ମାନବିକତା ଦେଖାଲା ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ: ଏନ୍‌ଆରସିରେ ଭରତି ହେବେ ଚନ୍ଦ୍ରକାନ୍ତ

ଲୋଇସିଂହା,୨୦।୭(ଡି.ଏନ୍‌.ଏ):
ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବାଦିବାହାଲ ଗଁାର ନିସାହା ବିଧବା ମହିଲା ପୁଷ୍ପକାନ୍ତି ଆର ତାକର ପୁଓ ଚନ୍ଦ୍ରକାନ୍ତକୁଁ ବିଙ୍ଗ ହ୍ୟୁମାନ ଫାଉନଣ୍ଡେସନ ସାହାଯ୍‌ର ହାତ ବଢ଼େଇଛେ। ଶୁକୁରବାର ସଂଗଠନର ସଦସିଅମାନେ ମା’ପୁଓକୁଁ ଉଧାର କରିଥିଲାବେଲେ ଚନ୍ଦ୍ରକାନ୍ତକୁଁ ଲୋଇସିଂହା ଡାକ୍‌ତରଖାନାରେ ଚିକିସତ୍ା କରେଇଥିଲେ।
ପୂରବର ସୂଚନା ହିସାବେ ବାଦିବାହାଲ ପଁଚେତ୍‌ ସଦର ଗଁାର ମେହେର ପଡ଼ାର ପରିବାରର ମୁଖିଆ କଷ୍ଟ ମେହେର ଆର ପୁଓ ପ୍ରଭୁଦତ୍ତକଁର ବଛରେ ଭିତରେ ମୁରତୁ ହେଇଛେ। ଏନ୍‌ତାଥି ପରିବାରଟା ମୁଖିଆ ଶୂଇନ୍‌ ହେଇଯିବାର ସଂଗେ ବୁରୁଧ୍‌ ବିଧବା ସଖୀ, ବହ ପୁଷ୍ପକାନ୍ତି ଆର ୩ ବଛର୍‌ର ନାତି ଚନ୍ଦ୍ରକାନ୍ତ ବଡ଼ାଦୁଖେ ଦିନ୍‌ ବିତଉଛନ୍‌। ଇଆଡ଼େ ଖାଏଦ୍‌ ପାଏନ୍‌ ଅଭାବୁ ଚନ୍ଦ୍ରକାନ୍ତ ବହୁତ୍‌ ଦୁରବଲ ହେଇଯାଇଥିଲେ। ଇ ବାବ୍‌ଦେ ଗଲା ଗଲା ଗୁରୁବାର ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ‘ନିଜର ଭାଏଗ୍‌କେ ନିଦୁଁଛନ୍‌ ଶାଶ୍‌ ବହ’ ଶୀରଷକ୍‌ରେ ଖବର ବାହାରିଥିଲା। ଖବର ପଢ଼ି ବିଙ୍ଗ ହ୍ୟୁମାନ ସଂଗଠନ ବଲାଙ୍ଗୀରର ସଭାପତି ସୋମନାଥ ମିଶ୍ର ଇ ଦୁଖି ପରିବାରକେ ସାହାଯ୍‌ର ହାତ୍‌ ବଢ଼ାବାକେ ଥିର କରିଥିଲେ। ଶୁକୁରବାର ସଭାପତିକଁର ନିରଦେଶରେ ଲୋଇସିଂହା ଶାଖାର ସଦସିଅ ସରୋଜ ବିଶ୍ୱାଳ, ବିପୁଳ ବେହେରା, ଅଜିତ ବେହେରା ବାଦିବାହାଲ ଗଁାକେ ଯାଇଥିଲେ। ସେଠାନୁ ଗୁଟେ ଅଟୋରିକ୍‌ସାରେ ପୁଷ୍ପକାନ୍ତି ଆର ଚନ୍ଦ୍ରକାନ୍ତକୁଁ ଉଧାର କରି ଲୋଇସିଂହା ଡାକ୍‌ତରଖାନାକେ ଆନିଥିଲେ। ଡା.ଯଶୋବନ୍ତି ପାଢ଼ି ଆର ଆରବିଏସ୍‌କେ ଡା.ଶୁଭେନ୍ଦୁ ପଧାନ ଚନ୍ଦ୍ରକାନ୍ତକଁର ପରୀକ୍ଷା ନିରୀକ୍ଷା କଲାରୁ ସେ ଅପପୁଷ୍ଟିର ଶିକାର ହେଇଥିବାର ଜାନବାକେ ପାଇଥିଲେ। ଡାକ୍‌ତରମାନେ ତାହାକୁ ବଲାଙ୍ଗୀର ଏନ୍‌ଆରସିରେ ଦୁଇ ହପ୍‌ତା ରଖ୍‌ବାକେ ସଦସିଅମାନକୁ ପରାମଶ ଦେଇଥିଲେ। ତାରପରେ ସଦସିଅମାନେ ଇ ପରିବାରର ଦୁଖ୍‌ ଦୁରଦଶା ବାବ୍‌ଦେ ବିଡିଓ ରାମଚନ୍ଦ୍ର ଖାଡ଼ିଆକୁଁ ଭେଟି ଆଲୋଚନା କରିଥିଲେ। ପୁଷ୍ପକାନ୍ତିକୁଁ ବିଧବା ଭତା ଆର ପରିବାରକେ ଅନ୍ତ୍ୟୋଦୟ ଅନ୍ନପୂର୍ଣ୍ଣା ଯୋଜନାରେ ଅକ୍ଟୋବର ମାସୁ ୩୫ କେ.ଜି. ଚାଉଲ ଦିଆଯିବା। ସେନ୍‌ତା ପରିବାର ମଙ୍ଗଳ ଯୋଜନାର ସାହାଯ୍‌ ଲାଗି ଜିଲାପାଲକୁଁ ଚିଠି ଲେଖି ଜନାମି, ଆବାସ ଯୋଜନାରେ ଆଗଲା ଖେପି ଆଏବାକେ ଥିବାର କୁଟାରେ ସ୍ବର୍ଗତ କଷ୍ଟ ମେହେରକଁର ଉତରାଧିକାରୀ ନିହାତି ଯୋଜନାର ଲାଭ ପାଏବେ ବଲି ବିଡିଓ ଖାଡ଼ିଆ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀକୁ ଡେଇଁଲେ ମହିଳା: ପଥଚାରୀ ଅଟକାଇବାକୁ ଚେଷ୍ଟା କରି…

ସମ୍ବଲପୁର,୧୮।୨(ପ୍ରମୋଦ ବହିଦାର): ମହାନଦୀକୁ ଡେଇଁ ବୁର୍ଲାର ଜଣେ ମହିଳା ଆତ୍ମହତ୍ୟା କରିଥିବା ଖବର ମିଳିଛି। ସେ ବୁର୍ଲା ମହତାବ ନଗରର ଅଞ୍ଜୁ କୁମ୍ଭାର(୨୨) ବୋଲି ପରିଚୟ ମିଳିଛି।…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର

ସମ୍ବଲପୁର,୧୬।୨(ପ୍ରମୋଦ ବହିଦାର): ସମ୍ବଲପୁରର ବିଧାୟିକା ତଥା ସମାଜସେବୀ ଓ ବିଶିଷ୍ଟ ଚିକିତ୍ସକ ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର । ସୋମବାର ସକାଳେ ତାଙ୍କୁ ଠିକ୍ ଭାବେ…

ଶୀତଳ ଭଣ୍ଡାରରେ ଭୟାବହ ଅଗ୍ନିକାଣ୍ଡ: ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ, ନିଆଁ ଲିଭାଉଛି ରୋବର୍ଟ

କୁଚିଣ୍ଡା,୧୫।୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ନିକଟସ୍ଥ ନୁଁନୁନିଆମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ରଵିବାର ସକାଳେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଏଥିରେ କୋଟି…

ସମ୍ବଲପୁରରେ ଭାରତ ବନ୍ଦ ସଫଳ: ଜାତୀୟ ରାଜପଥରେ ଗାଡ଼ି ଜାମ୍‌

ସମ୍ବଲପୁର,୧୨।୨(ପ୍ରମୋଦ ବହିଦାର): ନୂଆ ଶ୍ରମ କୋଡ଼ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଭିନ୍ନ ଶ୍ରମିକ ସଂଗଠନ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଫଳରେ ଶ୍ରମ…

ରାସ୍ତାରେ ଷ୍ଟଣ୍ଟ୍‌ କରୁଥିଲେ ଯୁବକ: ମାଡ଼ିବସିଲା ପୋଲିସ

ସମ୍ବଲପୁର,୭।୨(ପ୍ରମୋଦ ବହିଦାର): ବୁର୍ଲା ଥାନା ଅନ୍ତର୍ଗତ ହୀରାକୁଦ ଜଳଭଣ୍ଡାର ଦକ୍ଷିଣ(ରାଇଟ) ଡାଇକ ରାସ୍ତାରେ ବେପରୁଆ ଓ ବିପଦପୂର୍ଣ୍ଣ ଭାବରେ କାର୍‌ ଚାଳନା(ଷ୍ଟଣ୍ଟ) କରିଥିବା ଅଭିଯୋଗରେ ୭ ଯୁବକଙ୍କୁ…

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ: ନିଲମ୍ବିତ ହେଲେ ସହକାରୀ ପ୍ରଫେସର

ସମ୍ବଲପୁର,୭।୨(ପ୍ରମୋଦ ବହିଦାର): ସମ୍ବଲପୁର ବିଶ୍ବବିଦ୍ୟାଳୟର ଏମ୍‌ବିଏ ବିଭାଗର ଗବେଷଣାରତ ଜଣେ ପିଏଚ୍‌ଡି ଛାତ୍ରୀଙ୍କୁ ତାଙ୍କ ଗାଇଡ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଛାତ୍ରୀଙ୍କ ଅଭିଯୋଗ ଆଧାରରେ ବିଶ୍ବବିଦ୍ୟାଳୟର…

ସମ୍ବଲପୁର ସର୍କଲ ଜେଲ୍‌ରେ ରାଜସ୍ଥାନ ପୋଲିସ

ସମ୍ବଲପୁର,୬।୨: ରାଜସ୍ଥାନ ପୋଲିସର ଏକ ଟିମ୍‌ ଶୁକ୍ରବାର ସମ୍ବଲପୁର ସର୍କଲ ଜେଲ୍‌ରେ ପହଞ୍ଚି ପୋଲିସ ଅଧିକାରୀଙ୍କୁ ଭେଟିଛନ୍ତି। ଏହି ଅବସରରେ ରାଜସ୍ଥାନ ପୋଲିସ ଜେଲ୍‌ରେ ଥିବା ଦୁର୍ଦ୍ଦାନ୍ତ…

ସରକାରଙ୍କ ବଡ଼ ଘୋଷଣା: ବୁର୍ଲାରେ ଖୋଲିବ ନୂଆ ତହସିଲ ଅଫିସ

ସମ୍ବଲପୁର,୨।୨:(ପ୍ରମୋଦ ବହିଦାର): ସମ୍ବଲପୁର ପାଇଁ  ବଡ଼ ଘୋଷଣା। ଖୁସିହେବେ ବୁର୍ଲାବାସୀ। ସମ୍ବଲପୁର ବୁର୍ଲାରେ ଖୋଲିବ ନୂଆ ତହସିଲ ଅଫିସ। ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri