ମୁଦ୍ରାଲୋନ୍‌ ଆକାଉଣ୍ଟରେ ୨୩୧୩ ଠକେଇ

ନୂଆଦିଲ୍ଲୀ, ୨-୭ – ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା (ପିଏମ୍‌ଏମ୍‌ଓ୍ବାଇ) ଆକାଉଣ୍ଟରେ ୨୩୧୩ ଠକେଇ ସାମ୍ନାକୁ ଆସିଛି। ୨୦୧୬-୧୭ ଆର୍ଥିକ ବର୍ଷ ପରଠାରୁ ଏହି ମାମଲାଗୁଡିକ ସାମ୍ନାକୁ ଆସିଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଲୋକସଭାକୁ ଏକ ଲିଖିତ ଉତ୍ତରରେ ସୋମବାର ସୂଚନା ଦେଇଛନ୍ତି। ମୁଦ୍ରା ଋଣ ଯୋଜନା ଆରମ୍ଭ ହେବା ପରଠାରୁ ଚଳିତ ବର୍ଷ ଜୁନ ୨୧ ପର୍ଯ୍ୟନ୍ତ ବ୍ୟାଙ୍କଗୁଡିକ ୧୯ କୋଟିରୁ ଉର୍ଦ୍ଧ୍ୱ ଋଣ ମଞ୍ଜୁର କରିଛନ୍ତି। ଏହି ମାମଲାଗୁଡିକରେ ତଦନ୍ତ ଆରମ୍ଭ କରାଯାଇଥିବା ସେ କହିଛନ୍ତି। ମାମଲାଗୁଡିକରେ ବ୍ୟାଙ୍କର ୧୦୩ କର୍ମଚାରୀ ଜଡ଼ିତ ଅଛନ୍ତି। ଏମାନଙ୍କ ମଧ୍ୟରୁ ୬୮ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। ତାମିଲନାଡୁରେ ସର୍ବାଧିକ ୩୪୪ ଠକେଇ ମାମଲା ସାମ୍ନାକୁ ଆସିଛି। ଦ୍ୱିତୀୟ ସ୍ଥାନରେ ଛତିଶଗଡ ରହିଛି। ଏଠାରେ ୨୭୫ ଠକେଇ ହୋଇଥିବା ବେଳେ ତୃତୀୟ ସ୍ଥାନରେ ଥିବା ଆନ୍ଧ୍ରପ୍ରଦେଶରେ ୨୪୧ ମାମଲା ଆସିଛି।
ସେହିଭଳି ଏକ୍ଷେତ୍ରରେ ବ୍ୟାଙ୍କଗୁଡ଼ିକ ପ୍ରଦାନ କରିଥିବା ମୋଟ ଋଣ ମଧ୍ୟରୁ ୨୦୧୭-୧୮ରେ ୨.୫୨% ଏନ୍‌ପିଏ ଥିବା ବେଳେ ଏହା ୨୦୧୮-୧୯ରେ ୨.୬୮% ରହିଛି। ସୂଚନା ମୁତାବକ ମୁଦ୍ରା ଋଣର ଶିଶୁ ଶୃଙ୍ଖଳାରେ ଏନ୍‌ପିଏ ହ୍ରାସ ଘଟୁଛି। ଏହା ୨୦୧୬-୧୭ରେ ୪.୧୪% ରହିଥିଲା ବେଳେ ୨୦୧୭-୧୮ରେ ୧.୯୩% ଏବଂ ୨୦୧୮-୧୯ରେ ୧.୨୯%କୁ ଖସିଛି। ପ୍ରଦାନ କରାଯାଇଥିବା ଋଣର ଅସୁଲ ଲାଗି ବ୍ୟାଙ୍କଗୁଡିକ ରିଜର୍ଭ ବ୍ୟାଙ୍କର ନିୟମକୁ ପାଳନ କରୁଥିମା ସୀତାରାମନ କହିଛନ୍ତି। ମୁଦ୍ରା ଋଣ ଯୋଜନାରେ ବର୍ତ୍ତମାନ ଶିଶୁ, କିଶୋର ଏବଂ ତରୁଣ ବର୍ଗରେ ଋଣ ପ୍ରଦାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବେଦାନ୍ତ ଆଲୁମିନିୟମରେ ଓ୍ବାର୍ଲଡ ଆର୍ଥ ଡେ

ନୂଆଦିଲ୍ଲୀ,୨୩।୪: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପରିସରରେ ଓ୍ବାର୍ଲଡ ଆର୍ଥ ଡେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ...

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ନୂତନ ସିଏଚ୍‌ଡି ଉଦ୍‌ଘାଟିତ

ଭୁବନେଶ୍ୱର,୨୩।୪: ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆ ବା ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ଲିମିଟେଡର ନୂତନ କମ୍ୟୁନିଟି ହେଲ୍‌ଥ ଡିସ୍‌ପେନ୍‌ସାରି (ସିଏଚ୍‌ଡି) ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି...

ରିଲାଏନ୍ସ ଜିଓର ନେଟ ଲାଭ ୨୦,୪୬୬ କୋଟି

ନୂଆଦିଲ୍ଲୀ,୨୩।୪: ଦେଶର ସର୍ବବୃହତ୍‌ ଦୂରସଞ୍ଚାର ସେବା ପ୍ରଦାନକାରୀ କମ୍ପାନୀ ତଥା ରିଲାଏନ୍ସ ଜିଓ ଇନ୍‌ଫୋକମ ଲିମିଟେଡ୍‌ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୩ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ, ଜାଣନ୍ତୁ ବଜାର ଦାମ୍

ନୂଆଦିଲ୍ଲୀ, ୨୨।୪: ନିକଟ ଅତୀତରେ ଭାରତରେ ସୁନା ଓ ରୂପା ମୂଲ୍ୟରେ ବହୁତ ବୃଦ୍ଧି ଘଟିଛି। କିନ୍ତୁ ସୋମବାର ଏଥିରେ କିଛି ମାତ୍ରାରେ ହ୍ରାସ ପାଇଛି।...

ସର୍ବୋତ୍ତମ ପ୍ରଯୁକ୍ତିକୁ ଗୁରୁତ୍ୱ

ଭୁବନେଶ୍ୱର,୨୨ା୪: ବ୍ରିଜ୍‌ଷ୍ଟୋନ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ନୂତନ ଉତ୍ପାଦ ‘ତୁରଞ୍ଜା ୬ଆଇ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଯାତ୍ରୀବାହୀ ଯାନ ସେଗ୍‌ମେଣ୍ଟ ପାଇଁ ବ୍ରାଣ୍ଡ୍‌...

ଶ୍ରୀଲେଦର୍ସ ପ୍ରତିଷ୍ଠାତାଙ୍କ ପ୍ରତିମୂର୍ତ୍ତି ଅନାବରଣ

ଭୁବନେଶ୍ୱର,୨୨ା୪: ଦେଶର ପ୍ରମୁଖ ସୁଜ୍‌ ବ୍ରାଣ୍ଡ୍‌ ଶ୍ରୀଲେଦର୍ସର ପ୍ରତିଷ୍ଠାତା ତଥା ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ସୁରେଶ ଚନ୍ଦ୍ର ଦେଙ୍କର ୧୧୩ତମ ଜନ୍ମବାର୍ଷିକୀ ରବିବାର ପାଳିତ...

ଶପର୍ସ ଷ୍ଟପ୍‌ ସହ ଆକ୍ସିସ ବ୍ୟାଙ୍କର ସହଭାଗିତା

ଭୁବନେଶ୍ୱର,୨୨ା୪: ଆକ୍ସିସ୍‌ ବ୍ୟାଙ୍କ ଏବଂ ଶପର୍ସ ଷ୍ଟପ୍‌ସ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ନିକଟରେ ସ୍ଥାପନ ହୋଇଛି। ଏପରିକି ଉଭୟ ସଂସ୍ଥାର ମିଳିତ ସହଭାଗିତାରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri