ମିସ୍ତ୍ରିଙ୍କୁ ହଟାଯିବା ପଛରେ ଥିଲା ପ୍ରତିଶୋଧ ଭାବନା:ନୁସ୍‌ଲି ଓ୍ବାଡିଆ

ନୂଆଦିଲ୍ଲୀ,୨୦-୧୨: ଟାଟା ସନ୍ସ ଏବଂ ସାଇରସ ମିସ୍ତ୍ରି ବିବାଦ ମାମଲାରେ ଏନ୍‌ସିଏଲ୍‌ଏଟି ବୁଧବାର ମିସ୍ତ୍ରିଙ୍କ ସପକ୍ଷରେ ରାୟ ଶୁଣାଇବା ପରେ ଓ୍ବାଡିଆ ଗ୍ରୁପ ଅଧ୍ୟକ୍ଷ ନୁସ୍‌ଲି ଓ୍ବାଡିଆ ପ୍ରତିକ୍ରିୟା ରଖିଛନ୍ତି। ମିସ୍ତ୍ରିଙ୍କ ଉପରେ ପ୍ରତିଶୋଧ ପରାୟଣ ହୋଇ ତାଙ୍କୁ ଟାଟା ସନ୍ସ ଅଧ୍ୟକ୍ଷ ପଦବୀରୁ ହଟାଯାଇଥିଲା ବୋଲି ଓ୍ବାଡିଆ ଗୁରୁବାର ନିଜ ପ୍ରତିକ୍ରିୟାରେ କହିଛନ୍ତି। ମିସ୍ତ୍ରିଙ୍କୁ ହଟାଇବା ବେଳେ ଜେଆର୍‌ଡି ଟାଟାଙ୍କର ମୂଲ୍ୟବୋଧ, ନୀତି ଏବଂ ଆଦର୍ଶକୁ ଅଣଦେଖା କରାଯାଇଥିଲା ବୋଲି ସେ ମତ ଦେଇଛନ୍ତି। ଏନ୍‌ସିଏଲ୍‌ଏଟି ବୁଧବାର ତାଙ୍କ ରାୟରେ କହିଛନ୍ତି ଯେ, ଟାଟା ସନ୍ସର ଅଧ୍ୟକ୍ଷ ଭାବେ ପୁଣି ଥରେ ମିସ୍ତ୍ରିଙ୍କୁ ଅବସ୍ଥାପିତ କରାଯାଉ। ଏହି ନିଷ୍ପତ୍ତିକୁ ଓ୍ବାଡିଆ ସ୍ବାଗତ କରିଛନ୍ତି।
ଟାଟା ସନ୍ସ ବୋର୍ଡରୁ ମିସ୍ତ୍ରିଙ୍କୁ ବେଆଇନ ଭାବେ ହଟାଯିବା ବେଳେ ଏକମାତ୍ର ସ୍ବାଧିନ ନିର୍ଦ୍ଦେଶକ ଭାବେ ଏହି କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଥିବାରୁ ଅତ୍ୟନ୍ତ ଗର୍ବିତ ବୋଲି ସେ ମତ ଦେଇଛନ୍ତି। ସେ କହିଛନ୍ତି ଯେ, ସାଇରସ ଟାଟା ସନ୍ସରେ ନିଜର ପାରଦର୍ଶିତା ପ୍ରମାଣ ଦେଖାଇଥିଲେ। ଅଧ୍ୟକ୍ଷ ପଦବୀରେ ଅବସ୍ଥାପିତ ହେବା ପରେ ଟାଟା ସନ୍ସର କ୍ଷତିରେ ଚାଲୁଥିବା ବ୍ୟବସାୟ ଏବଂ ଭୂଲ ନିବେଶକୁ ସୁଧାରିବା ଦିଗରେ ମିସ୍ତ୍ରି ପଦକ୍ଷେପ ଆରମ୍ଭ କରିଥିଲେ। ଏହା ହିଁ ତାଙ୍କ ଲାଗି ଅସୁବିଧା ସୃଷ୍ଟି କରିଥିଲା। ତାଙ୍କ ବିଦା ହେବା ପଛରେ ଏହି ପ୍ରସଙ୍ଗଗୁଡିକ ପ୍ରମୁଖ କାରଣ ବୋଲି ଓ୍ବାଡିଆ ସ୍ପଷ୍ଟ କରିଛନ୍ତି। ମିସ୍ତ୍ରିଙ୍କୁ ବିଦା କରି ରତନ ଟାଟାଙ୍କୁ ଟାଟା ସନ୍ସର ଅନ୍ତରୀଣ ଅଧ୍ୟକ୍ଷ ପଦବୀରେ ଅବସ୍ଥାପିତ କରିବା ସମୟରେ ଓ୍ବାଡିଆ ଆମେରିକାରେ ଥିଲେ। ଓ୍ବାଡିଆ ରତନ ଟାଟାଙ୍କ ଜଣେ ବନ୍ଧୁ ହୋଇଥିଲେ ମଧ୍ୟ ଏଭଳି ଘଟଣା ପରେ ଦୁଇ ଜଣଙ୍କ ମଧ୍ୟରେ ତିିକ୍ତତା ଏବଂ ଦୂରତା ବଢିଯାଇଥିଲା।
ମିସ୍ତ୍ରି, ଓ୍ବାଡିଆ ଏବଂ ରତନ ଟାଟା ପାର୍ସି ସମ୍ପ୍ରଦାୟରର ଏବଂ ଏମାନଙ୍କର ପାରିବାରିକ ସମ୍ପର୍କ ମଧ୍ୟ ରହିଛି। ଟାଟା ଗ୍ରୁପ ସହ ଓ୍ବାଡିଆଙ୍କର ଦୀର୍ଘ ଦିନର ସମ୍ପର୍କ ରହିଛି। ଟାଟାର ପ୍ରମୁଖ କମ୍ପାନୀଗୁଡିକର ବୋର୍ଡରେ ସେ କାର୍ଯ୍ୟ ମଧ୍ୟ କରିଛନ୍ତି। ଟାଟା ଗ୍ରୁପକୁ ଆଗକୁ ନେବାରେ ପ୍ରମୁଖ ଭୂମିକା ନେଇଥିବା ଜେଆରଡି ଟାଟାଙ୍କୁ ମେଣ୍ଟର ବୋଲି ଓ୍ବାଡିଆ ସର୍ବଦା ବିଚାର କରନ୍ତି। ରତନ ଟାଟା ଯେତେବେଳେ ଟାଟା ଗ୍ରୁପର ଅଧ୍ୟକ୍ଷ ପଦବୀରେ ଅବସ୍ଥାପିତ ହେଲେ ଓ୍ବାଡିଆଙ୍କ ଉପରେ ଅନେକ ମାତ୍ରାରେ ନିର୍ଭରଶୀଳ ଥିଲେ ବୋଲି କୁହାଯାଏ। ଟାଟା ସନ୍ସରେ ଟାଟା ଟ୍ରଷ୍ଟର ଭୋଟିଂ ଅଧିକାର ଲାଗି ଓ୍ବାଡିଆ ସରକାରଙ୍କ ନିକଟରେ ଲବି କରିଥିଲେ ବୋଲି ଏମାନଙ୍କ ପରିବାର ସହ ଜଡିତ ଜଣେ ବ୍ୟକ୍ତି କୁହନ୍ତି। କିନ୍ତୁ ମିସ୍ତ୍ରିଙ୍କୁ ବିଦା କରିବା ପରେ ଟାଟା କେମିକାଲ୍ସ ଏବଂ ଟାଟା ଷ୍ଟିଲ ବୋର୍ଡ ବୈଠକରେ ଓ୍ବାଡିଆ ମିସ୍ତ୍ରିଙ୍କୁ ସମର୍ଥନ କରିଥିବା ଦେଖାଯାଇଥିଲା। ବିଦା ହେବା ପରେ ମିସ୍ତ୍ରିଙ୍କ ସହ ଓ୍ବାଡିଆ ରହିବା ସହ ତାଙ୍କୁ ବିଭିନ୍ନ ପରାମର୍ଶ ଦେଉଥିଲେ ବୋଲି କୁହାଯାଏ। ଏହି ଘଟଣା ପରେ ଟାଟା ସନ୍ସ ଟାଟାର କମ୍ପାନୀ ବୋର୍ଡରୁ ଉଭୟ ମିସ୍ତ୍ରୀ ଏବଂ ଓ୍ବାଡିଆଙ୍କୁ ବାଦ ଦେବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏକ ସ୍ବତନ୍ତ୍ର ପ୍ରକ୍ରିୟା ଦ୍ୱାରା ମିସ୍ତ୍ରି ଏବଂ ଓ୍ବାଡିଆଙ୍କୁ ହଟାଇବା ନେଇ ନୋଟିସ ଜାରି କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୩୫ ପଇସାରେ ୧୦ ଲକ୍ଷର ବୀମା କଭର୍‌! କାହାକୁ ମିଳିବ ଏହି ଲାଭ, ଜାଣନ୍ତୁ ରେଳବାଇର ନିୟମ

ନୂଆଦିଲ୍ଲୀ, ୧୨।୧୦: ଯଦି ଆପଣ ନିୟମିତ ଟ୍ରେନରେ ଯାତ୍ରା କରୁଛନ୍ତି ଏବଂ ଅନଲାଇନରେ ଟିକେଟ ବୁକ କରୁଛନ୍ତି, ତେବେ ଟିକେଟ ବୁକିଂ ସମୟରେ ମିଳୁଥିବା ରେଳ ଯାତ୍ରା…

ଆଇପିଓ ପୂର୍ବରୁ ଜିଓକୁ ଟାର୍ଗେଟ କଲେ ଏଲନ ମସ୍କ

ବେଙ୍ଗାଲୁରୁ, ୧୨ା୧୦(ରଏଟର୍ସ): ଚଳିତ ମାସ ୨୦ କିମ୍ବା ୨୧ରେ ରିଲାଏନ୍ସ ଜିଓ ଦେଶର ସବୁଠାରୁ ବଡ଼ ଆଇପିଓ(ଇନିସିଆଲ ପବ୍ଲିକ୍‌ ଅଫରିଂ) ଇସ୍ୟୁ କରିବାକୁ ଯାଉଛି। ଏହି ଆଇପିଓ…

8th Pay Commissionକୁ ନେଇ କେନ୍ଦ୍ର ସରକାରୀ କମଚାରୀଙ୍କ ପାଇଁ ଆସିଲା ବଡ଼ ଅପଡେଟ,ଜାଣନ୍ତୁ କେବେ ମିଳିବ ବର୍ଦ୍ଧିତ ଦରମା

ନୂଆଦିଲ୍ଲୀ,୧୦।୧୦: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀମାନେ ଅଷ୍ଟମ ବେତନ ଆୟୋଗ (8th Pay Commission)କୁ ଅପେକ୍ଷା କରି ରହିଛନ୍ତି। ଏହା କାର୍ଯ୍ୟକାରୀ ହେଲେ କର୍ମଚାରୀଙ୍କ ମୂଳ…

LPG New Connection: ମିଳୁନି ନୂଆ ଗ୍ୟାସ କନେକ୍ସନ; ଆସିଲା ବଡ଼ ଅପଡେଟ୍‌, ଏମିତି କରିପାରିବେ ବୁକିଂ…

ନୂଆଦିଲ୍ଲୀ,୯।୧୦: ଆମେରିକା ଓ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ୨୦୨୬ ମସିହାର ପ୍ରଥମ ତ୍ରୈମାସିକରେ ତୈଳ ବିପଣନ କମ୍ପାନୀଗୁଡ଼ିକ (OMCs) ଏକ ବଡ଼ ନିଷ୍ପତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?