ଅନୁଗୋଳ ଅଫିସ, ୧୧।୬ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ୨୦୧୯ରେ ଅନୁଷ୍ଠିତ ମାଟ୍ରିକ ପରୀକ୍ଷାରେ ୫୦ ପ୍ରତିଶତରୁ କମ୍ ସଫଳତା ପାଇଥିବା ବିଦ୍ୟାଳୟଗୁଡିକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ଏହି କ୍ରମରେ ଅନୁଗୋଳରେ ୩୧ଟି ବିଦ୍ୟାଳୟକୁ ନୋଟିସ ପଠାଯାଇଛି। ଆସନ୍ତା ୧୭ ତାରିଖ ମଧ୍ୟରେ ଜବାବ ରଖିବାକୁ ବିଦ୍ୟାଳୟଗୁଡ଼ିକର ପ୍ରଧାନ ଶିକ୍ଷୟିତ୍ରୀ ଓ ଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନୋଟିସ୍ର ଜବାବ ନ ରଖିଲେ ବିଦ୍ୟାଳୟଗୁଡ଼ିକରେ ନୂତନ ନାମ ଲେଖା ପ୍ରକ୍ରିୟା ହୋଇପାରିବ ନାହିଁ ବୋଲି ଜିଲା ଶିକ୍ଷା ଅଧିକାରୀ ସଚ୍ଚିଦାନନ୍ଦ ବେହେରା ସୂଚନା ଦେଇଛନ୍ତି।
ଅନୁଗୋଳ ଜିଲାରେ ମୋଟ ୨୪୬ଟି ବିଦ୍ୟାଳୟର ଛାତ୍ରୀଛାତ୍ର ବୋର୍ଡ ପରୀକ୍ଷା ଦେଇଥିଲେ। ସେଗୁଡ଼ିକ ମଧ୍ୟରୁ ଜିଲାର ୫ଟି ବିଦ୍ୟାଳୟ ଶତପ୍ରତିଶତ ସଫତଳା ପାଇ ପୁରସ୍କୃତ ହୋଇଛି। ଜିଲାର ୩୧ଟି ବିଦ୍ୟାଳୟ ୫୦ ପ୍ରତିଶତରୁ କମ ଫଳାଫଳ କରିଥିବା ଜଣାପଡିଛି। ଅନୁଗୋଳ ବ୍ଲକର ୬, ଆଠମଲ୍ଲିକର ୭, କିଶୋରନଗରର ୩, ଛେଣ୍ଡିପଦାର ୬, ବଅଁରପାଳର ୩, ତାଳଚେରର ୫ ଓ ପାଲଲହଡ଼ାର ଗୋଟିଏ ବିଦ୍ୟାଳୟ ଏଥିରେ ସାମିଲ ହୋଇଛନ୍ତି। ଏହି ବିଦ୍ୟାଳୟଗୁଡିକୁ ଜିଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ପକ୍ଷରୁ ଚିଠି ନଂ ୬୦୧୬ରେ ସୋମବାର ଚିଠି କରାଯାଇଥିବା ସୂଚନା ମିଳିଛି। ଛାତ୍ରୀଛାତ୍ରମାନଙ୍କୁ କାହିଁକି ପରୀକ୍ଷାରେ କମ୍ ସଫଳତା ମିଳିଲା ଏହାର ଉତ୍ତର ଦେବାପାଇଁ ଚିଠିରେ କୁହାଯାଇଛି। ଶିକ୍ଷକମାନେ ଠିକ ଭାବେ ପାଠ ପଢ଼ାଉଥିଲେ କି ନାହିଁ ତାହାର ମଧ୍ୟ କାରଣ ଖୋଜା ଚାଲିଛି। ଏପରି କି ପ୍ରତି ସ୍କୁଲ ସେମାନଙ୍କର ଉତ୍ତର ନ୍ୟାୟିକ ଓ ସନ୍ତୋଷଜନକ ଭାବେ ଦେବାକୁ ଚିଠିରେ ଉଲ୍ଲେଖ ରହିଛି। ନିର୍ଦ୍ଧାରିତ ତାରିଖ ମଧ୍ୟରେ ଉତ୍ତର ନ ରଖିଲେ ବିଦ୍ୟାଳୟଗୁଡ଼ିକରେ ନାମଲେଖା ବନ୍ଦ କରାଯିବା ସହ ସମସ୍ତ ଶିକ୍ଷୟିତ୍ରୀ ଓ ଶିକ୍ଷକଙ୍କ ଦରମା ମଧ୍ୟ ବନ୍ଦ କରାଯିବ ବୋଲି ଚିଠିରେ ଉଲ୍ଲେଖ ରହିଛି।
ବିବାହ ଭୋଜି ଖାଇ ୨ ଶହରୁ ଅଧିକ ଅସୁସ୍ଥ
ଅନୁଗୋଳ,୨୮ା୨(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ନିକଟସ୍ଥ ତୁବେ ଗ୍ରାମରେ ବୁଧବାର ରାତିରେ ଏକ ବିବାହ ଭୋଜି ଖାଇଥିବା ଲୋକଙ୍କ ମଧ୍ୟରୁ ୨ ଶହରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି।…
ରାସ୍ତା ଉପରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କେହି ହତ୍ୟା କରି ଫିଙ୍ଗି ଦେଇଥିବା ଅନୁମାନ
ମାଧପୁର,୨୪।୨(ମନୋଜ କୁମାର ପ୍ରଧାନ): ଆଠମଲ୍ଲିକ ଥାନା ଅନ୍ତର୍ଗତ ଆଠମଲ୍ଲିକ – କିଆକଟା ରାଜ୍ୟ ରାଜପଥର କନ୍ଧପଡ଼ା ଗ୍ରାମ ନିକଟ ହାଟପଦା ଠାରେ ଆଜି ସକାଳେ ଜଣେ ଅଜଣା…
ଜଙ୍ଗଲରେ ଭୋଜି ମନା
ଅନୁଗୋଳ,୨୧।୨: ଗ୍ରୀଷ୍ମ ଋତୁରେ ଜଙ୍ଗଲ ନିଆଁ ରୋକିବାକୁ ଅନୁଗୋଳ ଉପଜିଲାପାଳଙ୍କ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଏନେଇ ଉପଜିଲାପାଳଙ୍କ ପକ୍ଷରୁ ଶନିବାର ଏକ କଟକଣା ଜାରି…
ବିବାହ ଭୋଜି ଖାଇ ଫେରିବାବେଳେ ଟ୍ରକ୍ ପଛରେ ପିଟିହେଲା କାର୍, ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସମ୍ପାଦକଙ୍କ ସହ…
ଅନୁଗୋଳ,୨୧ା୨(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଜରପଡ଼ା ଥାନା ଅନ୍ତର୍ଗତ ମରାତିରା ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କ ଜୀବନ ଯାଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। ସୂଚନା…
ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ
ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…
୧୨ ଘଣ୍ଟିଆ ଧର୍ମଘଟ: ସ୍କୁଲ, କଲେଜ, ବ୍ୟାଙ୍କ, ପେଟ୍ରୋଲ ପମ୍ପ , ପରିବହନ ସେବା ବାଧାପ୍ରାପ୍ତ
ଅନୁଗୋଳ, ୧୨।୨ (ମାନସ ବିଶ୍ୱାଳ): ଅନୁଗୋଳ ସହର ତଥା ଉପକଣ୍ଠ ଅଞ୍ଚଳରେ ଗୁରୁବାର ପୂର୍ବାହ୍ନରେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ପିକେଟିଂ ସହ ଡେଲି ମାର୍କେଟ, ଦୋକାନ…
ଜୁନିୟର ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ୨.୩୮ କୋଟି ଟଙ୍କା ହରିଲୁଟ ଅଭିଯୋଗ
ଅନୁଗୋଳ,୧୧।୨: ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ବୁଧବାର ଅନୁଗୋଳ ମୁଖ୍ୟ ଚିକିତ୍ସାଳୟ (CDMO) କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ ସୁବ୍ରତ କୁମାର ବେହେରାଙ୍କ ବିଭିନ୍ନ ବାସଭବନ ଓ କାର୍ଯ୍ୟାଳୟ…
ରାତି ଅଧରେ ବୁଦାମୂଳରୁ ଶୁଭିଲା ନବଜାତର କାନ୍ଦ, ତାପରେ….
ପାଳଲହଡ଼ା,୩।୨(ଦିବ୍ୟଜ୍ୟୋତି ଦାଶ): ଚଷାଗୁରୁଜାଙ୍ଗ ଖେଳପଡ଼ିଆ ବୁଦାମୂଳରୁ ନବଜାତ ପୁତ୍ରଙ୍କୁ ଉଦ୍ଧାର କରାଯାଇଛି । ସୋମବାର ରାତି ପ୍ରାୟ ୯ଟା ସମୟରେ ପାଲଲହଡା ଥାନା ଅନ୍ତର୍ଗତ ଚଷାଗୁରୁଜାଙ୍ଗ ଗ୍ରାମ…
Archives

