ମିଳୁନି ସ୍ତ୍ରୀଙ୍କ ମୃତ୍ୟୁ ପ୍ରମାଣପତ୍ର

ଅନୁଗୋଳ ସହର, ୧।୨ – ଆବେଦନର ୭ ଦିନ ମଧ୍ୟରେ ଜନ୍ମ କିମ୍ବା ମୃତ୍ୟୁ ପଞ୍ଜୀକରଣ ସାର୍ଟିଫିକେଟ ପ୍ରଦାନ କରାଯିବାର ନିୟମ ରହିଛି। କିନ୍ତୁ ଜଣେ ଦିବ୍ୟାଙ୍ଗ ବୃଦ୍ଧ ବର୍ଷେ ହେଲା ସ୍ତ୍ରୀଙ୍କ ମୃତ୍ୟୁ ସାର୍ଟିଫିକେଟ ପାଇଁ ଦୌଡ଼ୁଥିଲେ ମଧ୍ୟ ତାହା ମିଳିପାରୁ ନାହିଁ। ବାରମ୍ବାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ଜିଲା ସ୍ବାସ୍ଥ୍ୟକେନ୍ଦ୍ର ଧାଇଁ ଧାଇଁ ସେ ନୟାନ୍ତ ହୋଇଯାଇଥିବା ଅଭିଯୋଗ କରିଛନ୍ତି।
ସମ୍ପୃକ୍ତ ଦିବ୍ୟାଙ୍ଗ ବୃଦ୍ଧ ଜଣକ ହେଲେ ଅନୁଗୋଳ ଜିଲା ବନ୍ତଳା ଥାନା ପୋକତୁଙ୍ଗା ଗ୍ରାମର ଭଗବାନ ନାଏକ(୬୧)। ଭଗବାନଙ୍କ କହିବା ଅନୁଯାୟୀ, ୨୦୧୮ ଜାନୁୟାରୀ ୨୭ରେ ସ୍ତ୍ରୀ ସାବିତ୍ରୀ ନାଏକ(୫୨)ଙ୍କୁ ସେ ଗୁରୁତର ଅବସ୍ଥାରେ ବନ୍ତଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନେଇଥିଲେ। ଡାକ୍ତର ଫେରାଇ ଦେବାରୁ ସେ ସ୍ତ୍ରୀଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ସାବିତ୍ରୀଙ୍କୁ ମୃତ ଘୋଷଣା କରିଥିଲେ। ମୃତଦେହ ଘରକୁ ଆଣିବାକୁ ପାଖରେ ଅର୍ଥ ନ ଥିବାରୁ ଏଥିପାଇଁ ତାଙ୍କୁ ବହୁ କଷ୍ଟ କରିବାକୁ ପଡ଼ିଥିଲା। ପରେ ସ୍ତ୍ରୀଙ୍କ ମୃତ୍ୟୁ ପ୍ରମାଣପତ୍ର ପାଇଁ ସେ ବନ୍ତଳା ସ୍ବାସ୍ଥ୍ୟକେନ୍ଦ୍ରରେ ଆବେଦନ କରିଥିଲେ। କିନ୍ତୁ ସେଠାରୁ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଥିଲା। ପାରାଲିସିସ୍‌ରେ ଦୁଇଗୋଡ଼ ଅଚଳ ହୋଇଯାଇଥିବାରୁ ସେ ତିନି ଚକିଆ ସାଇକେଲରେ ବାରମ୍ବାର ବନ୍ତଳା ଓ ଜିଲା ମୁଖ୍ୟ ଚିକିତ୍ସାଳୟ ଯାଇ ପ୍ରମାଣପତ୍ର ପାଇଁ ନେହୁରା ହୋଇଥିଲେ। କିନ୍ତୁ ସାର୍ଟିଫିକେଟ ଦେବା ନଁାରେ ତାଙ୍କ ଠାରୁ ୨ ଶହ ଟଙ୍କା ନିଆଯାଇ ପୁନର୍ବାର ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଥିଲା। ତାଙ୍କ ନାମ ପଞ୍ଜୀକରଣ ମଧ୍ୟ କରାଯାଇନାହିଁ। ତେଣୁ ସେ ବାଧ୍ୟ ହୋଇ ସ୍ତ୍ରୀଙ୍କ ମୃତ୍ୟୁ ସମ୍ପର୍କରେ ଆଫିଡେଭିଟ୍‌ କରିଛନ୍ତି ବୋଲି ଭଗବାନ ପ୍ରକାଶ କରିଛନ୍ତି।
ଏ ବିଷୟରେ ଗଣନାକାରୀ ଅଧିକାରୀ ପ୍ରୀତିଲତା ଦେଓ କହିଛନ୍ତି ଭଗବାନଙ୍କ ସ୍ତ୍ରୀଙ୍କ ମୃତ୍ୟୁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ହୋଇଛି। ତେଣୁ ଆଶା ଓ ଅଙ୍ଗନୱାଡ଼ି କର୍ମୀ ରିପୋର୍ଟ ଦେବା ପାଇଁ ମନା କଲେ। ପୌରପାଳିକାରେ ତାଙ୍କ ନାମ ଏଣ୍ଟ୍ରି ହୋଇନାହିଁ। ବନ୍ତଳାରୁ ସାର୍ଟିଫିକେଟ ନେବା ପାଇଁ ତାଙ୍କୁ ଆଫିଡେଭିଟ୍‌ କରି ଦେବା ପାଇଁ କୁହାଯାଇଥିଲା। ଅନୁମତି ପାଇଁ ୧ ମାସ ପୂର୍ବରୁ ଚିଠି କରାଯାଇଛି। ସେ ଡାକ୍ତରଖାନାକୁ ୪ରୁ ୫ ଥର ଆସିଛନ୍ତି ବୋଲି ପ୍ରୀତିଲତା ପ୍ରକାଶ କରିଛନ୍ତି। ବନ୍ତଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଘନଶ୍ୟାମ ବେହେରା କହିଛନ୍ତି, ଭଗବାନଙ୍କ ସ୍ତ୍ରୀଙ୍କ ମୃତ୍ୟୁ ଅନୁଗୋଳରେ ହୋଇଥିବା ଯୋଗୁ ଏଡିଏମ୍‌ଓଙ୍କ ପାଖରୁ ଅନୁମତି ମିଳିବା ପରେ ସାର୍ଟିଫିକେଟ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବାୟୁ ପ୍ରଦୂଷଣ: ଦେଶର ୬ଷ୍ଠ ସ୍ଥାନରେ ଅନୁଗୋଳ

ଅନୁଗୋଳ,୨୭।୧୧(ଦିବ୍ୟଶାନ୍ତନୁ ନାଥ): ଅନୁଗୋଳ ଜିଲାରେ ବାୟୁର ମାନ ୩ଦିନ ହେବ ଲଗାତର ବିପଦସଂକେତ ଉପରେ ରହିଛି। ବାୟୁମଣ୍ଡଳରେ ଦିନକୁ ଦିନ ପ୍ରଦୂଷଣର ମାତ୍ରା ବୃଦ୍ଧି ହେଉଥିବା...

ପରକୀୟା ପ୍ରୀତିରୁ ଯୁବକଙ୍କୁ ଠେଙ୍ଗାରେ ପିଟି ହତ୍ୟା

ବନ୍ତଳା,୨୩।୧୧ (ସୁଶିତ ସାହୁ): ପରକୀୟା ପ୍ରୀତିରୁ ଘଟିଛି ହତ୍ୟାକାଣ୍ଡ। ଜଣେ ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରାଯାଇଛି । ଅନୁଗୋଳ ବ୍ଲକ ବନ୍ତଳା ଥାନା...

ଆଉଘରକୁ  ଫେରିଲେନି ଡେଲିଭରି ବୟ ବୟ: ଲକ୍ଷ୍ମୀବସ୍‌ ସହ ହେଲା…

ବଇଣ୍ଡା,୨୦।୧୧(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଠାକୁରଗଡ ଥାନା ଦିନବନ୍ଧୁପୁର ନିକଟରେ ଗୁରୁବାର ସକାଳେ ଲକ୍ଷ୍ମୀ ବସ୍‌ ସହ ଏକ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଏହି...

ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ

ବଇଣ୍ଡା,୧୬ା୧୧(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଠାକୁରଗଡ଼ ଥାନା ଚିନ୍ତାମଣିପୁର ନିକଟରେ ରବିବାର ସନ୍ଧ୍ୟାରେ ଏକ ବାଇକ୍‌ ଗଛରେ ପିଟି ହୋଇଯିବାରୁ ଜଣଙ୍କର ଜୀବନ ଯାଇଛି। ମୃତକ...

ଅପରାଧୀଙ୍କୁ ଗିରଫ ଦାବିରେ ଜିଲାପାଳ ଅଫିସ ସମ୍ମୁଖରେ ବିକ୍ଷୋପ

ଅନୁଗୋଳ, ୧୧।୧୧ ( ମାନସ ବିଶ୍ୱାଳ): ଅଲ ଇଣ୍ଡିଆ ମୂଳନିବାସୀ ସଂଘ ପକ୍ଷରୁ ଘର ପୋଡିଥିବା ଅପରାଧୀଙ୍କୁ ଗିରଫ ଦାବିରେ ମଙ୍ଗଳବାର ଜିଲାପାଳ ଅଫିସ ସମ୍ମୁଖରେ...

ଡିଭାଇଡରରେ ପିଟିହେଲା ତୀର୍ଥଯାତ୍ରୀ ଗାଡ଼ି

ବଇଣ୍ଡା,୭ା୧୧(ପରୀକ୍ଷିତ ସାହୁ): କଟକ ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜ ପଥର ହଣ୍ଡପା ଥାନା ଲୁହାମୁଣ୍ଡାଠାରେ ଶୁକ୍ରବାର ଭୋର୍‌ ସମୟରେ ଏକ ତୀର୍ଥଯାତ୍ରୀ ଗାଡ଼ି ଡିଭାଇଡରରେ...

ଅନୁଗୋଳରେ ଲଜ୍ଜା: ନାବାଳିକା ଭଉଣୀକୁ ବଳତ୍କାର କଲା ଭାଇ

ଛେଣ୍ଡିପଦା,୩।୧୧: ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଅଞ୍ଚଳରେ ନିଜ ନାବାଳିକା ଭଉଣୀକୁ ବଡ଼ ଭାଇ ବଳତ୍କାର କରିଥିବା ଅଭିଯୋଗ ହୋଇଛି। ଘରେ କେହି ନଥିବା ବେଳେ...

ଜିଏମ୍‌ଡିସି: ଗୁଜରାଟରୁ ଆସି ଖାଇଗଲେ

ଅନୁଗୋଳ,୨୮ା୧୦(ଦିବ୍ୟଶାନ୍ତନୁ ନାଥ)/ଛେଣ୍ଡିପଦା (ଅଜିତ ଧଳ): ଖଣି ଖନନ ହେଲେ ରୋଜଗାର ବଢ଼ିବ। ଲୋକଙ୍କ ଆର୍ଥିକ ଅବସ୍ଥାରେ ସୁଧାର ଆସିବ। ଏପରି ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଅନୁଗୋଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri