ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ ୨ଟି ଭାରତୀୟ ଭାଷାକୁ ବାଧ୍ୟତାମୂଳକ କରାଯାଇଛି। ଜାତୀୟ ଶିକ୍ଷାନୀତି(ଏନ୍‌ଇପି)-୨୦୨୦ରେ ତିନି ଭାଷା ଫର୍ମୁଲାକୁ ବାଧ୍ୟତାମୂଳକ କରାଯାଇଥିବାରୁ ଚଳିତ ବର୍ଷରୁ ଏହା ଷଷ୍ଠ ଶ୍ରେଣୀରୁ ଲାଗୁ ହେବ ବୋଲି କୁହାଯାଇଛି। ଭାରତରେ ଭାଷାକୁ ନେଇ ଦ୍ୱନ୍ଦ୍ୱ ବହୁ ପୁରୁଣା। ତେବେ ଜୋରଜବରଦସ୍ତ କାହା ଉପରେ ଭାଷା ଲଦି ଦିଆଯିବା ଗ୍ରହଣୀୟ ନୁହେଁ। ହିନ୍ଦୀକୁ ଦେଶର ରାଷ୍ଟ୍ରୀୟ ଭାଷା କରିବା ଲାଗି ଥୋକେ ବାହାରି ପଡ଼ିଥିବା ବେଳେ ତାହା ଦକ୍ଷିଣ ଭାରତ ସମେତ ଆହୁରି ଅନେକ ରାଜ୍ୟରେ ଗ୍ରହଣଯୋଗ୍ୟ ହେଉନାହିଁ। ଦେଖିବାକୁ ଗଲେ ଓଡ଼ିଶାର ସହରାଞ୍ଚଳ ଏବଂ ଅର୍ଦ୍ଧସହରାଞ୍ଚଳଗୁଡ଼ିକରେ, ବିଶେଷକରି ଯେଉଁଠାରେ ଶିଳ୍ପ କିମ୍ବା କେନ୍ଦ୍ର ସରକାରୀ ସଂସ୍ଥା କାର୍ଯ୍ୟରତ, ସେହିସବୁ ସ୍ଥାନର ବାସିନ୍ଦାମାନେ ହିନ୍ଦୀ ଭାଷା ସହିତ ଅଭ୍ୟସ୍ତ। ତେବେ ସାଧାରଣ ଓଡ଼ିଆ ରାଜ୍ୟ ବାହାରକୁ ଯାଇ ହିନ୍ଦୀରେ କଥା ହେଲେ, ସେଠାକାର ବାସିନ୍ଦା ତତ୍‌କ୍ଷଣାତ୍‌ ତାଙ୍କୁ ଏକ ଅଣହିନ୍ଦୀଭାଷୀ ବୋଲି ଚିହ୍ନିଦେବେ। ସେହିପରି ବମ୍ବେରେ ବଲିଉଡ୍‌ ଶିଳ୍ପକୁ ଛାଡ଼ିଦେଲେ ମରାଠୀ ପ୍ରୀତି ଦେଖିବାକୁ ମିଳେ। ଉତ୍ତର ପୂର୍ବାଞ୍ଚଳରେ ହିନ୍ଦୀର ବ୍ୟବହାର ଯଥେଷ୍ଟ କମ୍‌। ଦେଖିବାକୁ ଗଲେ ଆଞ୍ଚଳିକ ସ୍ତରରେ ପ୍ରଥମେ ମାତୃଭାଷା ଗୁରୁତ୍ୱ ବହନ କରିଥାଏ। ଏତଦ୍‌ଭିନ୍ନ ଇଂଲିଶ ଏବେ ଏକ ବିଦେଶୀ ଭାଷା ଭାବେ ଗଣାଯିବା ପରିବର୍ତ୍ତେ ଲିଙ୍କ୍‌ ବା ସମ୍ପର୍କର ଭାଷା ଭାବେ ଗଣାଯାଉଛି। ସିବିଏସ୍‌ଇ ତରଫରୁ ଯେଉଁ ଦୁଇ ଭାରତୀୟ ଭାଷା ପଢ଼ିବା ପିଲାଙ୍କ ପାଇଁ ବାଧ୍ୟତାମୂଳକ କରାଯାଇଛି ତାହାକୁ ବିରୋଧ କରାଯାଉଛି। ଅନ୍ୟ କେଉଁ ଭାରତୀୟ ଭାଷା ପଢ଼ିଲେ ଯୁବାବସ୍ଥାରେ ରୋଜଗାର କ୍ଷେତ୍ରରେ ସହାୟକ ହେବ, ଏହା ଏବେ ମଧ୍ୟ ଅସ୍ପଷ୍ଟ ରହିଛି। ଯଦି କେହି କହେ ହିନ୍ଦୀ ପଢ଼ିଲେ ପିଲାଙ୍କୁ ଲାଭ ମିଳିବ, ତେବେ ତାହା ଅନେକ ଯୁକ୍ତିର ସମ୍ମୁଖୀନ ହୋଇପାରେ। ଧରାଯାଉ ଜଣେ ଓଡ଼ିଆ ପିଲା ତା’ ମାତୃଭାଷା ପଢ଼ିବା ସହ ଯଦି ଅନ୍ୟ ଭାରତୀୟ ଭାଷା ଯଥା ବଙ୍ଗଳା, କନ୍ନଡ, ତାମିଲ, ତେଲୁଗୁ କିମ୍ବା ଅହମୀୟା ମଧ୍ୟରୁ କାହାକୁ ପଢ଼ିବାକୁ ଇଚ୍ଛା କରେ, ତେବେ ସମସ୍ୟା ମୁଖ୍ୟତଃ ଭିତ୍ତିଭୂମିର ହେବ। ମାଷ୍ଟର ବା ଶିକ୍ଷୟିତ୍ରୀ ଶିକ୍ଷକଙ୍କ ଘୋର ଅଭାବ ପରିଲକ୍ଷିତ ହେଉଛି। ଯାହା ଓଡ଼ିଶାରେ ଦେଖାଯାଉଛି ତାହା ପ୍ରାୟତଃ ଭାରତର ଅନ୍ୟାନ୍ୟ ପ୍ରାନ୍ତରେ ଲକ୍ଷ୍ୟ କରାଯାଉଛି। ଓଡ଼ିଶାରେ ଇଂଲିଶ, ଗଣିତ ଓ ବିଜ୍ଞାନ ପଢ଼ାଇବା ପାଇଁ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନ ଥିବା ବେଳେ ବଙ୍ଗଳା, କନ୍ନଡ, ତେଲୁଗୁ, ହିନ୍ଦୀ ଆଦି ଭାଷାର ଶିକ୍ଷକ ମିଳିବା କଷ୍ଟକର। କେହି କହିପାରନ୍ତି ଓଡ଼ିଶାର ବିଭିନ୍ନ ସ୍ଥାନରେ ଲୋକେ ହିନ୍ଦୀରେ କଥାବାର୍ତ୍ତା କରୁଛନ୍ତି। କିନ୍ତୁ ମନେରଖିବା ଦରକାର ଯେ, କଥାବାର୍ତ୍ତା କେବଳ କାମ ଚଳାଇବା ପର୍ଯ୍ୟାୟଭୁକ୍ତ। ବ୍ୟାକରଣଗତ ଶୁଦ୍ଧତାଠାରୁ ଆରମ୍ଭ କରି ଏକ ଭାଷା ଶିକ୍ଷା ଲାଗି ତାଲିମପ୍ରାପ୍ତ ଶିକ୍ଷକଙ୍କ ଆବଶ୍ୟକତା ଥାଏ। ଏଠାରେ କୁହାଯାଇପାରେ ଯେ ମାତୃଭାଷା ଶିଖିବା ଅତ୍ୟନ୍ତ ଆବଶ୍ୟକ। ଅନ୍ୟ କୌଣସି ଭାଷା ଉପରେ ପାରଙ୍ଗମ ହେବାକୁ ହେଲେ, ଯାହା ବିଭିନ୍ନ ଗବେଷଣାରୁ ଜଣାପଡ଼ିଛି, ନିଜ ମାତୃଭାଷା ଉପରେ ଭଲ ଦକ୍ଷତା ରହିବା ଦରକାର। ଯଦି ଅନ୍ୟ ଭାରତୀୟ ଭାଷା ପଢ଼ାଇବାର ବ୍ୟବସ୍ଥା କିମ୍ବା ଭିତ୍ତିଭୂମି ସୃଷ୍ଟି କରାଯାଇ ନାହିଁ, ତେବେ ଦ୍ୱିତୀୟ ଭାରତୀୟ ଭାଷାକୁ ବାଧ୍ୟତାମୂଳକ କରିବାର ଅର୍ଥ ହେଉଛି ଆମ ପିଲାଙ୍କର ଭବିଷ୍ୟତ ସହିତ ଖେଳିବାର ଉଦ୍ଦେଶ୍ୟ। ପିଲା ଯେତେ ଭାଷା ଶିଖିପାରିବେ, ସେତେ ଭଲ। ଭାଷା ଶିଖିବାକୁ ସୀମିତ ରଖିବା ଉଚିତ ନୁହେଁ। କିନ୍ତୁ ଭିତ୍ତିଭୂମିହୀନ ପରିସ୍ଥିତିରେ କେବଳ ନିୟମ କରି ପିଲାଙ୍କ ବସ୍ତାନି ଉପରେ ବୋଝ ଲଦିବା ସହିତ ପରୀକ୍ଷାରେ ଅଧିକ ଚାପ ସୃଷ୍ଟି କରିବା ଆଦୌ ଗ୍ରହଣୀୟ ନୁହେଁ।
ଏହି ପ୍ରସଙ୍ଗକୁ ନେଇ ସୋସିଆଲ ମିଡିଆରେ ୩ ଭାଷା ସୂତ୍ର ଓ ୨ ଭାରତୀୟ ଭାଷା ବାଧ୍ୟତାମୂଳକ କେତେ ଯୁକ୍ତିସଙ୍ଗତ ସେ ନେଇ ଜନସାଧାରଣଙ୍କଠାରୁ ‘ଏଡିଟର ସ୍ପିକ୍‌’ ମାଧ୍ୟମରେ ମତ ଲୋଡ଼ିଥିଲି। ପିଲାମାନଙ୍କ ଉପରେ ଅଧିକ ବୋଝ ଲଦି ଦିଆଯିବା ଠିକ୍‌ ନୁହେଁ ବୋଲି ଅଧିକାଂଶ ମତ ଦେଇଥିବା ବେଳେ କିଛି ସିିବିଏସ୍‌ଇର ନିଷ୍ପତ୍ତି ସପକ୍ଷରେ ମତ ଦେଇଛନ୍ତି। ସୋସିଆଲ ମିଡିଆରେ ବିଭୂତି ଭୂଷଣ ମିଶ୍ର କହିଛନ୍ତି, ଦୁଇ ଭାରତୀୟ ଭାଷା ପିଲାଙ୍କ ଉପରେ ବୋଝ ଲଦିଦେବା ସହ ସେସବୁ ଭବିଷ୍ୟତରେ କୌଣସି ଭାବେ ସାହାଯ୍ୟ କରିବ ନାହିଁ। ହେମନ୍ତ କୁମାର ଉଲ୍ଲେଖ କରିଛନ୍ତି, ଯଦି କିଛି ନୂଆ କରିବାର ଅଛି ତା’ର ବିଭିନ୍ନ ଦିଗ ବିଷୟରେ ପ୍ରଥମେ ତର୍ଜମା ହେବା ଦରକାର। କ୍ଷମତାରେ ଥିବା ଲୋକ ଯେ ସବୁବେଳେ ଠିକ୍‌, ଏଭଳି ମାନସିକତାରେ ପରିବର୍ତ୍ତନ ଆସିବା ଦରକାର। ମହମ୍ମଦ ସାମସୁଲ ଆଲାମଙ୍କ ମତରେ ମାତୃଭାଷା ପଢ଼ିବା ନିଶ୍ଚୟ ଦରକାର। ଇଂଲିଶ ବ୍ୟବହାରିକ ଦୃଷ୍ଟିକୋଣରୁ ଆବଶ୍ୟକ। ତୃତୀୟ ଭାଷା ବ୍ୟକ୍ତିଗତ ପସନ୍ଦ ହେଉ। ଲକ୍ଷ୍ମୀଧର ନାଥ କହିଛନ୍ତି, ଶିକ୍ଷାବିତ୍‌ଙ୍କ ମତ ନିଆ ନ ଯାଇ ରାଜନୈତିକ ଇଚ୍ଛାରେ ଆଜିର ନିୟମ କାର୍ଯ୍ୟକାରିତା ହିଁ ‘ବିକଳାଙ୍ଗ ଶିକ୍ଷା’ ପାଇଁ ପ୍ରୟାସ କରାଯାଉଛି, କେବେ ଏହାର ଅନ୍ତ ଘଟିବ।
ଅନ୍ୟପକ୍ଷରେ ଚିନ୍ମୟ କୁମାର ପଣ୍ଡା କହିଛନ୍ତି, ବିରୋଧ କରିବା ନାଁରେ ବିରୋଧ କରା ନ ଯାଉ। କେବଳ ଯେ ଇଂଲିଶ୍‌ ଜାଣିଥିବା ଲୋକ ଉନ୍ନତି କରେ ଏଭଳି ଚିନ୍ତାଧାରା ହିଁ ସମାଜ ଉପରେ କୁପ୍ରଭାବ ପକାଏ। ବିଦ୍ୟାଧର ଚୌଧୁରୀ ଉଲ୍ଲେଖ କରିଛନ୍ତି, ବଙ୍ଗଳା କିମ୍ବା କନ୍ନଡ ଭାଷା ଶିଖାଇବା ପାଇଁ ଶିକ୍ଷକ ଅଭାବ ଥିବା ବେଳେ ସ୍ପେନୀୟ, ଚାଇନିଜ୍‌ ଭାଷାର ଶିକ୍ଷକ କେଉଁଠୁ ଆସିବେ।
ଏହି ପ୍ରସଙ୍ଗରେ ଶତାଧିକ ମତ ମିଳିଛି। ଅଧିକାଂଶ ପିଲାଙ୍କ ଉପରେ ବସ୍ତାନି ବୋଝ ବଢ଼ୁଥିବା କଥା ଉଠାଇଛନ୍ତି। ବାସ୍ତବରେ ଦେଖିବାକୁ ଗଲେ ପିଲା ଆନନ୍ଦରେ ପାଠ ପଢ଼ିଲେ ତା’ର ସାମଗ୍ରିକ ବିକାଶ ହୋଇପାରିବ। ବୌଦ୍ଧିକ କ୍ଷେତ୍ରରେ ବୋଝ ଲଦି ଦିଆଯାଇ ସରକାରୀ ଏଜେଣ୍ଡା ପୂରଣ ପାଇଁ ନିୟମ କରାଗଲେ ତାହାର ସୁଫଳ କଦାପି ସମାଜ ପାଇପାରିବ ନାହିଁ। ଆଇନ ପ୍ରଣୟନ କରିଦେବା ସହଜ ହୋଇଥାଏ, କିନ୍ତୁ କାର୍ଯ୍ୟକାରିତା ସର୍ବଦା ଗୁରୁତ୍ୱ ରଖିଥାଏ। ବିଶେଷକରି ଭାରତର ଶିକ୍ଷା ବ୍ୟବସ୍ଥାରେ ପ୍ରୟୋଜନ ଥିବା ପରିବର୍ତ୍ତନ ଏକତରଫା ନିଷ୍ପତ୍ତିରେ କରାଯିବା ଉଚିତ ନୁହେଁ। ଯେଉଁଭଳି ଇତିହାସକୁ ବିକୃତ କରିଦିଆଯାଇଛି, ତାହାର କୁଫଳ ପରବର୍ତ୍ତୀ ପିଢ଼ିକୁ ଭୋଗିବାକୁ ପଡ଼ିବ। ତେଣୁ ଶିକ୍ଷା ସାଙ୍ଗରେ ଖେଳିବା ପରିବର୍ତ୍ତେ ଅଭିଭାବକ ଏବଂ ଶିକ୍ଷାବିତ୍‌ମାନଙ୍କ ମତ ଲୋଡ଼ାଯାଇ ପରିବର୍ତ୍ତନ ଅଣାଯିବା ଦରକାର। ମନେରଖିବାକୁ ହେବ ଏହି ପରିବର୍ତ୍ତନ ଅସରନ୍ତି ଓ ସବୁବେଳେ ଶିକ୍ଷା ବ୍ୟବସ୍ଥାରେ ନବୀକରଣ ଆବଶ୍ୟକ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗ ବିଭାଗର ସତର୍କ ସୂଚନା, ଏପ୍ରିଲ ୧୦ ପର୍ଯ୍ୟନ୍ତ କାଳବୈଶାଖୀ…

ଭୁବନେଶ୍ୱର,୭।୪(ବନ୍ଦନା ସେଠୀ): ସମୁଦ୍ର ପତ୍ତନଠାରୁ ୦.୯ କି.ମି. ଉଚ୍ଚରେ ଓଡ଼ିଶା ଏବଂ ପଡ଼ୋଶୀ ରାଜ୍ୟ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏଥିସହ ଦକ୍ଷିଣ ଉପକୂଳ…

ମଧ୍ୟାହ୍ନଭୋଜନରେ ବ୍ୟାପକ ଅନିୟମିତତା:ହରିଲୁଟ୍‌ କରୁଥିଲେ ଶିକ୍ଷକ-ଶକ୍ଷୟିତ୍ରୀ, ଫିଟିଲା ଗୁମର

ଭୁବନେଶ୍ୱର, ୭।୪(ରବିନାରାୟଣ ଜେନା):ରାଜ୍ୟରେ ପୂର୍ବ ସରକାର ଅମଳରେ ଛାତ୍ରୀଛାତ୍ରଙ୍କ ଯୋଜନା କିଭଳି ହରିଲୁଟ୍‌ ହେଉଥିଲା ତା’ର ଗୁମର ପଦାକୁ ଆସିଛି। ଶିକ୍ଷୟିତ୍ରୀ/ଶିକ୍ଷକମାନେ ଛାତ୍ରୀଛାତ୍ରଙ୍କ ନାଁରେ ସରକାରଙ୍କ ମଧ୍ୟାହ୍ନଭୋଜନଠାରୁ…

ଭାରସାମ୍ୟ ହରାଇ ସାଲୁର୍ ଘାଟରେ ଓଲଟିଲା ଚାଉଳ ଟ୍ରକ୍, ୮ ଘଣ୍ଟା ଜାତୀୟ ରାଜପଥ ଜାମ୍

ପଟ୍ଟାଙ୍ଗି,୭।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ସୀମାକୁ ଲାଗି ରହିଥିବା ପଡୋଶୀ ଆନ୍ଧ୍ର ସୀମା ଭିତରେ ସାଲୁର୍ ଘାଟିରେ ଦୁର୍ଘଟଣା । ଏକ ଟ୍ରକ୍…

ପୂର୍ବତନ ଟେନିସ ଖେଳାଳି, ଓକିଲ ,ମିଡିଆ ହାଉସ ମାଲିକାଣି …, କିଏ ଆସାମ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ରିନିକି ଭୂୟାଁ ଶର୍ମା? ଜାଣନ୍ତୁ…

ଗୁଆହାଟି,୭।୪: ଆସାମରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହେବାକୁ ଆଉ କିଛି ଘଣ୍ଟା ବାକି ଥିବାବେଳେ, ରାଜ୍ୟରେ ରାଜନୈତିକ ତାପମାତ୍ରା କ୍ରମାଗତ ଭାବରେ ବୃଦ୍ଧି ପାଇବାରେ…

ରାତିଅଧରେ ବଡ ବ୍ଲାଷ୍ଟ, ହୁତୁ ହୁତୁ ଜଳିଲା ରେଲୱେ ଗ୍ରୀଡ୍

ବଣାଇଁ,୭।୪(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ ଜିଲା ଚାନ୍ଦିପୋଷ ଥାନା ପଛ ପଟେ ଥିବା ରେଲୱେ ଷ୍ଟେସନ ଗ୍ରୀଡ଼ରେ ଅଗ୍ନିକାଣ୍ଡ ହୋଇଛି । ସୋମବାର ରାତି ପ୍ରାୟ ୧୧ଟାରେ ହଠାତ…

ଧୁରନ୍ଧର ୨ ଦେଖିବା ପରେ କୋହଲି ଦେଲେ ଏମିତି ପ୍ରତିକ୍ରିୟା: ଚାରିଆଡ଼େ ଚର୍ଚ୍ଚା

ମୁମ୍ବାଇ,୭।୪: ରଣବୀର ସିଂହଙ୍କ ଅଭିନୀତ ଧୁରନ୍ଧର ୨ ଇତିହାସ ରଚିଛି। ଏହି ଫିଲ୍ମଟି ବକ୍ସ ଅଫିସ୍‌ରେ ଏପର୍ଯ୍ୟନ୍ତ ୧୬୦୦ କୋଟିରୁ ଅଧିକ ଟଙ୍କା ରୋଜଗାର କରିଛି। ଏହି…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଗ୍ରାହକକୈନ୍ଦ୍ରିକ ଆଭିମୁଖ୍ୟ ଆମକୁ ସ୍ବତନ୍ତ୍ର କରିଛି: ଜୀବନ କୁମାର ବଡୁ

ଓଡ଼ିଶାର ବିଦ୍ୟୁତ୍‌ ଭିତ୍ତିଭୂମି କ୍ଷେତ୍ରର ଅନ୍ୟତମ ପ୍ରତିଷ୍ଠିତ ସଂସ୍ଥା ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାଞ୍ଚଳସ୍ଥିତ ‘ଓଡ଼ିଶା ଟ୍ରାନ୍ସଫର୍ମର୍ସ ପ୍ରାଇଭେଟ ଲିମିଟେଡ’ (ଓଟିପିଏଲ୍‌) ର ପରିଚାଳନା ନିର୍ଦ୍ଦେଶକ ହେଉଛନ୍ତି ଜୀବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri