ମା’ଙ୍କ ପରେ ହାତ ଛାଡିଦେଲେ ବାପା; ବ୍ୟାଙ୍କ ବାରଣ୍ଡାରେ ୨ ଶିଶୁ

ବନ୍ତଳା,୧୬।୯(ଡି.ଏନ.ଏ.) ୨ ନୀରିହ ଶିଶୁଙ୍କୁ ଛାଡି ମା’ କେଉଁଆଡେ ପଳାଇଥିବାବେଳେ ଏବେ ହାତ ଛାଡିଦେଇଛନ୍ତି ବାପା। ଫଳରେ ସମବାୟ ବ୍ୟାଙ୍କ ବାରଣ୍ଡାରେ ୫ ଦିନ ହେଲା ଅସହାୟ ଅବସ୍ଥାରେ ଅଖିଆ ଅପିଆ ପଡିରହିଛନ୍ତି ଦୁଇ ଶିଶୁ। ଅନୁଗୋଳ ଜିଲା ପୁରୁଣାକୋଟ ଥାନା ଶରଧାପୁର ପଞ୍ଚାୟତ ଗୁରୁଧି ଗ୍ରାମରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି। ତୁରନ୍ତ ଶିଶୁ ମଙ୍ଗଳ ଅଧିକାରୀ ସେମାନଙ୍କୁ ଉଦ୍ଧାର କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।
ଗୁରୁଧି ଗ୍ରାମବାସୀଙ୍କ କହିବା ମୁତାବକ, ପ୍ରାୟ ୬ ମାସ ପୂର୍ବରୁ ଜଣେ ମା’ ବାପାଙ୍କ ସହ ୫ ବର୍ଷର ଶିଶୁପୁତ୍ର, ୪ ବର୍ଷର ଶିଶୁକନ୍ୟା ଆଠମଲ୍ଲିକ ଅଞ୍ଚଳରୁ ଗୁରୁଧିକୁ ଆସିଥିଲେ। ସେଠାରେ ଦମ୍ପତି କେନ୍ଦୁପତ୍ର ଫଡିରେ କାମ କରୁଥିଲେ। କିଛି ଦିନ ପୂର୍ବରୁ ହଠାତ୍‌ ମା’ ସେମାନଙ୍କୁ ଛାଡି ଘରୁ କେଉଁଆଡେ ପଳାଇଥିଲେ। ଏବେ ପ୍ରାୟ ୫ ଦିନ ହେଲା ଶିଶୁ ଦ୍ୱୟଙ୍କ ବାପା ଉଭୟଙ୍କୁ ଗୁରୁଧି ସେବା ସମବାୟ ବ୍ୟାଙ୍କ ବାରଣ୍ଡାରେ ଛାଡି ପଳାଇଛନ୍ତି। ଫଳରେ ଅସହାୟ ଅବସ୍ଥାରେ ଶିଶୁ ଦୁଇଜଣ ସେହି ବାରଣ୍ଡାରେ ପଡି ରହିଛନ୍ତି। ତୁରନ୍ତ ପୋଲିସ ଓ ଶିଶୁ ମଙ୍ଗଳ ବିଭାଗ ଅଧିକାରୀ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିବା ପାଇଁ ଦାବି ହୋଇଛି। ଏ ବିଷୟରେ ଜିଲା ଶିଶୁ ମଙ୍ଗଳ ଅଧିକାରୀ ଗୋରୀ ଶଙ୍କର ବେହେରା କୁହନ୍ତି, ଏ ନେଇ ଆମ ପାଖକୁ କେହି ଖବର ଦେଇନାହାନ୍ତି। ତୁରନ୍ତ ଶିଶୁ ଦୁଇଜଣଙ୍କୁ ସେଠାରୁ ଉଦ୍ଧାର କରିବା ପାଇଁ ପୁରୁଣାକୋଟ ଥାନା ଅଧିକାରୀଙ୍କୁ ଜଣାଇଛି।


Enter your email to get our daily news in your inbox.

All Right Reserved By Dharitri.Com

 ଚାଲିଥିଲା ପାଟ୍ରୋଲିଂ: ଡକାୟତି କରିବାକୁ ଯାଉଥିବା ବେଳେ ୬ ଜଣଙ୍କୁ

ପାପଡାହାଣ୍ଡି,୮।୧୨(ସ୍ବପ୍ନଜିତ ପଟନାୟକ): ଜଙ୍ଗଲ ନିକଟରେ ଚାଲିଥିଲା ଡକାୟତ ଉଦ୍ୟମ ମାଡି  ବସିଲା ପୋଲିସ । ଡକାୟତ ଉଦ୍ୟମକୁ ପଣ୍ଡ କରି ୬ ଅଭିଯୁକ୍ତକୁ ଗିରଫ କରି...

ଜଳୁଛି ଗାଁ : ପୋଲିସ ଉପସ୍ଥିତରେ ମହିଳା-ପୁରୁଷ ମିଶି କରୁଛନ୍ତି ଭଙ୍ଗାରୁଜା

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଏମ୍ଭି-୨୬ ଗାଁରେ...

ମାଲକାନଗିରିରେ ୨୪ ଘଣ୍ଟା ଇଣ୍ଟରନେଟ ବନ୍ଦ ଘୋଷଣା: ଜାଣନ୍ତୁ କେବେ ଯାଏ ବଳବତ୍ତର ରହିବ…

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଫଳରେ ମାଲକାନଗିରିରେ...

ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ପ୍ରଧାନ): ନୟାଗଡ଼ ଜିଲା ନୂଆଗାଁ ଥାନା ମହିପୁର ଫାଣ୍ଡି ଅଧୀନ ମହିପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ରବିବାର ବିଳମ୍ବିତ ରାତିରେ ଡକାୟତି ହୋଇଥିବା...

ବଲାଙ୍ଗିର ଫଳ ବଜାରରେ ଜଳିଗଲା ୫୦ରୁ ଊର୍ଦ୍ଧ୍ବ ଦୋକାନ

ବଲାଙ୍ଗିର,୮।୧୨: ସୋମବାର ବଲାଙ୍ଗିର ସହରର ଫଳ ବଜାରରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଜିଲାପାଳଙ୍କ ଅଫିସ୍‌ ନିକଟରେ ଥିବା ପୌର ସଂସ୍ଥା ଅଧୀନରେ ଥିବା...

ଟିକିଏ କଥାରେ ସାଙ୍ଗର ପେଟରେ ଛୁରି ଭୁସି ବାହାର କରିଦେଲେ ଅନ୍ତବୁଜୁଳା

ବାରିପଦା,୮।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୁରଭଞ୍ଜ ଜିଲା କୁଳିଅଣା ଥାନା ଅନ୍ତର୍ଗତ ବାଇଗଣବାଡିଆ ସ୍ଥିତ ବିବି କଲେଜରେ ଦୁଇ ଛାତ୍ର ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ଜଣେ...

ଶୀତରେ ଥରୁଛି ଜି.ଉଦୟଗିରି: ଜନଜୀବନ ଅସ୍ତବ୍ୟସ୍ତ

ଜି.ଉଦୟଗିରି,୮।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ସାରା ରାଜ୍ୟରେ ହାଡ଼ଭଙ୍ଗା ଶୀତ ଜାରି ରହିଥିବାବେଳେ ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ୧୨ ଯାଏ ଶୀତ ଲହରୀ ଜାରି...

ଟାଇକୋଣ୍ଡୋ ଏକାଡେମୀର ଗୌରବମୟ ସଫଳତା: ସୋହନଙ୍କୁ ମିଳିଲା…

ଛତ୍ରପୁର,୮।୧୨(ଦିଲ୍ଲୀପ ସାମଲ): ଛତ୍ରପୁର ନିକଟ ଧିରେଶର୍‌ ବିଦ୍ୟାପୀଠର ନବମ ଶ୍ରେଣୀ ଛାତ୍ର ଏସ୍‌. ସୋହନ ରେଡ୍ଡି ଅରୁଣାଞ୍ଚଳ ପ୍ରଦେଶରେ ହୋଇଥିବା ଜାତୀୟ ବିଦ୍ୟାଳୟ ସମୂହ କ୍ରୀଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri