A woman wearing a protective mask waits for a bus to return to her village during lockdown by the authorities to limit the spreading of coronavirus disease (COVID-19), in New Delhi, India March 23, 2020. REUTERS/Adnan Abidi
ଭୁବନେଶ୍ୱର,୬ା୪(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସମସ୍ତେ ମାସ୍କ ପିନ୍ଧିବା ପାଇଁ ରବିବାର କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ପରାମର୍ଶ ଦେଇଛନ୍ତି। ଫଳରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତତ୍ପର ହୋଇପଡ଼ିଛି। ବିଭାଗର ସଚିବ ନିକୁଞ୍ଜ ଧଳଙ୍କ ପକ୍ଷରୁ ମାସ୍କ ଯୋଗାଣ ନେଇ ସମସ୍ତ ମହାନଗର ନିଗମର କମିଶନର୍ ଏବଂ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି। ହୋମ୍ କ୍ୱାରାଣ୍ଟାଇନ୍ରେ ଥିବା ବ୍ୟକ୍ତିମାନଙ୍କୁ ତ୍ରିସ୍ତରୀୟ ସର୍ଜିକାଲ୍ ମାସ୍କ ଯୋଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ସମସ୍ତ ଫିଲ୍ଡ ଓ୍ବାର୍କର, ଯାଞ୍ଚ କରୁଥିବା କର୍ମଚାରୀ, ଅତ୍ୟାବଶ୍ୟକକୀୟ ସାମଗ୍ରୀ ଯୋଗାଉଥିବା କର୍ମଚାରୀ ଏବଂ ଆମ୍ବୁଲାନ୍ସର ଚାଳକମାନଙ୍କୁ ମଧ୍ୟ ମାସ୍କ ଯୋଗାଇ ଦିଆଯିବ। ରାଜ୍ୟ ଔଷଧ ନିଗମକୁ ଏହି ମାସ୍କ ଯୋଗାଣ ଦାୟିତ୍ୱ ଦିଆଯାଇଛି।