ମାୟା ଲଗାଇବ ମାୟା ନଗରୀ

ଆଉ ଏକ ନବଗଠିତ ଅପେରା ପାର୍ଟି ଲଢ଼େଇ ମଇଦାନକୁ ଓହ୍ଲାଉଛି। ଚଳିତ ମାସ ୧୬ରେ ଏହି ପାର୍ଟି ନିଜର ଯାତ୍ରା ଅଭିଯାନ ଆରମ୍ଭ କରିବାକୁ ଯାଉଛି। ‘ଯାତ୍ରା ମାୟାନଗରୀ’ ନାମରେ ନାମିତ ଉକ୍ତ ପାର୍ଟିର ସଫଳତାକୁ ନେଇ ବେଶ୍‌ ଆଶା ରଖିଛନ୍ତି ଏହାର ମୁଖ୍ୟ ପରିଚାଳକ ତଥା ନାଟ୍ୟକାର ମନୋଜ ପଣ୍ଡା। ସତ୍ୟାନନ୍ଦ ଦଳବେହେରାଙ୍କ ପ୍ରଯୋଜିତ ଏବଂ ହେମନ୍ତ ଜେନା ନିବେଦିତ ଏହି ପାର୍ଟିର ରିହର୍ସାଲ ଚାଲୁ ରହିଛି। ପ୍ରସ୍ତୁତିପଥେ ନାଟକଗୁଡିକ ମଧ୍ୟରେ ରହିଛି : ଧନ ପାଖେ ମନ ବନ୍ଧା ପଡିଛି (ରଚନା-ମନୋଜ ପଣ୍ଡା, ନିର୍ଦ୍ଦେଶନା -ଏସ. କ୍ରିଷ୍ଣା), କଥା ଦିଅ ମୋତେ କରିବନି ପର (ରଚନା-ଅଧ୍ୟାପକ ଗୋଲେଖ ମହାରଣା,
ନିର୍ଦ୍ଦେଶନା-ଅଶ୍ରୁମୋଚନ ମହାନ୍ତି), ଦେଲେ ଧରା କଥା ସରେ (ରଚନା-ଦାମ ପ୍ରଧାନ, ଯୋଗେନ୍ଦ୍ର ମଲ୍ଲିକ) ଏବଂ ନିଜ ନିଜର ରାମାୟଣ (ରଚନା-କୈଳାସ ମଲ୍ଲିକ, ନିର୍ଦ୍ଦେଶନା-ଲାଲା ବୀରେନ ରାୟ)। ଏହି ପାର୍ଟିର ମୁଖ୍ୟ ଆକର୍ଷଣ ସାଜିବେ ଜଲିଉଡ୍‌ର ଟ୍ରାଜେଡି କୁଇନ୍‌ ଭାବରେ ପରିଚିତା ଟୁନିଆ ମଲ୍ଲିକ। ନାୟକ ଚିକୁ କର ନିଜର ଅଭିନୟ ବଳରେ ଦର୍ଶକଙ୍କୁ ଶତ ପ୍ରତିଶତ ଏଣ୍ଟରଟେନମେଣ୍ଟ ଦେବାକୁ ତୟାର। ଏହି ଦୁଇ କଳାକାରଙ୍କ ବ୍ୟତୀତ ବୈକୁଣ୍ଠ-ବାସନ୍ତୀ (ବାରେକ), ରବି ଶତପଥୀ, ପହିଲି, ସନ୍ତୋଷ-କୁସୁମ, ଧୀର ମିଶ୍ର, ପ୍ରିୟ, ଅଭିରାଜ, ସୁବ୍ରତ, କେକେ-ସୋନାଲି, ବେବିନା, ଶୀତୁରା, ପୁଷ୍ପା, ଚିତ୍ରାଙ୍କ ବଳିଷ୍ଠ ଅଭିନୟ
ପାର୍ଟିକୁ ମାଇଲେଜ ଦେବ ବୋଲି ପ୍ରଯୋଜକ ଆଶା ରଖିଛନ୍ତି। କେବଳ ସେତିକି ନୁହେଁ, ବିଶ୍ୱଜିତ, ସଞ୍ଜୀବ ଜେନା, ଅଭିରାମଙ୍କ ଖଳନାୟକୀ ନାଟକଗୁଡିକୁ ସଫଳ ହେବାରେ ସାହାଯ୍ୟ କରିବ ବୋଲି କହନ୍ତି ମୁଖ୍ୟ ପରିଚାଳକ ମନୋଜ। ତେବେ ଚଳିତ ଯାତ୍ରା ସିଜନ୍‌ରେ ଯାତ୍ରା ମାୟାନଗରୀ
ଦର୍ଶକଙ୍କୁ କେତେ ମାୟାରେ ବାନ୍ଧି ରଖୁଛି ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣାରେ ବରଗଡ଼ ଏମ୍‌ପିଙ୍କ ବଡ଼ ବୟାନ, କହିଲେ…

ବରଗଡ଼,୨୮।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରାର ସ୍ଥାୟୀ ସ୍ବାଗତ ତୋରଣ ଭାଙ୍ଗିବା ଘଟଣାକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉ ନାହିଁ । ବିଜେଡିରୁ ବରଗଡ଼ ପୌରାଧ୍ୟକ୍ଷା କଳ୍ପନା…

ଟପ୍ପର ହୋଇ ଗୌରବ ଆଣିଲେ ଚନ୍ଦନ

ଥୁଆମୂଳ ରାମପୁର, ୨୮ା୫ (ଦୁର୍ଗା କୀର୍ତ୍ତି): ଭବାନୀପାଟଣାଠାରେ ପ୍ରତିଷ୍ଠିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ସ୍ନାତକୋତ୍ତର ପରୀକ୍ଷା ଫଳର ମେଧା ତାଲିକା ଗୁରୁବାର ପରୀକ୍ଷା ନିୟନ୍ତ୍ରକଙ୍କ ସ୍ବାକ୍ଷରରେ…

ଓସିଏସ୍‌ ପରୀକ୍ଷାରେ ଭବେଶଙ୍କୁ ୯୩ ର଼୍ୟାଙ୍କ

କର୍ଲାମୁଣ୍ଡା,୨୮ା୫(ପ୍ରଦୀପ କୁମାର ସାହୁ): ଓଡ଼ିଶା ଲୋକସେବା ଆୟୋଗ ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ (ଓସିଏସ୍‌) ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ କର୍ଲାମୁଣ୍ଡା ବ୍ଲକ ଗଜବାହାଲ…

ହଷ୍ଟେଲରେ ନ ଥିଲା ଲାଇନ୍‌: ନାଳକୁ ଗାଧୋଇବାକୁ ଯାଇ ବୁଡ଼ିଗଲେ ଛାତ୍ର

ଦେବଗଡ଼,୨୮ା୫(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ଥାନା ଅଧୀନ ଗୋପପୁର ଗ୍ରାମର ଏକ ନାଳରେ ବୁଡି ଗୁରୁବାର ଜଣେ ନବମ ଶ୍ରେଣୀ ଛାତ୍ରଙ୍କର ମୃତ୍ୟୁ ଘଟିଛି।…

ଝଡବତାସରେ ଭାଙ୍ଗିଲା ଗଛ, ବିଦ୍ୟୁତ୍‌ ସେବା ବନ୍ଦ

ବରଗଡ଼,୨୮।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ବିଭିନ୍ନ ଅଞ୍ଚଳରେ ଗୁରୁବାର କାଳବୈଶାଖୀ ପ୍ରଭାବରେ ଝଡ଼ବତାସ ଓ ବର୍ଷା ହୋଇଛି। ବର୍ଷା ଯୋଗୁ କ୍ଷେତ, ଖଳାରେ ରହିଥିବା ଅମଳ ଧାନ…

ଶାନ୍ତି ଚୁକ୍ତିର ଦ୍ୱାର ଦେଶରେ ଇରାନ-ଆମେରିକା, ଖୋଲିବ କି ହର୍ମୁଜ? ଜାଣନ୍ତୁ ଅପଡେଟ ଖବର

ତେହରାନ,୨୮।୫: ଆମେରିକା ଏବଂ ଇରାନ ଉଭୟ ଏକ ଶାନ୍ତି ଚୁକ୍ତିନାମାରେ ପହଞ୍ଚିବା ନିକଟରେ ପହଞ୍ଚିଛନ୍ତି। ଆକ୍ସିଓସର ଏକ ରିପୋର୍ଟରେ ଦାବି କରାଯାଇଛି ଯେ ଆମେରିକା ଏବଂ ଇରାନ…

ଗାଁରେ ପଶି ଲୋକଙ୍କୁ କାମୁଡ଼ିଲା ପାଗଳା କୁକୁର

ଗୁଡ଼ାରି,୨୮।୫(ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍‌ର ଅସଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସିଲିମି ଗ୍ରାମରେ ଗୁରୁବାର ପାଗଳା କୁକୁର ଆତଙ୍କ ଦେଖିବାକୁ ମିଳିଥିଲା। କୁକୁର…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା, ଓଡ଼ିଶା ଆସୁଛନ୍ତି ମୋଦି

ଭୁବନେଶ୍ୱର,୨୮।୫: ଓଡ଼ିଶାରେ ଭାଜପା ସରକାରକୁ ପୂରଣ ହୋଇଛି ୨ ବର୍ଷ। ଏହି ଅବସରରେ ଏକ ବଡ଼ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ABVP ଜାତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri