ମାନ୍ଦାବସ୍ଥା ବିରୋଧରେ ଅସ୍ତ୍ର ହେବ ଆର୍‌ବିଆଇ ପୁଞ୍ଜି

ମୁମ୍ବାଇ,୨୮-୮: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ସରକାରଙ୍କୁ ଲାଭାଂଶ ବାବଦରେ ୧.୭୬ ଲକ୍ଷ କୋଟି ଟଙ୍କା ଦେବାକୁ ନିଷ୍ପତ୍ତି ନେଇଛି। ଏହି ପୁଞ୍ଜି ମୋଦି ସରକାରଙ୍କ ଲାଗି ମାନ୍ଦାବସ୍ଥା ସହ ଲଢ଼ିବାରେ ଉପଯୁକ୍ତ ଅସ୍ତ୍ର ହେବାକୁ ଯାଉଛି। ଏହା ନିବେଶ ବଢ଼ାଇବା ସହ ବିଭିନ୍ନ ସେକ୍ଟରକୁ ପ୍ୟାକେଜ ଦେବାରେ ସହାୟକ ହେବ। ଏଥିପୂର୍ବରୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ୭୦ ହଜାର କୋଟି ଟଙ୍କାର ସହାୟତା ଦେବେ ବୋଲି ଘୋଷଣା କରିସାରିଥିଲେ। ଏହାଦ୍ୱାରା ଦେଶର ଅର୍ଥନୀତି ୫ ଲକ୍ଷ କୋଟି ଡଲାର ଆଡକୁ ଯିବ ବୋଲି ଆଶାକରାଯାଉଛି।
ସଙ୍କଟରେ ଫଶିଥିବା ସେକ୍ଟରକୁ ମିଳିପାରେ ପୁଞ୍ଜି
ବିଶେଷଜ୍ଞଙ୍କ କହିବାନୁଯାୟୀ, ଆର୍‌ବିଆଇ ଠାରୁ ମିଳୁଥିବା ପୁଞ୍ଜିର ବ୍ୟବହାର ବକେୟା ଋଣ ହ୍ରାସ କରିବା, ୩.୩ ଲକ୍ଷ କୋଟି ଟଙ୍କାର ପୁଞ୍ଜିଗତ ବ୍ୟୟ ଯୋଜନାକୁ ସହାୟତା ପ୍ରଦାନ, ବ୍ୟାଙ୍କଗୁଡ଼ିକର ପୁନଃପୁଞ୍ଜିକରଣ ଏବଂ ସଙ୍କଟରେ ଫଶିଥିବା କ୍ଷେତ୍ରକୁ ପ୍ରୋତ୍ସାହନ ପ୍ୟାକେଜ ଦେବାରେ ବ୍ୟୟ କରାଯିବ। ତେବେ ଏହା ଆକଳନ ବୋଲି କୁହାଯାଉଛି, କାରଣ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଏହି ଅର୍ଥକୁ କିପରି ଖର୍ଚ୍ଚ କରାଯିବ ସେ ସଂକ୍ରାନ୍ତରେ କହିବାକୁ ମନା କରିଦେଇଛନ୍ତି।
ଢ଼ାଞ୍ଚାଗତ ନିର୍ମାଣକୁ ଦିଆଯାଇପାରେ ଗୁରୁତ୍ୱ
ବ୍ରୋକରେଜ ଫାର୍ମ ଏମ୍‌କେ ଗ୍ଲୋବାଲର ଏକ ରିପୋର୍ଟରେ କୁହାଯାଇଛି ଯେ, ଯଦି ସରକାର ହସ୍ତାନ୍ତରିତ ରାଶିକୁ ଉଚ୍ଚ ଋଣ ଭାବେ ବଦଳାଇବାକୁ ବିକଳ୍ପ ଭାବେ ଚୟନ କରନ୍ତି, ତେବେ ଏହାକୁ ଢ଼ାଞ୍ଚାଗତ ନିର୍ମାଣ ଲାଗି ବ୍ୟୟ କରାଯିବ। ଆର୍‌ବିଆଇ ପକ୍ଷରୁ ମିଳୁଥିବା ଅତିରିକ୍ତ ସହାୟତା ରାଶି ବଜାରକୁ ସମର୍ଥନ ଦେବ। ଅନ୍ୟପକ୍ଷରେ ବୋଫା ମେରିଲ ଲିଞ୍ଚ ରିସର୍ଚ୍ଚରେ କୁହାଯାଇଛି ଯେ, ଏହି ଅର୍ଥକୁ ସରକାର ରାଷ୍ଟ୍ରାୟତ୍ତ ବ୍ୟାଙ୍କର ପୁନଃପୁଞ୍ଜିକରଣ ଲାଗି ଖର୍ଚ୍ଚ କରିବେ ବୋଲି ମନେ କରାଯାଉଛି। ଅଶ୍ୱିନ ପାରେଖ ଆଡ଼ଭାଇଜରୀ ସର୍ଭିସେସ୍‌ର ମ୍ୟାନେଜିଂ ପାର୍ଟନର ଅଶ୍ୱିନ ପାରେଖ କହିଛନ୍ତି ଯେ, ବର୍ତ୍ତମାନର ଆର୍ଥିକ ଦୃଶ୍ୟପଟରେ ଆର୍‌ବିଆଇରୁ ମିଳିଥିବା ପୁଞ୍ଜି ଅର୍ଥନୀତିକୁ ଗତିଶୀଳ କରିବ। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) କେନ୍ଦ୍ର ସରକାରଙ୍କୁ ୧.୭୬ ଲକ୍ଷ କୋଟି ଟଙ୍କା ବଳକା ପାଣ୍ଠିରୁ ଦେବ ବୋଲି ସୋମବାର ନିଷ୍ପତ୍ତି ନେଇଛି। ବର୍ତ୍ତମାନର ହିସାବକୁ ଦେଖିଲେ ଆର୍‌ବିଆଇ ନିକଟରେ ପ୍ରାୟ ୯.୨ ଲକ୍ଷ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବଳକା ପାଣ୍ଠି ରହିଛି। ତେବେ କେନ୍ଦ୍ରୀୟ ବ୍ୟାଙ୍କ କେନ୍ଦ୍ର ସରକାରଙ୍କୁ ବଳକା ଟଙ୍କା ଆଣୁଛି କେଉଁଠୁ ବୋଲି ସାଧାରଣରେ ପ୍ରଶ୍ନ ଆସିପାରେ।
ଆର୍‌ବିଆଇ କେଉଁଠୁ ଆଣିଲା ଅର୍ଥ
ସାଧାରଣତଃ ଆର୍‌ବିଆଇର ଆୟ ବ୍ୟବସ୍ଥା ଅନ୍ୟ କମ୍ପାନୀଠୁ ଭିନ୍ନ। ଏହାର ତିନୋଟି ଆକାଉଣ୍ଟ ରହିଛି। ଗୋଟିଏ ହେଲା କରେନ୍ସି ଆଣ୍ଡ ଗୋଲ୍ଡ ରିଭାଲ୍ୟୁଏଶନ ଆକାଉଣ୍ଟ(ସିଜିଆର୍‌ଏ),ଆସେଟ୍‌ ଡେଭଲପ୍‌ମେଣ୍ଟ ଫଣ୍ଡ(ଏଡିଏଫ୍‌) ଓ ଅନ୍ୟଟି କଣ୍ଟିଜେନ୍ସି ଫଣ୍ଡ। ମୁଦ୍ରା ବଜାରରେ ଅଚାନକ ଉଠାପକାକୁ ରୋକିବା ଲାଗି ଏହି ଫଣ୍ଡକୁ କାର୍ଯ୍ୟରେ ଲଗାଯାଏ। ସିଜିଆର୍‌ଏ ପାଣ୍ଠି ୨୦୧୦ରୁ ଅଚାନକ ବୃଦ୍ଧି ପାଇଚାଲିଛି। ଏଥିରେ ୨୫% ହାରରେ କମ୍ପାଉଣ୍ଡ ଆନୁଆଲ ଗ୍ରୋଥ ରେଟ୍‌ରେ ୨୦୧୭-୧୮ ସୁଦ୍ଧା ୬.୯୧ ଲକ୍ଷ କୋଟି ଟଙ୍କା ଜମା ହୋଇଛି। ସେହିପରି କଣ୍ଟିଜେନ୍ସି ଫଣ୍ଡରେ ଏହି ଅବଧିରେ ୨.୩୨ ଲକ୍ଷ କୋଟି ଟଙ୍କା ବଳକା ରହିଛି। ସିଜିଆର୍‌ଏ ଏବଂ ସିଏଫ୍‌କୁ ମିଶାଇଦେଲେ ଆର୍‌ବିଆଇର ବାଲାନ୍ସ ସିଟ୍‌ର ଏହା ୨୬% ହେଉଛି। ଆର୍‌ବିଆଇ ସରକାରୀ ସିକ୍ୟୁରିଟି, ବଣ୍ଡରେ ନିବେଶ କରି ସେଥିରୁ ସୁଧ ହାସଲ କରିଥାଏ। ଏହାଛଡ଼ା ବ୍ୟାଙ୍କ ଗୁଡ଼ିକୁ ଋଣ ଦେଇ ସେଥିରୁ ସୁଧ ପାଇଥାଏ। ଏହାଛଡ଼ା ମୁଦ୍ରା ବଜାରରେ ହସ୍ତକ୍ଷେପ କରି ଅନ୍ୟ ଦେଶର ମୁଦ୍ରା ବିକ୍ରି ସେଥିରୁ ଆର୍‌ବିଆଇ ଲାଭ ଉଠାଇଥାଏ। ବିମଳ ଜଲାନ କମିଟି ପକ୍ଷରୁ ଦିଆଯାଇଥିବା ସୁପାରିସ୍‌ ଅନୁଯାୟୀ, କଣ୍ଟିଜେନ୍ସି ଫଣ୍ଡ ଏବେ ଆର୍‌ବିଆଇ ବାଲାନ୍ସ ସିଟ୍‌ର ୬.୮% ରହିଛି। ପୂର୍ବରୁ ଏହା ୫.୫ରୁ ୬.୫% ମଧ୍ୟରେ ରଖାଯିବାକୁ ଧାର୍ଯ୍ୟ ହୋଇଥିଲା। ତେବେ କମିଟି ୫.୫%ର ସର୍ବନିମ୍ନ ସ୍ତରକୁ ଗ୍ରହଣ କରି ବଳକା ବାବଦରେ ୫୨,୬୩୭ କୋଟି ଟଙ୍କା କେନ୍ଦ୍ର ସରକାରଙ୍କୁ ଦେବାକୁ ସୁପାରିସ୍‌ କରିଛନ୍ତି। ସେହିଭଳି ସିଜିଆର୍‌ଏକୁ ବର୍ତ୍ତମାନ ବାଲାନ୍ସ ସିଟ୍‌ର ୨୪.୫%ରୁ ୨୦ ପ୍ରତିଶତକୁ ହ୍ରାସ କରିବା ଲାଗି କମିଟି କହିଛି। ଫଳରେ ଆର୍‌ବିଆଇ କେନ୍ଦ୍ର ସରକାରଙ୍କୁ ବଳକା ବାବଦରେ ୧,୨୩,୪୧୪ କୋଟି ଟଙ୍କା ଦେବାକୁ କୁହାଯାଇଛି। ଏହି ଦୁଇଟି ଆକାଉଣ୍ଟକୁ ମିଶାଇଲେ ଆର୍‌ବିଆଇ ୧,୭୬,୦୫୧ କୋଟି ଟଙ୍କା କେନ୍ଦ୍ର ସରକାରଙ୍କୁ ଦେବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ ଝିଅ ଡ୍ରେସ୍‌ ପିନ୍ଧି ଚୋରି କରୁଥିଲେ ଯୁବକ, ଧରାପଡ଼ିବାରୁ ହାତରେ କୋଦାଳ ଧରାଇ ଗ୍ରାମବାସୀ କଲେ…

ଚାନ୍ଦବାଲି,୧୨ା୪(ଅଶୋକ ପଣ୍ଡା): ଦିନରେ ପୁଅ ଡ୍ରେସ୍‌ ଆଉ ରାତି ହେଲେ ପିନ୍ଧୁଥିଲେ ଝିଅ ଡ୍ରେସ୍‌। ପୁଣି ଛଦ୍ମବେଶରେ କିନ୍ନର ହୋଇ ଚୋରି ସହିତ ଲୋକଙ୍କଠାରୁ ହାତ ପତାଇ…

ପବିତ୍ର ଅକ୍ଷୟ ତୃତୀୟାରେ ପାଳନ ହେବ କବିସୂର୍ଯ୍ୟଙ୍କ ଶ୍ରାଦ୍ଧୋତ୍ସବ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ରବିବାର ମଧ୍ୟାହ୍ନରେ ଦିଗପହଣ୍ଡିସ୍ଥିତ କବିସୂର୍ଯ୍ୟ ସ୍ମୃତି ପରିଷଦ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

୩୦୦ ୟୁନିଟ ମାଗଣା ବିଜୁଳି, ୭୮ହଜାର ଟଙ୍କାର ସବସିଡି; ଜାଣନ୍ତୁ କେମିତି ଉଠାଇବେ ଏହି ସରକାରୀ ଯୋଜନାର ଲାଭ…

ନୂଆଦିଲ୍‌ଲୀ,୧୨।୪: ମାଗଣା ବିଦ୍ୟୁତ ଯୋଜନା ଅଧୀନରେ, ସରକାର ସ୍ଥାପିତ ସୌର ପ୍ୟାନେଲର କ୍ଷମତା (kW) ଉପରେ ଆଧାର କରି ସବସିଡି ପ୍ରଦାନ କରନ୍ତି। 1 kW ସିଷ୍ଟମ…

ଚଳନ୍ତା ଟ୍ରେନରେ ଚଢ଼ିବା ପ୍ରୟାସ ପଡ଼ିଲା ମହଙ୍ଗା, ସିସିଟିଭିରେ କଏଦ ହେଲା ମୃତ୍ୟୁର Live Video

ଭୋପାଳ,୧୨।୪: ମଧ୍ୟପ୍ରଦେଶର ରତଲାମ ରେଳ ଷ୍ଟେସନରେ ଚଳନ୍ତା ଟ୍ରେନରେ ଚଢ଼ିବାକୁ ଚେଷ୍ଟା କରିବା ସମୟରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଟ୍ରେନରେ ଫସିବା ପରେ, ସେ…

ଇରାନ-ଆମେରିକା ଆଲୋଚନା ବିଫଳ, ଆସିଲା ନେତାନ୍ୟାହୁଙ୍କ ପ୍ରଥମ ପ୍ରତିକ୍ରିୟା, ଜାଣନ୍ତୁ କ’ଣ କହିଛନ୍ତି

ତେହରାନ,୧୨।୪: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ ଇରାନ ବିରୁଦ୍ଧରେ ଆରମ୍ଭ ହୋଇଥିବା ଅଭିଯାନ ବହୁଳ ଭାବରେ ସଫଳ ହୋଇଛି। ସେ ଦାବି କରିଛନ୍ତି ଯେ…

ପାଳନ ହେବ ଐତିହାସିକ ଜମ୍ବୁ ଦ୍ୱୀପ ମହୋତ୍ସବ: ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିବ ଅଞ୍ଚଳ

ମହାକାଳପଡ଼ା, ୧୨ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ ପୀଠରେ ଦୁଇ ଦିନ ପରେ ପଣା ସଂକ୍ରାନ୍ତି ଝାମୁଯାତ୍ରା ଅନୁଷ୍ଠିତ…

ବଦଳିଲା Xର ମନିଟାଇଜେସନ୍ ନିୟମ, ଅଯଥା ପୋଷ୍ଟ କଲେ…..

ନୂଆଦିଲ୍ଲୀ,୧୨।୪: ସୋସିଆଲ ମିଡିଆ ପ୍ଲାଟଫର୍ମ X ଏହାର ମନିଟାଇଜେସନ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ କାର୍ଯ୍ୟକାରୀ କରିଛି । ନିମ୍ନ-ଗୁଣବତ୍ତା ଏବଂ କ୍ଲିକ୍ବେଟ୍ କଣ୍ଟେଣ୍ଟ ମାଧ୍ୟମରେ ପ୍ଲାଟଫର୍ମରେ…

ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି କରି ଶପଥ ନେଲା ସୁରକ୍ଷା ସମିତି

ଗୁଣପୁର,୧୨ା୪(ସୁଜାତା ପାଢ଼ୀ): ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି ନେଇ ଏକ ଅଭିନବ ଢଙ୍ଗରେ ନଦୀ ତଟବର୍ତ୍ତୀ ଗ୍ରାମ ଗଜପତି ଜିଲା ସାରା ଗ୍ରାମରେ ଜଳସଂକଳ୍ପ ଯାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri