ମୁଣ୍ଡିଆରେ ଚାଲିଛି ବେଆଇନ ବ୍ଲାଷ୍ଟିଂ:ଅଭିଯୋଗ ସତ୍ତ୍ୱେ ନାହିଁ କାର୍ଯ୍ୟାନୁଷ୍ଠାନ

ରଣପୁର,୧୭ା୯(ସ୍ବ.ପ୍ର.): ରଣପୁର ତହସିଲ ଚମ୍ପାପେଡି ପଞ୍ଚାୟତ ନାଗଝରି ଗଁା ପିଲା ମୁଣ୍ଡିଆରେ କମ୍ପ୍ରେସର ଓ ଡିନାମାଇଟ୍‌ ସାହାଯ୍ୟରେ ବେଆଇନ ଭାବେ ବ୍ଲାଷ୍ଟିଂ ଚାଲିଛି। ଏହା ପ୍ରଭାବରେ ଗ୍ରାମର ଅଧିକାଂଶ ଘରର କାନ୍ଥ ଫାଟିଲାଣି। ଆଜବେଷ୍ଟସ୍‌ ମଧ୍ୟ କଣା ହେଲାଣି। ପଥରଖଣ୍ଡ ପଡି ୨ମାସରେ ୫ଜଣ ଆହତ ହେଲେଣି। ସ୍ଥାନୀୟ ବାସିନ୍ଦା ବାରମ୍ବାର ତହସିଲ କର୍ତ୍ତୃପକ୍ଷଙ୍କୁ ଏ ସମ୍ପର୍କରେ ଅବଗତ କରାଇଥିଲେ ମଧ୍ୟ ସୁଫଳ ମିଳୁନି। ଶେଷରେ ସେମାନେ ତହସିଲ ଅଫିସ ଘେରିବାକୁ ନିଷ୍ପତ୍ତି ନେଇଛନ୍ତି।
ଅଭିଯୋଗ ଅନୁସାରେ ନାଗଝରି ଗଁାଠାରୁ ପିଲା ମୁଣ୍ଡିଆର ଦୂରତା ମାତ୍ର ୩୦ ମିଟର ହେବ। ପୂର୍ବରୁ ଏଠାରେ ପାହାଡ ନିଲାମଧାରୀ କିଛି ଶ୍ରମିକଙ୍କ ଦ୍ୱାରା ପଥର ଖନନ କରୁଥିଲେ। ଗଁା ଲୋକେ ବି ଏହାର ପ୍ରତିବାଦ କରୁ ନ ଥିଲେ। ତେବେ ଖୋର୍ଦ୍ଧାରେ ଏସ୍‌ଟିଏଫ୍‌ ଚଢ଼ାଉ ପରେ ମୁଣ୍ଡିଆରେ ଖଣି ଖନନ ବନ୍ଦ ରହିଛି। ରଣପୁର ଅଞ୍ଚଳରେ ଖଣି ଚାଲିଥିବାରୁ କିଛି ଖଣି ମାଫିଆ ରଣପୁର ମୁହଁା ହୋଇଛନ୍ତି। ପ୍ରାୟ ୨ମାସ ହେଲା ସେମାନେ ପିଲା ମୁଣ୍ଡିଆରେ ବ୍ଲାଷ୍ଟିଂ କରୁଛନ୍ତି। ନାଗଝରୀରେ ୩୦ ପରିବାରର ୨୦୦ ଆଦିବାସୀ ଲୋକ ବାସ କରନ୍ତି। ବ୍ଲାଷ୍ଟିଂ ଯୋଗୁ ଆଦିବାସୀଙ୍କ ବଞ୍ଚତ୍ବା କଷ୍ଟକର ହୋଇପଡିଛି । ପୋଖରୀରେ ଗାଧୋଇବା ବେଳେ ପଥର ଖଣ୍ଡ ପଡୁଛି। ଘରେ ରହିବା ବି ନିରାପଦ ନୁହେଁ । ଆଜବେଷ୍ଟସ୍‌ କଣା ହୋଇ ପଥର ଖଣ୍ଡ ପଡୁଛି । ଜମିରେ ପଥର ଖଣ୍ଡ ପଡିରହି ଚାଷ ଉପରେ ପ୍ରଭାବ ପକାଇବା ନିଶ୍ଚିତ ହୋଇଛି। ଏ ନେଇ ସୁବଳ ପ୍ରଧାନ ଓ କାର୍ତ୍ତିକ ପ୍ରଧାନ କୁହନ୍ତି, ପିଲା ମୁଣ୍ଡିଆରେ ବିସ୍ଫୋରଣ ଯୋଗୁ ଗଁାଲୋକେ ଭୟଭୀତ। କେତେବେଳେ କାହାର କ’ଣ ହେବ କହିହେବ ନାହିଁ। କାରଣ ପଥର ଛେଲା ଉଡି ପୋଖରୀ, ଘର, ଚାଷଜମିରେ ପଡୁଛି । ୨୦ ଜଣଙ୍କ ଘର ଭାଙ୍ଗି ଗଲାଣି। ଅଭିଯୋଗ କଲେ ସୁଫଳ ମିଳୁନି। ତହସିଲ ଅଫିସ ଘେରି ପ୍ରତିବାଦ କରିବାକୁ ନିଷ୍ପତ୍ତି ହୋଇଛି। ତହସିଲଦାର ସୁଶାନ୍ତ କୁମାର ପତି କୁହନ୍ତି, ୫ ବର୍ଷ ହେଲା ମଝିଆଖଣ୍ଡ ଗଁାର ଜଣେ ଲୋକ ଉକ୍ତ ମୁଣ୍ଡିଆ ନିଲାମ ନେଇଛନ୍ତି। ହେଲେ ବ୍ଲାଷ୍ଟିଂ ପାଇଁ ଅନୁମତି ଦିଆଯାଇନି।


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରାଘାତ ନେଲା ମହିଳାଙ୍କ ଜୀବନ, ଚାଷ ଜମିରୁ କାମ କରି ଫେରିବା ବେଳେ ୩…

ଭବାନୀପାଟଣା,୫।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ବଳଦିଆମାଲ ଗ୍ରାମରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ରବିବାର ମଧ୍ୟାହ୍ନରେ ଚାଷ ଜମିରୁ…

ଭାଜପା ସରକାରଙ୍କୁ ଅରୁଣଙ୍କ କଡ଼ା ଟାର୍ଗେଟ୍‌, କହିଲେ କାମ କରୁନି ଡବଲ ଇଞ୍ଜିନ, ପୂର୍ବରୁ…

ବଲାଙ୍ଗୀର,୫ା୪(ସୁନିଲ କୁମାର ମହାନ୍ତି): ନୟାଗଡ଼ ବିଧାୟକ ଅରୁଣ ସାହୁ ରବିବାର ବଲାଙ୍ଗୀର ଗସ୍ତରେ ଆସିଥିବା ବେଳେ ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଉଚ୍ଚଶିକ୍ଷା ବିଭାଗରେ କୋଟା ବୃଦ୍ଧିକୁ…

‘ସୁରକ୍ଷିତ ରହିବ ଓଡ଼ିଶାର ଐତିହ୍ୟ-ପରମ୍ପରା’

ପାଟଣା,୫ା୪(ବୀରକିଶୋର ଦାଶ): ଓଡ଼ିଆ ପକ୍ଷ ଉପଲକ୍ଷେ ରବିବାର ଓଡ଼ିଶାର ଐତିହ୍ୟ ଓ ପରମ୍ପରାକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ପାଟଣା ମୁଖ୍ୟାଳୟ ଆଞ୍ଚଳିକ ମହାବିଦ୍ୟାଳୟ ତରଫରୁ ଏକ ଗଣଦୌଡ଼…

ଏପ୍ରିଲ ୨୬ରେ ଠାକୁରାଣୀ ଯାତ୍ରା; ଚଳଚଞ୍ଚଳ ଭଞ୍ଜନଗର, ଖୁବଶୀଘ୍ର ଖୋଲିବ ହାତିବନ୍ଧ ପାର୍କ

ଭଞ୍ଜନଗର,୫।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରର ଐତିହାସିକ ଠାକୁରାଣୀ ଯାତ୍ରା ଆସନ୍ତା ୨୬ ତାରିଖରୁ ଆରମ୍ଭ ହୋଇ ମେ ମାସ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ।…

ଧରିତ୍ରୀର ବଡ଼ ପ୍ରଭାବ: ୭୭ ବର୍ଷର ଅନ୍ଧାର ଚିରି ପହଞ୍ଚିଲା ପ୍ରଶାସନ, ବିକାଶ ଆଶାରେ କେନ୍ଦୁଗୁଡ଼ା-କନ୍ଦାଗୁଡ଼ା

ଥୁଆମୁଳ ରାମପୁର,୫।୪(ଦୁର୍ଗା କୀର୍ତ୍ତି): ସାମ୍ବାଦିକତା ଯେତେବେଳେ ସମାଜର ଅନ୍ତିମ ପାହାଚରେ ଥିବା ମଣିଷର ସ୍ୱର ସାଜେ, ସେତେବେଳେ ପ୍ରଶାସନ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୁଏ। ଏହାର ଏକ…

ସମ୍ବଲପୁରର ଗୌରବକୁ ଲୋକଲୋଚନକୁ ଆଣିବା ପାଇଁ ପ୍ରୟାସ

ସମ୍ବଲପୁର,୫।୪(ପ୍ରମୋଦ ବହିଦାର): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଚାଲିଥିବା ‘ଓଡ଼ିଆ ପକ୍ଷ’ ପାଳନ ଅବସରରେ ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଏକ…

କେନ୍ଦୁଘାଟିରେ ଓଲଟିଲା କୋଳଥ ବୋଝେଇ ଟ୍ରକ୍‌: ଡ୍ରାଇଭର ଗୁରୁତର 

ମୋହନା,୫।୪(ମନ୍ମଥ ମିଶ୍ର):ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଲିଲିଗଡ଼ ନିକଟ କେନ୍ଦୁଘାଟି ବୁଲାଣିରେ ଦୁର୍ଘଟଣା ଘଟିଛି। ସୂଚନା ପ୍ରକାରେ ବ୍ରହ୍ମପୁରଠାରୁ ଏକ କୋଳଥ ବୋଝେଇ ଟ୍ରକ ଜୟପୁର…

ବଢ଼ୁଛି ନର୍ଲା ବିଧାୟିକା,ବ୍ଲକ ଅଧ୍ୟକ୍ଷଙ୍କ କ୍ରେଜ୍‌: ଓ୍ବାରେଣ୍ଟି ପରେବି ମିଳୁଛି ଲୋକଙ୍କ ସମର୍ଥନ

କେସିଙ୍ଗାତା,୫।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମବାସୀ ଏକତ୍ରିତ ହୋଇଛନ୍ତି। ନର୍ଲା ବିଧାୟିକା ମନୋରମ ମହାନ୍ତି ଓ ଭାରପ୍ରାପ୍ତ ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri