ମୁକେଶ ହେଲେ ବିଶ୍ୱର ନବମ ଧନୀ ବ୍ୟକ୍ତି

ନୂଆଦିଲ୍ଲୀ,୨୦।୬: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ବ୍ଲୁମ୍‌ବର୍ଗ ବିଲିୟନେୟାର ସୂଚୀରେ ବିଶ୍ୱର ଶୀର୍ଷ ୧୦ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ସାମିଲ ହୋଇଛନ୍ତି। ପ୍ରାୟ ୬୪.୬ ବିଲିୟନ ଡଲାର ସମ୍ପତ୍ତି ସହ ତାଲିକାରେ ସେ ନବମ ସ୍ଥାନରେ ରହିଛନ୍ତି। ସେ ଏକମାତ୍ର ଏସୀୟ ଭାବେ ତାଲିକାର ଶୀର୍ଷରେ ରହିଛନ୍ତି। ରିଲାଏନ୍ସର ଶେୟାର ମୂଲ୍ୟ ବଢ଼ିବାରୁ ପୁଞ୍ଜିବଜାରରେ ଏହାର ମୂଲ୍ୟ ପ୍ରାୟ ୧୧ ଲକ୍ଷ କୋଟି ଟଙ୍କା ଛୁଇଁଛି। କମ୍ପାନୀ ଉପରେ ରହିଥିବା ବୃହତ୍‌ ପରିମାଣର ଋଣ ବୋଝକୁ ହାଲ୍‌କା କରିବାରେ ସେ ସକ୍ଷମ ହୋଇଛନ୍ତି। ଶୁକ୍ରବାର ରିଲାଏନ୍ସ ନେଟ୍‌ ଋଣ ମୁକ୍ତ ହୋଇଛି। ଏହା ସମଗ୍ର କର୍ପୋରେଟ ଜଗତ ଲାଗି ଏକ ଶିଖିବା କଥା ହୋଇଛି। ନିଜ କମ୍ପାନୀ ଉପରେ ରହିଥିବା ୧.୬୧ ଲକ୍ଷ କୋଟି ଟଙ୍କାର ନେଟ୍‌ ଋଣକୁ ଶୁଝିବା ଲାଗି ସେ ୨ଟି ପଦକ୍ଷେପ ଗ୍ରହଣ କରିଥିବା ଜଣାପଡିଛି। ଜିଓ ପ୍ଲାଟ୍‌ଫର୍ମରେ ୨୪% ବିକ୍ରି କରାଯାଇଛି। ଏଥିରୁ ୧.୧୫ ଲକ୍ଷ କୋଟି ଟଙ୍କା ଏବଂ ରାଇଟ୍ସ ଇସ୍ୟୁରୁ ୫୫ ହଜାର କୋଟି ଟଙ୍କା ରିଲାଏନ୍ସ ସଂଗ୍ରହ କରିବାକୁ ସକ୍ଷମ ହୋଇଛି। ୨୦୨୧ ମାର୍ଚ୍ଚ ପୂର୍ବରୁ ରିଲାଏନ୍ସକୁ ଋଣ ମୁକ୍ତ କରିବା ଲାଗି ଦେଇଥିବା ପ୍ରତିଶ୍ରୁତିକୁ ରଖିବାରେ ମୁକେଶ ସଫଳ ହୋଇଛନ୍ତି। ଏହି ଲକ୍ଷ୍ୟକୁ ସେ ୨ ମାସ ଆଗରୁ ହାସଲକରି ନେଇଛନ୍ତି। ସେହିଭଳି ତାଲିକାର ଦଶମ ସ୍ଥାନରେ ଗୁଗଲର ମୂଳ କମ୍ପାନୀ ଆଲ୍‌ଫାବେଟର ଲାରି ପେଜ୍‌, କପଡ଼ା କମ୍ପାନୀ ଇଣ୍ଡିଟେକ୍ସର ସହପ୍ରତିଷ୍ଠାତା ଅମାନିକୋ ଓର୍ଟେଗୋ ଅଷ୍ଟମ ସ୍ଥାନ, ଓରାକଲର ସହପ୍ରତିଷ୍ଠାତା ଲାରି ଏଲିଶନ ସପ୍ତମ ସ୍ଥାନ, ଷ୍ଟିଭ ବାଲମର ଷଷ୍ଠ ସ୍ଥାନ, ପଞ୍ଚମରେ ଓ୍ବାରେନ ବଫେଟ, ଚତୁର୍ଥ ସ୍ଥାନରେ ଫେସ୍‌ବୁକ୍‌ର ସହପ୍ରତିଷ୍ଠାତା ମାର୍କ ଜୁକରବର୍ଗ, ତୃତୀୟ ସ୍ଥାନରେ ବର୍ନାଡ ଆରନଲ୍ଟ ଆଣ୍ଡ ଫ୍ୟାମିଲି, ଦ୍ୱିତୀୟ ସ୍ଥାନରେ ମାଇକ୍ରୋସଫ୍ଟ ସହପ୍ରତିଷ୍ଠାତା ବିଲ୍‌ ଗେଟ୍‌ସ ଏବଂ ପ୍ରଥମ ସ୍ଥାନରେ ଆମାଜନ ପ୍ରତିଷ୍ଠାତା ଜେଫ୍‌ ବେଜୋସ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୭ ମସିହା ଜନଗଣନା ସମ୍ପର୍କିତ ପ୍ରଶିକ୍ଷଣ, ନିର୍ଭୁଲ ତଥ୍ଯ ଦେବାକୁ…

ଛତ୍ରପୁର,୨୩ା୨(ଦିଲ୍ଲୀପ ସାମଲ): ୨୦୨୭ ମସିହା ଜନଗଣନା ସମ୍ପର୍କିତ ଏକ ଦୁଇଦିନିଆ ପ୍ରଶିକ୍ଷଣ କର୍ମଶାଳା ଅତିରିକ୍ତ ଜିଲାପାଳ ତଥା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସୁନୀଲ କୁମାର…

ଅଭିଯୋଗ ଶୁଣାଣି, ଗୋପାଳବନ୍ଧରେ ଫୁଡକୋର୍ଟ ନିର୍ମାଣ ବନ୍ଦ କରି ସୌନ୍ଦର୍ଯ୍ଯକରଣ ପାଇଁ ଦାବି

ପୁରୁଷୋତ୍ତମପୁର,୨୩ା୨(ସବିତା ମିଶ୍ର): ଗଞ୍ଜାମ ଜିଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକ ଗଞ୍ଜାମଙ୍କ ଯୁଗ୍ମ ଶୁଣାଣୀ ଶିବିର ସୋମବାର ପୁରୁଷୋତ୍ତମପୁର ବ୍ଲକ କାର୍ଯ୍ଯାଳୟ ପରିଷରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ…

ଝିଅ-ପୁଅ ଭିତରେ ଭେଦଭାବ କରୁଥିଲେ ବାପା, ଛୁରୀ ଭୁସି ହତ୍ୟା କରିଦେଲେ…

ଲକ୍ଷ୍ନୌ,୨୩ା୨: ଉତ୍ତର ପ୍ରଦେଶର ମୁଜାଫରନଗର ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ଜଣେ ବାପାଙ୍କୁ ତାଙ୍କ ଦୁଇ ଝିଅ ଛୁରୀରେ ଭୁସି ହତ୍ୟା କରିଥିବା…

କିନ୍ନର ହତ୍ୟା ଘଟଣା: ଧରାପଡ଼ିଲେ ମୁଖ୍ୟ ଅଭିଯୁକ୍ତ, ଗହୀର ମଝିରେ ଏକୁଟିଆ ରହୁଥିବାବେଳେ…

ପିପିଲି,୨୩ା୨: ପିପିଲି ସିଫା ନିକଟରେ କିନ୍ନରଙ୍କୁ ହତ୍ୟା ଘଟଣାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ଛବିନ କାଣ୍ଡିଙ୍କୁ ଗିରଫ କରିଛି ପୋଲିସ। ତେବେ ହତ୍ୟାକାଣ୍ଡର ୨୦ ଦିନ ପରେ…

ଦୀପକଙ୍କୁ ଭେଟିବା ପରେ ରାହୁଲ କହିଲେ ଭୟ କରିବାର ଆବଶ୍ୟକତା ନାହିଁ, ଜାଣନ୍ତୁ କାହିଁକି…

ଡେରାଡୁନ୍‌,୨୩ା୨: ଉତ୍ତରାଖଣ୍ଡର କୋଟଦ୍ୱାରରେ ଜଣେ ମୁସଲମାନ ଦୋକାନୀଙ୍କ ପାଇଁ ଠିଆ ହୋଇ ପ୍ରସିଦ୍ଧି ଲାଭ କରିଥିବା ଜିମ୍‌ ମାଲିକ ଦୀପକ କୁମାର ଦିଲ୍ଲୀରେ କଂଗ୍ରେସ ଏମ୍‌ପି ଏବଂ…

ସ୍କୁଲ ଛାତ୍ର ମୃତ୍ୟୁ ଘଟଣା, ନ୍ୟାୟ ଦାବିରେ ଜିଲାପାଳଙ୍କ ଅଫିସ ଘେରାଉ

ନୟାଗଡ଼,୨୩।୨(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ବ୍ଲକ ବେଳପଡା ପାଟଣା ପ୍ରାଥମିକ ସ୍କୁଲ ପଞ୍ଚମ ଶ୍ରେଣୀ ଛାତ୍ର ମୃତ୍ୟୁ ଘଟଣାରେ ନ୍ୟାୟ ଦାବିରେ ସୋମବାର ଜିଲାପାଳଙ୍କ ଅଫିସ…

ପ୍ରଥମେ ପ୍ରେମ ବିବାହ, ପରେ ସ୍ତ୍ରୀଙ୍କ ନଗ୍ନ ଫଟୋ ଭାଇରାଲ କରି ସ୍ବାମୀ…

ଭୁବନେଶ୍ୱର,୨୩ା୨: ପ୍ରେମ ବିବାହ କରିଥିଲେ ଦୁଇ ପ୍ରେମୀଯୁଗଳ। ପରେ ଯୌତୁକକୁ ନେଇ ଦୁଇ ପରିବାର ଭିତରେ ଦେଖାଦେଇଥିଲା ବିବାଦ। ଯାହାକୁ ନେଇ ସ୍ତ୍ରୀଙ୍କୁ ସ୍ବାମୀ ଜଣକ ଘରୁ…

ସାବଧାନ! କ୍ଷୀର ପିଇବାର ୪୮ ଘଣ୍ଟା ମଧ୍ୟରେ କିଡନୀ ଫେଲ୍, ଚାରି ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ,୨୩।୨: ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲାର ରାଜମୁଣ୍ଡ୍ରି ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଗତ ୪୮ ଘଣ୍ଟା ମଧ୍ୟରେ କିଡନି ସମ୍ବନ୍ଧୀୟ ରୋଗରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri