ମିଳିଲାନି ଆଇସିୟୁ, ଚିକିତ୍ସାରେ ଅବହେଳା ଅଭିଯୋଗ; ମହିଳା କର୍ମଚାରୀଙ୍କ ମୃତ୍ୟୁ, ହସ୍ପିଟାଲରେ ଉତ୍ତେଜନା

ଭୁବନେଶ୍ୱର, ୧୧।୭(ବ୍ୟୁରୋ) କ୍ୟାପିଟାଲ ହସ୍ପିଟାଲରେ କାର୍ଯ୍ୟରତ ଜଣେ ମହିଳା କର୍ମଚାରୀ ଗୁରୁତର ଅସୁସ୍ଥ ହୋଇପଡିଥିଲେ। ହସ୍ପିଟାଲରେ ଆଇସିୟୁ ବେଡ୍‌ ଫାଙ୍କା ନ ଥିବାରୁ ତାଙ୍କୁ ଓ୍ବାର୍ଡରେ ରଖି ଚିକିତ୍ସା କରାଯାଇଥିଲା। ହେଲେ ଆବଶ୍ୟକ ଚିକିତ୍ସା ନ ମିଳିବାରୁ ମହିଳାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ବୁଧବାର କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା ଦେଖାଦେଇଥିଲା। ଚିକିତ୍ସାରେ ଅବହେଳା କରାଯାଇଥିବା ଅଭିଯୋଗ ଆଣି ଅନ୍ୟ କର୍ମଚାରୀମାନେ ସୁପରିଣ୍ଟେଣ୍ଡେଣ୍ଟ୍‌ଙ୍କ କକ୍ଷ ଆଗରେ ମୃତଦେହ ରଖି ଧାରଣା ଦେଇଥିଲେ। ଫଳରେ ୩ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ହସ୍ପିଟାଲରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା।
ମୃତା ମହିଳା କର୍ମଚାରୀ ହେଉଛନ୍ତି ଭଦ୍ରକ ଜିଲା ତିହିଡି ଥାନା ଅନ୍ତର୍ଗତ ଦେଉଳି ଗ୍ରାମର ଅନୁପମା ନାୟକ। ସେ ୩ବର୍ଷ ହେବ କ୍ୟାପିଟାଲ ହସ୍ପିଟାଲ ଏସ୍‌ଏନ୍‌ସିୟୁ ବିଭାଗର ଆଟେଣ୍ଡାଣ୍ଟ୍‌ ଭାବେ ଠିକାରେ କାର୍ଯ୍ୟ କରୁଥିଲେ। ଅନୁପମା କିଛିଦିନ ହେବ ମଧୁମେହ ସହ ଅନ୍ୟ କେତେକ ରୋଗରେ ପୀଡିତ ଥିଲେ। ମଙ୍ଗବାର ଅପରାହ୍ନରେ ସେ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ହସ୍ପିଟାଲର ଆଶୁଚିକିତ୍ସା ବିଭାଗରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ମହିଳା ବିଭାଗକୁ ସ୍ଥାନାନ୍ତର କରାଯାଇ ଚିକିତ୍ସା ଚାଲିଥିବାବେଳେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡିଥିଲା। ତୁରନ୍ତ ତାଙ୍କୁ ଆଇସିୟୁରେ ଭର୍ତ୍ତି କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ମାତ୍ର ବେଡ୍‌ ଅଭାବ ଦର୍ଶାଇ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇ ନ ଥିଲା। ଖବରପାଇ ତାଙ୍କ ସ୍ବାମୀ ନାରାୟଣ ନାୟକ ସନ୍ଧ୍ୟାରେ ହସ୍ପିଟାଲରେ ପହଞ୍ଚତ୍ଥିଲେ। ନାରାୟଣ ଓ ହସ୍ପିଟାଲର ଅନ୍ୟ କର୍ମଚାରୀମାନେ ବହୁ ଚେଷ୍ଟା କରିଥିଲେ ମଧ୍ୟ ଅନୁପମାଙ୍କୁ ଆଇସିୟୁ ମିଳିପାରି ନ ଥିଲା। ଫଳରେ ବେଡ୍‌ରେ ଯନ୍ତ୍ରଣାରେ ଛଟପଟ ହୋଇ ଶେଷରେ ନିସ୍ତେଜ ହୋଇପଡିଥିଲେ। ବୁଧବାର ଭୋର୍‌ ୫ଟାରେ ଅନୁପମା ଆଖିବୁଜିଥିଲେ। କ୍ୟାପିଟାଲ ହସ୍ପିଟାଲର ଜଣେ କର୍ମଚାରୀ ଆବଶ୍ୟକ ଚିକିତ୍ସା ନ ପାଇ ଆଖିବୁଜିବା ଘଟଣାକୁ ହସ୍ପଟାଲର ଅନ୍ୟ ରୋଗୀମାନେ ସହଜରେ ବିଶ୍ୱାସ କରିପାରି ନ ଥିଲେ। ସ୍ବାମୀ ନାରାୟଣ ଓ ଅନ୍ୟ କର୍ମଚାରୀମାନେ ମଧ୍ୟ ଦୁଃଖରେ ମର୍ମାହତ ହୋଇପଡିଥିଲେ। ହେଲେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଦେଖା ମିଳି ନ ଥିଲା। ଖବର ପ୍ରଚାରିତ ହୋଇଯିବା ପରେ ଅନ୍ୟ କର୍ମଚାରୀମାନେ ପହଞ୍ଚତ୍ବା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ସକାଳ ପ୍ରାୟ ୭ଟାରେ ମୃତଦେହକୁ ଧରି ହସ୍ପିଟାଲ ସୁପରିଣ୍ଟେଣ୍ଡେଣ୍ଟଙ୍କ କକ୍ଷ ଆଗରେ ଧାରଣା ଦେଇଥିଲେ। ମୃତକଙ୍କ ପରିବାରକୁ କ୍ଷତିପୂରଣ, ତାଙ୍କ ପରିବାରର ଜଣଙ୍କୁ ଚାକିରି ଓ ଅବହେଳା ପ୍ରଦର୍ଶନ କରିଥିବା ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। କ୍ୟାପିଟାଲ ଥାନା ଅଧିକାରୀ ଗିରିଜା ଶଙ୍କର ଚକ୍ରବର୍ତ୍ତୀ ସେଠାରେ ପହଞ୍ଚତ୍ ଆନ୍ଦୋଳନରତ କର୍ମଚାରୀଙ୍କୁ ବୁଝାଶୁଝା କରିବା ସହ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ। ହେଲେ କର୍ମଚାରୀମାନେ ଜିଦ୍‌ରେ ଅଟଳ ରହିଥିଲେ। ପୂର୍ବାହ୍ନ ପ୍ରାୟ ୧୦ଟାରେ ହସ୍ପିଟାଲ ନିର୍ଦ୍ଦେଶକ ଅଶୋକ କୁମାର ପଟ୍ଟନାୟକ ଧାରଣା ସ୍ଥଳରେ ପହଞ୍ଚତ୍ଥିଲେ। ଅବହେଳାର ତଦନ୍ତ କରାଯାଇ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ଆଲୋଚନା ପରେ ମୃତ ମହିଳା କର୍ମଚାରୀଙ୍କ ପରିବାରକୁ ଉଚିତ କ୍ଷତିପୂରଣ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଆନ୍ଦୋଳନ ହଟିବା ସହ ସ୍ଥିତି ସ୍ବାଭାବିକ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?