ମିସ୍ତ୍ରିଙ୍କୁ ହଟାଯିବା ପଛରେ ଥିଲା ପ୍ରତିଶୋଧ ଭାବନା:ନୁସ୍‌ଲି ଓ୍ବାଡିଆ

ନୂଆଦିଲ୍ଲୀ,୨୦-୧୨: ଟାଟା ସନ୍ସ ଏବଂ ସାଇରସ ମିସ୍ତ୍ରି ବିବାଦ ମାମଲାରେ ଏନ୍‌ସିଏଲ୍‌ଏଟି ବୁଧବାର ମିସ୍ତ୍ରିଙ୍କ ସପକ୍ଷରେ ରାୟ ଶୁଣାଇବା ପରେ ଓ୍ବାଡିଆ ଗ୍ରୁପ ଅଧ୍ୟକ୍ଷ ନୁସ୍‌ଲି ଓ୍ବାଡିଆ ପ୍ରତିକ୍ରିୟା ରଖିଛନ୍ତି। ମିସ୍ତ୍ରିଙ୍କ ଉପରେ ପ୍ରତିଶୋଧ ପରାୟଣ ହୋଇ ତାଙ୍କୁ ଟାଟା ସନ୍ସ ଅଧ୍ୟକ୍ଷ ପଦବୀରୁ ହଟାଯାଇଥିଲା ବୋଲି ଓ୍ବାଡିଆ ଗୁରୁବାର ନିଜ ପ୍ରତିକ୍ରିୟାରେ କହିଛନ୍ତି। ମିସ୍ତ୍ରିଙ୍କୁ ହଟାଇବା ବେଳେ ଜେଆର୍‌ଡି ଟାଟାଙ୍କର ମୂଲ୍ୟବୋଧ, ନୀତି ଏବଂ ଆଦର୍ଶକୁ ଅଣଦେଖା କରାଯାଇଥିଲା ବୋଲି ସେ ମତ ଦେଇଛନ୍ତି। ଏନ୍‌ସିଏଲ୍‌ଏଟି ବୁଧବାର ତାଙ୍କ ରାୟରେ କହିଛନ୍ତି ଯେ, ଟାଟା ସନ୍ସର ଅଧ୍ୟକ୍ଷ ଭାବେ ପୁଣି ଥରେ ମିସ୍ତ୍ରିଙ୍କୁ ଅବସ୍ଥାପିତ କରାଯାଉ। ଏହି ନିଷ୍ପତ୍ତିକୁ ଓ୍ବାଡିଆ ସ୍ବାଗତ କରିଛନ୍ତି।
ଟାଟା ସନ୍ସ ବୋର୍ଡରୁ ମିସ୍ତ୍ରିଙ୍କୁ ବେଆଇନ ଭାବେ ହଟାଯିବା ବେଳେ ଏକମାତ୍ର ସ୍ବାଧିନ ନିର୍ଦ୍ଦେଶକ ଭାବେ ଏହି କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଥିବାରୁ ଅତ୍ୟନ୍ତ ଗର୍ବିତ ବୋଲି ସେ ମତ ଦେଇଛନ୍ତି। ସେ କହିଛନ୍ତି ଯେ, ସାଇରସ ଟାଟା ସନ୍ସରେ ନିଜର ପାରଦର୍ଶିତା ପ୍ରମାଣ ଦେଖାଇଥିଲେ। ଅଧ୍ୟକ୍ଷ ପଦବୀରେ ଅବସ୍ଥାପିତ ହେବା ପରେ ଟାଟା ସନ୍ସର କ୍ଷତିରେ ଚାଲୁଥିବା ବ୍ୟବସାୟ ଏବଂ ଭୂଲ ନିବେଶକୁ ସୁଧାରିବା ଦିଗରେ ମିସ୍ତ୍ରି ପଦକ୍ଷେପ ଆରମ୍ଭ କରିଥିଲେ। ଏହା ହିଁ ତାଙ୍କ ଲାଗି ଅସୁବିଧା ସୃଷ୍ଟି କରିଥିଲା। ତାଙ୍କ ବିଦା ହେବା ପଛରେ ଏହି ପ୍ରସଙ୍ଗଗୁଡିକ ପ୍ରମୁଖ କାରଣ ବୋଲି ଓ୍ବାଡିଆ ସ୍ପଷ୍ଟ କରିଛନ୍ତି। ମିସ୍ତ୍ରିଙ୍କୁ ବିଦା କରି ରତନ ଟାଟାଙ୍କୁ ଟାଟା ସନ୍ସର ଅନ୍ତରୀଣ ଅଧ୍ୟକ୍ଷ ପଦବୀରେ ଅବସ୍ଥାପିତ କରିବା ସମୟରେ ଓ୍ବାଡିଆ ଆମେରିକାରେ ଥିଲେ। ଓ୍ବାଡିଆ ରତନ ଟାଟାଙ୍କ ଜଣେ ବନ୍ଧୁ ହୋଇଥିଲେ ମଧ୍ୟ ଏଭଳି ଘଟଣା ପରେ ଦୁଇ ଜଣଙ୍କ ମଧ୍ୟରେ ତିିକ୍ତତା ଏବଂ ଦୂରତା ବଢିଯାଇଥିଲା।
ମିସ୍ତ୍ରି, ଓ୍ବାଡିଆ ଏବଂ ରତନ ଟାଟା ପାର୍ସି ସମ୍ପ୍ରଦାୟରର ଏବଂ ଏମାନଙ୍କର ପାରିବାରିକ ସମ୍ପର୍କ ମଧ୍ୟ ରହିଛି। ଟାଟା ଗ୍ରୁପ ସହ ଓ୍ବାଡିଆଙ୍କର ଦୀର୍ଘ ଦିନର ସମ୍ପର୍କ ରହିଛି। ଟାଟାର ପ୍ରମୁଖ କମ୍ପାନୀଗୁଡିକର ବୋର୍ଡରେ ସେ କାର୍ଯ୍ୟ ମଧ୍ୟ କରିଛନ୍ତି। ଟାଟା ଗ୍ରୁପକୁ ଆଗକୁ ନେବାରେ ପ୍ରମୁଖ ଭୂମିକା ନେଇଥିବା ଜେଆରଡି ଟାଟାଙ୍କୁ ମେଣ୍ଟର ବୋଲି ଓ୍ବାଡିଆ ସର୍ବଦା ବିଚାର କରନ୍ତି। ରତନ ଟାଟା ଯେତେବେଳେ ଟାଟା ଗ୍ରୁପର ଅଧ୍ୟକ୍ଷ ପଦବୀରେ ଅବସ୍ଥାପିତ ହେଲେ ଓ୍ବାଡିଆଙ୍କ ଉପରେ ଅନେକ ମାତ୍ରାରେ ନିର୍ଭରଶୀଳ ଥିଲେ ବୋଲି କୁହାଯାଏ। ଟାଟା ସନ୍ସରେ ଟାଟା ଟ୍ରଷ୍ଟର ଭୋଟିଂ ଅଧିକାର ଲାଗି ଓ୍ବାଡିଆ ସରକାରଙ୍କ ନିକଟରେ ଲବି କରିଥିଲେ ବୋଲି ଏମାନଙ୍କ ପରିବାର ସହ ଜଡିତ ଜଣେ ବ୍ୟକ୍ତି କୁହନ୍ତି। କିନ୍ତୁ ମିସ୍ତ୍ରିଙ୍କୁ ବିଦା କରିବା ପରେ ଟାଟା କେମିକାଲ୍ସ ଏବଂ ଟାଟା ଷ୍ଟିଲ ବୋର୍ଡ ବୈଠକରେ ଓ୍ବାଡିଆ ମିସ୍ତ୍ରିଙ୍କୁ ସମର୍ଥନ କରିଥିବା ଦେଖାଯାଇଥିଲା। ବିଦା ହେବା ପରେ ମିସ୍ତ୍ରିଙ୍କ ସହ ଓ୍ବାଡିଆ ରହିବା ସହ ତାଙ୍କୁ ବିଭିନ୍ନ ପରାମର୍ଶ ଦେଉଥିଲେ ବୋଲି କୁହାଯାଏ। ଏହି ଘଟଣା ପରେ ଟାଟା ସନ୍ସ ଟାଟାର କମ୍ପାନୀ ବୋର୍ଡରୁ ଉଭୟ ମିସ୍ତ୍ରୀ ଏବଂ ଓ୍ବାଡିଆଙ୍କୁ ବାଦ ଦେବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏକ ସ୍ବତନ୍ତ୍ର ପ୍ରକ୍ରିୟା ଦ୍ୱାରା ମିସ୍ତ୍ରି ଏବଂ ଓ୍ବାଡିଆଙ୍କୁ ହଟାଇବା ନେଇ ନୋଟିସ ଜାରି କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନବେଳେ ଜବତ ମଦ-ଟଙ୍କା କିଏ ରଖନ୍ତି, ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୮।୩: ଦେଶରେ ଲୋକ ସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ଲୋକ ସଭା ନିର୍ବାଚନର ତାରିଖ ମଧ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଏହା...

ଗ୍ରାହକଙ୍କୁ ଝଟ୍‌କା ଦେଲା SBI, ଏପ୍ରିଲ ପହିଲାରୁ…

ନୂଆଦିଲ୍ଲୀ,୨୮।୩: ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏହାର ଗ୍ରାହକଙ୍କୁ ଦେଇଛି ବଡ଼ ଝଟ୍‌କା। ବ୍ୟାଙ୍କ ଡେବିଟ୍‌ କାର୍ଡ ଉପରେ ମେନ୍ଟେନାନ୍ସ...

ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ରେକର୍ଡ

ଭୁବନେଶ୍ୱର,୨୮।୩(ଅନୁରାଧା ମହାରଣା): ଗତ ଆର୍ଥିକ ବର୍ଷ ଭଳି ଚଳିତ ଆର୍ଥିକ ବର୍ଷରେ ମଧ୍ୟ ପୂର୍ବତଟ ରେଳପଥ ପଣ୍ୟ ପରିବହନରେନୂତନ ରେକର୍ଡ ହାସଲ କରିଛି। ୨୦୨୩ ଏପ୍ରିଲ...

ଏପ୍ରିଲ ୩ ରୁ ପ୍ରଥମ ଏମ୍‌ପିସି ବୈଠକ

ଭୁବନେଶ୍ୱର,୨୮।୩(ଅନୁରାଧା ମହାରଣା): ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ମୁଦ୍ରାନୀତି କମିଟି (ମନିଟାରି ପଲିସି କମିଟି ବା ଏମ୍‌ପିସି) ବୈଠକ ଏପ୍ରିଲ ୩ରୁ ଆରମ୍ଭ ହେବ ବୋଲି...

ବାଲ୍‌କୋକୁ ଏଏସ୍‌ଆଇ ପ୍ରଦର୍ଶନ ମାନକ ଭି୩ ପ୍ରମାଣପତ୍ର

ଭୁବନେଶ୍ୱର, ୨୮।୩ (ଅଭୟ ଦାଶ): ଦେଶର ଆଇକନିକ୍‌ ଆଲୁମିନିୟମ ଉତ୍ପାଦକ ତଥା ବେଦାନ୍ତ ଆଲୁମିନିୟମର ପ୍ରମୁଖ ୟୁନିଟ୍‌ ଭାରତ ଆଲୁମିନିୟମ କମ୍ପାନୀ ଲିମିଟେଡ୍‌ ବା ବାଲ୍‌କୋକୁ...

ଓ୍ବିକେଣ୍ଡ ଥିବା ସତ୍ତ୍ୱେ ମାର୍ଚ୍ଚ ୩୦-୩୧ରେ ଖୋଲା ରହିବ ଏସବୁ ବ୍ୟାଙ୍କ, ଜାଣନ୍ତୁ କରିପାରିବେ କେଉଁ କାମ…

ନୂଆଦିଲ୍ଲୀ,୨୬।୩: ସରକାରୀ ବ୍ୟାଙ୍କ ରସିଦ ଏବଂ ଦେୟ ପରିଚାଳନା କରୁଥିବା ସମସ୍ତ ଏଜେନ୍ସି ବ୍ୟାଙ୍କ ମାର୍ଚ୍ଚ ୩୦(ଶନିବାର ଏବଂ ୩୧(ରବିବାର) ବ୍ୟବସାୟ ପାଇଁ ଖୋଲା ରହିବ।...

ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ରେକର୍ଡ

ଭୁବନେଶ୍ୱର,୨୫।୩(ଅଭୟ ଦାଶ): ପୂର୍ବତଟ ରେଳପଥ ୨୦୨୩-୨୪ ଆର୍ଥିକ ବର୍ଷରେ ପଣ୍ୟ ପରିବହନରେ ସମସ୍ତ ରେକର୍ଡ ଅତିକ୍ରମ କରିଛି। ୨୦୨୩ ଏପ୍ରିଲ ୧ରୁ ୨୦୨୪ ମାର୍ଚ୍ଚ ୨୫...

ସୁବ୍ରତଙ୍କୁ ଓଡ଼ିଶା ଉଦ୍ୟୋଗୀ ପୁରସ୍କାର

ଭୁବନେଶ୍ୱର,୨୫।୩: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ଷ୍ଟଲଓ୍ବାର୍ଟ ପ୍ରୋଜେକ୍ଟସ ପ୍ରାଇଭେଟ ଲିମିଟେଡର ଏମ୍‌ଡି ସୁବ୍ରତ ଦାସଙ୍କୁ ନିକଟରେ ଆଉ ଏକ ସମ୍ମାନ ପ୍ରଦାନ କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri