ନ କହିବାରୁ ଅବଦୁଲ ସମଦ ନାମକ ଜଣେ ମୁସଲିମ ବୃଦ୍ଧଙ୍କୁ ମାଡ଼ ମରାଯିବା ସହ ତାଙ୍କ ଦାଢ଼ି କାଟିଦେଇଥିଲେ ୬ ଜଣ ଦୁର୍ବୁତ୍ତ। ତେବେ ଏହି ଘଟଣା ପଛରେ କୌଣସି ସାମ୍ପ୍ରଦାୟିକତା ଉଦ୍ଦେଶ୍ୟ ନ ଥିବା ୟୁପି ପୋଲିସ ପକ୍ଷରୁ କୁହାଯାଇଛି। ଅବଦୁଲ କିଛି ଲୋକଙ୍କୁ ତାବିଜ ଦେଇଥିଲେ। ହେଲେ ଫଳପ୍ରଦ ନେ ହେବାରୁ ୬ ଜଣ ଦୁର୍ବୁତ୍ତ ଆକ୍ରମଣ କରିଥିଲେ। ଆକ୍ରମଣକାରୀଙ୍କ ମଧ୍ୟରେ ଉଭୟ ହିନ୍ଦୁ ଓ ମୁସଲିମ ସମ୍ପ୍ରଦାୟର ଯୁବକ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଭାରତ ରୁଷରୁ ତେଲ କିଣିବ ନାହିଁ’, ଆମେରିକା ଦାବିର କଡ଼ା ଜବାବ ଦେଲେ ଏସ ଜୟଶଙ୍କର

କଲମ୍ବୋ,୧୫।୨: ରୁଷିଆରୁ ତେଲ ଆମଦାନୀକୁ ନେଇ ଆମେରିକା ଏବଂ ଭାରତ ମଧ୍ୟରେ ପୁଣି ଥରେ କୂଟନୈତିକ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। ଜର୍ମାନୀରେ ଅନୁଷ୍ଠିତ ମ୍ୟୁନିକ୍ ସୁରକ୍ଷା ସମ୍ମିଳନୀରେ…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri