ମା’ ତାରିଣୀଙ୍କ ମନ୍ଦିରରେ ଭକ୍ତଙ୍କୁ ଦର୍ଶନ ମନା

ଘଟଗାଁ,୨୧।୩(ଡି.ଏନ୍‌.ଏ.)- କେନ୍ଦୁଝର ଜିଲାର ପ୍ରସିଦ୍ଧ ମା’ ତାରିଣୀଙ୍କ ପୀଠରେ ଭକ୍ତଙ୍କ ଦର୍ଶନ ଉପରେ କଟକଣା ଲାଗୁ କରାଯାଇଛି। କରୋନା ଭାଇରସ ସଂକ୍ରମଣରୁ ରକ୍ଷା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଜିଲା ପ୍ରଶାସନ ତରଫରୁ ଜିଲାର ସମସ୍ତ ମଠ ମନ୍ଦିରରେ ପୂଜାର୍ଚ୍ଚନା ପାଇଁ ସାଧାରଣ ଭକ୍ତଙ୍କୁ ଆଜିଠାରୁ ବାରଣ କରାଯାଇଛି। ତଦନୁଯାୟୀ ମା’ ତାରିଣୀଙ୍କ ମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ ରହିବାରୁ ବିଭିନ୍ନ ସ୍ଥାନରୁ ଆସିଥିବା ଶ୍ରଦ୍ଧାଳୁ ଭକ୍ତ ଗେଟ୍‌ ସମ୍ମୁଖରୁ ମା’ଙ୍କୁ ପ୍ରଣାମ ଜଣାଇ ଫେରିଛନ୍ତି। ଭୋଗ ଦୋକାନ ଓ ପ୍ରସାଦଳୟ ବନ୍ଦ ରହିଛି। ପୀଠ ପରିସର ଏଥିଲାଗି ଖାଁଖାଁ ଲାଗୁଛି।
ପ୍ରଶାସନ ତରଫରୁ ଜାରି ନିର୍ଦ୍ଦେଶାନାମା ତାରିଣୀ ମନ୍ଦିର ପ୍ରଶାସନ ତରଫରୁ କିଭଳି ପାଳନ କରାଯାଇଛି ତାହା ତଦାରଖ ଲାଗି କେନ୍ଦୁଝର ଉପଜିଲାପାଳ ରାମଚନ୍ଦ୍ର କିସ୍କ, ସହକାରୀ କଲେକ୍ଟର ସୁବୋଧକାନ୍ତ ଦାସ ଅଚାନକ ମଧ୍ୟାହ୍ନ ବେଳେ ଘଟଗାରେ ପହଞ୍ଚିଥିଲେ। ସେମାନେ ମନ୍ଦିର ମୁଖଶାଳା ଗେଟ୍‌ ଓ ପ୍ରସ୍ଥାନ ଦ୍ୱାର ବନ୍ଦ ଅଛିକି ନାହିଁ ଦେଖିଥିଲେ। ଏହାକୁ କଡ଼ାକଡ଼ି କରିବା ସହ ପୀଠ ପରିସରକୁ ପରିସ୍କାର ପରିଚ୍ଛନ୍ନ ରଖିବାକୁ ସେମାନେ ଗୁରୁତ୍ୱାରୋପ କରିଥିଲେ।
ବିଶ୍ୱବ୍ୟାପୀ ଆତଙ୍କ ଖେଳାଇଥିତ୍ବା କରୋନା ଭାଇରସର ମୁକାବିଲା ଲାଗି ସରକାର ଯେଉଁ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିଛନ୍ତି, ତାହାକୁ ଅଞ୍ଚଳବାସୀ ଓ ଶ୍ରଦ୍ଧାଳୁଗଣ ସ୍ବାଗତ କରିଛନ୍ତି। ଭକ୍ତଙ୍କ ଦର୍ଶନ ବାରଣ କରାଯାଇଥିଲେ ମଧ୍ୟ ମା’ ତାରିଣୀଙ୍କ ମନ୍ଦିରରେ ପାରମ୍ପରିକ ଦୈନନ୍ଦିନ ପୂଜାନୀତି ଯେପରି ଚାଲେ ତାହା ସୂଚାରୁରୂପେ କରାଯାଇଥିଲା। ବରିଷ୍ଠ ପୂଜକ ଶ୍ୟାମସୁନ୍ଦର ଦେହୁରୀ, ରମେଶ ଚନ୍ଦ୍ର ଦେହୁରୀ ସକାଳ ମାର୍ଜ୍ଜନା, ଷୋଡ଼ଶ ଉପଚାର, ବଡ଼ସିଂହାର ପୂଜା କରିଥିଲେ। ସକାଳ ଆଳତି ପରେ ପୂର୍ବାହ୍ନ ୧୦ଟା ବେଳେ ମାଙ୍କ ଶଙ୍ଖୁଡ଼ି ଭୋଗ ଲାଗି କରାଯାଇଥିଲା। ସନ୍ଧ୍ୟାରେ ଚକୁଳି ଭୋଗ ଓ ରାତି ସାଢେ ୭ଟାରେ ଆଳତି କରାଯାଇଥିଲା। ମନ୍ଦିର ଭିତରକୁ କେବଳ ପୂଜକ ତଥା ସେବାୟତମାନଙ୍କୁ ଯିବାକୁ ଅନୁମତି ଦିଆଯାଇଥିଲା। ଏଭଳି ସ୍ଥିତି ଦେଖି କେହି କେହି ଏହାକୁ ପୂର୍ବରୁ ଏଭଳି ପରିସ୍ଥିତି କେବେ ଦେଖିନ ଥିବା କହିଛନ୍ତି।
କେବଳ ମନ୍ଦିର ପରିସର ନୁହେଁ, ସମସ୍ତ ଘଟଗାଁର ସମସ୍ତ ଦୋକାନ ବଜାର ବନ୍ଦ ହୋଇଯାଇଛି। ଭକ୍ତଙ୍କ ସମାଗମ ନ ଥିବାରୁ ସେମାନଙ୍କ ବ୍ୟବସାୟ ଠପ୍‌ ହୋଇଯାଇଛି। ଘଟଗାଁ ସ୍ଥିତ ହୋଟେଲ ଶିଳ୍ପ ମଧ୍ୟ ପ୍ରଭାବିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

ବୈତରଣୀ ନଦୀ ପାର୍‌ ହୋଇଆସିଲା ହାତୀ: ଲୋକେ ଭୟଭୀତ

ହାଟଡ଼ିହୀ,୩୦।୧୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ହାତୀ ଉପଦ୍ରବ ଦେଖାଦେଇଛି। ହାତୀଟି ବ୍ଲକ ଅଧୀନ ବିଭିନ୍ନ ଗାଁ ଏବଂ ଛକ ବଜାରରେ ବୁଲୁଥିବାବେଳେ...

PEOଙ୍କ ଘରେ ପଶିଲା ଭିଜିଲାନ୍ସ: ଜାରି ରହିଛି ଚଢାଉ

ହାଟଡ଼ିହୀ,୩୦।୧୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡ଼ିହି ବ୍ଲକ PEO(କାର୍ଯ୍ୟନିର୍ବାହୀ ଅଧିକାରୀ) ଜିତେନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି। ବସନ୍ତିଆସ୍ଥିତ ତାଙ୍କ ବାସଭବନରେ ଭିଜିଲାନ୍ସ ଚଢାଉ...

ସରକାରୀ ଜମିକୁ ଜବରଦଖଲ କଲା ଘରୋଇ ଶିକ୍ଷାନୁଷ୍ଠାନ: ତାତିଲେ ଗାଁ ଲୋକେ, ଦେଲେ ଏଭଳି ଚେତାବନୀ

ପାଟଣା,୨୯।୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ମୂଷା ଖୋରି ଆରଆଇ ସର୍କଲ ଅନ୍ତର୍ଗତ ଭାଲୁଘର ମୌଜାର ହୁଡ଼ି ଓ ସରକାରୀ ଜମିକୁ ବିବେକାନନ୍ଦ...

ଜିଲା ବିଜେଡି ପାଇଁ ୫୧ କର୍ମକର୍ତ୍ତାଙ୍କ ନାଁ ଘୋଷଣା: ୧୪ ବରିଷ୍ଠ ନେତା ହେଲେ ଉପସଭାପତି

କେନ୍ଦୁଝର,୨୮ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବିଜୁ ଜନତା ଦଳର ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷିତ ହୋଇଛି। ଜିଲା ସଭାପତି ଆଶିଷ ଚକ୍ରବର୍ତ୍ତୀଙ୍କ ଅନୁମୋଦନ କ୍ରମେ...

ଜିଲା ବିଜେଡି କାର୍ଯ୍ୟକାରିଣୀରେ ସ୍ଥାନ ପାଇଲେ ପାଟଣା ନିର୍ବାଚନମଣ୍ଡଳୀର ତୁଙ୍ଗ ନେତା

ପାଟଣା,୨୮ା୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ବିଜେଡିର ନୂତନ ଜିଲା କାର୍ଯ୍ୟକାରୀ କମିଟିକୁ ବିଜେଡି ସଭାପତି ତଥା ସୁପ୍ରିମୋ ନବୀନ ପଟ୍ଟନାୟକ ପୁନର୍ଗଠନ କରିଛନ୍ତି। ଏହି...

ମାଙ୍ଗାନିଜ ବୋଝେଇ ୩ ଡମ୍ପରକୁ ମାଡ଼ି ବସିଲା ବନ ବିଭାଗ

ଯୋଡ଼ା,୨୭ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ସେକ୍ସନର ବୈତରଣୀ କ ସଂରକ୍ଷିତ ଜଙ୍ଗଲ ନିକଟ ତିରିଂ ପାହାଡ଼ ନିକଟରୁ ବନ ବିଭାଗ ଚଢ଼ାଉ କରି ଚୋରାଚାଲାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri