ଅନୁଗୋଳ ଅଫିସ, ୧୧।୬ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ୨୦୧୯ରେ ଅନୁଷ୍ଠିତ ମାଟ୍ରିକ ପରୀକ୍ଷାରେ ୫୦ ପ୍ରତିଶତରୁ କମ୍ ସଫଳତା ପାଇଥିବା ବିଦ୍ୟାଳୟଗୁଡିକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ଏହି କ୍ରମରେ ଅନୁଗୋଳରେ ୩୧ଟି ବିଦ୍ୟାଳୟକୁ ନୋଟିସ ପଠାଯାଇଛି। ଆସନ୍ତା ୧୭ ତାରିଖ ମଧ୍ୟରେ ଜବାବ ରଖିବାକୁ ବିଦ୍ୟାଳୟଗୁଡ଼ିକର ପ୍ରଧାନ ଶିକ୍ଷୟିତ୍ରୀ ଓ ଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନୋଟିସ୍ର ଜବାବ ନ ରଖିଲେ ବିଦ୍ୟାଳୟଗୁଡ଼ିକରେ ନୂତନ ନାମ ଲେଖା ପ୍ରକ୍ରିୟା ହୋଇପାରିବ ନାହିଁ ବୋଲି ଜିଲା ଶିକ୍ଷା ଅଧିକାରୀ ସଚ୍ଚିଦାନନ୍ଦ ବେହେରା ସୂଚନା ଦେଇଛନ୍ତି।
ଅନୁଗୋଳ ଜିଲାରେ ମୋଟ ୨୪୬ଟି ବିଦ୍ୟାଳୟର ଛାତ୍ରୀଛାତ୍ର ବୋର୍ଡ ପରୀକ୍ଷା ଦେଇଥିଲେ। ସେଗୁଡ଼ିକ ମଧ୍ୟରୁ ଜିଲାର ୫ଟି ବିଦ୍ୟାଳୟ ଶତପ୍ରତିଶତ ସଫତଳା ପାଇ ପୁରସ୍କୃତ ହୋଇଛି। ଜିଲାର ୩୧ଟି ବିଦ୍ୟାଳୟ ୫୦ ପ୍ରତିଶତରୁ କମ ଫଳାଫଳ କରିଥିବା ଜଣାପଡିଛି। ଅନୁଗୋଳ ବ୍ଲକର ୬, ଆଠମଲ୍ଲିକର ୭, କିଶୋରନଗରର ୩, ଛେଣ୍ଡିପଦାର ୬, ବଅଁରପାଳର ୩, ତାଳଚେରର ୫ ଓ ପାଲଲହଡ଼ାର ଗୋଟିଏ ବିଦ୍ୟାଳୟ ଏଥିରେ ସାମିଲ ହୋଇଛନ୍ତି। ଏହି ବିଦ୍ୟାଳୟଗୁଡିକୁ ଜିଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ପକ୍ଷରୁ ଚିଠି ନଂ ୬୦୧୬ରେ ସୋମବାର ଚିଠି କରାଯାଇଥିବା ସୂଚନା ମିଳିଛି। ଛାତ୍ରୀଛାତ୍ରମାନଙ୍କୁ କାହିଁକି ପରୀକ୍ଷାରେ କମ୍ ସଫଳତା ମିଳିଲା ଏହାର ଉତ୍ତର ଦେବାପାଇଁ ଚିଠିରେ କୁହାଯାଇଛି। ଶିକ୍ଷକମାନେ ଠିକ ଭାବେ ପାଠ ପଢ଼ାଉଥିଲେ କି ନାହିଁ ତାହାର ମଧ୍ୟ କାରଣ ଖୋଜା ଚାଲିଛି। ଏପରି କି ପ୍ରତି ସ୍କୁଲ ସେମାନଙ୍କର ଉତ୍ତର ନ୍ୟାୟିକ ଓ ସନ୍ତୋଷଜନକ ଭାବେ ଦେବାକୁ ଚିଠିରେ ଉଲ୍ଲେଖ ରହିଛି। ନିର୍ଦ୍ଧାରିତ ତାରିଖ ମଧ୍ୟରେ ଉତ୍ତର ନ ରଖିଲେ ବିଦ୍ୟାଳୟଗୁଡ଼ିକରେ ନାମଲେଖା ବନ୍ଦ କରାଯିବା ସହ ସମସ୍ତ ଶିକ୍ଷୟିତ୍ରୀ ଓ ଶିକ୍ଷକଙ୍କ ଦରମା ମଧ୍ୟ ବନ୍ଦ କରାଯିବ ବୋଲି ଚିଠିରେ ଉଲ୍ଲେଖ ରହିଛି।
ତାଳଚେରରେ ଚାଞ୍ଚଲ୍ୟ: ପାଇପଲାଇନ ନିକଟରୁ ମିଳିଲା ୨ ମୃତଦେହ, ହତ୍ୟା ସନ୍ଦେହ
ତାଳଚେର,୨୪।୧୨(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ଥାନାର ୧୪୯ନଂ ଜାତୀୟ ରାଜପଥର ଲିଙ୍ଗରାକଟା ଗ୍ରାମ ନିକଟସ୍ଥ ନାଲକୋର ପାଇପଲାଇନ ନିକଟରେ ବୁଧବାର ସକାଳ ସମୟରେ ରାସ୍ତାର...
ଅଭାବନୀୟ ଘଟଣା, ଶାଗ-ଚିକେନ ଖାଇ ଚାଲିଗଲା ୩ ଜଣଙ୍କ ଜୀବନ
ଅନୁଗୋଳ,୨୨ା୧୨: ଢେଙ୍କାନାଳ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା । ଖାଦ୍ୟରେ ବିଷକ୍ରିୟା କାରଣରୁ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି...
ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ
ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...
ଓଡ଼ିଶାରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ: ମା’ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ବୋହୂ, ୮ ମାସ ତଳେ…
ଅନୁଗୋଳ,୧୮ା୧୨(ଜ୍ୟୋତିରଞ୍ଜନ ସାହୁ): ମାତ୍ର ୮ ମାସ ତଳେ ଘରକୁ ଆସିଥିବା ବୋହୂ ନେଇଛନ୍ତି ଶାଶୁଙ୍କ ଜୀବନ। ପାରିବାରିକ କଳହରୁ ମା’ ସହ ମିଶି ଶାଶୁ କୁନି...
ପୋକୁଣ୍ଡା ସେକ୍ସନରେ ଦନ୍ତା ହାତୀର ମୃତ୍ୟୁ, ତଦନ୍ତ କରୁଛି ବନବିଭାଗ
ଅନୁଗୋଳ ୧୫୲୧୨(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶି ଠାରେ ସୋମବାର ସକାଳୁ ଏକ ଦନ୍ତା ହାତୀର ମୃତଦେହ ମିଳିଛି...
ସକାଳୁ ସକାଳୁ ବାଜିଲା ଗୁଳି….
ଅନୁଗୋଳ,୧୨।୧୧(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଶିକ୍ଷକପଡ଼ା ଛକ ନିକଟରେ ଜଣେ ବ୍ୟକ୍ତିଙ୍କୁ ଗୁଳିମାଡ଼ ହୋଇଛି। ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଛି ଗୁରୁତର ବ୍ୟକ୍ତଙ୍କୁ କଟକ ସ୍ଥାନାନ୍ତର...
ପାଣି ଟାଙ୍କି ଉପରେ ଚଢ଼ିଗଲା ଷଣ୍ଢ: ଆଉ ତା’ପରେ…
ଅନୁଗୋଳ ୧୦।୧୨ ( ମାନସ ବିଶ୍ୱାଳ ): ଅନୁଗୋଳ ବ୍ଲକ ବସଲା ପଞ୍ଚାୟତ ଭେରୁବଣିଆ ଗାଁର ଗ୍ରାମୀଣ ପାନୀୟ ଜଳ ଟାଙ୍କି ଉପରକୁ ଏକ ଷଣ୍ଢ...
ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ: ଗର୍ଜନ ଶୁଣି…
ଅନୁଗୋଳ,୯।୧୨(ମାନସ ବିଶ୍ୱାଳ): ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ, ଅନୁଗୋଳ ରେଞ୍ଜ ପୁରୁଣା ଗଡ଼ ସେକ୍ସନ କରତପଟା ବିଟ ଅନ୍ତର୍ଗତ ଜଙ୍ଗଲରେ ଫାଶରେ ପଡିଛି କଲରାପତରିଆ...
Archives


