‘ମୁଁ ନିଜ ଭିତରେ ପଦ୍ମାବତୀଙ୍କୁ ଦେଖୁଛି’

ସେ ନୃତ୍ୟରେ ନିଜକୁ ହଜାଇ ଦିଅନ୍ତି। କଥାବାର୍ତ୍ତା ହେଉ କି ଚାଲିଚଳନ, ପ୍ରତିଟି କାର୍ଯ୍ୟରେ ନିଜକୁ ଜଣେ ନୃତ୍ୟାଙ୍ଗନାର ପରିଚୟ ଦେବାକୁ ଚାହାନ୍ତି। ସବୁକ୍ଷେତ୍ରରେ ନୃତ୍ୟର ଭାବକୁ ଅଜାଡ଼ି ଦିଅନ୍ତି। ୬ବର୍ଷରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ବର୍ତ୍ତମାନ ତାଙ୍କୁ ବିଶ୍ୱବିଦିତ କରିଛି। ସେ ହେଲେ ଖ୍ୟାତନାମା ଭାରତନାଟ୍ୟମ ନୃତ୍ୟଶିଳ୍ପୀ ଗୁରୁ ବାଲା ଦେବୀ ଚନ୍ଦ୍ରଶେଖର। ଏକାଧାରରେ ଜଣେ ଭାରତନାଟ୍ୟମ୍‌ ପ୍ରତିପାଦକ, ଗବେଷକ ତଥା ଗୁରୁ ଭାବେ ପରିଚିତ। ଆମେରିକା ପ୍ରିନ୍ସଟନ୍‌ର ଏହି ନୃତ୍ୟଶିଳ୍ପୀ ଉଦ୍ଧବ ଗୀତା, କ୍ରିଷ୍ଣାର୍ପଣମ୍‌, ନନ୍ଦାନାର ଚରିଥ୍ରାମ୍‌ ଆଦି ଉପରେ ସ୍ବତନ୍ତ୍ର ଗବେଷଣା କରି ନିଆରା ପରିଚୟ ସୃଷ୍ଟି କରିଛନ୍ତି। ସେ ତାମିଲନାଡ଼ୁ ସରକାରଙ୍କ ଦ୍ୱାରା ସମ୍ମାନଜନକ ‘କଲାମାମଣି’, ଆନ୍ଧ୍ରପ୍ରଦେଶ ସରକାରଙ୍କ ଦ୍ୱାରା ‘ନାଟ୍ୟ ଚୁଡ଼ାମଣି’, ଗୁରୁ ଡ. ପଦ୍ମ ସୁବ୍ରମଣ୍ୟମ୍‌ଙ୍କ ଦ୍ୱାରା ‘ନୃତ୍ୟ ସେବା ମଣି’, ଥାନାଜାଭୁର ଦ୍ୱାରା ‘ନାତି କାଲା ଭାରତୀ’, ‘ବିଶ୍ୱ କଳା ଭାରତୀ’ ଆଦି ସମ୍ମାନରେ ସମ୍ମାନିତ ହୋଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ୩୦ ଦେଶରେ ପ୍ରାୟ ୩୦୦ରୁ ଊର୍ଦ୍ଧ୍ୱ କାର୍ଯ୍ୟକ୍ରମରେ ସେ କଳା ପ୍ରଦର୍ଶନ କରି ସାରିଛନ୍ତି। ଭୁବନେଶ୍ୱରରେ ଆୟୋଜିତ ଏକକ ଭାରତନାଟ୍ୟମ୍‌ ନୃତ୍ୟ କାର୍ଯ୍ୟକ୍ରମ ‘ପଦ୍ମାବତୀ-ଏକ ଅବତାର’ରେ ନୃତ୍ୟ ପ୍ରଦର୍ଶନ କରିବାକୁ ଆସିଥିବାବେଳେ ‘ଧରିତ୍ରୀ’ ସହ ତାଙ୍କର ସ୍ବତନ୍ତ୍ର ଆଳାପ।

 

ଯାତ୍ରାରମ୍ଭ କିଭଳି ଥିଲା?
୬ବର୍ଷ ବୟସରୁ ମୁଁ ନୃତ୍ୟ ପ୍ରତି ଆକର୍ଷିତ ହୋଇଥିଲି। ପ୍ରଥମେ ହାଇଦ୍ରାବାଦରେ ଗୁରୁ ଜୟଲକ୍ଷ୍ମୀ ନାରାୟଣଙ୍କ ଦ୍ୱାରା ଭାରତନାଟ୍ୟମ୍‌ ନୃତ୍ୟ ଶିକ୍ଷା ଆରମ୍ଭ କରିଥିଲି। ପରେ ଚେନ୍ନାଇରେ ଗୁରୁ ଡ. ପଦ୍ମା ସୁବ୍ରମଣ୍ୟମ୍‌ଠାରୁ ନୃତ୍ୟ ଶିଖିଥିଲି। ସମୟ ସ୍ରୋତରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି। କିନ୍ତୁ ଯେତେବେଳେ ଗୋଟିଏ ରାସ୍ତା ବନ୍ଦ ହୁଏ, ୧୦ଟି ରାସ୍ତା ଖୋଲିଥାଏ। ତେଣୁ ମୁଁ ଧୈର୍ଯ୍ୟର ସହ ଜୀବନର ପ୍ରତ୍ୟେକ ସୋପାନକୁ ଅତିକ୍ରାନ୍ତ କରିଛି।
ପ୍ରତିପାଦକ, ଗବେଷକ ଓ ଗୁରୁ: କେଉଁ ପରିଚୟ ବେଶି ଆନନ୍ଦ ଦିଏ?
ଏସବୁ ପରସ୍ପର ଉପରେ ନିର୍ଭରଶୀଳ। ଜଣେ ଭଲ ଗୁରୁ ନ ହୋଇପାରିଲେ ଭଲ ନୃତ୍ୟାଙ୍ଗନାଟିଏ ମଧ୍ୟ ହୋଇପାରିବ ନାହିଁ। ସେହିପରି ପ୍ରତ୍ୟେକ ସେମାନଙ୍କ କ୍ଷେତ୍ରରେ ସ୍ବତନ୍ତ୍ର। ଏହି ସବୁ ମୋର ପ୍ରିୟ। କୌଣସି ଗୋଟିଏକୁ ପସନ୍ଦ କରିବା ଅସମ୍ଭବ।
ଗୁରୁ ବୋଲି ମାନନ୍ତି?
ଗୁରୁ ଜୟଲକ୍ଷ୍ମୀ ନାରାୟଣ ଓ ଗୁରୁ ପଦ୍ମା ସୁବ୍ରମଣ୍ୟମଙ୍କଠାରୁ ମୁଁ ନୃତ୍ୟ ଶିଖିଛି। ସେମାନଙ୍କ ଛଡ଼ା ମଧ୍ୟ ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ଅନେକଙ୍କ ପାଖରୁ ଅନେକ କିଛି ଶିଖିଛି। ଯାହାଙ୍କଠାରୁ ମୋତେ କିଛି ନୂଆ ଶିଖିବାକୁ ମିଳେ ସେମାନଙ୍କୁ ମୁଁ ଗୁରୁ ବୋଲି ଭାବେ।
ସହ ସମ୍ପର୍କ, କେମିତି ଅନୁଭବ କରୁଛନ୍ତି?
ପ୍ରଥମଥର ଓଡ଼ିଶା ଆସିଛି। ପହଞ୍ଚତ୍ବା ପରଠାରୁ ଡ୍ରାଇଭରଠାରୁ ଆରମ୍ଭ କରି ଏ ପର୍ଯ୍ୟନ୍ତ ମିଶିଥିବା ସବୁ ମଣିଷ ଭଲ ଲାଗିଛନ୍ତି। ବୋଧହୁଏ ଓଡ଼ିଶାର ଲୋକମାନେ ବହୁତ କୋମଳ। ସେଥିପାଇଁ ସେମାନଙ୍କ ବ୍ୟବହାର, କଥାରୁ ଏକ ଅଦ୍ଭୁତ ଭଲ ପାଇବାକୁ ମୁଁ ଅନୁଭବ କରିଛି। ପ୍ରଥମଥର ପାଇଁ ଆସିଛି ସତ, କିନ୍ତୁ ଏହା ମୋର ଶେଷଥର ନୁହେଁ। ମୁଁ ବାରମ୍ବାର ଓଡ଼ିଶା ଆସିବାକୁ ଚାହିଁବି। ଓଡ଼ିଶାର କଳା ଓ ସଂସ୍କୃତିକୁ ମୁଁ ଦେଶ ବିଦେଶରେ ମୋ ନୃତ୍ୟ ମାଧ୍ୟମରେ ପ୍ରଚାର ପ୍ରସାର କରିବି।
ବିଷୟରେ କ’ଣ କହିବେ?
କବି ଜୟଦେବଙ୍କ ଗୀତଗୋବିନ୍ଦମ୍‌ କାବ୍ୟରୁ ଉଦ୍ଧୃତ ‘ପଦ୍ମାବତୀ-ଏକ ଅବତାର’ବେଶ୍‌ ସୁନ୍ଦର ଭାବେ ରଚନା କରାଯାଇଛି। ଏହା ମାଧ୍ୟମରେ ଜୟଦେବ ଓ ପଦ୍ମାବତୀଙ୍କ ପ୍ରେମ ରୋମାନ୍ସ ସାରା ବିଶ୍ୱ ଦେଖୁଛି। ମୋ ମତରେ ସେମାନଙ୍କ ବିବାହ ପୃଥିବୀରେ ଏକମାତ୍ର ମଙ୍ଗଳମୟ ବିବାହ। ବିବାହରେ ନିଜକୁ ବୁଝିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ, ଯାହା ସେମାନେ କରିଛନ୍ତି। ନୃତ୍ୟ, ସଙ୍ଗୀତ, ନାଟକ, ପ୍ରେମ ସହିତ ପଦ୍ମାବତୀ ଜଡ଼ିତ। ମୁଁ ମୋ ନୃତ୍ୟ ମାଧ୍ୟମରେ ସେହି ପ୍ରେମକୁ ଦର୍ଶକଙ୍କ ମନରେ ପହଞ୍ଚାଇବାକୁ ଚେଷ୍ଟା କରିଛି। ମୁଁ ନିଜକୁ ପଦ୍ମାବତୀ ବୋଲି ଅନୁଭବ କରୁଛି। ମୁଁ ପଦ୍ମାବତୀକୁ ନ୍ୟୁୟର୍କରେ ଉପସ୍ଥାପିତ କରିବି। ଏହା ମୋର ଦାୟିତ୍ୱ।
କଳା, ସଂସ୍କୃତି ସହ କେମିତି ବାନ୍ଧି ରଖିହେବ?
ଆମ ସଂସ୍କୃତି ଓ ପରମ୍ପରା ପ୍ରାଚୀନ। ଏହାକୁ କିଏ କିଭଳି ମାନିବ ତାହା ସେମାନଙ୍କ ଉପରେ ନିର୍ଭର କରେ। ବର୍ତ୍ତମାନ ସୋସିଆଲ ମିଡିଆ ଯୁଗରେ ସବୁ ପ୍ରକାର ଦର୍ଶକଙ୍କୁ ବାନ୍ଧି ରଖିବାକୁ ହେଲେ ସେମାନଙ୍କ ସହ ଜଡ଼ିତ ଥିବା ଭଳି ପ୍ରସଙ୍ଗକୁ କଳା, ସଂସ୍କୃତି ମାଧ୍ୟମରେ ସେମାନଙ୍କ ଆଗରେ ଉପସ୍ଥାପିତ କରିବାକୁ ପଡ଼ିବ। ଭଲପାଇବା ସହ ସେମାନଙ୍କ ଆଗରେ ଉପସ୍ଥାପନ କଲେ ସେମାନେ ଯାହା ହେଲେ ବି କିଛି ଶିଖିବେ।

 

 


Enter your email to get our daily news in your inbox.

All Right Reserved By Dharitri.Com

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ପଶ୍ଚିମବଙ୍ଗ ପାଇଁ ଭାଜପାର ସଂକଳ୍ପପତ୍ର: ଯୁବତୀଯୁବକ, ମହିଳା, ସରକାରୀ ପେନସନଭୋଗୀଙ୍କ ପାଇଁ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୦।୪: ଭାରତୀୟ ଜନତା ପାର୍ଟି (ଭାଜପା) ଶୁକ୍ରବାର ଏହାର ଇସ୍ତାହାର ପ୍ରକାଶ କରିଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଏବଂ ଭାଜପା ନେତା ଅମିତ ଶାହା ଇସ୍ତାହାର ବା ଘୋଷଣାପତ୍ର…

ଭାରସାମ୍ୟ ହରାଇ ଓଲଟିଲା ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ, ଦଶରୁ ଉର୍ଦ୍ଧ୍ଵ…

ନୟାଗଡ଼/ଭାପୁର,୧୦।୪ (ଲୋକନାଥ ମିଶ୍ର/ପ୍ରଭାତ ବରାଡ): ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଫତେଗଡ ଥାନା ବଡସହରା ପଞ୍ଚାୟତର ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ ଗାଡି ଓଲଟି ପଡିବାରୁ ଦଶରୁ…

କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି: ୧୧ ପ୍ରସ୍ତାବରେ ବାଜିଲା ମୋହର, ଜାଣନ୍ତୁ କ’ଣ…

ଭୁବନେଶ୍ୱର,୧୦।୪: କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି। ୧୧ ପ୍ରସ୍ତାବରେ ବାଜିଲା କ୍ୟାବିନେଟ୍‌ ମୋହର। ଏନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି। ବୈଠକରେ ୫ଟି…

ଭାଜପାର ରାଜ୍ୟ କାର୍ଯ୍ୟକାରିଣୀ ତାଲିକା ଘୋଷଣା: ମହେଶ୍ୱର ସାହୁଙ୍କୁ ମିଳିଲା ଗୁୁରୁଦାୟିତ୍ୱ

ବଞ୍ଚୋ,୧୦।୪(ପ୍ରଦୋଷ ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି (ଭାଜପା) ଓଡ଼ିଶା ରାଜ୍ୟ ସଭାପତି ମନମୋହନ ସାମଲ ଶୁକ୍ରବାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri