ମାନବିକତା ଦେଖାଲା ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ: ଏନ୍‌ଆରସିରେ ଭରତି ହେବେ ଚନ୍ଦ୍ରକାନ୍ତ

ଲୋଇସିଂହା,୨୦।୭(ଡି.ଏନ୍‌.ଏ):
ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବାଦିବାହାଲ ଗଁାର ନିସାହା ବିଧବା ମହିଲା ପୁଷ୍ପକାନ୍ତି ଆର ତାକର ପୁଓ ଚନ୍ଦ୍ରକାନ୍ତକୁଁ ବିଙ୍ଗ ହ୍ୟୁମାନ ଫାଉନଣ୍ଡେସନ ସାହାଯ୍‌ର ହାତ ବଢ଼େଇଛେ। ଶୁକୁରବାର ସଂଗଠନର ସଦସିଅମାନେ ମା’ପୁଓକୁଁ ଉଧାର କରିଥିଲାବେଲେ ଚନ୍ଦ୍ରକାନ୍ତକୁଁ ଲୋଇସିଂହା ଡାକ୍‌ତରଖାନାରେ ଚିକିସତ୍ା କରେଇଥିଲେ।
ପୂରବର ସୂଚନା ହିସାବେ ବାଦିବାହାଲ ପଁଚେତ୍‌ ସଦର ଗଁାର ମେହେର ପଡ଼ାର ପରିବାରର ମୁଖିଆ କଷ୍ଟ ମେହେର ଆର ପୁଓ ପ୍ରଭୁଦତ୍ତକଁର ବଛରେ ଭିତରେ ମୁରତୁ ହେଇଛେ। ଏନ୍‌ତାଥି ପରିବାରଟା ମୁଖିଆ ଶୂଇନ୍‌ ହେଇଯିବାର ସଂଗେ ବୁରୁଧ୍‌ ବିଧବା ସଖୀ, ବହ ପୁଷ୍ପକାନ୍ତି ଆର ୩ ବଛର୍‌ର ନାତି ଚନ୍ଦ୍ରକାନ୍ତ ବଡ଼ାଦୁଖେ ଦିନ୍‌ ବିତଉଛନ୍‌। ଇଆଡ଼େ ଖାଏଦ୍‌ ପାଏନ୍‌ ଅଭାବୁ ଚନ୍ଦ୍ରକାନ୍ତ ବହୁତ୍‌ ଦୁରବଲ ହେଇଯାଇଥିଲେ। ଇ ବାବ୍‌ଦେ ଗଲା ଗଲା ଗୁରୁବାର ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ‘ନିଜର ଭାଏଗ୍‌କେ ନିଦୁଁଛନ୍‌ ଶାଶ୍‌ ବହ’ ଶୀରଷକ୍‌ରେ ଖବର ବାହାରିଥିଲା। ଖବର ପଢ଼ି ବିଙ୍ଗ ହ୍ୟୁମାନ ସଂଗଠନ ବଲାଙ୍ଗୀରର ସଭାପତି ସୋମନାଥ ମିଶ୍ର ଇ ଦୁଖି ପରିବାରକେ ସାହାଯ୍‌ର ହାତ୍‌ ବଢ଼ାବାକେ ଥିର କରିଥିଲେ। ଶୁକୁରବାର ସଭାପତିକଁର ନିରଦେଶରେ ଲୋଇସିଂହା ଶାଖାର ସଦସିଅ ସରୋଜ ବିଶ୍ୱାଳ, ବିପୁଳ ବେହେରା, ଅଜିତ ବେହେରା ବାଦିବାହାଲ ଗଁାକେ ଯାଇଥିଲେ। ସେଠାନୁ ଗୁଟେ ଅଟୋରିକ୍‌ସାରେ ପୁଷ୍ପକାନ୍ତି ଆର ଚନ୍ଦ୍ରକାନ୍ତକୁଁ ଉଧାର କରି ଲୋଇସିଂହା ଡାକ୍‌ତରଖାନାକେ ଆନିଥିଲେ। ଡା.ଯଶୋବନ୍ତି ପାଢ଼ି ଆର ଆରବିଏସ୍‌କେ ଡା.ଶୁଭେନ୍ଦୁ ପଧାନ ଚନ୍ଦ୍ରକାନ୍ତକଁର ପରୀକ୍ଷା ନିରୀକ୍ଷା କଲାରୁ ସେ ଅପପୁଷ୍ଟିର ଶିକାର ହେଇଥିବାର ଜାନବାକେ ପାଇଥିଲେ। ଡାକ୍‌ତରମାନେ ତାହାକୁ ବଲାଙ୍ଗୀର ଏନ୍‌ଆରସିରେ ଦୁଇ ହପ୍‌ତା ରଖ୍‌ବାକେ ସଦସିଅମାନକୁ ପରାମଶ ଦେଇଥିଲେ। ତାରପରେ ସଦସିଅମାନେ ଇ ପରିବାରର ଦୁଖ୍‌ ଦୁରଦଶା ବାବ୍‌ଦେ ବିଡିଓ ରାମଚନ୍ଦ୍ର ଖାଡ଼ିଆକୁଁ ଭେଟି ଆଲୋଚନା କରିଥିଲେ। ପୁଷ୍ପକାନ୍ତିକୁଁ ବିଧବା ଭତା ଆର ପରିବାରକେ ଅନ୍ତ୍ୟୋଦୟ ଅନ୍ନପୂର୍ଣ୍ଣା ଯୋଜନାରେ ଅକ୍ଟୋବର ମାସୁ ୩୫ କେ.ଜି. ଚାଉଲ ଦିଆଯିବା। ସେନ୍‌ତା ପରିବାର ମଙ୍ଗଳ ଯୋଜନାର ସାହାଯ୍‌ ଲାଗି ଜିଲାପାଲକୁଁ ଚିଠି ଲେଖି ଜନାମି, ଆବାସ ଯୋଜନାରେ ଆଗଲା ଖେପି ଆଏବାକେ ଥିବାର କୁଟାରେ ସ୍ବର୍ଗତ କଷ୍ଟ ମେହେରକଁର ଉତରାଧିକାରୀ ନିହାତି ଯୋଜନାର ଲାଭ ପାଏବେ ବଲି ବିଡିଓ ଖାଡ଼ିଆ କହିଥିଲେ।